ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • bm ଭାଗ ୧୭ ପୃଷ୍ଠା ୨୦
  • ଯୀଶୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଶିକ୍ଷା ଦେଇଥିଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୀଶୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଶିକ୍ଷା ଦେଇଥିଲେ
  • ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
  • ପ୍ରାୟ ସମାନ ଲେଖା
  • ଯୀଶୁ ଜୀବିତ ହେଲେ !
    ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
  • ଈଶ୍ୱରଙ୍କ ରାଜ୍ୟ ବିଷୟରେ ସତ୍ୟ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୦
  • ଯୀଶୁ ଖ୍ରୀଷ୍ଟ କିଏ ଅଟନ୍ତି ?
    ବାଇବଲ ଆମକୁ କʼଣ ଶିଖାଏ?
  • ପରମେଶ୍ୱରଙ୍କ ରାଜ୍ୟ କʼଣ ଅଟେ ?
    ଈଶ୍ୱର ଆମମାନଙ୍କଠାରୁ କʼଣ ଚାହାନ୍ତି ?
ଆହୁରି ଦେଖନ୍ତୁ
ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
bm ଭାଗ ୧୭ ପୃଷ୍ଠା ୨୦
ଯୀଶୁ ଏକ ଭିକୁ ଶିଖାଉଛନ୍ତି

ଭାଗ ୧୭

ଯୀଶୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଶିକ୍ଷା ଦେଇଥିଲେ

ଯୀଶୁ ନିଜ ଶିଷ୍ୟମାନଙ୍କୁ ଅନେକ ବିଷୟରେ ଶିକ୍ଷା ଦେଇଥିଲେ କିନ୍ତୁ ଗୋଟିଏ ବିଷୟରେ ସେ ଦୃଷ୍ଟିଆକର୍ଷଣ କରି ଥିଲେ ତାହା ହେଲା ଈଶ୍ୱରଙ୍କ ରାଜ୍ୟ

ଯୀଶୁଙ୍କ ପୃଥିବୀକୁ ଆସିବାର ମୁଖ୍ୟ ଉଦ୍ଦେଶ୍ୟ କʼଣ ଥିଲା ? ସେ ନିଜେ ଏପରି କହିଥିଲେ: “ମୋତେ ଅବଶ୍ୟ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରିବାକୁ ହେବ, କାରଣ ସେଥିନିମନ୍ତେ ମୁଁ ପ୍ରେରିତ ହୋଇଅଛି ।” (ଲୂକ ୪:୪୩) ଚାରୋଟି ବିଷୟରେ ବିବେଚନା କରି ଦେଖନ୍ତୁ ଯାହା ଯୀଶୁ ନିଜ ପ୍ରଚାରର ମୂଖ୍ୟତଃ ରାଜ୍ୟ ବିଷୟରେ ଶିକ୍ଷା ଦେଇଥିଲେ ।

୧. ଯୀଶୁ ମନୋନୀତ ରାଜା ଥିଲେ । ଯୀଶୁ ସିଧାସଳଖ କହିଥିଲେ, ସେ ହେଉଛନ୍ତି ପ୍ରତିଜ୍ଞାତ ମସୀହ । (ଯୋହନ ୪:୨୫, ୨୬) ସେ ଏହା ମଧ୍ୟ କହିଥିଲେ ଯେ ସେ ହେଉଛନ୍ତି ସେହି ରାଜା, ଯାହାଙ୍କୁ ଭାବବାଦୀ ଦାନିଏଲ ଦର୍ଶନରେ ଦେଖିଥିଲେ । ଯୀଶୁ ନିଜ ପ୍ରେରିତମାନଙ୍କୁ କହିଥିଲେ ଯେ ଦିନେ ସେ “ଗୌରବମୟ ସିଂହାସନ”ରେ ଉପବିଷ୍ଟ ହେବେ ଏବଂ ସେମାନେ ମଧ୍ୟ ସିଂହାସନଗୁଡ଼ିକରେ ବସିବେ । (ମାଥିଉ ୧୯:୨୮) ସେ ସେହି ଶାସକମାନଙ୍କୁ “ସାନପଲ” ବୋଲି କହିଥିଲେ ଏବଂ ସେ ଏହା ମଧ୍ୟ କହିଥିଲେ ଯେ ତାହାଙ୍କ “ଅନ୍ୟ ମେଷଗୁଡ଼ିକ” ରହିଛି ଯାହା ଏହାର ଏକ ଭାଗ ନୁହେଁ ।—ଲୂକ ୧୨:୩୨; ଯୋହନ ୧୦:୧୬.

୨. ଈଶ୍ୱରଙ୍କ ରାଜ୍ୟ ପ୍ରକୃତ ନ୍ୟାୟ ସ୍ଥାପନ କରିବ । ଯୀଶୁ ଇଙ୍ଗିତ କରି କହିଥିଲେ ଯେ ତାହାଙ୍କ ରାଜ୍ୟ ସର୍ବବୃହତ ଅନ୍ୟାୟର ସମାଧାନ କରିବ । ଏହା କିପରି ସମ୍ଭବ ହେବ ? କେବଳ ତାହାଙ୍କ ରାଜ୍ୟ ହିଁ ଯିହୋବା ଈଶ୍ୱରଙ୍କ ନାମକୁ ପବିତ୍ର କରିବ ଓ ଏଦନ ଉଦ୍ୟାନରେ ବିଦ୍ରୋହ ପରଠାରୁ ଶୟତାନ ସେହି ନାମ ବିରୁଦ୍ଧରେ ଯେଉଁ ନିନ୍ଦା କରିଥିଲା, ତାହା ଏହି ରାଜ୍ୟ ଦୂର କରିବ । (ମାଥିଉ ୬:୯, ୧୦) ସ୍ତ୍ରୀ ଓ ପୁରୁଷ, ଧନୀ ଓ ଗରିବ ନିର୍ବିଶେଷରେ ଶିକ୍ଷା ଦେଇ ଯୀଶୁ ନିଜର ନିଷ୍ପକ୍ଷତାର ଏକ ନମୁନା ଦେଇଥିଲେ । ଯଦ୍ୟପି ଯୀଶୁଙ୍କ ମୂଖ୍ୟ ଲକ୍ଷ୍ୟ ଥିଲା ଇସ୍ରାଏଲିମାନଙ୍କୁ ଶିକ୍ଷା ଦେବା ତଥାପି ସେ ଶମିରୋଣୀୟ ଓ ଅନ୍ୟଜାତିମାନଙ୍କୁ ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ସେସମୟର ଧର୍ମ ଗୁରୁମାନଙ୍କ ଭଳି ପକ୍ଷପାତିର ଚିହ୍ନ ତାହାଙ୍କ ପାଖରେ ତିଳେମାତ୍ର ନ ଥିଲା ।

୩. ଈଶ୍ୱରଙ୍କ ରାଜ୍ୟ ଏହି ସଂସାରର ଭାଗ ହେବ ନାହିଁ । ଯୀଶୁଙ୍କ ସମୟରେ ରାଜନୈତିକ ଅସ୍ଥିର ଲାଗିରହୁଥିଲା । ତାହାଙ୍କ ନିଜ ଦେଶ ମଧ୍ୟ ବିଦେଶର ଅଧୀନରେ ଥିଲା । ତଥାପି, ଲୋକମାନେ ଯେତେବେଳେ ତାହାଙ୍କୁ ରାଜନୀତିରେ ସାମିଲ କରିବାକୁ ଚେଷ୍ଟା କଲେ ସେ ତାହା ପ୍ରତ୍ୟାଖ୍ୟାନ କଲେ । (ଯୋହନ ୬:୧୪, ୧୫) ସେ ଜଣେ ରାଜନେତାଙ୍କୁ କହିଥିଲେ: “ମୋହର ରାଜ୍ୟ ଏହି ସମ୍ବନ୍ଧୀୟ ନୁହେଁ ।” (ଯୋହନ ୧୮:୩୬) ତାହାଙ୍କ ଅନୁଗାମୀମାନଙ୍କୁ ସେ କହିଲେ: “ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇ ନାହଁ ।” (ଯୋହନ ୧୫:୧୯) ସେ ସେମାନଙ୍କୁ ଯୁଦ୍ଧ ଅସ୍ତ୍ର ବ୍ୟବହାର କରିବାକୁ ମନା କରି ଥିଲେ, ଏପରି କି ସେ ନିଜ ସୁରକ୍ଷା ପାଇଁ ମଧ୍ୟ ବ୍ୟବହାର କରେଇ ନଥିଲେ ।—ମାଥିଉ ୨୬:୫୧, ୫୨.

“ସେ ଆପେ . . . ଗ୍ରାମେ ଗ୍ରାମେ ଘୋଷଣା କରି ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରି ଭ୍ରମଣ କରିବାକୁ ଲାଗିଲେ ।”—ଲୂକ ୮:୧

୪. ଖ୍ରୀଷ୍ଟଙ୍କ ଶାସନ ପ୍ରେମ ଉପରେ ଆଧାରିତ ହେବ । ଯୀଶୁ ପ୍ରତିଜ୍ଞା କରିଥିଲେ ଯେ ସେ ଲୋକଙ୍କୁ ସତେଜ କରିବା ସହିତ ସେମାନଙ୍କର ବୋଝ ହାଲୁକା କରିଦେବେ । (ମାଥିଉ ୧୧:୨୮-୩୦) ସେ ନିଜ କଥା ରଖିଥିଲେ । ସମସ୍ୟାର କିପରି ସମାଧାନ କରାଯାଏ, ଅନ୍ୟମାନଙ୍କ ସହ କିପରି ସୁସମ୍ପର୍କ ସ୍ଥାପନ କରାଯାଇ ପାରେ, ବସ୍ତୁବାଦୀତାରୁ ନିଜକୁ କିପରି ଦୂରେ ରଖାଯାଇ ପାରେ ଏବଂ ପ୍ରକୃତ ଆନନ୍ଦ କିପରି ପାଇବାକୁ ହୁଏ ଏହି ସମନ୍ଧରେ ଯୀଶୁ ପ୍ରେମପୂର୍ଣ୍ଣ ବ୍ୟବହାରିକ ଶିକ୍ଷା ଦେଇଥିଲେ । (ମାଥିଉ, ଅଧ୍ୟାୟ ୫-୭) ଯେହେତୁ ସେ ଲୋକଙ୍କୁ ଭଲ ପାଉଥିଲେ ତେଣୁ ସବୁପ୍ରକାର ଲୋକମାନେ ତାହାଙ୍କ ନିକଟକୁ ବିନା ସଂକୋଚରେ ଆସୁଥିଲେ । ଏପରି କି ଅତି ନିର୍ଯ୍ୟାତିତ ଲୋକମାନେ ମଧ୍ୟ ତାହାଙ୍କ ପାଖକୁ ଏହି ଭରସା ନେଇ ଆସୁଥିଲେ ଯେ ସେ ସେମାନଙ୍କୁ ଦୟାଦେଖେଇବେ ଏବଂ ସେମାନଙ୍କୁ ସମ୍ମାନର ସହ ବ୍ୟବହାର କରିବେ । ସତରେ, ଯୀଶୁ ଏକ ଅପୂର୍ବ ଶାସକ ହେବେ !

ଯୀଶୁ ଆଉ ଏକ ବିଶେଷ ଉପାୟରେ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଶିକ୍ଷା ଦେଲେ । ସେ ଅନେକ ଆଶ୍ଚର୍ଯ୍ୟକର୍ମ କଲେ । ସେ ଏସବୁ କାହିଁକି କରିଥିଲେ ? ଆସନ୍ତୁ ଦେଖିବା ।

—ଏହା ମାଥିଉ, ମାର୍କ, ଲୂକ ଏବଂ ଯୋହନ ପୁସ୍ତକ ଉପରେ ଆଧାରିତ ।

  • ଯୀଶୁ କିପରି ଶିକ୍ଷା ଦେଇଥିଲେ ଯେ ସେ ଜଣେ ମସୀହ ରାଜା ?

  • ଯୀଶୁ କିଭଳି ଦେଖାଇଥିଲେ ଯେ ସେ ନ୍ୟାୟରେ ଶାସନ କରିବେ ?

  • ଯୀଶୁ କିପରି ଦେଖାଇଥିଲେ ଯେ ତାହାଙ୍କ ରାଜ୍ୟ ଏହି ଜଗତର ଅଂଶ ନୁହେଁ ?

  • ଯୀଶୁ କିପରି ଦେଖେଇଲେ ଯେ ତାହାଙ୍କ ଶାସନର ମୂଳ ହେବ ପ୍ରେମ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ