ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • bm ଭାଗ ୧୨ ପୃଷ୍ଠା ୧୫
  • ଜୀବନ ନିମନ୍ତେ ଈଶ୍ୱରୀୟ ବୁଦ୍ଧି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଜୀବନ ନିମନ୍ତେ ଈଶ୍ୱରୀୟ ବୁଦ୍ଧି
  • ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
  • ପ୍ରାୟ ସମାନ ଲେଖା
  • ଶଲୋମନ ଦକ୍ଷତାର ସହିତ ଶାସନ କଲେ
    ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
bm ଭାଗ ୧୨ ପୃଷ୍ଠା ୧୫
ବାଇବଲ ସମୟରେ ଲୋକେ ଶସ୍ୟ ସଂହ କରୁଛନ୍ତି

ଭାଗ ୧୨

ଜୀବନ ନିମନ୍ତେ ଈଶ୍ୱରୀୟ ବୁଦ୍ଧି

ହିତୋପଦେଶ ବହିଟି ହେଲା ଗୋଟିଏ ଅନୁପ୍ରାଣିତ ଉପଦେଶଗୁଡ଼ିକର ଏକ ସଂକଳିତ ବହି ଯାହାର ଅଧିକାଂଶ ଭାଗ—ଶଲୋମନଙ୍କ ଦ୍ୱାରା ଲିଖିତ ହୋଇଛି—ଏହା ଆମର ଦୈନନ୍ଦିନ ଜୀବନର ପଥପ୍ରଦର୍ଶକ

ଯିହୋବା କʼଣ ପ୍ରକୃତରେ ଜଣେ ଦକ୍ଷ ଶାସକ ? ଏହି ପ୍ରଶ୍ନର ଉତ୍ତର ଦେବାର ଏକ ନିର୍ଦ୍ଧିଷ୍ଟ ଉପାୟ ହେଲା ଯେ ତାହାଙ୍କ ଉପଦେଶ ଉପରେ ବିବେଚନା କରିବା । ଏହା କʼଣ ଯଥାର୍ଥ ? ଯଦି ଆମେ ଏହା ଜୀବନରେ ଲାଗୁ କରିବା ତେବେ କି ଆମ ଜୀବନ ଉନ୍ନତ ଓ ଅର୍ଥପୂର୍ଣ୍ଣ ହେବ ? ବୁଦ୍ଧିମାନ ରାଜା ଶଲୋମନ ଶହ ଶହ ହିତୋପଦେଶ ଲେଖିଛନ୍ତି । ଏଗୁଡ଼ିକ ଜୀବନର ପ୍ରତି କ୍ଷେତ୍ରରେ ଉପଯୋଗୀ । ତେବେ ଆସନ୍ତୁ ଏଥିର କିଛି ଉଦାହରଣ ଦେଖିବା ।

ଈଶ୍ୱରଙ୍କ ଉପରେ ନିର୍ଭର କରିବା । ଯିହୋବାଙ୍କ ସହିତ ଉତ୍ତମ ସମ୍ପର୍କର ପ୍ରକୃତ ଉପାୟ ହେଉଛି ତାହାଙ୍କ ଉପରେ ନିର୍ଭର କରିବା । ଶଲୋମନ ଲେଖନ୍ତି, “ତୁମ୍ଭେ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ । ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର; ତହିଁରେ ସେ ତୁମ୍ଭର ପଥସବୁ ସରଳ କରିବେ ।” (ହିତୋପଦେଶ ୩:୫, ୬) ନିର୍ଭରତା ସହ ଈଶ୍ୱରଙ୍କ ପଥରେ ଚାଲିବା ଓ ଆଜ୍ଞା ପାଳନ କରିବା ଦ୍ୱାରା ଜୀବନ ଅର୍ଥପୂର୍ଣ୍ଣ ହୋଇଥାଏ । ଏପରି କରିବା ଦ୍ୱାରା ଜଣେ ଈଶ୍ୱରଙ୍କ ହୃଦୟକୁ ଖୁସୀ କରାଇ ଥାଏ ଏବଂ ଏହା ଯିହୋବାଙ୍କୁ ନିଜ ବିପକ୍ଷ ଶୟତାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ସାହାଯ୍ୟ କରିଥାଏ ।—ହିତୋପଦେଶ ୨୭:୧୧.

ଅନ୍ୟମାନଙ୍କ ସହିତ ସଦ୍‌ବ୍ୟବହାର କରିବା । ପତି, ପତ୍ନୀ ଓ ସନ୍ତାନମାନଙ୍କ ପାଇଁ ଈଶ୍ୱରଙ୍କ ଉପଦେଶ ଆଜି ସବୁଠାରୁ ଅଧିକ ଜରୁରୀ ଅଟେ । “ତୁମ୍ଭେ ଆପଣା ଯୌବନକାଳର ଭାର୍ଯ୍ୟାଠାରେ ଆମୋଦ କର” ଏହା କହି ଈଶ୍ୱର ପ୍ରତ୍ୟେକ ସ୍ୱାମୀମାନଙ୍କୁ ନିଜ ସ୍ତ୍ରୀ ପ୍ରତି ବିଶ୍ୱସ୍ତ ରହିବାକୁ କହିଛନ୍ତି । (ହିତୋପଦେଶ ୫:୧୮-୨୦) ହିତୋପଦେଶ ପୁସ୍ତକରୁ ବିବାହିତ ସ୍ତ୍ରୀମାନେ ଏକ ଉତ୍ତମ ସ୍ତ୍ରୀ ବିଷୟରେ ଜାଣିପାରିବେ ଯେଉଁଠାରେ ବର୍ଣ୍ଣିତ ଅଛି ଯେ ଏକ ଗୁଣବତୀ ସ୍ତ୍ରୀ କିପରି ନିଜ ପରିବାରରେ ସ୍ୱାମୀ ଓ ପିଲାମାନଙ୍କର ଆଦର ପାଏ । (ହିତୋପଦେଶ, ଅଧ୍ୟାୟ ୩୧) ଏବଂ ଏହା ପିଲାମାନଙ୍କୁ ନିଜ ମାʼ ବାପାଙ୍କର ଆଜ୍ଞାକାରୀ ହେବା ପାଇଁ ଉପଦେଶ ଦିଏ । (ହିତୋପଦେଶ ୬:୨୦) ଏହି ପୁସ୍ତକରେ ଏହା ମଧ୍ୟ କୁହାଯାଇଛି ଯେ ଜୀବନରେ ବନ୍ଧୁତା ରହିବା ନିହାତି ଆବଶ୍ୟକ କାରଣ ଏକାକୀ ରହିବା, ଜୀବନକୁ ସ୍ୱାର୍ଥପର କରାଇ ଥାଏ । (ହିତୋପଦେଶ ୧୮:୧) ବନ୍ଧୁମାନେ ଆମ ଜୀବନରେ ସୁପ୍ରଭାବ ଓ କୁପ୍ରଭାବ ପକାଇଥାନ୍ତି, ତେଣୁ ଆମକୁ ବୁଦ୍ଧିମତା ସହିତ ବନ୍ଧୁ କରିବା ଦରକାର ।—ହିତୋପଦେଶ ୧୩:୨୦; ୧୭:୧୭.

ନିଜ ପ୍ରତି ସଚେତନ ରହିବା । ହିତୋପଦେଶ ପୁସ୍ତକରେ ଅମୂଲ୍ୟ ଉପଦେଶ ରହିଛି ଏଠାରେ କୁହାଯାଛି ଯେ ଅତ୍ୟାଧିକ ମଦ୍ୟପାନ ତ୍ୟାଗ କରିବା, ଜୀବନ ପ୍ରତି ଉତ୍ତମ ଦୃଷ୍ଟିକୋଣ ରଖିବା, ବଦ୍‌ଗୁଣଗୁଡ଼ିକୁ ଛାଡ଼ିବା ଏବଂ କଠିନ ପରିଶ୍ରମୀ ହେବା । (ହିତୋପଦେଶ ୬:୬; ୧୪:୩୦; ୨୦:୧) ଏଠାରେ ସତର୍କ କରାଯାଇଛି ଯେ ଈଶ୍ୱରଙ୍କ ଉପଦେଶକୁ ନିର୍ଭର ନ କରି ମନୁଷ୍ୟ ଉପରେ ନିର୍ଭର କରିବା ଜୀବନରେ ବିପଦ ଆଣିଥାଏ । (ହିତୋପଦେଶ ୧୪:୧୨) କୁପ୍ରଭାବଠାରୁ ନିଜକୁ ଅର୍ଥାତ ହୃଦୟର ରକ୍ଷା କରିବାକୁ ଏଠାରେ ଉତ୍ସାହିତ କରାଯାଇଛି, ଏହା ଆମକୁ ମନେ ପକାଏ “ତହିଁରୁ [ହୃଦୟ] ଜୀବନର ପ୍ରବାହ ଜନ୍ମଇ ।”—ହିତୋପଦେଶ ୪:୨୩.

ଆଜି ପୃଥିବୀ ବ୍ୟାପି ଲକ୍ଷ ଲକ୍ଷ ଲୋକ ଏହି ଉପଦେଶଗୁଡ଼ିକୁ ପାଳନ କରିବା ଦ୍ୱାରା ନିଜ ଜୀବନକୁ ଏକ ସୁଖମୟ ଜୀବନ କରି ପାରିଛନ୍ତି । ଫଳ ସ୍ୱରୂପେ, ଯିହୋବାଙ୍କୁ ନିଜ ଶାସକ ରୂପେ ଗ୍ରହଣ କରିବାକୁ ସେମାନଙ୍କ ପାଖରେ ଯଥେଷ୍ଟ କାରଣ ରହିଛି ।

—ଏହା ହିତୋପଦେଶ ପୁସ୍ତକ ଉପରେ ଆଧାରିତ ।

  • ହିତୋପଦେଶ ପୁସ୍ତକ ଅଧ୍ୟୟନ କରିବା ଦ୍ୱାରା ଆମେ କʼଣ ଶିଖି ପାରିବା ?

  • ଈଶ୍ୱରଙ୍କଠାରେ ନିର୍ଭରଶୀଳ ହେବା, ଅନ୍ୟମାନଙ୍କ ସଙ୍ଗେ ସଦ୍‌ବ୍ୟବହାର କରିବା ଏବଂ ନିଜ ପ୍ରତି ସଚେତନା ରହିବା ପାଇଁ ହିତୋପଦେଶ ପୁସ୍ତକରେ ଆମ ନିମନ୍ତେ କେଉଁ ଉପଦେଶଗୁଡ଼ିକ ରହିଛି ?

ଉପଦେଶକ

କେଉଁଠାରେ ଆମେ ଜୀବନର ପରିତୃପ୍ତି ଓ ଜୀବନର ଉଦ୍ଦେଶ୍ୟ ପାଇପାରିବା ? ଏକମାତ୍ର ଶଲୋମନ କେବଳ ଏହା ସଠିକ୍‌ ଉତ୍ତର ଦେଇ ପାରିଥାନ୍ତେ । କାରଣ ତାହାଙ୍କ ପାଖରେ ପ୍ରଚୁର ଧନସମ୍ପତ୍ତି, ବିଚକ୍ଷଣ ବୁଦ୍ଧି ଏବଂ ଅଧିକାର ଥିଲା, ତେଣୁ ସେ ଖୋଜି ଦେଖିଥିଲେ ଯେ ଏଗୁଡ଼ିକ କʼଣ ତାହାଙ୍କୁ ଜୀବନର ପ୍ରକୃତ ତୃପ୍ତି ଦେଇ ପାରିବ । ଜାଗତିକ ବିଷୟଗୁଡ଼ିକରେ ଖୁସୀ ପାଇବାକୁ ଚେଷ୍ଟାକରି, ସେ ଅନେକ ସୁନ୍ଦରୀ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ ଏବଂ ଅନେକ ମନରଞ୍ଜନ ଉପଭୋଗ କରିଥିଲେ । ସେ ଅନେକ ନିର୍ମାଣ କାମ କରିଥିଲେ । ସେ ଅନେକ ଜ୍ଞାନୀଲୋକଙ୍କର ଲେଖା ପଢ଼ିଥିଲେ । ଶେଷରେ ସେ କʼଣ ପାଇଲେ ? “ସବୁ ହିଁ ଅସାର” ଶେଷ ପର୍ଯ୍ୟନ୍ତ ସେ ଏହା ହିଁ ଗଭୀର ଭାବେ ଉପଲବ୍‌ଧି କରି କହନ୍ତି ଯେ: “ସାର କଥା ଏହି; ସବୁ ଶୁଣାଯାଇଅଛି; ପରମେଶ୍ୱରଙ୍କୁ ଭୟ କର ଓ ତାହାଙ୍କର ଆଜ୍ଞାସବୁ ପାଳନ କର; କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ କର୍ମ ।”—ଉପଦେଶକ ୧୨:୮, ୧୩.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ