ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • bm ଭାଗ ୨ ପୃଷ୍ଠା ୫
  • ପାରାଦୀଶ ବିଲୁପ୍ତ ହେଲା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପାରାଦୀଶ ବିଲୁପ୍ତ ହେଲା
  • ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
  • ପ୍ରାୟ ସମାନ ଲେଖା
  • ପାରାଦୀଶରେ ଜୀବନ କିପରି ଥିଲା?
    ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ
  • ଆଦମ ଓ ହବା ଈଶ୍ୱରଙ୍କ କଥା ମାନିଲେ ନାହିଁ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
bm ଭାଗ ୨ ପୃଷ୍ଠା ୫
ହବା ମନା କରାଯାଇଥିବା ଫଳକୁ ଧରୁଛନ୍ତି

ଭାଗ ୨

ପାରାଦୀଶ ବିଲୁପ୍ତ ହେଲା

ଜଣେ ବିଦ୍ରୋହୀ ସ୍ୱର୍ଗଦୂତ, ଈଶ୍ୱରଙ୍କ ଶାସନକୁ ଅଗ୍ରାହ୍ୟ କରିବା ପାଇଁ ପ୍ରଥମ ପୁରୁଷ ଓ ସ୍ତ୍ରୀ, ଆଦମ ଓ ହବାଙ୍କୁ ପ୍ରବର୍ତ୍ତାଇଲେ । ଫଳରେ, ପାପ ଓ ମୃତ୍ୟୁ ଜଗତରେ ପ୍ରବେଶ କଲା

ମନୁଷ୍ୟ ସୃଷ୍ଟି କରିବାର ବହୁତ ଆଗେ ଈଶ୍ୱର ଅନେକ ଅଦୃଶ୍ୟ ଆତ୍ମିକ ପ୍ରାଣୀ ଅର୍ଥାତ୍‌ ସ୍ୱର୍ଗଦୂତମାନଙ୍କୁ ସୃଷ୍ଟି କରିଥିଲେ । ଏଦନ ଉଦ୍ୟାନରେ ଜଣେ ବିଦ୍ରୋହୀ ସ୍ୱର୍ଗଦୂତ ଯିଏ କି ପରେ ଶୟତାନ ବା ଦିଆବଳ ବୋଲି ଜଣା ଗଲା, ସେ ଅତି ଚତୁରତାର ସହିତ ହବାଙ୍କୁ ସେହି ଗଛର ଫଳ ଖାଇବାକୁ ପ୍ରବର୍ତ୍ତାଇଲା ଯାହାକୁ ଈଶ୍ୱର ଖାଇବାକୁ ମନା କରିଥିଲେ ।

ଗୋଟିଏ ସାପ ମାଧ୍ୟମରେ କଥା କହିବାର ବାହାନା କରି ଶୟତାନ ଏହା କହିବାକୁ ଚେଷ୍ଟାକରି ଥିଲା ଯେ ଈଶ୍ୱର ସେହି ସ୍ତ୍ରୀ ଓ ତାʼର ସ୍ୱାମୀଙ୍କୁ କିଛି ଭଲ ଜିନିଷରୁ ଦୂରେଇ ରଖିଛନ୍ତି । ସେହି ସ୍ୱର୍ଗଦୂତ ହବାଙ୍କୁ କହିଲେ ଯେ ସେ ଏବଂ ତାʼଙ୍କ ସ୍ୱାମୀ ସେହି ମନାଫଳ ଖାଇଲେ ମରିବେ ନାହିଁ । ଏଭଳି ଶୟତାନ, ଈଶ୍ୱର ନିଜ ସନ୍ତାନମାନଙ୍କୁ ମିଛ କହନ୍ତି ବୋଲି ଦୋଷାରୋପ କରିଥିଲା । ଏପରି କହି ଏହି ପ୍ରତାରଣାକାରୀ ଏହା କହିବାକୁ ଚାହୁଁଥିଲା ଯେ ମନୁଷ୍ୟ ଈଶ୍ୱରଙ୍କ ଆଜ୍ଞା ଅମାନ୍ୟ କରିବା ଦ୍ୱାରା ହିଁ ବିଶେଷ ଜ୍ଞାନ ଓ ସ୍ୱାଧୀନ ପାଇବ । ଏହା କିନ୍ତୁ ସମ୍ପୂର୍ଣ୍ଣ ମିଛ—ପ୍ରକୃତରେ ଏହା ହିଁ ପୃଥିବୀର ସର୍ବପ୍ରଥମ ମିଥ୍ୟା ଅଟେ । ଏହାପଛରେ ଗୋଟିଏ ମୂଖ୍ୟ ବିଷୟ ଥିଲା ଯାହା କି ଈଶ୍ୱରଙ୍କ ସାର୍ବଭୌମତ୍ୱ ବା ସର୍ବୋଚ୍ଚ ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠେଇବା । ଅର୍ଥାତ ଈଶ୍ୱରଙ୍କର ଶାସନ କରିବାର ଅଧିକାର ଅଛି କି ନାହିଁ ଏବଂ ତାହାଙ୍କର ଶାସନ ପ୍ରଜାମାନଙ୍କ ପାଇଁ ସଠିକ୍‌ ଓ ଉପକାରୀ କି ନୁହେଁ ।

ହବା ଶୟତାନର ମିଥ୍ୟା କଥାକୁ ବିଶ୍ୱାସ କଲା । ସେ ଏହି ଫଳ ପ୍ରତି ଲାଳାୟିତ ହେଲା ଏବଂ ସେ ସେଥିରୁ କିଛି ଖାଇଲା । ତାʼପରେ ସେ ନିଜ ସ୍ୱାମୀଙ୍କୁ ସେଥିରୁ କିଛି ଦେଲା ତେଣୁ ସେ ମଧ୍ୟ ଖାଇଲା । ଏପରି ସେମାନେ ପାପୀ ହେଲେ । ଦେଖିବାକୁ ଗଲେ ଏହା ଏକ ଛୋଟ କାମ ହୋଇପାରେ କିନ୍ତୁ ପ୍ରକୃତରେ ଏହା ଏକ ବିଦ୍ରୋହ ଥିଲା । ଜାଣିଶୁଣି ଈଶ୍ୱରଙ୍କ ଆଜ୍ଞା ଉଲ୍ଲଘଂନ କରି ଆଦମ ଓ ହବା ଈଶ୍ୱରଙ୍କ ଶାସନକୁ ପ୍ରତ୍ୟାକ୍ଷାନ କଲେ, ଯଦ୍ୟପି ଈଶ୍ୱର ସେମାନଙ୍କୁ ସମସ୍ତ କିଛି ଦେବା ସହିତ ସିଦ୍ଧ ଜୀବନ ମଧ୍ୟ ଦେଇଥିଲେ ।

ସେହି ବଂଶ “ତୁମ୍ଭର ମସ୍ତକକୁ ଆଘାତ କରିବ ଓ ତୁମ୍ଭେ ତାହାଙ୍କ ଗୋଇଠିକି ଆଘାତ କରିବ ।”—ଆଦିପୁସ୍ତକ ୩:୧୫

ଏପରି କାମ ପାଇଁ ଈଶ୍ୱର ସେମାନଙ୍କ ବିରୁଦ୍ଧରେ ଦଣ୍ଡାଦେଶ ଦେଲେ । ସେ ଜଣେ ପ୍ରତିଜ୍ଞାତ ବଂଶ ବା ଉଦ୍ଧାର କର୍ତ୍ତା ବିଷୟରେ ଭବିଷ୍ୟତବାଣୀ କରି କହିଥିଲେ, ଯିଏ କି ଶୟତାନକୁ ଧ୍ୱଂସ କରିବେ ଯାହାକୁ ସର୍ପ ପ୍ରତିନିଧିତ୍ୱ କରିଥିଲା । ଭବିଷ୍ୟରେ ସେମାନଙ୍କ ସନ୍ତାନ ପ୍ରତି ଦୟା ଦେଖେଇବାକୁ ଯାଇ ଈଶ୍ୱର ଆଦମ ଓ ହବାଙ୍କ ମୃତ୍ୟୁକୁ କିଛି ସମୟ ପାଇଁ ସ୍ଥଗିତ ରଖିଲେ । ଏହା ହିଁ ତାʼଙ୍କ ସନ୍ତାନଙ୍କ ପାଇଁ ଏକ ଆଶାର ଆଧାର ହେବ, କାରଣ ଈଶ୍ୱର ଯାହାକୁ ପଠେଇବେ ସେ ସମସ୍ତ ଦୁଃଖ କଷ୍ଟକୁ ଶେଷ କରିବେ, ଯାହା କି ଏଦନ ଉଦ୍ୟାନରେ ବିଦ୍ରୋହୀ ଯୋଗୁଁ ଆରମ୍ଭ ହୋଇଥିଲା । ଭବିଷ୍ୟତର ଉଦ୍ଧାରକର୍ତ୍ତା ବିଷୟରେ ଈଶ୍ୱରଙ୍କ ଉଦ୍ଦେଶ୍ୟ ଠିକ୍‌ କିପରି ପରିପୂର୍ଣ୍ଣ ହେବ ଏବଂ ସେହି ପ୍ରେରିତ ବ୍ୟକ୍ତି କିଏ, ଏହି ବିଷୟରେ ବାଇବଲରେ ଧୀରେ ଧୀରେ ପ୍ରକାଶିତ ହୋଇଛି ।

ଈଶ୍ୱର ଆଦମ ଓ ହବାଙ୍କୁ ପାରାଦୀଶରୁ ବାହାର କରିଦେଲେ । ଏଦନ ଉଦ୍ୟାନର ବାହାରେ ବଞ୍ଚିବା ପାଇଁ ସେମାନଙ୍କୁ ଝାଳବୁହା ପରିଶ୍ରମ କରିବାକୁ ପଡ଼ିଲା । ତତ୍ପରେ ହବା ଗର୍ଭବତୀ ହେଲା ଓ ତାʼଙ୍କର ପ୍ରଥମ ଜାତ ସନ୍ତାନ କୟିନକୁ ଜନ୍ମ ଦେଲା । ଏହି ଦମ୍ପତିଙ୍କର ଆହୁରି ଅନେକ ପୁଅ ଓ ଝିଅ ହେଲେ ସେମାନଙ୍କ ମଧ୍ୟରୁ ଏବଲ ଓ ସେଥ୍‌ ଯିଏ କି ନୋହଙ୍କ ପୂର୍ବପୁରୁଷ ହେଲେ ।

—ଏହା ଆଦିପୁସ୍ତକ ଅଧ୍ୟାୟ ୩ ରୁ ୫; ପ୍ରକାଶିତ ବାକ୍ୟ ୧୨:୯ ଉପରେ ଆଧାରିତ ।

  • ସର୍ବପ୍ରଥମ ମିଥ୍ୟା କଥା କʼଣ ଏବଂ ଏହା କିଏ କହିଥିଲା ?

  • ଆଦମ ଓ ହବା ପାରାଦୀଶକୁ କିପରି ହରାଇଲେ ?

  • ବିଦ୍ରୋହୀଙ୍କ ବିରୋଧରେ ଈଶ୍ୱର ଦଣ୍ଡାଦେଶ ଦେବା ସଙ୍ଗେ ସଙ୍ଗେ କେଉଁ ଆଶାର ଆଧାର ସ୍ଥାପନ କରିଛନ୍ତି ?

ଅସିଦ୍ଧତା ଓ ମୃତ୍ୟୁ

ଈଶ୍ୱର ଆଦମ ଓ ହବାଙ୍କୁ ସିଦ୍ଧ ରୂପେ ସୃଷ୍ଟି କରିଥିଲେ ଏବଂ ପାରାଦୀଶରେ ଅନନ୍ତକାଳ ପର୍ଯ୍ୟନ୍ତ ବଞ୍ଚି ରହିବାର ସୁଯୋଗ ଦେଇଥିଲେ । ସେମାନେ ଈଶ୍ୱରଙ୍କ ବିରୋଧରେ କାମ କରି ପାପ କଲେ । ଏହା ଫଳରେ ଆଦମ ଓ ହବା ସିଦ୍ଧତା ହରାଇଲେ ଏବଂ ଯିଏ କି ଜୀବନର ଉତ୍ସ ଅର୍ଥାତ ଯିହୋବାଙ୍କ ସହିତ ସୁସମ୍ପର୍କକୁ ହରେଇ ବସିଲେ । ତାʼପରେ ସେମାନେ ଓ ତାʼଙ୍କର ସନ୍ତାନମାନେ ପାପ ଓ ମୃତ୍ୟୁକୁ କୌଣସି ପ୍ରକାରେ ଦୂର କରି ପାରିଲେ ନାହିଁ ।—ରୋମୀୟ ୫:୧୨.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ