ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • rq ପାଠ ୧୫ ପୃଷ୍ଠା ୩୦
  • ପରମେଶ୍ୱରଙ୍କ ଇଚ୍ଛାକୁ ପାଳନ କରିବା ପାଇଁ ଅନ୍ୟମାନଙ୍କୁ ସାହାଯ୍ୟ କରିବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପରମେଶ୍ୱରଙ୍କ ଇଚ୍ଛାକୁ ପାଳନ କରିବା ପାଇଁ ଅନ୍ୟମାନଙ୍କୁ ସାହାଯ୍ୟ କରିବା
  • ଈଶ୍ୱର ଆମମାନଙ୍କଠାରୁ କʼଣ ଚାହାନ୍ତି ?
  • ପ୍ରାୟ ସମାନ ଲେଖା
  • ଆପଣ ଲୋକମାନଙ୍କୁ ଖୁସିର ଖବର କିପରି କହିପାରିବେ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଖୁସିର ଖବର କିପରି ପ୍ରଚାର କରାଯାଉଛି ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ରାଜ୍ୟର ପ୍ରଚାର କାମକୁ କିପରି ସଂଗଠିତ କରାଯାଏ ?
    ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
ଈଶ୍ୱର ଆମମାନଙ୍କଠାରୁ କʼଣ ଚାହାନ୍ତି ?
rq ପାଠ ୧୫ ପୃଷ୍ଠା ୩୦

ପାଠ ୧୫

ପରମେଶ୍ୱରଙ୍କ ଇଚ୍ଛାକୁ ପାଳନ କରିବା ପାଇଁ ଅନ୍ୟମାନଙ୍କୁ ସାହାଯ୍ୟ କରିବା

ଆପଣ ଯାହା ଶିଖୁଛନ୍ତି ସେ ବିଷୟରେ ଅନ୍ୟମାନଙ୍କୁ କାହିଁକି କହିବେ ? (୧)

ଆପଣ କାହା ସହିତ ସୁସମାଚାର ବାଣ୍ଟି ପାରିବେ ? (୨)

ଆପଣଙ୍କ ଆଚରଣ ଅନ୍ୟମାନଙ୍କ ଉପରେ କି ପ୍ରଭାବ ପକାଇ ପାରେ ? (୨)

ଆପଣ ମଣ୍ଡଳୀ ସହିତ କେବେ ପ୍ରଚାର କରି ପାରିବେ ? (୩)

୧. ବର୍ତ୍ତମାନ ଆପଣ ବାଇବଲରୁ ଅନେକ ଭଲ କଥା ଶିଖିଲେଣି । ଏହି ଜ୍ଞାନ ଆପଣଙ୍କ ଖ୍ରୀଷ୍ଟିୟାନ ବ୍ୟକ୍ତିତ୍ୱକୁ ବିକଶିତ କରିବା ଉଚିତ । (ଏଫିସୀୟ ୪:୨୨-୨୪) ଅନନ୍ତ ଜୀବନ ପ୍ରାପ୍ତ ହେବା ପାଇଁ ଏପରି ଜ୍ଞାନ ଆପଣଙ୍କ ପାଇଁ ଅତ୍ୟାବଶ୍ୟକ । (ଯୋହନ ୧୭:୩) ଅନ୍ତତ, ଅନ୍ୟମାନେ ମଧ୍ୟ ସୁସମାଚାର ଶୁଣିବା ଆବଶ୍ୟକ, ତେବେ ସେମାନେ ମଧ୍ୟ ଉଦ୍ଧାର ପାଇ ପାରିବେ । ପ୍ରକୃତ ଖ୍ରୀଷ୍ଟିୟାନ ଅନ୍ୟମାନଙ୍କୁ ସାକ୍ଷୀ ଦେବା ଉଚିତ । ଏହା ପରମେଶ୍ୱରଙ୍କ ଆଜ୍ଞା ଅଟେ ।—ରୋମୀୟ ୧୦:୧୦; ୧ କରିନ୍ଥୀୟ ୯:୧୬; ୧ ତୀମଥି ୪:୧୬.

୨. ଯେଉଁ ଭଲ କଥା ଆପଣ ଶିଖିଛନ୍ତି ଆପଣଙ୍କ ନିକଟବର୍ତ୍ତୀ ଲୋକଙ୍କୁ ପ୍ରଥମେ ତାହା ବାଣ୍ଟିବାକୁ ଆରମ୍ଭ କରିପାରନ୍ତି । ସେସବୁକୁ ନିଜ ପରିବାର, ବନ୍ଧୁମାନଙ୍କୁ, ବିଦ୍ୟାଳୟ ସହପାଠୀମାନଙ୍କୁ ଏବଂ ସହକର୍ମୀମାନଙ୍କୁ ଜଣାନ୍ତୁ । ଏହା କରିବାବେଳେ ଆପଣ ଦୟାଳୁ ଓ ଧୈର୍ଯ୍ୟବାନ ହୁଅନ୍ତୁ । (୨ ତୀମଥି ୨:୨୪, ୨୫) ମନେ ରଖନ୍ତୁ ଯେ ଲୋକେ ପ୍ରାୟତଃ କୌଣସି ବ୍ୟକ୍ତି ଯାହା କହେ ତାହା ଶୁଣିବା ଅପେକ୍ଷା ତା ଆଚରଣକୁ ଦେଖନ୍ତି । ତେଣୁ ଆପଣଙ୍କ ଭଲ ଆଚରଣ ଅନ୍ୟମାନଙ୍କୁ ସେଇ ସଂଦେଶ ଶୁଣିବା ପାଇଁ ଆକର୍ଷିତ କରିପାରେ ଯାହା ଆପଣ ସେମାନଙ୍କୁ ଜଣାଉଛନ୍ତି ।—ମାଥିଉ ୫:୧୬; ୧ ପିତର ୩:୧, ୨, ୧୬.

୩. କିଛି ସମୟ ପରେ, ଆପଣ ବୋଧେ ଯିହୋବାଙ୍କ ସାକ୍ଷୀମାନଙ୍କ ସ୍ଥାନୀୟ ମଣ୍ଡଳୀ ସହିତ ପ୍ରଚାର ଆରମ୍ଭ କରିବା ଯୋଗ୍ୟ ହେବେ । ଏହା ଆପଣଙ୍କ ପ୍ରଗତିରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । (ମାଥିଉ ୨୪:୧୪) ଏହା କେଡ଼େ ଆନନ୍ଦର କଥା ହେବ ଯଦି, ଆପଣ କୌଣସି ବ୍ୟକ୍ତିଙ୍କୁ ଯିହୋବାଙ୍କ ସେବକ ହେବା ପାଇଁ ଓ ଅନନ୍ତ ଜୀବନ ପ୍ରାପ୍ତ କରିବା ପାଇଁ ସାହାଯ୍ୟ କରିବାରେ ସମର୍ଥ ହୁଅନ୍ତି ।—୧ ଥେସଲନୀକୀୟ ୨:୧୯, ୨୦.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ