ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ମାର୍ଚ୍ଚ ପୃଷ୍ଠା ୯
  • ଆପଣ ସୋଶିଆଲ୍‌ ମିଡିଆରେ କାହା ସହ ସାଙ୍ଗ ହୁଅନ୍ତି ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆପଣ ସୋଶିଆଲ୍‌ ମିଡିଆରେ କାହା ସହ ସାଙ୍ଗ ହୁଅନ୍ତି ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ସୋଶିଆଲ୍‌ ମିଡିଆର ବିପଦଠାରୁ ଦୂରେଇ ରହନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ଭାବିଚିନ୍ତି ସାଙ୍ଗ ବାଛନ୍ତୁ
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ମାର୍ଚ୍ଚ ପୃଷ୍ଠା ୯

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଆପଣ ସୋଶିଆଲ୍‌ ମିଡିଆରେ କାହା ସହ ସାଙ୍ଗ ହୁଅନ୍ତି ?

ସାଙ୍ଗ ସେମାନଙ୍କୁ କୁହାଯାଏ ଯେଉଁମାନଙ୍କ ମଧ୍ୟରେ ପରସ୍ପର ପାଇଁ ଗଭୀର ପ୍ରେମ ଓ ଆଦର ଥାଏ । ଉଦାହରଣ ପାଇଁ, ଦାଉଦ ଗଲୀୟାତକୁ ଯୁଦ୍ଧରେ ଜୀବନରୁ ମାରିବା ପରେ ଦାଉଦ ଓ ଯୋନାଥନ ଭଲ ସାଙ୍ଗ ହୋଇଗଲେ । (୧ଶାମୁ ୧୮:୧) ଦୁହିଁଙ୍କ ପାଖରେ ଅନେକ ଭଲ ଗୁଣ ଥିଲା ତେଣୁ ସେମାନେ ପରସ୍ପରର ଭଲ ସାଙ୍ଗ ହୋଇପାରିଲେ । ଏଥିରୁ ଜଣାପଡ଼େ ଯେ କାହାରି ସହ ସାଙ୍ଗ ହେବା ପାଇଁ ତାଙ୍କୁ ଭଲ ଭାବେ ଜାଣିବାକୁ ପଡ଼ିବ । ଏପରି କରିବା ପାଇଁ ସମୟ ଓ ପରିଶ୍ରମ ଲାଗେ । କିନ୍ତୁ ସୋଶିଆଲ୍‌ ମିଡିଆରେ ଲୋକମାନେ ଗୋଟିଏ କ୍ଲିକ୍‌ରେ ଅନେକ ସାଙ୍ଗ କରିପାରିବେ । କିନ୍ତୁ ସେମାନେ ପ୍ରକୃତ ସାଙ୍ଗ ନ ଥାʼନ୍ତି । ସେମାନେ ନିଜ ପରିଚୟ ଲୁଚାନ୍ତି ଏବଂ ଅନ୍ୟମାନଙ୍କ ଭରସା ଜିତିବା ପାଇଁ ଭଲ ଭଲ କଥା କହନ୍ତି । ତେଣୁ ଆମେ ସୋଶିଆଲ୍‌ ମିଡିଆରେ ବୁଝିବିଚାରି ସାଙ୍ଗ କରିବା ଉଚିତ୍‌ । ଯଦି କେହି ଆପଣଙ୍କୁ ଫ୍ରେଣ୍ଡ ରିକୱେସ୍ଟ ପଠାନ୍ତି ଯାହାକୁ ଆପଣ ଜାଣିଛନ୍ତି କିନ୍ତୁ ଭଲ ଭାବେ ନୁହଁ, ତେବେ ଆପଣ ତାଙ୍କ ଫ୍ରେଣ୍ଡ ରିକୱେସ୍ଟ ଡିଲିଟ କରିପାରିବେ । ଏହା ଭାବନ୍ତୁ ନାହିଁ ଯେ ଏପରି କଲେ ତାଙ୍କୁ ଖରାପ ଲାଗିବ । ସୋଶିଆଲ୍‌ ମିଡିଆର ବିପଦ ଯୋଗୁଁ କିଛି ଲୋକ ତାʼର ବ୍ୟବହାର ହିଁ କରନ୍ତି ନାହିଁ । ଯଦି ଆପଣ ସୋଶିଆଲ୍‌ ମିଡିଆର ବ୍ୟବହାର କରିବା ବିଷୟରେ ଭାବୁଛନ୍ତି, ତେବେ ଆପଣଙ୍କୁ କେଉଁ କଥାଗୁଡ଼ିକୁ ଧ୍ୟାନ ଦେବା ଉଚିତ୍‌ ?

ସୋଶିଆଲ୍‌ ମିଡିଆ—ଟିକେ ସାବଧାନ ! ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • “ସୋଶିଆଲ୍‌ ମିଡିଆ​—⁠ଟିକେ ସାବଧାନ” ନାମକ ଭିଡିଓର ଏକ ଦୃଶ୍ୟ । ଜଣେ ଝିଅ ଟିଭିରେ ନିଜ ଫଟୋ ଦେଖି ଆଶ୍ଚର୍ଯ୍ୟ ହେଉଛି ।

    କୌଣସି ଫଟୋ ପୋଷ୍ଟ କରିବା କିମ୍ବା କିଛି ବି ଲେଖିବା ଆଗରୁ ପ୍ରଥମେ କେଉଁ କଥାଗୁଡ଼ିକୁ ମନେ ରଖିବା ଉଚିତ୍‌ ?

  • “ସୋଶିଆଲ୍‌ ମିଡିଆ​—⁠ଟିକେ ସାବଧାନ” ନାମକ ଭିଡିଓର ଏକ ଦୃଶ୍ୟ । ଦୁଇ ଜଣ ବଦମାସ ପିଲା ଜଣେ ପୁଅକୁ ସୋଶିଆଲ୍‌ ମିଡିଆରେ ପୋଷ୍ଟ କରାଯାଇଥିବା ଗୋଟେ ଫଟୋ ଦେଖାଉଛନ୍ତି । ପୁଅଟି ନିଜ ଆଖି ବନ୍ଦ କରିଛି ।

    ଆପଣ ସୋଶିଆଲ୍‌ ମିଡିଆରେ ବୁଝିବିଚାରି ସାଙ୍ଗ କାହିଁକି କରିବା ଉଚିତ୍‌ ?

  • “ସୋଶିଆଲ୍‌ ମିଡିଆ​—⁠ଟିକେ ସାବଧାନ” ନାମକ ଭିଡିଓର ଏକ ଦୃଶ୍ୟ । ଜଣେ ପୁଅ ରାତି ସାରା ଲାପଟପ ଚଲାଇଲା ଏବଂ ଏବେ ତା’ଉପରେ ମୁଣ୍ଡ ରଖି ଶୋଉଛି ।

    ଆପଣ ସୋଶିଆଲ୍‌ ମିଡିଆରେ କେତେ ସମୟ ବିତାଇବେ, ଏହା ଆପଣଙ୍କୁ ଆଗରୁ କାହିଁକି ଭାବି ରଖିବା ଉଚିତ୍‌ ?—ଏଫି ୫:୧୫, ୧୬

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ