ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • bm ଭାଗ ୧୬ ପୃଷ୍ଠା ୧୯
  • ମସୀହଙ୍କ ଆଗମନ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ମସୀହଙ୍କ ଆଗମନ
  • ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
  • ପ୍ରାୟ ସମାନ ଲେଖା
  • ଯୀଶୁ ଖ୍ରୀଷ୍ଟ କିଏ ଅଟନ୍ତି ?
    ବାଇବଲ ଆମକୁ କʼଣ ଶିଖାଏ?
  • ଯୀଶୁ ଖ୍ରୀଷ୍ଟ ପରମେଶ୍ୱରଙ୍କ ଜ୍ଞାନର ଚାବିକାଠି
    ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ
ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
bm ଭାଗ ୧୬ ପୃଷ୍ଠା ୧୯
ଯୋହନ ଯୀଶୁଙ୍କୁ ବା ଦେଉଛନ୍ତି

ଭାଗ ୧୬

ମସୀହଙ୍କ ଆଗମନ

ଯିହୋବା ନାଜରିତୀୟ ଯୀଶୁଙ୍କୁ ପ୍ରତିଜ୍ଞାତ ମସୀହ ରୂପେ ଚିହ୍ନଟ କଲେ

ଯିହୋବା କʼଣ ପ୍ରତିଜ୍ଞାତ ମସୀହଙ୍କୁ ଚିହ୍ନିବା ପାଇଁ ଲୋକଙ୍କୁ ସାହାଯ୍ୟ କରିବେ ? ହଁ ସେ ନିଶ୍ଚୟ ସାହାଯ୍ୟ କରିବେ । ଭାବି ଦେଖନ୍ତୁ ଈଶ୍ୱର କʼଣ କରିଥିଲେ । ଏବ୍ରୀ ଶାସ୍ତ୍ରଗୁଡ଼ିକର ଲେଖା ହେବାର ପ୍ରାୟ ଚାରିଶହ ବର୍ଷ ବିତି ଯାଇଛି । ଗାଲିଲୀର ଉତ୍ତରାଞ୍ଚଳରେ ଅବସ୍ଥିତ ନାଜରିତ ସହରରେ, ମରିୟମ ନାମକ ଜଣେ ଯୁବତୀଙ୍କ ନିକଟକୁ ହଠାତ୍‌ ଜଣେ ଅତିଥୀ ଆସନ୍ତି । ଗାବ୍ରିଏଲ ନାମକ ଜଣେ ସ୍ୱର୍ଗଦୂତ ତାହାଙ୍କୁ ଦେଖା କରି କହନ୍ତି ଯଦ୍ୟପି ସେ କୁମାରୀ ତଥାପି ଈଶ୍ୱର ତାହାଙ୍କ କାର୍ଯ୍ୟକାରୀ ଶକ୍ତି ଅର୍ଥାତ୍‌ ପବିତ୍ର ଆତ୍ମା ଦେବେ ଏବଂ ସେ ଗୋଟିଏ ପୁତ୍ର ସନ୍ତାନ ଜନ୍ମକରିବେ । ଏହି ସନ୍ତାନଟି ହେବେ ସେହି ଦୀର୍ଘଦିନର ପ୍ରତିଜ୍ଞାତ ରାଜା, ଯିଏ କି ଚୀରକାଳ ପାଇଁ ଶାସନ କରିବେ ! ଏହି ଶିଶୁଟି ହେବେ ଈଶ୍ୱରଙ୍କ ନିଜ ସନ୍ତାନ, ଯାହାର ଜୀବନକୁ ଈଶ୍ୱର ସ୍ୱର୍ଗରୁ ମରିୟମଙ୍କ ଗର୍ଭକୁ ସ୍ଥାନାନ୍ତରିତ କରିବେ ।

ମରିୟମ ଏହି ଗୁରୁତ୍ୱପୂର୍ଣ୍ଣ କାମଟିକୁ ବିନମ୍ରତାର ସହିତ ଗ୍ରହଣ କରି ନେଇଥିଲେ । ତାହାଙ୍କ ଭାବି ସ୍ୱାମୀ ଯୋଷେଫ ଜଣେ ବଢ଼େଇ ଥିଲେ, ଯେତେବେଳେ ଈଶ୍ୱର ଜଣେ ସ୍ୱର୍ଗଦୂତ ପଠେଇ ତାହାଙ୍କୁ ମରିୟମଙ୍କ ଗର୍ଭବତୀ ହେବାର କାରଣ ବୁଝେଇଲେ, ତାʼପରେ ଯୋଷେଫ ମରିୟମଙ୍କୁ ବିବାହ କଲେ । କିନ୍ତୁ ମସୀହ ଯେ ବେଥଲିହିମରେ ଜନ୍ମହେବେ ବୋଲି ଭବିଷ୍ୟତବାଣୀ କରାଯାଇଥିଲା ସେ ବିଷୟରେ କʼଣ କୁହାଯାଇ ପାରେ ? (ମୀଖା ୫:୨) ସେହି ଛୋଟ ସହରଟି ପ୍ରାୟ ୧୪୦ କି.ମି. ଦୂରେ ଅବସ୍ଥିତ !

ଜଣେ ରୋମୀୟ ଶାସକ ଜନଗଣନା ପାଇଁ ଆଦେଶ ଜାରି କଲେ । ସମସ୍ତ ଲୋକଙ୍କୁ ନିଜ ନିଜ ସହରକୁ ଯାଇ ନାମ ପଞ୍ଜୀକରଣ କରିବାକୁ ହେବ । ସମ୍ଭବତଃ, ଯୋଷେଫ ଓ ମରିୟମ ବେଥଲିହିମର ଲୋକ ତେଣୁ ଯୋଷେଫ ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କୁ ସେଠାକୁ ନେଇ ଯାଇଥିଲେ । (ଲୂକ ୨:୩) ମରିୟମ ସେଠାରେ ଗୋଟିଏ ସାଧାରଣ ଗୁହାଳଘରେ ଶିଶୁଟିକୁ ଜନ୍ମ ଦେଇ ଏକ ଗୁହାଳକୁଣ୍ଡରେ ଶୁଆଇଲେ । ତାପରେ ଈଶ୍ୱର ଅନେକ ସ୍ୱର୍ଗଦୂତମାନଙ୍କୁ ପଠାଇ ପାହାଡ଼ତଳେ ଥିବା ମେଷପାଳକମାନଙ୍କୁ ଜଣେଇଲେ ଯେ ସେହି ଜନ୍ମିତ ଶିଶୁ ହେଉଛନ୍ତି ପ୍ରତିଜ୍ଞାତ ମସୀହ ବା ଖ୍ରୀଷ୍ଟ ।

ଏହାବ୍ୟତୀତ ପରେ ଅନ୍ୟମାନେ ମଧ୍ୟ ଯୀଶୁ ହିଁ ପ୍ରତିଜ୍ଞାତ ମସୀହ ବୋଲି ସାକ୍ଷ୍ୟ ଦେଇଥିଲେ । ଭାବବାଦୀ ଯିଶାଇୟ କହିଥିଲେ, ଯେ ଜଣେ ବ୍ୟକ୍ତି ଆସିବେ ଯିଏକି ମସୀହଙ୍କ ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ପଥ ପ୍ରସ୍ତୁତ କରିବେ । (ଯିଶାଇୟ ୪୦:୩) ସେହି ପଥ ପ୍ରସ୍ତୁତକାରୀ ହେଲେ ବାପ୍ତିଜକ ଯୋହନ । ସେ ଯୀଶୁଙ୍କୁ ଦେଖି କହି ଉଠିଲେ: “ଏହି ଦେଖ, ଈଶ୍ୱରଙ୍କ ମେଷଶାବକ, ଯେ ଜଗତର ପାପ ବହିନେଇଯାଆନ୍ତି !” ଯୋହନଙ୍କ କିଛି ଶିଷ୍ୟମାନେ ସଙ୍ଗେ ସଙ୍ଗେ ଯୀଶୁଙ୍କ ଅନୁଗାମୀ ହେଲେ । ସେମାନଙ୍କ ମଧ୍ୟରୁ ଜଣେ ଏପରି କହନ୍ତି: “ଆମ୍ଭେମାନେ ମସୀହଙ୍କର ଦେଖା ପାଇଅଛୁ ।”—ଯୋହନ ୧:୨୯, ୩୬, ୪୧.

ଏହାଛଡ଼ା ଆଉ କେତେକ ପ୍ରମାଣ ଥିଲା । ଯେତେବେଳେ ବାପ୍ତିଜକ ଯୋହନ ଯୀଶୁଙ୍କୁ ବାପ୍ତିସ୍ମଦେଲେ, ଯିହୋବା ନିଜେ ସ୍ୱର୍ଗରୁ କହିଲେ । ପବିତ୍ର ଆତ୍ମା ଦ୍ୱାରା ସେ ଯୀଶୁଙ୍କୁ ଜଣେ ମସୀହ ରୂପେ ଅଭିଷିକ୍ତ କଲେ ଏବଂ କହିଲେ: “ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ ।” (ମାଥିଉ ୩:୧୬, ୧୭) ଶେଷରେ ଦୀର୍ଘଦିନର ପ୍ରତିଜ୍ଞାତ ମସୀହଙ୍କ ଆଗମନ ହେଲା !

ଏସମସ୍ତ କେବେ ଘଟିଲା ? ୨୯ଖ୍ରୀଷ୍ଟାବ୍ଦରେ, ଅର୍ଥାତ ଦାନିଏଲଙ୍କ ଭବିଷ୍ୟତବାଣୀ ଅନୁସାରେ ଯେତେବେଳେ ୪୮୩ ବର୍ଷ ପୂର୍ଣ୍ଣହେଲା । ହଁ, ଏହା ହିଁ ଥିଲା ଯୀଶୁଙ୍କ ମସୀହ ବା ଖ୍ରୀଷ୍ଟ ହେବାର ଅସାଧାରଣ ପ୍ରମାଣ । କିନ୍ତୁ ପୃଥିବୀରେ ଥିବା ସମୟରେ ସେ କେଉଁ ବାର୍ତ୍ତାର ଘୋଷଣା କରିଥିଲେ ?

—ଏହା ମାଥିଉ ଅଧ୍ୟାୟ ୧ ରୁ ୩; ମାର୍କ ଅଧ୍ୟାୟ ୧; ଲୂକ ଅଧ୍ୟାୟ ୨; ଯୋହନ ଅଧ୍ୟାୟ ୧ ଉପରେ ଆଧାରିତ ।

  • ଯୀଶୁଙ୍କୁ ମସୀହ ଭାବେ ଚିହ୍ନିତ କରିବା ପାଇଁ ଯିହୋବା କିପରି ସ୍ୱର୍ଗଦୂତଙ୍କୁ ବ୍ୟବହାର କରିଥିଲେ ?

  • ଈଶ୍ୱର ଯୀଶୁଙ୍କୁ ମସୀହ ବୋଲି ପ୍ରମାଣ କରିବା ପାଇଁ ବାପ୍ତିଜକ ଯୋହନଙ୍କୁ କିପରି ବ୍ୟବହାର କରିଥିଲେ ?

  • ଯିହୋବା କିପରି ନିଜ ପୁତ୍ରଙ୍କୁ ମସୀହ ରୂପେ ଚିହ୍ନିତ କଲେ ?

କେଉଁ ଅର୍ଥରେ ଈଶ୍ୱରଙ୍କ ପୁତ୍ର ?

ଯିହୋବା ଯୀଶୁଙ୍କ ପିତା କିନ୍ତୁ ମନୁଷ୍ୟ ପିତା ତୁଲ୍ୟ ନୁହେଁ । ଯୀଶୁଙ୍କ ଅସ୍ତିତ୍ୱ କୌଣସି ସ୍ତ୍ରୀ ଓ ପୁରୁଷର ଦୈହିକ ସମ୍ପର୍କରୁ ହୋଇ ନଥିଲା ବରଂ ଈଶ୍ୱର ନିଜେ ତାହାଙ୍କୁ ସୃଷ୍ଟି କରିଥିଲେ । ବାସ୍ତବରେ, ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯାହାକୁ ଯିହୋବା ନିଜେ ସୃଷ୍ଟି କରିଥିଲେ । (କଲସୀୟ ୧:୧୫-୧୭) ଯେହେତୁ, ଯିହୋବା ଯୀଶୁଙ୍କୁ ସୃଷ୍ଟିକରି ଜୀବନ ଦେଇଥିଲେ, ତେଣୁ ତାହାଙ୍କୁ ଯୀଶୁଙ୍କ ପିତା ବୋଲି କୁହାଯାଇ ପାରେ । ଏହି ଆତ୍ମିକ ପୁତ୍ରଙ୍କୁ ସୃଷ୍ଟି କରିବା ପରେ, ଯିହୋବା ସମସ୍ତ ସୃଷ୍ଟି ଏପରିକି ବିଶ୍ୱମଣ୍ଡଳର ଅସ୍ତିତ୍ୱ ଆଣିବା ପାଇଁ ତାହାଙ୍କୁ ପ୍ରଧାନ “କର୍ମକର୍ତ୍ତା” ରୂପେ ବ୍ୟବହାର କରିଥିଲେ ।—ହିତୋପଦେଶ ୮:୩୦.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ