ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପାଠ ୯୫ ପୃଷ୍ଠା ୨୨୨-ପୃଷ୍ଠା ୨୨୩ ଅନୁଚ୍ଛେଦ ୧
  • ସେମାନେ ପ୍ରଚାର କରିବା ବନ୍ଦ କଲେ ନାହିଁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସେମାନେ ପ୍ରଚାର କରିବା ବନ୍ଦ କଲେ ନାହିଁ
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ପ୍ରାୟ ସମାନ ଲେଖା
  • ଯୀଶୁ ହଜାର ହଜାର ଲୋକଙ୍କୁ ଖୁଆଇଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପାଠ ୯୫ ପୃଷ୍ଠା ୨୨୨-ପୃଷ୍ଠା ୨୨୩ ଅନୁଚ୍ଛେଦ ୧
ପିତର ଓ ଯୋହନ, ଯାଜକ ଓ ସାଦ୍ଦୂକୀମାନଙ୍କ ବିରୋଧ ସତ୍ତ୍ୱେ ସାହସର ସହ ପ୍ରଚାର କରୁଛନ୍ତି

ପାଠ ୯୫

ସେମାନେ ପ୍ରଚାର କରିବା ବନ୍ଦ କଲେ ନାହିଁ

ଜଣେ ବ୍ୟକ୍ତି ଯିଏ ଚାଲି ପାରୁ ନ ଥିଲା, ପ୍ରତିଦିନ ମନ୍ଦିର ଫାଟକ ପାଖରେ ବସି ଭିକ ମାଗୁଥିଲା । ଦିନେ ଦ୍ୱିପହରରେ ସେ ପିତର ଓ ଯୋହନଙ୍କୁ ମନ୍ଦିର ଭିତରକୁ ଯିବାର ଦେଖିଲା । ସେ ସେମାନଙ୍କୁ କହିଲା, ‘ମୋତେ କିଛି ଦିଅ ।’ ପିତର କହିଲେ, ‘ମୋ ପାଖରେ ପଇସାଠୁ ବି ଅଧିକ ମହତ୍ତ୍ୱ ରଖୁଥିବା ଜିନିଷ ଅଛି, ଯାହା ମୁଁ ତମକୁ ଦେବା ପାଇଁ ଚାହେଁ । ଯୀଶୁଙ୍କ ନାମରେ କହୁଛି, ଛିଡ଼ା ହୁଅ ଏବଂ ଚାଲ !’ ପିତର ତାଙ୍କୁ ଉଠାଇଲେ ଏବଂ ସେହି ବ୍ୟକ୍ତି ଚାଲିବାକୁ ଲାଗିଲା ! ଲୋକମାନେ ଯେବେ ଏହି ଚମତ୍କାର ଦେଖିଲେ ତେବେ ସେମାନଙ୍କର ଖୁସିର ସୀମା ରହିଲା ନାହିଁ ଏବଂ ଅନେକ ଲୋକ ଯୀଶୁଙ୍କ ଉପରେ ବିଶ୍ୱାସ କରି ଖ୍ରୀଷ୍ଟିୟାନ ହୋଇଗଲେ ।

କିନ୍ତୁ ଯାଜକ ଓ ସାଦ୍ଦୂକୀମାନେ ରାଗିଗଲେ । ସେମାନେ ପ୍ରେରିତମାନଙ୍କୁ ଧରି ଅଦାଲତକୁ ନେଇଗଲେ ଏବଂ ସେମାନଙ୍କୁ କଡ଼ା ଶବ୍ଦରେ ପଚାରିଲେ, ‘କିଏ ତମମାନଙ୍କୁ ଏହି ବ୍ୟକ୍ତିକୁ ଠିକ୍‌ କରିବାର ଶକ୍ତି ଦେଇଛି ?’ ପିତର କହିଲେ, ‘ଆମକୁ ଏହି ଶକ୍ତି ଯୀଶୁ ଖ୍ରୀଷ୍ଟ ଦେଇଛନ୍ତି ଯାହାକୁ ତମେମାନେ ମାରି ଦେଇଥିଲ ।’ ଧର୍ମଗୁରୁମାନେ ଜୋର୍‌ ପାଟି କରିବାକୁ ଲାଗିଲେ, ‘ଯୀଶୁଙ୍କ ବିଷୟରେ କଥା ହେବା ବନ୍ଦ କର ।’ କିନ୍ତୁ ପ୍ରେରିତମାନେ କହିଲେ, ‘ଆମକୁ ତାଙ୍କ ବିଷୟରେ କଥା ହେବାକୁ ହିଁ ପଡ଼ିବ । ଆମେ ବନ୍ଦ କରିବାନି ।’

ତାʼପରେ ପିତର ଓ ଯୋହନଙ୍କୁ ଛାଡ଼ି ଦିଆଗଲା । ସେମାନେ ତୁରନ୍ତ ଅନ୍ୟ ଶିଷ୍ୟମାନଙ୍କ ପାଖକୁ ଗଲେ ଏବଂ କହିଲେ ଯେ କʼଣ ହେଲା । ସେମାନେ ମିଶି ପ୍ରାର୍ଥନା କଲେ, ‘ହେ ଯିହୋବା, ଆମକୁ ସାହସ ଦିଅନ୍ତୁ ଯେ ଆମେ ଆପଣଙ୍କ କାମ କରିବା ଜାରି ରଖିବା ।’ ଯିହୋବା ସେମାନଙ୍କୁ ନିଜର ପବିତ୍ର ଶକ୍ତି ଦେଲେ ଏବଂ ସେମାନେ ପ୍ରଚାର କରିବା ଏବଂ ରୋଗୀମାନଙ୍କୁ ଠିକ୍‌ କରିବା ଜାରି ରଖିଲେ । ଆହୁରି ଅନେକ ଲୋକ ଯୀଶୁଙ୍କ ଉପରେ ବିଶ୍ୱାସ କରିବାକୁ ଲାଗିଲେ । ସାଦ୍ଦୂକୀମାନଙ୍କ ଈର୍ଷା ଏତେ ବଢ଼ିଗଲା ଯେ ସେମାନେ ପ୍ରେରିତମାନଙ୍କୁ ଗିରଫ କରିନେଲେ ଏବଂ ସେମାନଙ୍କୁ ଜେଲରେ ବନ୍ଦୀ କରିଦେଲେ । କିନ୍ତୁ ରାତିରେ ଯିହୋବା ଜଣେ ସ୍ୱର୍ଗଦୂତଙ୍କୁ ପଠାଇଲେ । ସ୍ୱର୍ଗଦୂତ ଜେଲ କବାଟ ଖୋଲି ଦେଇ ପ୍ରେରିତମାନଙ୍କୁ କହିଲେ, ‘ତମେମାନେ ମନ୍ଦିରକୁ ଫେରି ଯାଅ ଏବଂ ସେଠାରେ ଲୋକମାନଙ୍କୁ ଶିଖାଅ ।’

ପରଦିନ ମହାସଭା ଅର୍ଥାତ୍‌ ଧର୍ମଗୁରୁମାନଙ୍କର ଅଦାଲତରେ ଏହି ଖବର ଦିଆଗଲା: ‘ଜେଲ କବାଟ ବନ୍ଦ ଅଛି, କିନ୍ତୁ ଯେଉଁ ବ୍ୟକ୍ତିମାନଙ୍କୁ ତମେମାନେ ଗିରଫ କରିଥିଲ ସେମାନେ ଜେଲରେ ନାହାନ୍ତି ! ସେମାନେ ମନ୍ଦିରରେ ଲୋକମାନଙ୍କୁ ଶିଖାଉଛନ୍ତି !’ ପ୍ରେରିତମାନଙ୍କୁ ପୁଣିଥରେ ଗିରଫ କରାଗଲା ଏବଂ ମହାସଭାର ଆଗକୁ ଅଣାଗଲା । ମହାଯାଜକ ସେମାନଙ୍କୁ କହିଲେ, ‘ଆମେ ତମକୁ ଆଦେଶ ଦେଇଥିଲୁ ଯେ ତମେ ଯୀଶୁଙ୍କ ବିଷୟରେ କଥା ହେବ ନାହିଁ ।’ ସେସମୟରେ ପିତର କହିଲେ, ‘ମନୁଷ୍ୟମାନଙ୍କ ଆଜ୍ଞା ଅପେକ୍ଷା ଈଶ୍ୱରଙ୍କ ଆଜ୍ଞା ପାଳନ କରିବା ଆମ କର୍ତ୍ତବ୍ୟ ।’

ଧର୍ମଗୁରୁମାନେ ଏତେ ରାଗିଗଲେ ଯେ ସେମାନେ ପ୍ରେରିତମାନଙ୍କୁ ମାରି ଦେବା ପାଇଁ ଚାହୁଁଥିଲେ । କିନ୍ତୁ ଗମଲୀୟେଲ ନାମକ ଜଣେ ଫାରୂଶୀ ଛିଡ଼ା ହେଲେ ଏବଂ ସେମାନଙ୍କୁ କହିଲେ, ‘ଭଲଭାବରେ ଭାବି ନିଅ । ହୁଏତ ଈଶ୍ୱର ସେହି ବ୍ୟକ୍ତିମାନଙ୍କ ସହିତ ଅଛନ୍ତି । ତାହେଲେ କʼଣ ତମେ ଈଶ୍ୱରଙ୍କ ସହ ଲଢ଼ିବା ପାଇଁ ଚାହଁ ?’ ସେମାନେ ତାଙ୍କ କଥା ମାନିଲେ । ସେମାନେ ପ୍ରେରିତମାନଙ୍କୁ ପିଟିଲେ, ପୁଣିଥରେ ସେମାନଙ୍କୁ ଆଦେଶ ଦେଲେ ଯେ ସେମାନେ ପ୍ରଚାର କାମ କରିବା ବନ୍ଦ କରନ୍ତୁ ଏବଂ ପରେ ସେମାନଙ୍କୁ ଛାଡ଼ି ଦେଲେ । କିନ୍ତୁ ପ୍ରେରିତମାନେ ପ୍ରଚାର କରିବା ବନ୍ଦ କଲେ ନାହିଁ । ସେମାନେ ସାହସର ସହ ମନ୍ଦିରରେ ଏବଂ ଘର ଘର ଯାଇ ଲୋକମାନଙ୍କୁ ଖୁସିର ଖବର ଶୁଣାଇବା ଜାରି ରଖିଲେ ।

“ମନୁଷ୍ୟମାନଙ୍କ ଆଜ୍ଞା ଅପେକ୍ଷା ବରଂ ଈଶ୍ୱରଙ୍କ ଆଜ୍ଞା ପାଳନ କରିବା କର୍ତ୍ତବ୍ୟ ।”—ପ୍ରେରିତ ୫:୨୯

ପ୍ରଶ୍ନ: ଶିଷ୍ୟମାନେ ପ୍ରଚାର କରିବା କାହିଁକି ବନ୍ଦ କଲେ ନାହିଁ ? ଯିହୋବା କିପରି ସେମାନଙ୍କୁ ସାହାଯ୍ୟ କଲେ ?

ପ୍ରେରିତ ୩:୧–୪:୩୧; ୫:୧୨-୪୨

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ