ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w23 ନଭେମ୍ବର ପୃଷ୍ଠା ୩୧
  • ହୁଲଡାଙ୍କୁ ନିଜ ପରିଶ୍ରମର ଭଲ ଫଳ ମିଳିଲା !

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ହୁଲଡାଙ୍କୁ ନିଜ ପରିଶ୍ରମର ଭଲ ଫଳ ମିଳିଲା !
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
w23 ନଭେମ୍ବର ପୃଷ୍ଠା ୩୧

ହୁଲଡାଙ୍କୁ ନିଜ ପରିଶ୍ରମର ଭଲ ଫଳ ମିଳିଲା !

ଆସନ୍ତୁ କିଛି ବର୍ଷ ପଛକୁ ଯିବା ଏବଂ ଇଣ୍ଡୋନେସିଆର ସେଙ୍ଗିର ବେସାର ନାମକ ଛୋଟ ଦ୍ୱୀପରେ ଯିବା । ସେଠାରେ ଆମର ତିନିଜଣ ଭଉଣୀ ସମୁଦ୍ର କୂଳରେ କିଛି କାମ କରୁଛନ୍ତି । ସେହି ଦ୍ୱୀପରେ ଅନେକ ଲୋକ ଜାଣନ୍ତି ଯେ ଆମ ଏହି ଭଉଣୀମାନେ ପ୍ରାୟ ଲୋକମାନଙ୍କୁ ବାଇବଲ ପଢ଼ାନ୍ତି । କିନ୍ତୁ ଏଥର ସେମାନେ କିଛି ଅନ୍ୟ କାମ କରୁଛନ୍ତି ।

ଇଣ୍ଡୋନେସିଆ ଏବଂ ଆଖପାଖର ଦେଶଗୁଡ଼ିକର ନକ୍ସା । ସେଠାରେ ହିଁ ଗୋଟିଏ ଛୋଟ ଚିତ୍ରରେ ସେଙ୍ଗିର ବେସାର ନାମକ ଛୋଟ ଦ୍ୱୀପକୁ ଦେଖାଇ ଦିଆଯାଇଛି ।

ଉତ୍ତର ଇଣ୍ଡୋନେସିଆରେ ସେଙ୍ଗିର ବେସାର ଦ୍ୱୀପ

ପ୍ରଥମେ ସେମାନେ ସମୁଦ୍ରର ଟିକେ ଭିତରକୁ ଚାଲିକି ଯାʼନ୍ତି ଏବଂ ସେଠାରୁ ବଡ଼ ବଡ଼ ପଥର ଉଠାଇ କୂଳକୁ ନେଇ ଆସନ୍ତି । ସେମଧ୍ୟରୁ କିଛି ପଥର ଫୁଟବଲ୍‌ ଭଳି ବଡ଼ ଅଛି । ତାʼପରେ ସେମାନେ କାଠର ଷ୍ଟୁଲରେ ବସିଯାʼନ୍ତି ଏବଂ ହାତୁଡ଼ିରେ ସେହି ପଥରଗୁଡ଼ିକୁ ଭାଙ୍ଗି କୁକୁଡ଼ାର ଅଣ୍ଡା ଯେତେ ଛୋଟ ଛୋଟ କରିଦିଅନ୍ତି । ତାʼପରେ ସେମାନେ ସେହି ଛୋଟ ଛୋଟ ଖଣ୍ଡଗୁଡ଼ିକୁ ପ୍ଲାଷ୍ଟିକର ବାଲ୍‌ଟିଗୁଡ଼ିକରେ ଭରନ୍ତି । ତାʼପରେ ସେହି ବାଲ୍‌ଟିଗୁଡ଼ିକୁ ସିଢ଼ିରେ ଚଢ଼ାଇ ସେମାନେ ଯେଉଁଠି ରହନ୍ତି ସେଠାକୁ ନେଇଯାʼନ୍ତି । ତାʼପରେ ସେହି ପଥରଗୁଡ଼ିକୁ ବସ୍ତାଗୁଡ଼ିକରେ ଭରନ୍ତି, ଯାହାଦ୍ୱାରା ତାହା ଟ୍ରକରେ ଲଦା ଯାଇପାରିବ । ଏହି ପଥର ସଡ଼କ ତିଆରି କାମରେ ଆସେ ।

ଭଉଣୀ ହୁଲଡା ସମୁଦ୍ର କୂଳରେ ପଥର ଗୋଟାଉଛନ୍ତି ।

ସେମଧ୍ୟରୁ ଜଣେ ଭଉଣୀଙ୍କ ନାମ ହେଉଛି ହୁଲଡା । ଅନ୍ୟ ଭଉଣୀମାନଙ୍କ ଅପେକ୍ଷା ସେ ଏହି କାମରେ ଟିକେ ଅଧିକ ସମୟ ଦେଇପାରୁଛନ୍ତି । ଦେଖିବାକୁ ଗଲେ ସେ ପଥର ଭାଙ୍ଗି ଯେତେ ପଇସା ରୋଜଗାର କରନ୍ତି, ସେଥିରୁ ତାଙ୍କ ପରିବାର ଚଳିଯାଏ, କିନ୍ତୁ ଏବେ ସେ ଟିକେ ଅଧିକ କାମ କରି କିଛି ପଇସା ଜମା କରିବା ପାଇଁ ଚାହାନ୍ତି । କାହିଁକି ? ସେ ଗୋଟିଏ ଟ୍ୟାବଲେଟ କିଣିବା ପାଇଁ ଚାହାନ୍ତି, ଯାହାଦ୍ୱାରା ସେ ସେଥିରେ JW ଲାଇବ୍ରେରୀ ଆପ୍‌ ଚଳାଇପାରିବେ । ଭଉଣୀ ହୁଲଡା ଜାଣନ୍ତି ଯେ ସେଥିରେ ଯେଉଁ ଭିଡିଓ ଏବଂ ଅନ୍ୟ ପ୍ରକାଶନଗୁଡ଼ିକ ଅଛି, ସେଥିରୁ ସେ ଭଲଭାବେ ପ୍ରଚାର କରିପାରିବେ ଏବଂ ନିଜେ ବି ବାଇବଲର ଭଲ ଅଧ୍ୟୟନ କରିପାରିବେ ।

ଭଉଣୀ ହୁଲଡା ପ୍ରାୟ ଦେଢ଼ ମାସ ଯାଏଁ ପ୍ରତିଦିନ ସକାଳେ ଦୁଇ ଘଣ୍ଟା ଅଧିକ କାମ କଲେ । ଏହି ଦେଢ଼ ମାସରେ ଭଉଣୀ ଯେତେ ପଥର ଭାଙ୍ଗିଲେ, ସେଥିରୁ ଗୋଟିଏ ଛୋଟ ଟ୍ରକ ଭରିଗଲା । ଏବେ ଭଉଣୀଙ୍କ ପାଖରେ ଏତେ ପଇସା ହୋଇଗଲା ଯେ ସେ ସେଥିରୁ ଗୋଟିଏ ଟ୍ୟାବଲେଟ କିଣି ନେଲେ ।

ଭଉଣୀ ହୁଲଡା ନିଜ ଟ୍ୟାବଲେଟକୁ ଧରିଛନ୍ତି

ଭଉଣୀ ହୁଲଡା କହନ୍ତି, “ପଥର ଭାଙ୍ଗୁ ଭାଙ୍ଗୁ ମୁଁ ଥକିଯାଉଥିଲି, ମୋ ଶରୀର ଦରଜ ହେବାକୁ ଲାଗୁଥିଲା । କିନ୍ତୁ ଯେବେ ମୁଁ ଏହି ଟ୍ୟାବଲେଟରୁ ଲୋକମାନଙ୍କୁ ଭଲଭାବେ ପ୍ରଚାର କରିବାକୁ ଲାଗିଲି ଏବଂ ସଭାଗୁଡ଼ିକର ଭଲଭାବେ ପ୍ରସ୍ତୁତି କରିବାକୁ ଲାଗିଲି, ତେବେ ମୁଁ ନିଜ ସବୁ ଦରଜ ଭୁଲିଗଲି ।” ଭଉଣୀ ଏହା ବି କହନ୍ତି ଯେ ତାଙ୍କ ଏହି ଟ୍ୟାବଲେଟ ମହାମାରୀ ଆରମ୍ଭ ସମୟରେ ମଧ୍ୟ ତାଙ୍କ ବହୁତ କାମରେ ଆସିଲା, କାରଣ ସେସମୟରେ ମଣ୍ଡଳୀର ସଭାଗୁଡ଼ିକ ଏବଂ ପ୍ରଚାର କାମ ସବୁ ଭିଡିଓ କନଫ୍ରେନସ ଜରିଆରେ ହିଁ ହେଉଥିଲା । ଆମେ ବହୁତ ଖୁସି ଯେ ଭଉଣୀ ହୁଲଡାଙ୍କୁ ନିଜ ପରିଶ୍ରମର ଭଲ ଫଳ ମିଳିଲା !

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ