ଗୀତ ୫୨
ଖ୍ରୀଷ୍ଟିୟାନ ସମର୍ପଣ
(ଏବ୍ରୀ ୧୦:୭, ୯)
୧. ଯିହୋବାଙ୍କ କାରୁକାର୍ଯ୍ୟ,
କେତେ ଯେ ସୌନ୍ଦର୍ଯ୍ୟ ।
ଧରା ଓ ସ୍ୱର୍ଗ, ପିତାର
ଗଢ଼ା ତୋ ହାତର ।
ଜୀବନ, ଆମକୁ ଦେଲ;
ପ୍ରମାଣ ବି କଲ ।
ତୁମେ ହିଁ ଆମ ମାନନୀୟ,
ତୁମେ ହିଁ ପୂଜନୀୟ ।
୨. ଯୀଶୁ ବାପ୍ତିସ୍ମ ଯେ ନେଲେ,
ପ୍ରତିଜ୍ଞା ସେ କଲେ:
‘ତୁମର ଇଚ୍ଛା ସାଧନ’
ମୁଁ କରିବା ଚାହେଁ ।
ପାଣିରେ ଯୀଶୁ ବୁଡ଼ିଲେ,
ଖ୍ରୀଷ୍ଟ ଯେ ସେ ହେଲେ ।
କଲେ ଇଚ୍ଛା ତୁମ ପୂରଣ,
ମାନିଲେ ଆଜ୍ଞା ତୋର ।
୩. ପ୍ରସ୍ତୁତ ଆମେ ଯିହୋବା,
ଖୁସି କରିବାକୁ ।
ଏ ଜୀବନ ସମର୍ପଣ,
କରିବୁ ତୋ କାମ ।
ପୁତ୍ରକୁ ଯେ ପଠାଇଲ,
ଦେଲ ବଳିଦାନ,
ବଞ୍ଚୁ ବା ମରୁ ତୁମ ପାଇଁ ।
ଜୀବନ ସମର୍ପଣ ।
(ମାଥି. ୧୬:୨୪; ମାର୍କ ୮:୩୪; ଲୂକ ୯:୨୩ ମଧ୍ୟ ଦେଖନ୍ତୁ ।)