ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • rq ପାଠ ୫ ପୃଷ୍ଠା ୧୦-୧୧
  • ପୃଥିବୀ ପ୍ରତି ପରମେଶ୍ୱରଙ୍କ ଉଦ୍ଦେଶ୍ୟ କʼଣ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପୃଥିବୀ ପ୍ରତି ପରମେଶ୍ୱରଙ୍କ ଉଦ୍ଦେଶ୍ୟ କʼଣ ?
  • ଈଶ୍ୱର ଆମମାନଙ୍କଠାରୁ କʼଣ ଚାହାନ୍ତି ?
  • ପ୍ରାୟ ସମାନ ଲେଖା
  • ପୃଥିବୀ ପାଇଁ ପରମେଶ୍ୱରଙ୍କ ଉଦ୍ଦେଶ୍ୟ କʼଣ?
    ପରମେଶ୍ୱରଙ୍କ ତରଫରୁ ଖୁସିର ଖବର!
  • ମାନବଜାତି ପାଇଁ ଈଶ୍ୱରଙ୍କ ଉଦ୍ଦେଶ୍ୟ କʼଣ ଅଟେ ?
    ବାଇବଲ ଆମକୁ କʼଣ ଶିଖାଏ?
ଈଶ୍ୱର ଆମମାନଙ୍କଠାରୁ କʼଣ ଚାହାନ୍ତି ?
rq ପାଠ ୫ ପୃଷ୍ଠା ୧୦-୧୧

ପାଠ ୫

ପୃଥିବୀ ପ୍ରତି ପରମେଶ୍ୱରଙ୍କ ଉଦ୍ଦେଶ୍ୟ କʼଣ ?

ଯିହୋବା ପୃଥିବୀକୁ ସୃଷ୍ଟି କଲେ କାହିଁକି ? (୧, ୨)

ପୃଥିବୀ ବର୍ତ୍ତମାନ ଏକ ପାରାଦୀଶ ନୁହେଁ କାହିଁକି ? (୩)

ଦୁଷ୍ଟ ଲୋକମାନଙ୍କର କʼଣ ହେବ ? (୪)

ଭବିଷ୍ୟତରେ ଯୀଶୁ ରୋଗୀ, ବୃଦ୍ଧ ଓ ମୃତମାନଙ୍କ ପାଇଁ କʼଣ କରିବେ ? (୫, ୬)

ଭବିଷ୍ୟତରେ ଆଶୀର୍ବାଦ ସମୂହରେ ଅଂଶଗ୍ରହଣ କରିବା ପାଇଁ ଆପଣମାନଙ୍କୁ କʼଣ କରିବା ଆବଶ୍ୟକ ? (୭)

୧. ଯିହୋବା ଏହି ପୃଥିବୀକୁ ସୃଷ୍ଟି କରିଥିଲେ ଯେପରିକି ମନୁଷ୍ୟ ଏଠାରେ ଚିରକାଳ ଆନନ୍ଦରେ ବସବାସ କରନ୍ତେ । ସେ ଚାହିଁଥିଲେ ପୃଥିବୀ ସର୍ବଦା ଧାର୍ମିକ, ସୁଖୀ ମାନବ ସମାଜ ଦ୍ୱାରା ବସତିପୂର୍ଣ୍ଣ ହେଉ । (ଗୀତସଂହିତା ୧୧୫:୧୬; ଯିଶାଇୟ ୪୫:୧୮) ପୃଥିବୀ କଦାପି ଧ୍ୱଂସ ହେବ ନାହିଁ; ବରଂ ଚିରକାଳ ସ୍ଥାଇ ରହିବ ।—ଗୀତସଂହିତା ୧୦୪:୫; ଉପଦେଶକ ୧:୪.

୨. ମନୁଷ୍ୟକୁ ସୃଷ୍ଟି କରିବା ପୂର୍ବରୁ ପରମେଶ୍ୱର ପୃଥିବୀର ଗୋଟିଏ ଛୋଟ ଅଂଶ ବାଛିନେଇ ସେଠାରେ ରମଣୀୟ ପାରାଦୀଶ ରଚନା କରିଥିଲେ । ସେ ତାହାକୁ ଏଦନ ଉଦ୍ୟାନ ନାମିତ କରିଥିଲେ । ସେ ଏହିଠାରେ ପ୍ରଥମ ପୁରୁଷ ଓ ସ୍ତ୍ରୀ, ଆଦମ ଓ ହବାଙ୍କୁ ରଖିଲେ । ପରମେଶ୍ୱରଙ୍କ ଉଦ୍ଦେଶ୍ୟ ଥିଲା ଯେ ସେମାନଙ୍କ ସନ୍ତାନସନ୍ତତି ଦ୍ୱାରା ସାରା ପୃଥିବୀ ପରିପୂର୍ଣ୍ଣ ହେଉ । କ୍ରମଶଃ ସେମାନେ ସମଗ୍ର ପୃଥିବୀକୁ ଏକ ପାରାଦୀଶ ରୂପ ଦିଅନ୍ତେ ।—ଆଦି ପୁସ୍ତକ ୧:୨୮; ୨:୮, ୧୫.

୩. ଇଚ୍ଛାକୃତ ଭାବେ ନିୟମ ଭଙ୍ଗ କରି ଆଦମ ଓ ହବା ପାପ କରିଥିଲେ । ତେଣୁ ଯିହୋବା ସେମାନଙ୍କୁ ଏଦନ ଉଦ୍ୟାନରୁ ବିତାଡ଼ିତ କରିଥିଲେ । ପାରାଦୀଶ ଲୁପ୍ତ ହୋଇଗଲା । (ଆଦି ପୁସ୍ତକ ୩:୧-୬, ୨୩) କିନ୍ତୁ ଯିହୋବା ପୃଥିବୀ ପାଇଁ ତାଙ୍କ ଉଦ୍ଦେଶ୍ୟ ଭୁଲି ନାହାନ୍ତି । ସେ ଏହାକୁ ଏକ ପାରାଦୀଶ ରୂପ ଦେବେ ବୋଲି ପ୍ରତିଜ୍ଞା କରିଛନ୍ତି ଯେଉଁଠି ମନୁଷ୍ୟ ଅନନ୍ତକାଳ ଧରି ବାସ କରିବେ । ସେ ଏହା କିପରି କରିବେ ?—ଗୀତସଂହିତା ୩୭:୨୯.

୪. ପୃଥିବୀ ଏକ ପାରାଦୀଶରେ ପରିଣତ ହେବା ପୂର୍ବରୁ ଦୁଷ୍ଟ ଲୋକମାନଙ୍କୁ ଦୂରୀକୃତ କରିବାକୁ ହେବ । (ଗୀତସଂହିତା ୩୭:୩୮) ଦୁଷ୍ଟତାର ଅବସାନ ପାଇଁ ଉଦ୍ଦିଷ୍ଟ ପରମେଶ୍ୱରଙ୍କ ଯୁଦ୍ଧ ହର୍ମିଗିଦ୍ଦୋନରେ ଏହା ଘଟିବ । ତାପରେ ଶୟତାନକୁ ୧,୦୦୦ବର୍ଷ ପାଇଁ ବନ୍ଦୀକରାଯିବ । ଏହାର ଅର୍ଥ ଆଉ କୌଣସି ଦୁଷ୍ଟ ଏ ପୃଥିବୀକୁ ନଷ୍ଟ କରିବାକୁ ରହିବ ନାହିଁ । କେବଳ ପରମେଶ୍ୱରଙ୍କ ଲୋକେ ବଞ୍ଚି ରହିବେ ।—ପ୍ରକାଶିତ ବାକ୍ୟ ୧୬:୧୪, ୧୬; ୨୦:୧-୩.

୫. ତାପରେ ଯୀଶୁ ଖ୍ରୀଷ୍ଟ ୧,୦୦୦ ବର୍ଷ ପାଇଁ ପୃଥିବୀକୁ ଶାସନ କରିବେ । (ପ୍ରକାଶିତ ବାକ୍ୟ ୨୦:୬) ଧୀରେ-ଧୀରେ ସେ ଆମ୍ଭମାନଙ୍କ ମନ ଓ ଶରୀରରୁ ପାପ କାଢ଼ିନେବେ । ଆମ୍ଭେମାନେ ସଂପୂର୍ଣ୍ଣ ସିଦ୍ଧ ମାନବରେ ପରିଣତ ହୋଇପାରିବା ଠିକ୍‌ ଯେମିତି ପାପ କରିବା ପୂର୍ବରୁ ଆଦମ ଓ ହବା ଥିଲେ । ସେତେବେଳେ କୌଣସି ରୋଗ, ବାର୍ଦ୍ଧକ୍ୟ ଓ ମୃତ୍ୟୁ ରହିବ ନାହିଁ । ରୋଗୀ ଆରୋଗ୍ୟ ହେବେ ଓ ବୃଦ୍ଧମାନେ ପୁଣି ତରୁଣ ଅବସ୍ଥାକୁ ଫେରିଆସିବେ ।—ଆୟୁବ ୩୩:୨୫; ଯିଶାଇୟ ୩୩:୨୪; ପ୍ରକାଶିତ ବାକ୍ୟ ୨୧୩, ୪.

୬. ଯୀଶୁଙ୍କ ହଜାର ବର୍ଷ ରାଜତ୍ୱ କାଳରେ ବିଶ୍ୱସ୍ତ ଲୋକେ ସମଗ୍ର ପୃଥିବୀକୁ ଏକ ପାରାଦୀଶରେ ପରିବର୍ତ୍ତନ କରିବା ପାଇଁ କାର୍ଯ୍ୟ କରିବେ । (ଲୂକ ୨୩:୪୩) ଲକ୍ଷ ଲକ୍ଷ ମୃତଜନ ମଧ୍ୟ ପୃଥିବୀରେ ନୂତନ ଜୀବନ ପାଇଁ ପୁନରୁତ୍‌ଥିତ ହେବେ । (ପ୍ରେରିତ ୨୪:୧୫) ପରମେଶ୍ୱର ସେମାନଙ୍କଠାରୁ ଯାହା ଚାହାନ୍ତି, ତାହା ନିୟମିତ ପାଳନ କଲେ ପୃଥିବୀରେ ସେମାନେ ଅନନ୍ତକାଳ ବଞ୍ଚି ରହିପାରିବେ । ଯଦି କରନ୍ତି ନାହିଁ, ତେବେ ଚିରକାଳ ପାଇଁ ବିନାଶ ହେବେ ।—ଯୋହନ ୫:୨୮, ୨୯; ପ୍ରକାଶିତ ବାକ୍ୟ ୨୦:୧୧-୧୫.

୭. ଏହି ପ୍ରକାରେ ପୃଥିବୀ ପ୍ରତି ପରମେଶ୍ୱରଙ୍କ ମୂଳ ଉଦ୍ଦେଶ୍ୟ ସଫଳ ହେବ । କʼଣ ଆପଣ ଏହି ଭବିଷ୍ୟତ ଆଶୀର୍ବାଦରେ ଅଂଶ ଗ୍ରହଣ କରିବାକୁ ଚାହାଁନ୍ତି ? ଯଦି ଚାହାଁନ୍ତି, ତେବେ ଆପଣଙ୍କୁ ଯିହୋବାଙ୍କ ବିଷୟରେ ନିୟମିତ ଅଧ୍ୟୟନ କରିବା ଓ ତାଙ୍କର ଆବଶ୍ୟକତାଗୁଡ଼ିକୁ ପାଳନ କରିବା ଆବଶ୍ୟକ । ଯିହୋବାଙ୍କ ସାକ୍ଷୀମାନଙ୍କ ସ୍ଥାନୀୟ ସଭାଗୃହରେ ଉପସ୍ଥିତ ହେବାଦ୍ୱାରା ଆପଣଙ୍କୁ ଏସବୁ କରିବା ପାଇଁ ସାହାଯ୍ୟ ମିଳିବ ।—ଯିଶାଇୟ ୧୧:୯; ଏବ୍ରୀ ୧୦:୨୪, ୨୫.

[୧୦ ପୃଷ୍ଠାରେ ଚିତ୍ର]

ପାରାଦୀଶ ଲୁପ୍ତହେଲା

[୧୧ ପୃଷ୍ଠାରେ ଚିତ୍ର]

ହର୍ମିଗିଦ୍ଦୋନ ପରେ ପୃଥିବୀ ଏକ ପାରାଦୀଶରେ ପରିଣତ ହେବ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ