ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • fg ପାଠ ୧୪ ପ୍ରଶ୍ନଗୁଡ଼ିକ ୧-୪
  • ପରମେଶ୍ୱର ଏକ ସଂଗଠନ କାହିଁକି ଆରମ୍ଭ କଲେ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପରମେଶ୍ୱର ଏକ ସଂଗଠନ କାହିଁକି ଆରମ୍ଭ କଲେ?
  • ପରମେଶ୍ୱରଙ୍କ ତରଫରୁ ଖୁସିର ଖବର!
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କ ସାକ୍ଷୀମାନେ କିପରି ସଂଗଠିତ ଅଛନ୍ତି
    ଈଶ୍ୱର ଆମମାନଙ୍କଠାରୁ କʼଣ ଚାହାନ୍ତି ?
  • “ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ” କିଏ ଏବଂ ସେ କʼଣ କରେ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ପରମେଶ୍ୱରଙ୍କ ତରଫରୁ ଖୁସିର ଖବର!
fg ପାଠ ୧୪ ପ୍ରଶ୍ନଗୁଡ଼ିକ ୧-୪

ପାଠ ୧୪

ପରମେଶ୍ୱର ଏକ ସଂଗଠନ କାହିଁକି ଆରମ୍ଭ କଲେ?

୧. ପରମେଶ୍ୱର ପ୍ରାଚୀନ ଇସ୍ରାଏଲୀୟମାନଙ୍କୁ କାହିଁକି ସଂଗଠିତ କଲେ?

୧. ଚୀନ ଇଏଲରେ ଈରଙ୍କ ଲୋକମାନେ; ୨. ଚାର କାମ ପାଇଁ ସଂଗଠିତ କରାଯାଇବା ଥମ ଶତାବ୍ଦୀର ଷ୍ଟିୟାନମାନେ

ପ୍ରାଚୀନ ଇତିହାସରେ ପରମେଶ୍ୱର ନିଜ ବିଶ୍ୱସ୍ତ ସେବକ ଅବ୍ରହାମଙ୍କ ବଂଶକୁ ଏକ ରାଷ୍ଟ୍ରରେ ସଂଗଠିତ କଲେ ଏବଂ ସେମାନଙ୍କୁ କିଛି ନିୟମ ଦେଲେ। ପରମେଶ୍ୱର ଏହି ରାଷ୍ଟ୍ରକୁ “ଇସ୍ରାଏଲ” ନାମ ଦେଲେ ଏବଂ ସତ୍ୟ ଉପାସନା ଓ ନିଜ ବାକ୍ୟର ରକ୍ଷକ ଭାବେ ନିଯୁକ୍ତ କଲେ। (ଗୀତସଂହିତା ୧୪୭:୧୯, ୨୦) ତେଣୁ ସାରା ପୃଥିବୀର ଲୋକଙ୍କୁ ଏହି ଇସ୍ରାଏଲ ରାଷ୍ଟ୍ର ଜରିଆରେ ଆଶିଷ ମିଳିଥାʼନ୍ତା।—ଆଦି ପୁସ୍ତକ ୨୨:୧୮ ପଢ଼ନ୍ତୁ।

ପରମେଶ୍ୱର ସାରା ଇସ୍ରାଏଲୀୟଙ୍କୁ ନିଜ ସାକ୍ଷୀ ହେବା ପାଇଁ ବାଛିଥିଲେ। ଇସ୍ରାଏଲ ଜାତିକୁ ଦେଖି ଅନ୍ୟ ଲୋକେ ପରମେଶ୍ୱରଙ୍କ ନିୟମ ମାନିଲେ କିପରି ଲାଭ ହୁଏ, ତାହା ଜାଣି ପାରିଥାʼନ୍ତେ। (ଦ୍ୱିତୀୟ ବିବରଣ ୪:୬) ଏପରି ଭାବରେ ଅନ୍ୟ ଦେଶର ଲୋକମାନଙ୍କୁ ମଧ୍ୟ ଇସ୍ରାଏଲ ଜାତି ଜରିଆରେ ପରମେଶ୍ୱରଙ୍କୁ ଜାଣିବା ପାଇଁ ସୁଯୋଗ ମିଳିଥିଲା।—ଯିଶାଇୟ ୪୩:୧୦, ୧୨ ପଢ଼ନ୍ତୁ।

୨. ଆଜି ପରମେଶ୍ୱରଙ୍କ ଲୋକେ କାହିଁକି ସଂଗଠିତ ଅଛନ୍ତି?

କିଛି ଶତାବ୍ଦୀ ପରେ ଏପରି ସମୟ ଆସିଲା, ଯେତେବେଳେ ଇସ୍ରାଏଲୀୟମାନେ ପରମେଶ୍ୱରଙ୍କ ମଞ୍ଜୁରୀ ହରାଇଲେ। ତେଣୁ ପ୍ରଥମ ଶତାବ୍ଦୀରେ ଯିହୋବା ଯୀଶୁଙ୍କ ପ୍ରକୃତ ଶିଷ୍ୟମାନଙ୍କୁ ନିଜ ଲୋକ ଭାବରେ ବାଛିଲେ। (ମାଥିଉ ୨୧:୪୩; ୨୩:୩୭, ୩୮) ଆଜି ଇସ୍ରାଏଲ ଜାତି ବଦଳରେ ଯୀଶୁଙ୍କ ପ୍ରକୃତ ଶିଷ୍ୟମାନେ ଯିହୋବାଙ୍କ ସାକ୍ଷୀ ଭାବରେ ପରମେଶ୍ୱରଙ୍କ ସେବା କରୁଛନ୍ତି।—ପ୍ରେରିତ ୧୫:୧୪, ୧୭ ପଢ଼ନ୍ତୁ।

ଯୀଶୁ ପ୍ରଚାର କରିବା ଏବଂ ସମସ୍ତ ଜାତିର ଲୋକଙ୍କୁ ତାଙ୍କ ଶିଷ୍ୟ କରିବା ପାଇଁ ନିଜ ଅନୁକରଣକାରୀଙ୍କୁ ସଂଗଠିତ କଲେ। (ମାଥିଉ ୧୦:୭, ୧୧; ୨୪:୧୪; ୨୮:୧୯, ୨୦) ଆଜି ଏହି ଦୁନିଆର ବ୍ୟବସ୍ଥାର ଶେଷ ସମୟରେ ମଧ୍ୟ ପରମେଶ୍ୱରଙ୍କ ଲୋକେ ସଂଗଠିତ ହୋଇ ଉତ୍ସାହର ସହିତ ପ୍ରଚାର କାମ କରୁଛନ୍ତି। ଇତିହାସରେ ପ୍ରଥମଥର ପାଇଁ ଯିହୋବା ସବୁ ଜାତିର ଲକ୍ଷ ଲକ୍ଷ ଲୋକଙ୍କୁ ସତ୍ୟ ଉପାସନା ପାଇଁ ଏକାଠି କରିଛନ୍ତି। (ପ୍ରକାଶିତ ବାକ୍ୟ ୭:୯, ୧୦) ପରମେଶ୍ୱରଙ୍କ ସେବକମାନେ ସଂଗଠିତ ହୋଇଥିବାରୁ ସେମାନେ ଜଣେ ଅନ୍ୟର ଉତ୍ସାହ ବଢ଼ାଇପାରନ୍ତି ଏବଂ ସାହାଯ୍ୟ କରିପାରନ୍ତି। ସେମାନେ ଦୁନିଆର ଯେକୌଣସି ଜାଗାରେ ରହିଲେ ମଧ୍ୟ ତାଙ୍କ ସଭାଗୁଡ଼ିକରେ ସେମାନଙ୍କୁ ବାଇବଲରୁ ସମାନ ଶିକ୍ଷା ମିଳେ।—ଏବ୍ରୀ ୧୦:୨୪, ୨୫ ପଢ଼ନ୍ତୁ।

୩. ବର୍ତ୍ତମାନ ସମୟର ଯିହୋବାଙ୍କ ସାକ୍ଷୀମାନଙ୍କ ସଂଗଠନ କିପରି ଆରମ୍ଭ ହେଲା?

ବିଂଶ ଶତାବ୍ଦୀର ଆରରେ ଏବଂ ଆଜିର ସମୟରେ ଯିହୋବାଙ୍କ ସାକ୍ଷୀମାନେ ଚାର କରୁବାର ଦୃଶ୍ୟ; ବିଭି ଭାଷାରେ ମୁଦତ ବାଇବଲ ଆଧାରିତ କାଶନ।

୧୮୭୦ ଦଶାବ୍ଦୀରେ ବାଇବଲ ବିଦ୍ୟାର୍ଥୀଙ୍କ ଏକ ଛୋଟ ସମୂହ ବାଇବଲକୁ ଗଭୀର ଭାବେ ଅଧ୍ୟୟନ କରିବାକୁ ଲାଗିଲେ। ଏହି ବିଦ୍ୟାର୍ଥୀମାନେ ବାଇବଲରୁ ଏପରି ସତ୍ୟତା ଖୋଜି ବାହାର କଲେ, ଯାହା ବିଷୟରେ ଲୋକମାନଙ୍କୁ ଜଣା ନ ଥିଲା। ସେମାନେ ଜାଣିବାକୁ ପାଇଲେ ଯେ ଯୀଶୁ ପ୍ରଚାର କରିବା ପାଇଁ ନିଜ ଶିଷ୍ୟମାନଙ୍କୁ ସଂଗଠିତ କରିଥିଲେ। ତେଣୁ ସେମାନେ ସାରା ପୃଥିବୀରେ ଅନେକ ଦେଶରେ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରଚାର କରିବାକୁ ଲାଗିଲେ। ୧୯୩୧ ମସିହାରୁ ସେମାନେ ଯିହୋବାଙ୍କ ସାକ୍ଷୀ ନାମରେ ପରିଚିତ ହେଲେ।—ପ୍ରେରିତ ୧:୮; ୨:୧, ୪; ୫:୪୨ ପଢ଼ନ୍ତୁ।

୪. ଯିହୋବାଙ୍କ ସାକ୍ଷୀମାନଙ୍କୁ କିପରି ସଂଗଠିତ କରାଯାଇଛି?

ପ୍ରଥମ ଶତାବ୍ଦୀରେ କିଛି ଅନୁଭବୀ ଲୋକଙ୍କ ଦ୍ୱାରା ଗଠିତ ଏକ ସମୂହ ଥିଲା, ଯାହା ବିଭିନ୍ନ ଦେଶରେ ଥିବା ଯୀଶୁଙ୍କ ଶିଷ୍ୟମାନଙ୍କ ମଣ୍ଡଳୀଗୁଡ଼ିକୁ ପରିଚାଳିତ କରୁଥିଲା। ଏହି ସମୂହ ଯୀଶୁଙ୍କୁ ମଣ୍ଡଳୀଗୁଡ଼ିକର ମୁଖିଆ ମାନୁଥିଲେ। (ପ୍ରେରିତ ୧୬:୪, ୫) ଠିକ୍‌ ସେହିପରି ଆଜି ମଧ୍ୟ ଯିହୋବାଙ୍କ ସାକ୍ଷୀମାନଙ୍କ ଏକ ପ୍ରଶାସନ ଦଳ ଅଛି, ଯାହା ଅନୁଭବୀ ପ୍ରାଚୀନମାନଙ୍କ ଦ୍ୱାରା ଗଠିତ। ଏହି ପ୍ରଶାସନ ଦଳ ଯିହୋବାଙ୍କ ସାକ୍ଷୀମାନଙ୍କ ଶାଖା କାର୍ଯ୍ୟାଳୟଗୁଡ଼ିକୁ ପରିଚାଳିତ କରେ, ଯେଉଁଠାରେ ୬୦୦ରୁ ଅଧିକ ଭାଷାରେ ବାଇବଲ ଆଧାରିତ ସାହିତ୍ୟର ଅନୁବାଦ, ମୁଦ୍ରଣ ଏବଂ ବିତରଣ କରାଯାଏ। ଏହିପରି ଭାବରେ ପ୍ରଶାସନ ଦଳ ସାରା ଦୁନିଆରେ ଥିବା ଏକ ଲକ୍ଷରୁ ବେଶି ମଣ୍ଡଳୀଗୁଡ଼ିକୁ ନିର୍ଦ୍ଦେଶ ଦିଏ ଏବଂ ସେଗୁଡ଼ିକର ଉତ୍ସାହ ବଢ଼ାଏ। ପ୍ରତ୍ୟେକ ମଣ୍ଡଳୀରେ କିଛି ଯୋଗ୍ୟ ଭାଇମାନେ ମଣ୍ଡଳୀକୁ ପରିଚାଳିତ କରନ୍ତି, ଯେଉଁମାନଙ୍କୁ ପ୍ରାଚୀନ କିମ୍ବା ଅଧ୍ୟକ୍ଷ କୁହାଯାଏ। ଏହି ଭାଇମାନେ ପ୍ରେମର ସହିତ ଏବଂ ବିନା ସ୍ୱାର୍ଥରେ ଯିହୋବାଙ୍କ ଲୋକଙ୍କ ଯତ୍ନ ନିଅନ୍ତି।—୧ ପିତର ୫:୨, ୩ ପଢ଼ନ୍ତୁ।

ଯିହୋବାଙ୍କ ସାକ୍ଷୀମାନେ ସଂଗଠିତ ଭାବରେ ପରମେଶ୍ୱରଙ୍କ ରାଜ୍ୟର ଖୁସିର ଖବର ପ୍ରଚାର କରନ୍ତି ଏବଂ ଲୋକେ କିପରି ବାଇବଲର ଶିକ୍ଷା ଜୀବନରେ ଲାଗୁ କରିପାରିବେ, ତାହା ଶିଖାନ୍ତି। ଯୀଶୁଙ୍କ ଶିଷ୍ୟମାନଙ୍କ ପରି ସେମାନେ ମଧ୍ୟ ଘର ଘର ଯାଇ ଲୋକଙ୍କୁ ଭେଟନ୍ତି। (ପ୍ରେରିତ ୨୦:୨୦) ଯେଉଁମାନଙ୍କ ହୃଦୟରେ ସତ୍ୟକୁ ଜାଣିବା ପାଇଁ ପ୍ରକୃତରେ ଇଚ୍ଛା ଥାଏ, ସେମାନଙ୍କୁ ବାଇବଲ ଅଧ୍ୟୟନ କରିବା ପାଇଁ ନିମନ୍ତ୍ରଣ କରନ୍ତି। ସେମାନେ ଏକ ବଡ଼ ପରିବାର ଭଳି ଅଟନ୍ତି ଏବଂ ସେମାନଙ୍କ ପିତା ଯିହୋବା ସେମାନଙ୍କୁ ବହୁତ ପ୍ରେମ କରନ୍ତି। ସେମାନେ ପରସ୍ପରକୁ ଭାଇଭଉଣୀ ଭାବରେ ଦେଖନ୍ତି ଏବଂ ହୃଦୟର ସହିତ ଜଣେ ଅନ୍ୟକୁ ସାହାଯ୍ୟ କରନ୍ତି। (୨ ଥେସଲନୀକୀୟ ୧:୩) ଯିହୋବାଙ୍କ ସାକ୍ଷୀମାନେ ପରମେଶ୍ୱରଙ୍କୁ ଖୁସି କରିବା ପାଇଁ ଏବଂ ଅନ୍ୟକୁ ସାହାଯ୍ୟ କରିବା ପାଇଁ ସଂଗଠିତ ହୋଇଛନ୍ତି। ତେଣୁ ସେମାନେ ସମସ୍ତେ ଗଭୀର ଖୁସି ଅନୁଭବ କରନ୍ତି।—ଗୀତସଂହିତା ୩୩:୧୨; ପ୍ରେରିତ ୨୦:୩୫ ପଢ଼ନ୍ତୁ।

ଅଧିକ ଜାଣିବା ପାଇଁ ବାଇବଲ ଆମକୁ କʼଣ ଶିଖାଏ? ନାମକ ବହିର ୧୯ ଅଧ୍ୟାୟ ଦେଖନ୍ତୁ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ