ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • g21 ସଂ ୧ ପୃଷ୍ଠା ୩
  • ସୁଖ ଶାନ୍ତିର ଜୀବନ ଆଜି ମଧ୍ୟ ସମ୍ଭବ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସୁଖ ଶାନ୍ତିର ଜୀବନ ଆଜି ମଧ୍ୟ ସମ୍ଭବ
  • ସଜାଗ ହୁଅ !—୨୦୨୧
  • ପ୍ରାୟ ସମାନ ଲେଖା
  • ସୂଚୀପତ୍ର
    ସଜାଗ ହୁଅ !—୨୦୨୧
  • ପ୍ରକୃତ ବୁଦ୍ଧି ଉଚ୍ଚସ୍ୱରରେ ଡାକୁଛି !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
ସଜାଗ ହୁଅ !—୨୦୨୧
g21 ସଂ ୧ ପୃଷ୍ଠା ୩
ଜଣେ ମହିଳା କଫି ସପ୍‌ରେ ବସିଛନ୍ତି ଏବଂ ସେ ଏବେ ଯାହା ପଲେ, ତା’ ବିଷୟରେ ଭାବୁଛନ୍ତି ।

ସୁଖ ଶାନ୍ତିର ଜୀବନ ଆଜି ମଧ୍ୟ ସମ୍ଭବ

ରାନୀa କହନ୍ତି, “ଦୁନିଆର ପରିସ୍ଥିତି ବହୁତ ଖରାପ ଅଛି । କିଏ ଗରିବ ଅଛି ତ କିଏ ରୋଗରେ ପଡ଼ିଛି । ପିଲାମାନଙ୍କ ସହିତ ବହୁତ ଦୁର୍ବ୍ୟବହାର ହେଉଛି । ଜାଗା ଜାଗାରେ ଦଙ୍ଗା ହେଉଛି । ଏହା ଦେଖି ବହୁତ ଖରାପ ଲାଗେ । କିନ୍ତୁ ଏବେ ମୁଁ ଜାଣିପାରିଲି ଯେ ଏସବୁ ସବୁଦିନ ପାଇଁ ରହିବ ନାହିଁ ।”

ରାନୀ ଜାଣିଲେ ଯେ ଆମ ସମସ୍ତଙ୍କୁ ସୃଷ୍ଟି କରିଥିବା ଈଶ୍ୱର ଆଗକୁ ଯାଇ ଦୁନିଆର ପରିସ୍ଥିତି ଠିକ୍‌ କରିଦେବେ । ସେ ଏହା ବି ଜାଣିଲେ ଯେ ଆମେ ଭଲ ଜୀବନ ଜୀଇଁପାରିବା, ସେଥିପାଇଁ ଈଶ୍ୱର ଆମକୁ ଅନେକ ବଢ଼ିଆ ପରାମର୍ଶ ଦେଇଛନ୍ତି । ଏସବୁ ଜାଣିଲା ପରେ ରାନୀଙ୍କୁ ପ୍ରକୃତ ଖୁସି ମିଳିଲା । ଯଦି ଆପଣ ବି ଈଶ୍ୱରଙ୍କ ପରାମର୍ଶ ମାନିବେ ତେବେ ଆପଣ ବି ଖୁସିରେ ରହିପାରିବେ । ପରବର୍ତ୍ତୀ କିଛି ଲେଖାରେ ଆମେ ଏସବୁ ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା:

  • ପରିବାରରେ ଖୁସି ଓ ଶାନ୍ତିରେ ରହିବା ପାଇଁ ଆମେ କʼଣ କରିବା ଉଚିତ୍‌ ?

  • ଆମେ ଅନ୍ୟମାନଙ୍କ ସହିତ ଭଲ ସମ୍ପର୍କ କିପରି ଗଢ଼ିପାରିବା ?

  • ଆମେ ଖୁସି ଓ ସନ୍ତୁଷ୍ଟି କିପରି ପାଇପାରିବା ?

  • ଦୁନିଆରେ ଏତେ ଦୁଃଖକଷ୍ଟ କାହିଁକି ଅଛି ? ମଣିଷର ମୃତ୍ୟୁ କାହିଁକି ହୁଏ ?

  • ଆମେ କାହିଁକି ଭରସା ରଖିପାରିବା ଯେ ଆଗକୁ ଯାଇ ସବୁକିଛି ଠିକ୍‌ ହୋଇଯିବ ?

  • ଆମେ ଈଶ୍ୱରଙ୍କୁ କିପରି ଜାଣିପାରିବା ଏବଂ ତାଙ୍କ ନିକଟବର୍ତ୍ତୀ ହୋଇପାରିବା ?

ଈଶ୍ୱର ଏସବୁ ବିଷୟରେ ଯେଉଁ ତଥ୍ୟ ଦେଇଛନ୍ତି ତାହା କେବଳ କିଛି ଲୋକଙ୍କ ପାଇଁ ନୁହେଁ ବରଂ ସମସ୍ତଙ୍କ ପାଇଁ ।

a ଏହି ପତ୍ରିକାରେ ଯେଉଁ ଲୋକମାନଙ୍କ ନାମ ଦିଆଯାଇଛି, ତାହା ତାଙ୍କ ଅସଲି ନାମ ନୁହେଁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ