ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • g25 ସଂ ୧ ପୃଷ୍ଠା ୬-୯
  • ଭାବିଚିନ୍ତି ପଇସା ଖର୍ଚ୍ଚ କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଭାବିଚିନ୍ତି ପଇସା ଖର୍ଚ୍ଚ କରନ୍ତୁ
  • ସଜାଗ ହୁଅ !—୨୦୨୫
  • ଉପଶୀର୍ଷକ
  • ଏପରି କରିବା କାହିଁକି ଜରୁରୀ ?
  • ଆପଣ ଏହା କିପରି କରିପାରିବେ ?
ସଜାଗ ହୁଅ !—୨୦୨୫
g25 ସଂ ୧ ପୃଷ୍ଠା ୬-୯
ଚିତ୍ରଗୁଡ଼ିକ: ୧. ଜଣେ ଦମ୍ପତି ଟେବୁଲ ପାଖରେ ବସି ନିଜ ଖର୍ଚ୍ଚର ହିସାବ ବିଷୟରେ କଥା ହେଉଛନ୍ତି ଏବଂ ତାଙ୍କ ଝିଅ ପାଖ ରୋଷେଇ ଘରେ କିଛି କରୁଛି । ୨. ଟେବୁଲ ଉପରେ କିଛି ବିଲ୍‌ ଓ ରସିଦ ଅଛି । ତାʼଉପରେ ଗୋଟିଏ ଫୋନ୍‌ ଅଛି, ସେଥିରେ କାଲକୁଲେଟର ଖୋଲା ଅଛି ।

ଦରଦାମ୍‌ ବଢ଼ି ଚାଲିଛି

ଭାବିଚିନ୍ତି ପଇସା ଖର୍ଚ୍ଚ କରନ୍ତୁ

ଯେବେ ଦରଦାମ୍‌ ବଢ଼େ, ତେବେ ଆମେ ସମସ୍ତେ ଚିନ୍ତାରେ ପଡ଼ିଯାଉ । ଆମକୁ ବୁଝାପଡ଼େ ନାହିଁ ଯେ ଆମେ କʼଣ କରିବା । କିନ୍ତୁ ଏମିତି ସମୟରେ ବି ଆପଣ କିଛି ପଦକ୍ଷେପ ନେଇପାରିବେ ଏବଂ ନିଜ ପରିସ୍ଥିତିକୁ ସୁଧାରିପାରିବେ ।

ଏପରି କରିବା କାହିଁକି ଜରୁରୀ ?

ଯଦି ଆପଣ ଭାବିଚିନ୍ତି ଖର୍ଚ୍ଚ କରିବେ ନାହିଁ, ତେବେ ଆପଣଙ୍କର ଆର୍ଥିକ ସମସ୍ୟା ବଢ଼ିପାରେ ଆଉ ଆପଣଙ୍କର ଚିନ୍ତାଗୁଡ଼ିକ ବି ବଢ଼ିପାରେ । ଯଦିଓ ଆପଣଙ୍କ ପାଖରେ କମ୍‌ ପଇସା ଥିବ, ତଥାପି ତାʼର ସଠିକ୍‌ ବ୍ୟବହାର କରିବା ପାଇଁ ଆପଣ ବହୁତ କିଛି କରିପାରିବେ ।

ଆପଣ ଏହା କିପରି କରିପାରିବେ ?

ନିଜ ଆୟ ଅନୁସାରେ ଖର୍ଚ୍ଚ କରନ୍ତୁ । ଆପଣଙ୍କ ପାଖରେ ଯେତେ ପଇସା ଅଛି, ତାʼ ଅନୁସାରେ ଖର୍ଚ୍ଚ କଲେ ଆପଣଙ୍କର ଚିନ୍ତା କମ୍‌ ହେବ । ଏପରି କଲେ ଆପଣଙ୍କ ହାତରେ କିଛି ପଇସା ବି ବଞ୍ଚିଯିବ, ଯାହା ଆପଣ ଆଗକୁ ଯାଇ ଆବଶ୍ୟକ ସମୟରେ ଖର୍ଚ୍ଚ କରିପାରିବେ ।

ଯଦି ଆପଣ ଲେଖିକି ରଖିବେ ଯେ ଆପଣଙ୍କ ଆୟ କେତେ ଓ ଖର୍ଚ୍ଚ କେତେ, ତାହେଲେ ଆପଣ ନିଜ ଆୟଠାରୁ ଅଧିକ ଖର୍ଚ୍ଚ କରିବେ ନାହିଁ । ତାʼପରେ ଏହା ନିଶ୍ଚିତ କରନ୍ତୁ ଯେ ଆପଣ କେବଳ ସେହି ଜିନିଷଗୁଡ଼ିକ ପାଇଁ ଖର୍ଚ୍ଚ କରିବେ, ଯାହା ଆପଣଙ୍କୁ ପ୍ରକୃତରେ ଆବଶ୍ୟକ । ଯେବେ ଆପଣଙ୍କର ଆୟ ବଦଳେ କିମ୍ବା ଜିନିଷଗୁଡ଼ିକର ଦରଦାମ୍‌ ବଦଳେ, ତାହେଲେ ପୁଣିଥରେ ଦେଖନ୍ତୁ ଯେ କେଉଁ ଜିନିଷଗୁଡ଼ିକ ଉପରେ ଆପଣ କେତେ ଖର୍ଚ୍ଚ କରିବେ । ଆଉ ହଁ, ଯଦି ଆପଣ ବିବାହିତ ତାହେଲେ କୌଣସି ବି ନିଷ୍ପତ୍ତି ନେବା ପୂର୍ବରୁ ନିଜ ସାଥି ସହ କଥା ହୁଅନ୍ତୁ ।

ଏହା ଲାଗୁ କରି ଦେଖନ୍ତୁ: ଉଧାରରେ କିମ୍ବା EMI (ଇଏମଆଇ) ଜରିଆରେ ଜିନିଷଗୁଡ଼ିକ କିଣିବା ପରିବର୍ତ୍ତେ ଯଦି ସମ୍ଭବ, ସେହି ସମୟରେ ହିଁ ପଇସା ଦେଇ କିଣନ୍ତୁ । କିଛିଲୋକ ଏମିତି କଲା ପରେ ଦେଖିଲେ ଯେ ସେମାନେ ନିଜ ଆୟ ଅନୁସାରେ ଖର୍ଚ୍ଚ କରିପାରନ୍ତି, ଏପରିକି ଋଣରୁ ବି ବଞ୍ଚିଯାʼନ୍ତି । ଏହା ଛଡ଼ା, ସମୟ ବାହାର କରି ନିଜ ବ୍ୟାଙ୍କ ପାସବୁକ୍‌ କିମ୍ବା ଷ୍ଟେଟ୍‌ମେଣ୍ଟ୍‌ ଦେଖନ୍ତୁ । ଏଥିରୁ ଆପଣଙ୍କୁ ଜଣାପଡ଼ିବ ଯେ ଆପଣଙ୍କ ଖାତାରେ କେତେ ପଇସା ଆସିଲା, କେତେ ଗଲା ଏବଂ କେତେ ପଇସା ରହିଲା । ହୁଏତ ଏଥିରୁ ଆପଣଙ୍କର ଚିନ୍ତା କମ୍‌ ହେବ ।

ଖର୍ଚ୍ଚଗୁଡ଼ିକ କମ୍‌ କରିବା ହୁଏତ ଆପଣଙ୍କୁ କଠିନ ଲାଗିପାରେ । କିନ୍ତୁ ଯଦି ଆପଣ ଭାବିଚିନ୍ତି ଖର୍ଚ୍ଚ କରିବେ ଓ ଭଲ ହିସାବ ରଖିବେ, ତାହେଲେ ଆପଣଙ୍କୁ ବହୁତ ସାହାଯ୍ୟ ମିଳିପାରିବ । ଏପରିକି ପଇସାକୁ ନେଇ ଆପଣଙ୍କୁ ଅଧିକ ଚିନ୍ତା ହେବ ନାହିଁ ।

‘ବ୍ୟୟ ହିସାବ ରଖନ୍ତୁ ।’—ଲୂକ ୧୪:୨୮.


ନିଜ ଚାକିରିକୁ ସୁରକ୍ଷିତ ରଖନ୍ତୁ । ଏଥିପାଇଁ ଆପଣ ଅନେକ ପଦକ୍ଷେପ ନେଇପାରିବେ । ଯେପରି, କାମ ଜାଗାରେ ଠିକ୍‌ ସମୟରେ ପହଞ୍ଚନ୍ତୁ । କାମ ବିଷୟରେ ସଠିକ୍‌ ଦୃଷ୍ଟିକୋଣ ରଖନ୍ତୁ । କଠିନ ପରିଶ୍ରମ କରନ୍ତୁ । ଆଗକୁ ବଢ଼ି ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ । ସମସ୍ତଙ୍କର ସମ୍ମାନ କରନ୍ତୁ । କାମ ଜାଗାରେ ନିୟମ ମାନନ୍ତୁ ଏବଂ ନିଜ ଦକ୍ଷତା ବଢ଼ାଇବା ପାଇଁ ଚେଷ୍ଟା କରନ୍ତୁ ।


ଅଯଥା ପଇସା ଖର୍ଚ୍ଚ କରନ୍ତୁ ନାହିଁ । ନିଜକୁ ପଚାରନ୍ତୁ, ‘କʼଣ ମୁଁ ନିଜ ପଇସା ବେକାର ଜିନିଷଗୁଡ଼ିକ ଉପରେ କିମ୍ବା ଖରାପ ଅଭ୍ୟାସଗୁଡ଼ିକରେ ଖର୍ଚ୍ଚ କରୁଛି ?’ ଅନେକ ଲୋକ ନିଜେ ପରିଶ୍ରମ କରି କମାଇଥିବା ପଇସାକୁ ଡ୍ରଗସ୍‌, ଜୁଆ, ସିଗାରେଟ୍‌ କିମ୍ବା ମଦରେ ଉଡ଼ାଇ ଦିଅନ୍ତି । ଏହି ଖରାପ ଅଭ୍ୟାସଗୁଡ଼ିକ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଯାଏ ଏବଂ ସେମାନେ ନିଜ ଚାକିରି ମଧ୍ୟ ହରାଇ ବସନ୍ତି ।

‘ଯେଉଁ ଲୋକ ଜ୍ଞାନ ପାଏ ସେ ଧନ୍ୟ । ରୂପାର ବାଣିଜ୍ୟଠାରୁ ତାହାର ବାଣିଜ୍ୟ ଉତ୍ତମ ।’—ହିତୋପଦେଶ ୩:୧୩, ୧୪.


ଜରୁରୀକାଳୀନ ପରିସ୍ଥିତି ପାଇଁ ପଇସା ସଞ୍ଚୟ କରି ରଖନ୍ତୁ । ଯଦି ହୋଇପାରେ କିଛି ପଇସା ସଞ୍ଚୟ କରି ରଖନ୍ତୁ, ଯାହାଦ୍ୱାରା ହଠାତ୍‌ କୌଣସି ବଡ଼ ଖର୍ଚ୍ଚ କିମ୍ବା ସମସ୍ୟା ଆସିଲେ ସେହି ପଇସା ଆପଣଙ୍କ କାମରେ ଆସିବ । ଯେପରି, ଆପଣ କିମ୍ବା ଆପଣଙ୍କ ପରିବାରରେ କେହି ଅସୁସ୍ଥ ହୋଇପାରନ୍ତି, ଆପଣଙ୍କର ଚାକିରି ଚାଲି ଯାଇପାରେ କିମ୍ବା ଆଉ କିଛି ଖରାପ ପରିସ୍ଥିତି ଆସିପାରେ । ଏପରି ସମୟରେ ଯଦି ଆପଣ କିଛି ପଇସା ସଞ୍ଚୟ କରି ରଖିଥିବେ, ତାହେଲେ ଆପଣଙ୍କୁ ଚିନ୍ତା ହେବ ନାହିଁ ।

‘ସମସ୍ତଙ୍କ ପ୍ରତି ପରିସ୍ଥିତି ସମୟ ଓ ସୁଯୋଗ ଦ୍ୱାରା ପ୍ରଭାବିତ ହୁଏ ।’—ଉପଦେଶକ ୯:୧୧, ଇଜି-ଟୁ-ରିଡ୍‌ ଭର୍ସନ ।

ପଇସା ସଞ୍ଚୟ କରିବାର ପରାମର୍ଶ

ଖୁଚୁରାରେ ଭରା କାଚ ବୋତଲ ।

ବାହାରେ ଖାଦ୍ୟ ଖାଇବା ଅପେକ୍ଷା ଘର ରନ୍ଧା ଖାଦ୍ୟ ଖାଆନ୍ତୁ

ପ୍ରାୟ ବାହାରେ ଖାଦ୍ୟ ଖାଇବା କିମ୍ବା ବାହାରୁ ଖାଦ୍ୟ ମଗାଇବା ମହଙ୍ଗା ପଡ଼ିପାରେ । ଏହା ସତ ଯେ ଘରେ ତିଆରି କରିବା ପାଇଁ ଅଧିକ ସମୟ ଓ ପରିଶ୍ରମ ଲାଗେ, କିନ୍ତୁ ଏଥିରୁ ଆପଣଙ୍କର ବେଶୀ ପଇସା ସଞ୍ଚୟ ହୋଇପାରିବ । ଖାଦ୍ୟ ମଧ୍ୟ ପୁଷ୍ଟିକର ହେବ ।

ବୁଝିବିଚାରି କିଣାକିଣି କରନ୍ତୁ

  • ଯାହା ଦେଖାଯାଉଛି ତୁରନ୍ତ ତାହା କିଣି ପକାନ୍ତୁ ନାହିଁ, ବରଂ ଗୋଟିଏ ଲିଷ୍ଟ ତିଆରି କରନ୍ତୁ ଆଉ ତାʼ ଅନୁସାରେ ହିଁ କିଣନ୍ତୁ ।

  • ଯଦି ସମ୍ଭବ ତାହେଲେ କିଛି ଜିନିଷ ଅଧିକ ମାତ୍ରାରେ କିଣିଲେ ତାହା ବେଶୀ ଶସ୍ତା ପଡ଼ିବ । କିନ୍ତୁ ଧ୍ୟାନ ରଖନ୍ତୁ, ଯଦି ତାହା ଖାଇବା ପିଇବା ଜିନିଷ ତାʼହେଲେ ସେଗୁଡ଼ିକୁ ଏପରି କୌଣସି ଜାଗାରେ ରଖନ୍ତୁ, ଯେଉଁଠି ତାହା ଶୀଘ୍ର ଖରାପ ହେବ ନାହିଁ । ଏପରି କଲେ ଆପଣଙ୍କ ପଇସା ବରବାଦ ହେବ ନାହିଁ ।

  • ଏପରି ବ୍ରାଣ୍ଡର ଜିନିଷଗୁଡ଼ିକ କିଣିବା ପାଇଁ ଭାବନ୍ତୁ, ଯାହା ଶସ୍ତା ମଧ୍ୟ ଥିବ ଏବଂ ଭଲ କ୍ୱାଲିଟିର ମଧ୍ୟ ଥିବ ।

  • ଅନଲାଇନ୍‌ ସପିଙ୍ଗ କରି ଦେଖନ୍ତୁ । ବେଳେବେଳେ ସେଥିରେ ଭଲ ଡିଲ୍‌ ଥାଏ । ପ୍ରାୟ ଦେଖିବାକୁ ମିଳେ ଯେ ଯେବେ ଆମେ ଦୋକାନ କିମ୍ବା ମଲ୍‌କୁ ଯାଉ, ତେବେ ସେଠାରେ ଆମେ ଯାହା ଦେଖୁ ତାହା କିଣିନେଉ । କିନ୍ତୁ ଅନଲାଇନ୍‌ ସପିଙ୍ଗରେ ଏପରି କରିବାଠାରୁ ଆମେ ଦୂରେଇ ରହିପାରୁ, କାରଣ ଆମେ ସହଜରେ ଦେଖିପାରୁ ଯେ ଜିନିଷଗୁଡ଼ିକର ଦାମ୍‌ କେତେ ଏବଂ ମୋଟ ଖର୍ଚ୍ଚ କେତେ ହେବ ।

  • ସେହି ଜାଗାରୁ କିଣନ୍ତୁ ଯେଉଁଠି ସେଲ୍‌ ଲାଗିଛି, ଭଲ ଅଫର୍‌ କିମ୍ବା ଡିସ୍କାଉଣ୍ଟ ମିଳୁଛି । କୁପନ ଥିଲେ ବ୍ୟବହାର କରନ୍ତୁ । କୌଣସି ବି ଜିନିଷ କିଣିବା ପୂର୍ବରୁ ଅଲଗା ଅଲଗା ଜାଗାରୁ କିମ୍ବା ଅଲଗା ଅଲଗା ବ୍ରାଣ୍ଡର ଦାମ୍‌କୁ ତୁଳନା କରନ୍ତୁ । କିଛି ବି କିଣିବା ସମୟରେ ଏହା ବି ତୁଳନା କରିପାରିବେ ଯେ ତାକୁ ଚଲାଇବା ପାଇଁ କେତେ ବିଜୁଳି କିମ୍ବା ଇନ୍ଧନ ଖର୍ଚ୍ଚ ହେବ କିମ୍ବା ରକ୍ଷଣାବେକ୍ଷଣ କରିବା ପାଇଁ କେତେ ଖର୍ଚ୍ଚ ହେବ ।

ନୂଆ ଟାବଲେଟ୍‌ ବା ଫୋନ୍‌ କିଣିବା ପୂର୍ବରୁ ଥରେ ଭାବନ୍ତୁ

ଫୋନ୍‌ କିମ୍ବା ଅନ୍ୟ ଜିନିଷଗୁଡ଼ିକ ତିଆରି କରୁଥିବା କମ୍ପାନୀ ସବୁ ଲାଭ କମାଇବା ପାଇଁ ଲଗାତାର ନୂଆ ନୂଆ ମଡେଲ୍‌ ବାହାର କରୁଥାଏ । ତେଣୁ କିଛି ବି କିଣିବା ପୂର୍ବରୁ ନିଜକୁ ପଚାରନ୍ତୁ: ‘କʼଣ ଏବେ ହିଁ ନୂଆ ମଡେଲ୍‌ କିଣିବା ଜରୁରୀ ନା ପୁରୁଣାରେ ହିଁ କାମ ଚଳିଯିବ ? ଯଦି ବଦଳାଇବାର ହିଁ ଅଛି, ତାହେଲେ କʼଣ ପୂରା ଲେଟେଷ୍ଟ ମଡେଲ ନେବା ଜରୁରୀ ?’

ଜିନିଷ ଖରାପ ହେଲେ ଫିଙ୍ଗନ୍ତୁ ନାହିଁ ମରାମତି କରନ୍ତୁ

ଘରର ଜିନିଷଗୁଡ଼ିକୁ ଭଲ ଅବସ୍ଥାରେ ରଖନ୍ତୁ, ଯାହାଦ୍ୱାରା ସେଗୁଡ଼ିକ ଲମ୍ବା ସମୟ ଯାଏ ଚାଲିବ । ଯଦି ଖରାପ ହୋଇଯାଏ ଆଉ ସେଗୁଡ଼ିକୁ ମରାମତି କରିବା ଶସ୍ତା ପଡ଼ିବ, ତାହେଲେ ତାହା ମରାମତି କରନ୍ତୁ । ଆଉ ଯଦି କୌଣସି ଜିନିଷକୁ ବଦଳାଇବାକୁ ପଡ଼େ, ତାହେଲେ ଆପଣ ସେକେଣ୍ଡ ହ୍ୟାଣ୍ଡ ବି କିଣିବା ବିଷୟରେ ଭାବିପାରିବେ ।

ଫଳ ଓ ପନିପରିବା ଲଗାନ୍ତୁ

କʼଣ ଆପଣ ନିଜ ଘରେ ହିଁ କିଛି ଫଳ ଓ ପନିପରିବା ଲଗାଇପାରିବେ ? ଏପରି କଲେ ଆପଣଙ୍କ ଖର୍ଚ୍ଚ କିଛି କମ୍‌ ହୋଇପାରେ । କେବଳ ଏତିକି ନୁହେଁ, ଆପଣ ଅନ୍ୟମାନଙ୍କୁ ବି ଫଳ ଓ ପନିପରିବା ଦେଇପାରିବେ । ତାʼଛଡ଼ା ସେଗୁଡ଼ିକ ବଦଳରେ ଆପଣ ଅନ୍ୟ ଫଳ କିମ୍ବା ପନିପରିବା କିଣିପାରିବେ କିମ୍ବା ସେଗୁଡ଼ିକୁ ବିକ୍ରି କରିପାରିବେ ।

“ଯୋଜନା ଏବଂ କଠିନ କର୍ମ ପ୍ରଚୁରତା ଜନ୍ମାଏ ।”—ହିତୋପଦେଶ ୨୧:୫, ଇଜି-ଟୁ-ରିଡ୍‌ ଭର୍ସନ ।

କିଛି କ୍ରେଡିଟ୍‌ କାର୍ଡ ।

“ପ୍ରତିଦିନର ଜିନିଷଗୁଡ଼ିକ କିଣିବା ପୂର୍ବରୁ ମଧ୍ୟ ଆମେ ତାʼର ଦାମ୍‌ ଦେଖୁ । ଆମେ ଏ କଥାର ବି ଧ୍ୟାନ ରଖୁ ଯେ ଆମେ ନିଜ କ୍ରେଡିଟ୍‌ କାର୍ଡର ଅଧିକ ବ୍ୟବହାର ନ କରୁ ।”—ମାଇଲ୍‌ସ, ଇଂଲଣ୍ଡ ।

ଗୋଟିଏ ଖାତା, ପେନ୍‌, ଗାଡ଼ିର ଚାବିଗୁଛା ।

“ପ୍ରତ୍ୟେକ ଥର ସଉଦା କିଣିବା ପୂର୍ବରୁ ମୋ ପରିବାରର ସମସ୍ତେ ମିଶି ଗୋଟିଏ ଲିଷ୍ଟ ତିଆରି କରନ୍ତି ଯେ ଆମକୁ କେଉଁ ଜିନିଷଗୁଡ଼ିକର ଆବଶ୍ୟକ ଅଛି ।”—ଜେର୍ମୀ, ଆମେରିକା ।

ଗୋଟିଏ କ୍ୟାଲଣ୍ଡର ଓ କାଲକୁଲେଟର ।

“କିଛି ବି କିଣିବା ପୂର୍ବରୁ ଆମେ ବାରମ୍ବାର ଦେଖୁ ଯେ ତାହା କିଣିବା ଆମ ବଜେଟ୍‌ରେ ଅଛି ନା ନାହିଁ । ଏହା ଛଡ଼ା, ଆମେ ଜରୁରୀକାଳୀନ ପରିସ୍ଥିତି ପାଇଁ ମଧ୍ୟ କିଛି ପଇସା ଅଲଗା ରଖୁ ।”—ୟାଏଲ, ଇସ୍ରାୟଲ ।

ଗୋଟିଏ ରେଞ୍ଚି ଓ ପେଚକଶ ।

“ଆମେ ନିଜ ପିଲାମାନଙ୍କୁ ଶିଖାଇଲୁ ଯେ ଯେବେ କିଛି ଜିନିଷ ଖରାପ ହୋଇଯାଏ କିମ୍ବା ଭାଙ୍ଗିଯାଏ, ତାହା ଗାଡ଼ି ହେଉ କିମ୍ବା ଘରର କୌଣସି ଜିନିଷ, ସେସମୟରେ ନୂଆ କିଣିବା ପରିବର୍ତ୍ତେ ତାକୁ ଠିକ୍‌ କିପରି କରିବା । ଆମେ ଏହା ବି ଚେଷ୍ଟା କରୁ ଯେ ଆମେ ଲେଟେଷ୍ଟ ମଡେଲ୍‌ର ଜିନିଷଗୁଡ଼ିକ ନ କିଣୁ ।”—ଯେଫ୍‌ରୀ, ଆମେରିକା ।

“ମୁଁ ପନିପରିବା ଲଗାଏ ଏବଂ କିଛି କୁକୁଡ଼ା ମଧ୍ୟ ରଖେ, ଏଥିରୁ ମୋର କିଛି ଖର୍ଚ୍ଚ କମ୍‌ ହୋଇଯାଇଛି । କେବଳ ଏତିକି ନୁହେଁ, ମୁଁ କିଛି ପନିପରିବା ଅନ୍ୟମାନଙ୍କୁ ବି ଦେଇପାରେ ।”—ହୋନୋ, ମ୍ୟାନମାର ।

ଜଣେ ବ୍ୟକ୍ତି ନିଜ ବଗିଚାରେ ଅଲଗା ଅଲଗା ପନିପରିବା ତୋଳୁଛନ୍ତି ।
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ