ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w25 ଅକ୍ଟୋବର ପୃଷ୍ଠା ୩୨
  • ପ୍ରତିଦିନ ବାଇବଲ ପଢ଼ିବା ପାଇଁ କʼଣ କରିବା ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରତିଦିନ ବାଇବଲ ପଢ଼ିବା ପାଇଁ କʼଣ କରିବା ?
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ପ୍ରାୟ ସମାନ ଲେଖା
  • କʼଣ ଆପଣ ବାଇବଲର ଅଡିଓ ରେକଡିଙ୍ଗ୍‌ ଶୁଣନ୍ତି ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଆପଣ ବାଇବଲକୁ କିପରି ଭଲ ଭାବେ ବୁଝିପାରିବେ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଈଶ୍ୱର ଓ ପଡ଼ୋଶୀମାନଙ୍କ ପ୍ରତି ପ୍ରେମ କିପରି ବଢ଼ାଇବା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
w25 ଅକ୍ଟୋବର ପୃଷ୍ଠା ୩୨

ଅଧ୍ୟୟନ ପାଇଁ ପରାମର୍ଶ

ପ୍ରତିଦିନ ବାଇବଲ ପଢ଼ିବା ପାଇଁ କʼଣ କରିବା ?

ଆଜିର ସମୟରେ ଆମେ ସମସ୍ତେ ଭାରି ବ୍ୟସ୍ତ ରହୁ । ତେଣୁ ପ୍ରତିଦିନ ବାଇବଲ ପଢ଼ିବା ପାଇଁ ସମୟ ବାହାର କରିବା କଠିନ ଲାଗିପାରେ । (ଯିହୋ. ୧:୮) ଏପରି ସମୟରେ ଆପଣ ତଳକୁ ଦିଆଯାଇଥିବା ପରାମର୍ଶକୁ ମାନିପାରିବେ:

  • ପ୍ରତିଦିନ ଆଲାର୍ମ ଲଗାନ୍ତୁ । ପ୍ରତିଦିନ ବାଇବଲ ପଢ଼ିବା ପାଇଁ ନିଜ ଫୋନ୍‌ରେ ଆଲାର୍ମ ଲଗାନ୍ତୁ ।

  • ବାଇବଲକୁ ଏପରି ଜାଗାରେ ରଖନ୍ତୁ, ଯେଉଁ ଜାଗାରେ ଆପଣ ସହଜରେ ଦେଖିପାରିବେ । ଯଦି ଆପଣ ଛପାଯାଇଥିବା ବାଇବଲରୁ ପଢ଼ନ୍ତି, ତାହେଲେ ତାହାକୁ ଏପରି ଜାଗାରେ ରଖନ୍ତୁ ଯେଉଁ ଜାଗାରେ ଆପଣ ପ୍ରତିଦିନ ସହଜରେ ଦେଖିପାରିବେ ।—ଦ୍ୱିବି. ୧୧:୧୮.

  • ଅଡିଓ ରେକଡିଙ୍ଗ୍‌ ଶୁଣନ୍ତୁ । ପ୍ରତିଦିନର କାମ କରୁଥିବା ସମୟରେ ଅଡିଓ ରେକଡିଙ୍ଗ୍‌ ଶୁଣନ୍ତୁ । ଭଉଣୀ ତାରା ଅଗ୍ରଦୂତ ସେବା କରନ୍ତି ଏବଂ ତାଙ୍କର ତିନି ଜଣ ପିଲା ଅଛନ୍ତି । ସେ ରାତିରେ କାମ କରନ୍ତି । ସେ କହନ୍ତି, “ମୁଁ ଘର କାମ କରିବା ସମୟରେ ବାଇବଲର ରେକଡିଙ୍ଗ୍‌ ଶୁଣେ । ଏପରି କରି ମୁଁ ପ୍ରତିଦିନ ବାଇବଲ ପଢ଼ିପାରେ ।”

  • ହାର୍‌ ମାନନ୍ତୁ ନାହିଁ । ହୁଏତ କୌଣସି ଦିନ ଆପଣ ଯେଉଁ ସମୟରେ ବାଇବଲ ପଢ଼ିବା ପାଇଁ ଭାବିଥିଲେ, ସେହି ସମୟରେ ହଠାତ୍‌ କୌଣସି କାମ ଆସିଯାଏ । ଏପରି ସମୟରେ ଆପଣ କʼଣ କରିପାରିବେ ? ଆପଣ ଶୋଇବା ପୂର୍ବରୁ କିଛି ପଦ ପଢ଼ିବା ପାଇଁ ଚେଷ୍ଟା କରନ୍ତୁ । ଅଳ୍ପ କିଛି ପଦ ପଢ଼ିଲେ ବି ଆପଣଙ୍କୁ ସେଥିରୁ ଲାଭ ହେବ ।—୧ ପିତ. ୨:୨.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ