ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • km ୨/୯୯ ପୃଷ୍ଠା ୪
  • ପ୍ରତ୍ୟେକ ବୟସର ଲୋକଙ୍କୁ ପାରିବାରିକ ସୁଖ ବହି ଦିଅନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରତ୍ୟେକ ବୟସର ଲୋକଙ୍କୁ ପାରିବାରିକ ସୁଖ ବହି ଦିଅନ୍ତୁ
  • ଆମ ରାଜ୍ୟ ସେବା—୧୯୯୯
ଆମ ରାଜ୍ୟ ସେବା—୧୯୯୯
km ୨/୯୯ ପୃଷ୍ଠା ୪

ପ୍ରତ୍ୟେକ ବୟସର ଲୋକଙ୍କୁ ପାରିବାରିକ ସୁଖ ବହି ଦିଅନ୍ତୁ

କାଲିଫର୍ଣ୍ଣିଆର ୧୧ ବର୍ଷୀୟ ଜଣେ ବାଳକ ପାରିବାରିକ ସୁଖର ରହସ୍ୟ (ଇଂଗ୍ରାଜୀ) ନାମକ ବହିଟି ନିମିତ୍ତ ନିଜର ମୂଲ୍ୟାଙ୍କନ ବ୍ୟକ୍ତ କରିଥିଲେ । ସେ ଲେଖିଥିଲେ: “ମୁଁ ଏଥିପାଇଁ କୃତଜ୍ଞ ଓ ମୁଁ ଅନ୍ୟ ପରିବାରଗୁଡ଼ିକୁ ଏହି ପହିଟି ପଢ଼ିବା ପାଇଁ ଉତ୍ସାହିତ କରେ, କାରଣ ଏହି ବହିଟି ଉତ୍କୃଷ୍ଟତମ ଅଟେ। ଏହା . . . ମୋର ପରିବାରକୁ ସୁଖ-ଶାନ୍ତି ପାଇବାରେ ସାହାଯ୍ୟ କରୁଅଛି ।” ଏହି ବାଳକଟିର ଅନୁଭବ ପ୍ରତ୍ୟେକ ବୟସର ଲୋକଙ୍କୁ ପାରିବାରିକ ସୁଖ ବହି ଦେବା ନିମିତ୍ତ ଆମକୁ ଉତ୍ସାହ ପ୍ରଦାନ କରିବା ଉଚିତ୍‌ । ଏଠାରେ କେତେକ ପ୍ରସ୍ତାବ ଦିଆଯାଇଛି, ତାହା ଆପଣ ଫେବୃୟାରି ମାସର ପରିଚର୍ଯ୍ୟାରେ ପ୍ରୟୋଗ କରିବା ପାଇଁ ଚେଷ୍ଟା କରିପାରନ୍ତି ।

୨ ଯୁବାବ୍ୟକ୍ତି ସହିତ ସାକ୍ଷାତ କରିବା ସମୟରେ ଆପଣ କହିପାରନ୍ତି:

▪ “ଆପଣଙ୍କ ବୟଷର ଅଧିକାଂଶ ଲୋକ ବିବାହ ବିଷୟରେ ଭାବୁଛନ୍ତି । କିନ୍ତୁ ଏହି ବିଷୟରେ ଆପଣ କେଉଁଠାରୁ ଭରଷାଯୋଗ୍ୟ ସୂଚନା ପାଇପାରନ୍ତି? [ଉତ୍ତର ପାଇଁ ଅପେକ୍ଷା କରନ୍ତୁ ।] ଯୁବାଲୋକ ବେଳେବେଳେ କହନ୍ତି ସେମାନେ ଜାଣନ୍ତି ନାହିଁ ଯେ ସେମାନେ ପ୍ରକୃତରେ ବିବାହ ପାଇଁ ଯୋଗ୍ୟ କି ନୁହଁ । ମୁଁ ଆପଣଙ୍କୁ ଏହି ବିଷୟରେ ଏହି ବହିଟିରେ ଲିଖିତ ସୂଚନା କହିବାକୁ ଚାହୁଛି ।” ପାରିବାରିକ ସୁଖ ବହିଟିର ୧୪ ପୃଷ୍ଠା ଖୋଲି ପରିଚ୍ଛେଦ ୩ ପଢ଼ନ୍ତୁ । ସେହି ଅଧ୍ୟାୟରେ ଥିବା ପ୍ରତ୍ୟେକ ଉପଶୀର୍ଷକକୁ ଦେଖାନ୍ତୁ । ସେମାନଙ୍କୁ ବହିଟି ଦିଅନ୍ତୁ ଏବଂ ପୁନର୍ସାକ୍ଷାତ କରିବାକୁ ଯୋଜନା କରନ୍ତୁ ।

୩ କୌଣସି ପିତାମାତାଙ୍କ ସହିତ ବାର୍ତ୍ତାଳାପ କଲାବେଳେ ଆପଣ କହିପାରନ୍ତି:

▪ “ଆମେ ପିତାମାତାଙ୍କୁ ପିଲାମାନଙ୍କ ନିମନ୍ତେ କିଛି ବ୍ୟବହାର୍ଯ୍ୟ ନିର୍ଦ୍ଦେଶ ଦେଉଛୁ । ସେହି ନିର୍ଦ୍ଦେଶ ପିଲାମାନଙ୍କୁ ଲାଳନ-ପାଳନ କରିବାରେ ସାହାଯ୍ୟ କରିବ । ଏହି ସବୁ ନିର୍ଦ୍ଦେଶ ପାରିବାରିକ ସୁଖର ରହସ୍ୟ ବହିରେ ଦିଆଯାଇଛି ।” ପୃଷ୍ଠା ୫୫ ଖୋଲି ଦେଖାନ୍ତୁ । ପରିଚ୍ଛେଦ ୧୦ ପଢ଼ନ୍ତୁ ଓ ପରିଚ୍ଛେଦ ୧୧ ରେ ଉଦ୍ଧୃତ କରାଯାଇଥିବା ଦ୍ୱିତୀୟ ବିବରଣ ୬:୬, ୭ ପଦ ପଢ଼ନ୍ତୁ। ପରିଚ୍ଛେଦ ୧୨ ରୁ ୧୬ ରେ ଲିଖିତ ବକ୍ରାକ୍ଷର ବାକ୍ୟକୁ ଦେଖାନ୍ତୁ। ତାʼପରେ କୁହନ୍ତୁ: “ଏହି ବହିଟି ପିତାମାତାଙ୍କରୂପେ ଅଧିକ ସଫଳତା ପାଇବା ପାଇଁ ଅଧିକାଂଶ ଲୋକଙ୍କୁ ସାହାଯ୍ୟ କରିଛି। ଯଦି ଆପଣ ଏହି ବହିଟିକୁ ପଢ଼ିବାକୁ ଚାହାନ୍ତି, ତେବେ ମୁଁ ଏହାର ଏକ ପ୍ରତିଲିପି ଆପଣଙ୍କୁ ଦେବାକୁ ଖୁସୀ ଦେବି ।”

୪ ବୃଦ୍ଧ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ଆପଣ କହିପାରନ୍ତି:

▪ “ମୁଁ ଆପଣଙ୍କୁ କିଛି ବିଷୟ ପଢ଼ି ଶୁଣାଇବାକୁ ଚାହୁଁଛି, ଆପଣ ଶୁଣିଲା ପରେ ଆପଣଙ୍କ ଚିନ୍ତାଧାରା ବ୍ୟକ୍ତ କରନ୍ତୁ।” ପାରିବାରିକ ସୁଖ ବହିଟିର ପୃଷ୍ଠା ୧୬୯ ରେ ଥିବା ୧୭ ପରିଚ୍ଛେଦର ପ୍ରଥମ ଦୁଇଟି ବାକ୍ୟ ପଢ଼ନ୍ତୁ। ତାଙ୍କର ଚିନ୍ତାଧାରା ବ୍ୟକ୍ତ କରିବା ପାଇଁ କୁହନ୍ତୁ। ତାଙ୍କର ଉତ୍ତର ଅନୁସାରେ, ଆପଣ ପୁଣି ପରିଚ୍ଛେଦଟିର କିଛି ବାକ୍ୟ ପଢ଼ି ବହିଟିକୁ ତାଙ୍କୁ ଦେଇପାରନ୍ତି।

୫ ଯେଉଁଠାରେ ପାରିବାରିକ ସୁଖ ବହି ଦେଇଛନ୍ତି, ସେଠାରେ ପୁନଃସାକ୍ଷାତ କରିବା ସମୟରେ, ବାଇବଲ ଅଧ୍ୟୟନ ଆରମ୍ଭ କରିବାକୁ ଚେଷ୍ଟା କରନ୍ତୁ। ଅଧ୍ୟୟନ ଆରମ୍ଭ କରିବା ନିମିତ୍ତ ଚାହିଁବା ବ୍ରୋଶରର ଅଧ୍ୟାୟ୮ କିମ୍ବା ଜ୍ଞାନ ବହିର ଅଧ୍ୟାୟ୧୫ ଠିକ୍‌ ହୋଇପାରେ। ଇତିମଧ୍ୟରେ, ସମସ୍ତ ବୟସର ଲୋକଙ୍କୁ ଗୋଟିଏ ସୁଖୀ ଖ୍ରୀଷ୍ଟୀୟ ପାରିବାରିକ ଜୀବନ ଉପଭୋଗ କରିବା ପାଇଁ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତୁ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ