ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • rq ପାଠ ୧୬ ପୃଷ୍ଠା ୩୧
  • ଯିହୋବାଙ୍କୁ ସେବା କରିବାରେ ଆପଣଙ୍କ ନିର୍ଣ୍ଣୟ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କୁ ସେବା କରିବାରେ ଆପଣଙ୍କ ନିର୍ଣ୍ଣୟ
  • ଈଶ୍ୱର ଆମମାନଙ୍କଠାରୁ କʼଣ ଚାହାନ୍ତି ?
  • ପ୍ରାୟ ସମାନ ଲେଖା
  • କʼଣ ମୁଁ ନିଜ ଜୀବନ ଈଶ୍ୱରଙ୍କୁ ସମର୍ପଣ କରି ବାପ୍ତିସ୍ମ ନେବା ଉଚିତ୍‌ ?
    ବାଇବଲ ଆମକୁ କʼଣ ଶିଖାଏ?
  • ପରମେଶ୍ୱରଙ୍କ ଚିରନ୍ତନ ସେବା ଆପଣଙ୍କ ଲକ୍ଷ୍ୟ ହେଉ
    ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ
  • ବାପ୍ତିସ୍ମ, ଯାହା ଅନେକ ଆଶିଷ ଆଣେ
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ଈଶ୍ୱର ଆମମାନଙ୍କଠାରୁ କʼଣ ଚାହାନ୍ତି ?
rq ପାଠ ୧୬ ପୃଷ୍ଠା ୩୧

ପାଠ ୧୬

ଯିହୋବାଙ୍କୁ ସେବା କରିବାରେ ଆପଣଙ୍କ ନିର୍ଣ୍ଣୟ

ପରମେଶ୍ୱରଙ୍କ ମିତ୍ର ହେବା ପାଇଁ ଆପଣଙ୍କୁ କʼଣ କରିବା ଆବଶ୍ୟକ ? (୧, ୨)

ଆପଣ ପରମେଶ୍ୱରଙ୍କୁ ନିଜ ସମର୍ପଣ କିପରି କରିବେ ? (୧)

ଆପଣଙ୍କ ବାପ୍ତିସ୍ମ କେବେ ହେବା ଉଚିତ ? (୨)

ଆପଣ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ରହିବା ପାଇଁ କିପରି ଶକ୍ତି ଅର୍ଜ୍ଜନ କରି ପାରିବେ ? (୩)

୧. ପରମେଶ୍ୱରଙ୍କ ଜଣେ ମିତ୍ର ହେବା ପାଇଁ, ବାଇବଲ ସତ୍ୟର ଉତ୍ତମ ଜ୍ଞାନ ଉପାର୍ଜ୍ଜନ କରିବା (୧ ତୀମଥି ୨:୩, ୪), ଆପଣ ଯେଉଁ ବିଷୟ ସବୁ ଶିଖିଛନ୍ତି ସେଥିରେ ବିଶ୍ୱାସ ରଖିବା (ଏବ୍ରୀ ୧୧:୬), ନିଜର ପାପ ପ୍ରତି ପଶ୍ଚତାପ କରିବା (ପ୍ରେରିତ ୧୭:୩୦, ୩୧) ଓ ନିଜର ଜୀବନ ମାର୍ଗକୁ ଫେରାଇ ଆଣିବା ଆବଶ୍ୟକ । (ପ୍ରେରିତ ୩:୧୯) ତା ପରେ ପରମେଶ୍ୱରଙ୍କ ପାଇଁ ଆପଣଙ୍କ ଭକ୍ତିରୁ ଆପଣଙ୍କୁ ପ୍ରେରଣା ମିଳିବା ଦରକାର ଯାହାଫଳରେ ନିଜକୁ ତାଙ୍କ ପାଖରେ ସମର୍ପଣ କରିପାରିବେ । ଏହାର ଅର୍ଥ ବ୍ୟକ୍ତିଗତ ପ୍ରାର୍ଥନା ମାଧ୍ୟମରେ ତାଙ୍କୁ ଜଣାଇବେ ଯେ ଆପଣ ତାଙ୍କର ଇଛା ପୂରଣ କରିବା ପାଇଁ ନିଜକୁ ତାଙ୍କ ପାଖରେ ସମର୍ପଣ କରୁଛନ୍ତି ।—ମାଥିଉ ୧୬:୨୪; ୨୨:୩୭.

୨. ପରମେଶ୍ୱରଙ୍କୁ ସମର୍ପଣ କରିବା ପରେ, ଆପଣଙ୍କୁ ବାପ୍ତିସ୍ମ ନେବା ଉଚିତ । (ମାଥିଉ ୨୮:୧୯, ୨୦) ବାପ୍ତିସ୍ମ ସମସ୍ତଙ୍କୁ ଏହା ଜ୍ଞାତ କରାଇଦିଏ ଯେ ଆପଣ ନିଜକୁ ଯିହୋବାଙ୍କୁ ସମର୍ପଣ କରିଛନ୍ତି । ତେଣୁ ବାପ୍ତିସ୍ମ କେବଳ ତାଙ୍କ ପାଇଁ, ଯାହାର ପରମେଶ୍ୱରଙ୍କୁ ସେବା କରିବା ପାଇଁ ନିର୍ଣ୍ଣୟ ନେଲାଭଳି ବୟସ ହୋଇଥିବ । ଯେତେବେଳେ ଜଣେ ବ୍ୟକ୍ତିର ବାପ୍ତିସ୍ମ ହୁଏ ତେବେ କ୍ଷଣିକ ପାଇଁ ତାର ସଂପୂର୍ଣ୍ଣ ଶରୀରକୁ ପାଣିରେ ନିମଜ୍ଜନ କରିବା ଉଚିତ ।a—ମାର୍କ ୧:୯, ୧୦; ପ୍ରେରିତ ୮:୩୬.

୩. ଆପଣ ସମର୍ପିତ ହେଲା ପରେ, ଯିହୋବା ଆଶା କରିବେ ଯେ ଆପଣ ନିଜର ପ୍ରତିଜ୍ଞା ଅନୁସାରେ ଜୀବନଯାପନ କରିବେ । (ଗୀତସଂହିତା ୫୦:୧୪; ଉପଦେଶକ ୫:୪, ୫) ପିଶାଚ ଆପଣଙ୍କୁ ଯିହୋବାଙ୍କ ସେବା କରିବାରେ ଅନ୍ତରାୟ ହେବ । (୧ ପିତର ୫:୮) କିନ୍ତୁ ପ୍ରାର୍ଥନା ଦ୍ୱାରା ପରମେଶ୍ୱରଙ୍କ ନିକଟବର୍ତ୍ତୀ ହୁଅନ୍ତୁ । (ଫିଲିପ୍‌ପୀୟ ୪:୬, ୭) ପ୍ରତିଦିନ ତାଙ୍କ ବାକ୍ୟ ଅଧ୍ୟୟନ କରନ୍ତୁ । (ଗୀତସଂହିତା ୧:୧-୩) ମଣ୍ଡଳୀ ସହିତ ଘନିଷ୍ଠ ହୋଇ ରହନ୍ତୁ (ଏବ୍ରୀ ୧୩:୧୭) ଏସବୁ କରିବା ଦ୍ୱାରା, ଆପଣ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ରହିବା ପାଇଁ ଶକ୍ତି ପାଇବେ । ଏହି ପ୍ରକାରେ ଅନନ୍ତକାଳ ପର୍ଯ୍ୟନ୍ତ ଆପଣ ସେହି କାର୍ଯ୍ୟ କରିପାରିବେ ଯାହା ପରମେଶ୍ୱର ଆପଣଙ୍କଠାରୁ ଚାହାଁନ୍ତି !

[ପାଦ ଟିପ୍ପଣୀଗୁଡ଼ିକ]

a ବାପ୍ତିସ୍ମର ପ୍ରସ୍ତୁତି କରିବା ପାଇଁ, ଜ୍ଞାନ ଯାହା ଅନନ୍ତ ଜୀବନକୁ ନେଇଥାଏ କିମ୍ବା ଏହି ପ୍ରକାର ୱାଚ୍‌ ଟାୱାର୍‌ ବାଇବଲ ଏଣ୍ଡ୍‌ ଟ୍ରାକ୍ଟ ସୋସାଇଟି ଦ୍ୱାରା ପ୍ରକାଶିତ କୌଣସି ପୁସ୍ତକ ଅଧ୍ୟୟନ କରିବା ପାଇଁ ସୁପାରିଶ କରାଯାଏ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ