୧୧-୧୭ ଅଗଷ୍ଟ
ହିତୋପଦେଶ ୨୬
ଗୀତ ୮୮ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ‘ମୂର୍ଖ’ ଲୋକଠାରୁ ଦୂରେଇ ରହନ୍ତୁ
(୧୦ ମି.)
‘ମୂର୍ଖ’ ଲୋକ ବାସ୍ତବରେ ସମ୍ମାନ ପାଇବାର ଯୋଗ୍ୟ ନୁହେଁ (ହିତୋ ୨୬:୧; ଇନସାଇଟ୍-୨ ପୃ ୭୨୯ ¶୬)
‘ମୂର୍ଖ’ ଲୋକକୁ ସୁଧାରିବା ପାଇଁ ପ୍ରାୟ କଡ଼ା ଅନୁଶାସନ ଦେବାକୁ ପଡ଼ିଥାଏ (ହିତୋ ୨୬:୩; ପ୍ର୮୭-ଇଂ ୧୦/୧ ପୃ ୧୯ ¶୧୨)
‘ମୂର୍ଖ’ ଲୋକ ଭରସାଯୋଗ୍ୟ ନ ଥାଏ (ହିତୋ ୨୬:୬; ଇନସାଇଟ୍-୨ ପୃ ୧୯୧ ¶୪)
ଶବ୍ଦର ଅର୍ଥ: ବାଇବଲରେ ‘ମୂର୍ଖ’ ଶବ୍ଦର ଅର୍ଥ ହେଉଛି, ଏପରି ବ୍ୟକ୍ତି ଯିଏ ଭାବିଚିନ୍ତି କାମ କରେ ନାହିଁ ଏବଂ ଠିକ୍ ଓ ଭୁଲ ବିଷୟରେ ଯିହୋବାଙ୍କର ସ୍ତର ମାନେ ନାହିଁ ।
୨. ବହୁମୂଲ୍ୟ ରତ୍ନ
(୧୦ ମି.)
ହିତୋ ୨୬:୪, ୫—ଆମେ କାହିଁକି କହିପାରିବା ଯେ ଏହି ଦୁଇଟି ପଦରେ ଅଲଗା ଅଲଗା କଥା କୁହାଯାଇ ନାହିଁ ? (ଇନସାଇଟ୍-୧ ପୃ ୮୪୬)
ଏ ସପ୍ତାହର ଅଧ୍ୟାୟରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ହିତୋ ୨୬:୧-୨୦ (ଶିଖାଇବା ଅଧ୍ୟୟନ ୫)
୪. କଥାବାର୍ତ୍ତା ଆରମ୍ଭ କରିବା
(୩ ମି.) ଘର ଘର ପ୍ରଚାର । ଗୋଟିଏ ଟ୍ରାକ୍ଟର ବ୍ୟବହାର କରି କଥାବାର୍ତ୍ତା ଆରମ୍ଭ କରନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୫)
୫. ପୁଣିଥରେ ଭେଟିବା ସମୟରେ
(୪ ମି.) ଘର ଘର ପ୍ରଚାର । ଗତଥର ଆପଣ ଘରମାଲିକଙ୍କୁ ଯେଉଁ ଟ୍ରାକ୍ଟ ଦେଇଥିଲେ, ତାʼ ଉପରେ ହିଁ କଥାବାର୍ତ୍ତା ଆଗକୁ ବଢ଼ାନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୭ ପଏଣ୍ଟ ନଂ. ୪)
୬. ବାଇବଲ ଅଧ୍ୟୟନ ସମୟରେ
(୫ ମି.) ନିଜର ବାଇବଲ ବିଦ୍ୟାର୍ଥୀକୁ ତାଙ୍କର କୌଣସି ସମ୍ପର୍କୀୟଙ୍କୁ ସାକ୍ଷ୍ୟ ଦେବା ପାଇଁ ସାହାଯ୍ୟ କରନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୧୧ ପଏଣ୍ଟ ନଂ. ୫)
ଗୀତ ୯୪
୭. ବ୍ୟକ୍ତିଗତ ଅଧ୍ୟୟନ କରନ୍ତୁ ଓ ‘ପରିତ୍ରାଣଜନକ ଜ୍ଞାନୀ’ ହୁଅନ୍ତୁ
(୧୫ ମି.) ଆଲୋଚନା ।
ପ୍ରେରିତ ପାଉଲ ତୀମଥିଙ୍କୁ ପବିତ୍ର ଶାସ୍ତ୍ରର ଲେଖାଗୁଡ଼ିକର ମହତ୍ତ୍ୱ ମନେ ପକାଇଲେ, ଯେଉଁଗୁଡ଼ିକୁ ସେ ଛୋଟବେଳୁ ଶିଖିଥିଲେ । ଏହି ଲେଖାଗୁଡ଼ିକ ଯୋଗୁଁ ସେ ‘ପରିତ୍ରାଣଜନକ ଜ୍ଞାନୀ’ ହୋଇପାରିଲେ । (୨ତୀମ ୩:୧୫) ବାଇବଲରେ ଯେଉଁ ସତ୍ୟଗୁଡ଼ିକ ଦିଆଯାଇଛି ତାହା ବହୁମୂଲ୍ୟ ଅଟେ, ତେଣୁ ପ୍ରତ୍ୟେକ ଖ୍ରୀଷ୍ଟିୟାନକୁ ବାଇବଲ ପଢ଼ିବା ଓ ତାହାର ଅଧ୍ୟୟନ କରିବା ପାଇଁ ସମୟ ନିର୍ଦ୍ଧାରିତ କରିବା ଉଚିତ୍ । କିନ୍ତୁ ଯଦି ଆମକୁ ଅଧ୍ୟୟନ କରିବା ପାଇଁ ଇଚ୍ଛା ହୁଏ ନାହିଁ, ତାହେଲେ ଆମେ କʼଣ କରିବା ?
୧ ପିତର ୨:୨, ୩ ପଢ଼ନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
କʼଣ ଆପଣଙ୍କୁ ବାଇବଲର ଅଧ୍ୟୟନ କରିବା ମଜାଦାର ଲାଗିପାରେ ?
ଆମେ କିପରି ଈଶ୍ୱରଙ୍କ ବାକ୍ୟ ପଢ଼ିବା ପାଇଁ ନିଜ ଭିତରେ “ଇଚ୍ଛା” ବଢ଼ାଇପାରିବା ?—ପ୍ର୧୮.୦୩-ହି ପୃ ୨୯ ¶୬
ସଂଗଠନ ଯେଉଁ JW ଲାଇବ୍ରେରୀ ଆପ୍, ୱେବସାଇଟ୍ ଇତ୍ୟାଦି ତିଆରି କରିଛି, ତାହା ସାହାଯ୍ୟରୁ ଆମେ କିପରି ବାଇବଲ ପଠନ ଓ ତାହାର ଅଧ୍ୟୟନକୁ ମଜାଦାର କରିପାରିବା ?
ସଂଗଠନକୁ ମିଳିଥିବା ସଫଳତା—JW ଲାଇବ୍ରେରୀ ଆପ୍ ବ୍ୟବହାର କରିବାର ଉପାୟ ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
JW ଲାଇବ୍ରେରୀ ଆପ୍ ବ୍ୟବହାର କରି ଆପଣଙ୍କୁ କେଉଁ କେଉଁ ଲାଭ ହୋଇଛି ?
ଏହି ଆପ୍ର କେଉଁ ଫିଚର୍କୁ ବ୍ୟବହାର କରିବା ଆପଣଙ୍କୁ ଭଲ ଲାଗେ ?
ଆପଣ ଏହି ଆପ୍ର କେଉଁ ଫିଚର୍ ବ୍ୟବହାର କରିବା ଶିଖିବା ପାଇଁ ଚାହାନ୍ତି ?
୮. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ବହୁମୂଲ୍ୟ ଶିକ୍ଷା ପାଠ ୮-୯