ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପାଠ ୫୬ ପୃଷ୍ଠା ୧୩୪
  • ଯୋଶୀୟ ଈଶ୍ୱରଙ୍କ ବ୍ୟବସ୍ଥାକୁ ବହୁତ ପ୍ରେମ କରୁଥିଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୋଶୀୟ ଈଶ୍ୱରଙ୍କ ବ୍ୟବସ୍ଥାକୁ ବହୁତ ପ୍ରେମ କରୁଥିଲେ
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ପ୍ରାୟ ସମାନ ଲେଖା
  • ଯୁବାମାନେ, ତମ ଜୀବନ କିପରି ହେବ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପାଠ ୫୬ ପୃଷ୍ଠା ୧୩୪
ଶାଫନ୍‌ ରାଜା ଯୋଶୀୟଙ୍କୁ ଚର୍ମପତ୍ର ପଢ଼ି ଶୁଣାଉଛନ୍ତି

ପାଠ ୫୬

ଯୋଶୀୟ ଈଶ୍ୱରଙ୍କ ବ୍ୟବସ୍ଥାକୁ ବହୁତ ପ୍ରେମ କରୁଥିଲେ

ଯୋଶୀୟ ଆଠ ବର୍ଷର ଥିବା ବେଳେ ଯିହୁଦାର ରାଜା ହେଲେ । ସେସମୟରେ ସେଠାର ଲୋକମାନେ ଯାଦୁବିଦ୍ୟା ଓ ମୂର୍ତ୍ତିପୂଜା କରୁଥିଲେ । ଯୋଶୀୟ ୧୬ ବର୍ଷର ହେବା ପରେ ସଠିକ୍‌ ଉପାୟରେ ଯିହୋବାଙ୍କ ଉପାସନା କରିବା ଶିଖିଲେ । ଆଉ ୨୦ ବର୍ଷ ବୟସରେ ସେ ସମ୍ପୂର୍ଣ୍ଣ ଦେଶରୁ ମୂର୍ତ୍ତି ଓ ବେଦିଗୁଡ଼ିକୁ ନଷ୍ଟ କରିଦେଲେ । ଆଉ ୨୬ ବର୍ଷ ବୟସରେ ସେ ଯିହୋବାଙ୍କ ମନ୍ଦିରର ମରାମତି କରିବା ପାଇଁ ବ୍ୟବସ୍ଥା କରାଇଲେ ।

ମନ୍ଦିରରେ ମହାଯାଜକ ହିଲ୍‌କୀୟଙ୍କୁ ଯିହୋବାଙ୍କ ବ୍ୟବସ୍ଥାର ଚର୍ମପତ୍ର ମିଳିଲା । ହୁଏତ ଏହା ସେହି ଚର୍ମପତ୍ର ଥିଲା ଯାହା ମୋଶା ନିଜ ହାତରେ ଲେଖିଥିଲେ । ରାଜାଙ୍କ ଜଣେ ସେବକ ଶାଫନ୍‌, ଯୋଶୀୟଙ୍କ ପାଖକୁ ସେହି ଚର୍ମପତ୍ର ନେଇକି ଗଲେ ଏବଂ ତାହା ତାଙ୍କୁ ପଢ଼ିକି ଶୁଣାଇଲେ । ରାଜା ଯୋଶୀୟ ବୁଝିଗଲେ ଯେ ଲୋକମାନେ ଅନେକ ବର୍ଷରୁ ଯିହୋବାଙ୍କ ଆଜ୍ଞା ମାନୁ ନାହାନ୍ତି । ସେ ହିଲ୍‌କୀୟଙ୍କୁ କହିଲେ, ‘ଯିହୋବା ଆମ ଉପରେ ବହୁତ କ୍ରୋଧିତ ଅଛନ୍ତି । ଯାଅ ଓ ତାଙ୍କ ସହ କଥା ହୁଅ, ସେ କହିବେ ଯେ ଆମେ କʼଣ କରିବା ଉଚିତ୍‌ ।’ ଯିହୋବା ଭବିଷ୍ୟଦ୍‌ବକ୍ତ୍ରୀ ହୁଲ୍‌ଦାଙ୍କ ଜରିଆରେ କହିଲେ, ‘ଯିହୁଦାର ଲୋକମାନେ ମୋତେ ଛାଡ଼ି ଦେଇଛନ୍ତି । ତେଣୁ ସେମାନଙ୍କୁ ଦଣ୍ଡ ମିଳିବ । କିନ୍ତୁ ଯେବେ ଯାଏ ଯୋଶୀୟ ରାଜା ଅଛନ୍ତି ତେବେ ଯାଏ ଏପରି ହେବ ନାହିଁ, କାରଣ ସେ ନିଜକୁ ନମ୍ର କରିଛନ୍ତି ।’

ହିଲ୍‌କୀୟଙ୍କୁ ସେହି ଚର୍ମପତ୍ର ମିଳେ ଯେଉଁଥିରେ ଈଶ୍ୱରଙ୍କ ବ୍ୟବସ୍ଥା ଲେଖାଅଛି

ରାଜା ଯୋଶୀୟ ଏହି ସନ୍ଦେଶ ଶୁଣିବା ପରେ ମନ୍ଦିରକୁ ଗଲେ ଓ ଯିହୁଦାର ଲୋକମାନଙ୍କୁ ଏକାଠି କଲେ । ତାʼପରେ ସେ ସମସ୍ତଙ୍କୁ ଯିହୋବାଙ୍କ ବ୍ୟବସ୍ଥା ପଢ଼ିକି ଶୁଣାଇଲେ । ଯୋଶୀୟ ଓ ଲୋକମାନେ ପ୍ରତିଜ୍ଞା କଲେ ଯେ ସେମାନେ ହୃଦୟର ସହ ଯିହୋବାଙ୍କ ଆଜ୍ଞା ମାନିବେ ।

ଯିହୁଦାର ଲୋକମାନେ ଅନେକ ବର୍ଷରୁ ନିସ୍ତାର ପର୍ବ ପାଳନ କରି ନ ଥିଲେ । କିନ୍ତୁ ଯେବେ ଯୋଶୀୟ ବ୍ୟବସ୍ଥା ପଢ଼ିଲେ ତେବେ ସେ ଜାଣିପାରିଲେ ଯେ ସେମାନଙ୍କୁ ପ୍ରତିବର୍ଷ ନିସ୍ତାର ପର୍ବ ପାଳନ କରିବା ଉଚିତ୍‌ । ତେଣୁ ସେ ଲୋକମାନଙ୍କୁ କହିଲେ, ‘ଆମେ ଯିହୋବାଙ୍କ ପାଇଁ ନିସ୍ତାର ପର୍ବ ପାଳନ କରିବା ।’ ଯୋଶୀୟ ଅନେକ ବଳିଦାନ ଚଢ଼ାଇବା ପାଇଁ ଏବଂ ମନ୍ଦିରରେ ଗାୟକମାନଙ୍କ ଦଳ ଗୀତ ଗାଇବା ପାଇଁ ବ୍ୟବସ୍ଥା କଲେ । ତାʼପରେ ସାରା ଦେଶର ଲୋକମାନେ ନିସ୍ତାର ପର୍ବ ପାଳନ କଲେ ଏବଂ ପରେ ‘ତାଡ଼ିଶୂନ୍ୟ ରୋଟୀର ପର୍ବ’ ପାଳନ କଲେ ଯାହା ସାତ ଦିନ ଯାଏ ହେଉଥିଲା । ଏପରି ନିସ୍ତାର ପର୍ବର ପାଳନ ଶାମୁୟେଲଙ୍କ ପରଠାରୁ କେବେ ହୋଇ ନ ଥିଲା । ଯୋଶୀୟ ଈଶ୍ୱରଙ୍କ ବ୍ୟବସ୍ଥାକୁ ବହୁତ ପ୍ରେମ କରୁଥିଲେ । କʼଣ ଆପଣଙ୍କୁ ବି ଯିହୋବାଙ୍କ ବିଷୟରେ ଶିଖିବା ଭଲ ଲାଗେ ?

“ତୁମ୍ଭ ବାକ୍ୟ ମୋʼ ଚରଣ ପାଇଁ ପ୍ରଦୀପ ଓ ମୋʼ ପଥ ପାଇଁ ଆଲୁଅ ଅଟେ ।”—ଗୀତସଂହିତା ୧୧୯:୧୦୫

ପ୍ରଶ୍ନ: ଯେବେ ରାଜା ଯୋଶୀୟ ଈଶ୍ୱରଙ୍କ ବ୍ୟବସ୍ଥା ଶୁଣିଲେ ତେବେ ସେ କʼଣ କଲେ ? ଯିହୋବା ଯୋଶୀୟଙ୍କ ବିଷୟରେ କିପରି ଅନୁଭବ କଲେ ?

୨ ରାଜାବଳୀ ୨୧:୨୬; ୨୨:୧–୨୩:୩୦; ୨ ବଂଶାବଳୀ ୩୪:୧–୩୫:୨୫

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ