ଘୋଷଣାବଳୀ
▪ ଫେବୃୟାରି ମାସ ପାଇଁ ସାହିତ୍ୟାଦିର ଅର୍ପଣ: ପାରିବାରିକ ସୁଖର ରହସ୍ୟ, (ଇଂଗ୍ରାଜୀ)। ମାର୍ଚ୍ଚ: ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ। ଗୃହ ବାଇବଲ ଅଧ୍ୟୟନ ଆରମ୍ଭ କରିବା ପାଇଁ ପ୍ରଚେଷ୍ଟା କରାଯିବ । ଏପ୍ରିଲ ଏବଂ ମେ: ପ୍ରହରୀଦୁର୍ଗ ଓ ଜାଗ୍ରତ ରୁହନ୍ତୁ! ପତ୍ରିକା ପାଇଁ ଅଭିଦାନ। ଆଗ୍ରହୀ ବ୍ୟକ୍ତିମାନଙ୍କ ପାଇଁ ଚାହିଁବା ବ୍ରୋଶର ରଖନ୍ତୁ ଏବଂ ଗୃହ ବାଇବଲ ଅଧ୍ୟୟନ ଆରମ୍ଭ କରିବାକୁ ଚେଷ୍ଟା କରନ୍ତୁ।
▪ ୧୯୯୯ ମସିହା, ମାର୍ଚ୍ଚ ୨୨ ତାରିଖର ସପ୍ତାହଠାରୁ ମଣ୍ଡଳୀର ପୁସ୍ତକ ଅଧ୍ୟୟନରେ ଜଣେ ସର୍ବଶ୍ରେଷ୍ଠ ମନୁଷ୍ୟ ଯିଏ ଥରେ ଜୀବିତ ଥିଲେ ବହିଟିର ଅଧ୍ୟୟନ କରାଯିବ । ଆମ ରାଜ୍ୟ ପରିଚର୍ଯ୍ୟାର ଏହି ସଂଖ୍ୟାରେ ସମ୍ପୂର୍ଣ୍ଣ ଅଧ୍ୟୟନ ତାଲିକା ଦିଆଯାଇଛି । ଆପଣ ଏହାର ଏକ ପ୍ରତିଲିପି କରି ନିଜର ବହିରେ ରଖନ୍ତୁ ଏବଂ ଆବଶ୍ୟକ ହେବା ସମୟରେ ଦେଖନ୍ତୁ । ଏହି ପୁସ୍ତକର ପ୍ରସ୍ତାବନାକୁ କିପରି ଆଲୋଚନା କରାଯିବ, ସେହି ବିଷୟରେ ଏପ୍ରିଲ ୧୯୯୩ ଆମ ରାଜ୍ୟ ପରିଚର୍ଯ୍ୟା (ଇଂଗ୍ରାଜୀ), ପୃଷ୍ଠା ୮ ରେ ଦିଆଯାଇଥିବା ଲେଖା “ଜଣେ ସର୍ବଶ୍ରେଷ୍ଠ ମନୁଷ୍ୟ ଯିଏ ଥରେ ଜୀବିତ ଥିଲେର ଅଧ୍ୟୟନ କରନ୍ତୁ,” ପରିଚ୍ଛେଦ ୫ ରେ ବୁଝାଯାଇଛି ।
▪ ସେକ୍ରେଟେରି ଓ ସର୍ଭିସ ଓଭରସିୟର ସମସ୍ତ ରେଗୁଲାର ପାଇନିୟରମାନଙ୍କ ସହିତ ସେମାନଙ୍କ କ୍ଷେତ୍ର ପରିଚର୍ଯ୍ୟା କାର୍ଯ୍ୟ ବିଷୟରେ କଥାବାର୍ତ୍ତା କରିବା ଉଚିତ୍ । ଯଦି କୌଣସି ପାଇନିୟରଙ୍କୁ ସମୟର ଆବଶ୍ୟକତା ପୁରଣ କରିବାରେ କଠିନ ହୁଏ, ତେବେ ପ୍ରାଚୀନ ତାଙ୍କୁ ସାହାଯ୍ୟ କରିବା ନିମିତ୍ତ ବ୍ୟବସ୍ଥା କରିବେ । ଅତିରିକ୍ତ ସାହାଯ୍ୟ ପାଇଁ ସଂସ୍ଥାର ଅକ୍ଟୋବର ୧ ତାରିଖର ବାର୍ଷିକ S-201 ଚିଠିଗୁଡ଼ିକର ପୁନର୍ବିଚାର କରନ୍ତୁ । ଅକ୍ଟୋବର ୧୯୮୬ ମସିହାର ଆମ ରାଜ୍ୟ ପରିଚର୍ଯ୍ୟାରେ ଦିଆଯାଇଥିବା ଇନସର୍ଟର ଅନୁଚ୍ଛେଦ ୧୨-୨୦ ମଧ୍ୟ ଦେଖନ୍ତୁ ।
▪ ଜାନୁଆରି ୧୫, ୧୯୯୯ ମସିହାର ସଂଖ୍ୟାରୁ ଉର୍ଦ୍ଦୁ ଭାଷାରେ ପ୍ରହରୀଦୁର୍ଗର ଅର୍ଦ୍ଧମାସିକ ସଂସ୍କରଣ ଉପଲବ୍ଧ ହେବ।