ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • bm ଭାଗ ୧୯ ପୃଷ୍ଠା ୨୨
  • ଯୀଶୁଙ୍କ ସୁଦୂର ପର୍ଯ୍ୟନ୍ତ ପ୍ରସାରିତ ଭବିଷ୍ୟତବାଣୀ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୀଶୁଙ୍କ ସୁଦୂର ପର୍ଯ୍ୟନ୍ତ ପ୍ରସାରିତ ଭବିଷ୍ୟତବାଣୀ
  • ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
  • ପ୍ରାୟ ସମାନ ଲେଖା
  • ଯୀଶୁ ଜୀବିତ ହେଲେ !
    ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
bm ଭାଗ ୧୯ ପୃଷ୍ଠା ୨୨
ଜୀତପର୍ବତରେ ଯୀଶୁ କିଛି ଶିଷ୍ୟମାନଙ୍କ ସହିତ କଥା ହେଉଛନ୍ତି

ଭାଗ ୧୯

ଯୀଶୁଙ୍କ ସୁଦୂର ପର୍ଯ୍ୟନ୍ତ ପ୍ରସାରିତ ଭବିଷ୍ୟତବାଣୀ

ଯୀଶୁ କିଛି ବିଶେଷ ଘଟଣାଗୁଡ଼ିକ ବିଷୟରେ କହିଥିଲେ ଯାହା ତାହାଙ୍କ ରାଜକୀୟ ଉପସ୍ଥିତି ଓ ଯୁଗାନ୍ତକୁ ଚିହ୍ନଟ କରେ

ଉପରେ ଜୀତପର୍ବତ ଓ ତଳେ ଯିରୁଶାଲମ ନଗର ଓ ତାʼର ମନ୍ଦିରର ଅପୂର୍ବ ସୌନ୍ଦର୍ଯ୍ୟମୟ ଦୃଶ୍ୟ । ଥରେ ଯୀଶୁଙ୍କୁ ଏକାକୀ ଦେଖି ତାହାଙ୍କ ଚାରି ଜଣ ଶିଷ୍ୟ ତାʼଙ୍କ ନିକଟକୁ ଆସି କିଛି ପ୍ରଶ୍ନ ପଚାରନ୍ତି । ଯୀଶୁ କହିଲେ ଯେ ଯିରୁଶାଲମ ମନ୍ଦିରର ଧ୍ୱଂସ ହେବ । ଏହାର ଠିକ୍‌ ପୂର୍ବେ ଯୀଶୁ ସେମାନଙ୍କୁ “ଯୁଗାନ୍ତ” ବିଷୟରେ କହିଥିଲେ । (ମାଥିଉ ୧୩:୪୦, ୪୯) ବର୍ତ୍ତମାନ ତାହାଙ୍କ ଶିଷ୍ୟମାନେ ପଚାରିଲେ: “ଆପଣଙ୍କ ଆଗମନ ଓ ଯୁଗାନ୍ତର ଲକ୍ଷଣ କଅଣ” ?—ମାଥିଉ ୨୪:୩.

ଏହାର ଉତ୍ତର ଦେଇ ଯୀଶୁ କହିଲେ ଯିରୁଶାଲମର ଧ୍ୱଂସ ପୂର୍ବେ କʼଣ ଘଟିବ । କିନ୍ତୁ ତାହାଙ୍କ କଥାଗୁଡ଼ିକ ସୁଦୂର ପର୍ଯ୍ୟନ୍ତ ଆଧାରିତ ଥିଲା । ପରେ ତାହାଙ୍କ ଭବିଷ୍ୟତବାଣୀ ସାରାବିଶ୍ୱରେ ବ୍ୟାପକଭାବେ ପୂର୍ଣ୍ଣ ହେବ । ଯୀଶୁ କେତେକ ଘଟଣା ଓ ଜଗତର ପରିସ୍ଥିତି ବିଷୟରେ ଭବିଷ୍ୟତବାଣୀ କହିଥିଲେ ଯାହା ଭବିଷ୍ୟତରେ ଏକ ଚିହ୍ନ ସାଦୃଶ୍ୟ ହେବ । ସେହି ଚିହ୍ନଟି ପୃଥିବୀବାସୀଙ୍କୁ ଜଣାଇବ ଯେ ସ୍ୱର୍ଗୀୟ ରାଜା ଭାବେ ଯୀଶୁଙ୍କ ଉପସ୍ଥିତି ଆରମ୍ଭ ହୋଇଛି । ଅନ୍ୟଥା କହିବାକୁ ଗଲେ ଏହି ଚିହ୍ନ ଦେଖାଏ, ଯିହୋବା ଈଶ୍ୱର ଯୀଶୁଙ୍କୁ ଦୀର୍ଘଦିନର ପ୍ରତିଜ୍ଞାତ ମସୀହଙ୍କ ରାଜ୍ୟର ରାଜାରୂପେ ନିଯୁକ୍ତି କରିଛନ୍ତି । ଏହି ଚିହ୍ନ ସେହି ରାଜ୍ୟ ବିଷୟରେ ଏହା ମଧ୍ୟ କହେ ଯେ ଏହା ପୃଥିବୀର ଦୁଷ୍ଟତା ଦୂର କରି ମନୁଷ୍ୟଜାତି ପାଇଁ ପ୍ରକୃତ ଶାନ୍ତି ସ୍ଥାପନ କରିବ । ଯୀଶୁଙ୍କ ଭବିଷ୍ୟତବାଣୀ ଗୁଡ଼ିକ ଦେଖାଏ ଯେ ବର୍ତ୍ତମାନର ଧର୍ମ, ରାଜନୀତି ଏବଂ ସାମାଜିକ ବ୍ୟବସ୍ଥାର ସମାପ୍ତି ହେବାକୁ ଯାଉଛି ଏବଂ ଏକ ନୂତନ ବିଧିବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି ।

ସ୍ୱର୍ଗୀୟ ରାଜା ଭାବେ ନିଜର ଉପସ୍ଥିତି ସମୟରେ ପୃଥିବୀରେ କେଉଁ କେଉଁ ଘଟଣା ଘଟିବ ସେହି ବିଷୟରେ ଯୀଶୁ ବ୍ୟାଖ୍ୟା କରି କହିଲେ ଯେ ବିଶ୍ୱବ୍ୟାପି ଯୁଦ୍ଧ, ମରୁଡ଼ି, ବଡ଼ ବଡ଼ ଭୂମିକମ୍ପ ଏବଂ ମହାମାରୀ ହେବ । ଅଧାର୍ମିକତାର ବୃଦ୍ଧି ହେବ । ଯୀଶୁଙ୍କ ପ୍ରକୃତ ଶିଷ୍ୟମାନେ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ସାରା ପୃଥିବୀରେ ପ୍ରଚାର କରିବେ । ଏହି ସମସ୍ତ କିଛିର ପରିଣାମ ହେବ “ମହାକ୍ଳେଶ” ଯାହା ଆଜି ପର୍ଯ୍ୟନ୍ତ କେବେ ଘଟି ନାହିଁ ।—ମାଥିଉ ୨୪:୨୧.

ଯୀଶୁଙ୍କ ଅନୁଗାମୀମାନେ କିପରି ଜାଣିବେ ଯେ ମହାକ୍ଳେଶ ପାଖେଇ ଆସୁଛି ? ଯୀଶୁ କହିଲେ, “ଡିମିରିବୃକ୍ଷରୁ ଦୃଷ୍ଟାନ୍ତ ଶିକ୍ଷା କର” । (ମାଥିଉ ୨୪:୩୨) ଡିମିରି ବୃକ୍ଷର କଅଁଳ ପତ୍ରଗୁଡ଼ିକରୁ ଗ୍ରୀଷ୍ମକାଳର ଉପସ୍ଥିତି ଜଣାପଡ଼େ । ଠିକ୍‌ ସେହିପରି ଯୀଶୁଙ୍କ କହିଥିବା ସମସ୍ତ କଥା ଏକାସମୟରେ ଘଟି ଏହା ଦେଖାଏ ଯେ ଯୁଗାନ୍ତର ସମୟ ଅତି ପାଖେଇ ଆସିଅଛି । ଏହି ମହାକ୍ଳେଶ କେବେ ଓ କେଉଁ ସମୟରେ ହେବ, ସେହି ବିଷୟରେ ପିତାଙ୍କ ବିନା ଆଉ କେହି ଜାଣନ୍ତି ନାହିଁ । ସେଥିପାଇଁ ଯୀଶୁ ନିଜ ଶିଷ୍ୟମାନଙ୍କୁ ପ୍ରୋତ୍ସାହନ କରି କହିଥିଲେ: “ଜାଗି ରୁହ; କାରଣ ସେସମୟ କେବେ ହେବ, ତାହା ତୁମ୍ଭେମାନେ ଜାଣ ନାହିଁ ।”—ମାର୍କ ୧୩:୩୩.

—ଏହା ମାଥିଉ ଅଧ୍ୟାୟ ୨୪ ଏବଂ ୨୫; ମାର୍କ ଅଧ୍ୟାୟ ୧୩; ଲୂକ ଅଧ୍ୟାୟ ୨୧ ଉପରେ ଆଧାରିତ ।

  • ଯୀଶୁଙ୍କ ଶିଷ୍ୟମାନେ କେଉଁ ବିଷୟରେ ଆଉ ଅଧିକ ଜାଣିବାକୁ ଚାହିଁଥିଲେ ?

  • ଯୀଶୁ ଦେଇଥିବା ଚିହ୍ନର ଅର୍ଥ କʼଣ ଏବଂ ଏହି ଚିହ୍ନର ବିଭିନ୍ନ ଘଟଣାଗୁଡ଼ିକ କʼଣ ?

  • ଯୀଶୁ ନିଜ ଶିଷ୍ୟମାନଙ୍କୁ କେଉଁ ଉପଦେଶ ଦେଇଥିଲେ ?

ଖ୍ରୀଷ୍ଟଙ୍କ ଉପସ୍ଥିତିର ଚିହ୍ନ

ଯୀଶୁ ଭବିଷ୍ୟବାଣୀ କରି କହିଥିଲେ ଯେ ଏପରି ଏକ ଚିହ୍ନ ଦେଖା ଯିବ ଯାହା କହିବ ଯେ ଈଶ୍ୱର ଏହି ଦୁଷ୍ଟ ବିଧିବ୍ୟବସ୍ଥାର ଅତି ଶୀଘ୍ର ଧ୍ୱଂସ କରିବେ । ଯୀଶୁ ଯାହା ଯାହା ଭବିଷ୍ୟବାଣୀ କରିଥିଲେ ତାହା ମନୁଷ୍ୟ ପ୍ରଥମ ବିଶ୍ୱଯୁଦ୍ଧ ପରଠାରୁ ଦେଖି ଆସୁଛି । ପୃଥିବୀ ବ୍ୟାପି ଧର୍ମୀୟ, ରାଜନୈତିକ, ସାମାଜିକ ଘଟଣାଗୁଡ଼ିକ ଦୃତଗତିରେ ଏବଂ ଅନିବାର୍ଯ୍ୟଭାବେ ଏହି ବିଧିବ୍ୟବସ୍ଥାର ଶେଷ ଆଡ଼କୁ ଗତିକରୁଛି । ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେଇଥିଲେ ଯେ ସେମାନଙ୍କୁ ଉଦ୍ଧାର ପାଇବାକୁ ହେଲେ ‘ଜାଗିରହିବାକୁ’ ହେବ ଏବଂ ଈଶ୍ୱରଙ୍କ ସାର୍ବଭୌମତ୍ୱକୁ ସମର୍ଥନ କରି ଉପଯୁକ୍ତ ପଦକ୍ଷେପ ନେବାକୁ ପଡ଼ିବ।a—ଲୂକ ୨୧:୩୬; ମାଥିଉ ୨୪:୩-୧୪.

a ଯୀଶୁଙ୍କ ଭବିଷ୍ୟତବାଣୀ ବିଷୟରେ ଅଧିକ ଜାଣିବା ପାଇଁ ଯିହୋବାଙ୍କ ସାକ୍ଷୀଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକ ବାଇବଲ ଆମକୁ କʼଣ ଶିଖାଏ ? ପୃଷ୍ଠା ୯୪-୧୦୪ ଦେଖନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ