ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ମାର୍ଚ୍ଚ ପୃଷ୍ଠା ୮
  • ମୁଁ କେଉଁମାନଙ୍କୁ ନିମନ୍ତ୍ରଣ କରିବି ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ମୁଁ କେଉଁମାନଙ୍କୁ ନିମନ୍ତ୍ରଣ କରିବି ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • କʼଣ ଆପଣ ସ୍ମାରକ ପାଇଁ ପ୍ରସ୍ତୁତି କରୁଛନ୍ତି ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ସ୍ମାରକ ପାଳନ କରିବାର ଆପଣଙ୍କ ଚେଷ୍ଟା ଉପରେ ଯିହୋବା ଆଶିଷ ଦେବେ !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ନିଜକୁ ସ୍ମାରକ ଦିନ ପାଇଁ ପ୍ରସ୍ତୁତ କରନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ମାର୍ଚ୍ଚ ପୃଷ୍ଠା ୮
ଜଣେ ଭାଇ ତାଙ୍କ ସମ୍ପର୍କିୟଙ୍କୁ ରୋଷେଇ ଘରେ ବସିଥିବା ସମୟରେ ରକ ନିମନ୍ତ୍ରଣ ଦେଉଛନ୍ତି, ଯିଏ ଯିହୋବାଙ୍କ ସାକ୍ଷୀ ନୁହନ୍ତି । ସେମାନଙ୍କ ପନୀମାନେ ପଛରେ ଠିଆ ହୋଇ କଥାବାର୍ତ୍ତା କରି ରୋଷେଇ କରୁଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ମୁଁ କେଉଁମାନଙ୍କୁ ନିମନ୍ତ୍ରଣ କରିବି ?

ଲୋକେ ଆମ ସହିତ ସ୍ମାରକ ଦିବସ ପାଳନ କରିବେ, ତାʼପାଇଁ ପ୍ରତି ବର୍ଷ ଆମେ ନିମନ୍ତ୍ରଣ ଦେବା ପାଇଁ ଖୁବ୍‌ ପରିଶ୍ରମ କରିଥାଉ । ଯେଉଁମାନଙ୍କୁ ଆମେ ନିମନ୍ତ୍ରଣ ପତ୍ର ଦେଉ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ଆମେ ପୂର୍ବରୁ ଜାଣି ନ ଥାଉ । କିନ୍ତୁ ଆମେ ଏପରି ଲୋକଙ୍କୁ ମଧ୍ୟ ନିମନ୍ତ୍ରଣ କରିବା ଉଚିତ୍‌, ଯେଉଁମାନେ ଆମର ଚିହ୍ନା ପରିଚୟ ଅଟନ୍ତି । ପ୍ରାୟ ଦେଖାଯାଇଛି ଯେ ସ୍ମାରକକୁ ଏପରି ଲୋକେ ଆସନ୍ତି, ଯେଉଁମାନଙ୍କୁ ନିଜ ଚିହ୍ନା ପରିଚିତମାନଙ୍କଠାରୁ ନିମନ୍ତ୍ରଣ ମିଳେ । (ବାର୍ଷିକ ବହି୦୮-ଇଂ ପୃ ୧୧ ¶୩; ୧୪ ¶୧) ଆପଣ କେଉଁମାନଙ୍କୁ ସ୍ମାରକକୁ ନିମନ୍ତ୍ରଣ କରିବା ଉଚିତ୍‌ ?

  • ସମ୍ପର୍କୀୟମାନଙ୍କୁ

  • ସହକର୍ମୀ କିମ୍ବା ସହପାଠୀମାନଙ୍କୁ

  • ପଡ଼ୋଶୀମାନଙ୍କୁ

  • ନୂଆ ଓ ପୁରୁଣା ବାଇବଲ ବିଦ୍ୟାର୍ଥୀ ଏବଂ ପୁନଃସାକ୍ଷାତ କରୁଥିବା ବ୍ୟକ୍ତିମାନଙ୍କୁ

ଏହା ଛଡ଼ା, ପ୍ରାଚୀନମାନେ ଏପରି ଲୋକମାନଙ୍କୁ ନିମନ୍ତ୍ରଣ କରିବେ, ଯେଉଁମାନେ ପ୍ରଚାର କରିବା କିମ୍ବା ସଭାକୁ ଆସିବା ବନ୍ଦ କରି ଦେଇଛନ୍ତି । କିନ୍ତୁ ଆପଣ ଯଦି ଆପଣଙ୍କ ଅଞ୍ଚଳରେ ରହୁ ନ ଥିବା କୌଣସି ଚିହ୍ନା ପରିଚିତ ବ୍ୟକ୍ତିଙ୍କୁ ନିମନ୍ତ୍ରଣ ପତ୍ର ଦେଇଛନ୍ତି, ତେବେ ଆପଣ କʼଣ କରିବେ ? ସେହି ବ୍ୟକ୍ତିଙ୍କ ଅଞ୍ଚଳରେ ସ୍ମାରକର ଠିକଣା ଓ ସମୟ ଜାଣିବା ପାଇଁ jw.org ୱେବସାଇଟ୍‌କୁ ଯାଆନ୍ତୁ ଏବଂ ମୁଖ୍ୟ ପେଜ୍‌ର ସବୁଠାରୁ ଉପରେ, ଆମ ବିଷୟରେ ବିଭାଗକୁ ଯାଇ “ସ୍ମାରକ ସମାରୋହ” ବାଛନ୍ତୁ । ଏ ବର୍ଷ ସ୍ମାରକ ସହ ଜଡ଼ିତ ପ୍ରସ୍ତୁତି କରିବା ସମୟରେ ଏପରି ବ୍ୟକ୍ତିମାନଙ୍କ ବିଷୟରେ ଭାବନ୍ତୁ, ଯେଉଁମାନଙ୍କୁ ଆପଣ ଡାକିବାକୁ ଚାହାନ୍ତି ଏବଂ ତାʼପରେ ସେମାନଙ୍କୁ ନିମନ୍ତ୍ରଣ ପତ୍ର ଦିଅନ୍ତୁ ।

Collage: ୧. ଜଣେ ଭାଇ ଖାଇବା ଛୁଟି ସମୟରେ ତାଙ୍କ ସହକର୍ମୀଙ୍କୁ ସାକ୍ଷ ଦେଉଛନ୍ତି । ୨. ଜଣେ ଭାଇ ରେଷ୍ଟୁରାଣ୍ଟରେ କାମ କରୁଥିବା ବ୍ୟକ୍ତିଙ୍କୁ ଭିଡିଓ ଦେଖାଉଛନ୍ତି ।
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ