ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପାଠ ୯୧ ପୃଷ୍ଠା ୨୧୨-ପୃଷ୍ଠା ୨୧୩ ଅନୁଚ୍ଛେଦ ୧
  • ଯୀଶୁଙ୍କୁ ଜୀବିତ କରାଗଲା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୀଶୁଙ୍କୁ ଜୀବିତ କରାଗଲା
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ପ୍ରାୟ ସମାନ ଲେଖା
  • ଯୀଶୁ ଜୀବିତ ହେଲେ !
    ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
  • ଯୀଶୁ ୪୦ ଦିନ ମଧ୍ୟରେ ଯାହା କଲେ, ସେଥିରୁ ଆମେ କʼଣ ଶିଖୁ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପାଠ ୯୧ ପୃଷ୍ଠା ୨୧୨-ପୃଷ୍ଠା ୨୧୩ ଅନୁଚ୍ଛେଦ ୧
ଯୀଶୁଙ୍କ କବରକୁ ଖାଲି ଦେଖି ସ୍ତ୍ରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି

ପାଠ ୯୧

ଯୀଶୁଙ୍କୁ ଜୀବିତ କରାଗଲା

ଯୀଶୁଙ୍କ ମୃତ୍ୟୁ ପରେ, ଯୋଷେଫ ନାମକ ଜଣେ ଧନୀ ବ୍ୟକ୍ତି ପୀଲାତଙ୍କୁ ପଚାରିଲେ ଯେ ସେ କʼଣ ଯୀଶୁଙ୍କ ଶବକୁ କାଠରୁ ଓହ୍ଲାଇ ନେଇପାରିବ । ଯୋଷେଫ ଶବରେ ଲଗାଯାଉଥିବା ମସଲାଗୁଡ଼ିକୁ ଯୀଶୁଙ୍କ ଶବରେ ଲଗାଇ ସୂକ୍ଷ୍ମ ବସ୍ତ୍ରରେ (ଲିନେନ୍‌) ଗୁଡ଼ାଇଲେ ଏବଂ ଗୋଟିଏ ନୂଆ କବରରେ ରଖିଲେ । ସେହି କବରର ଦ୍ୱାରରେ ସେ ଗୋଟିଏ ବଡ଼ ପଥରକୁ ଠେଲି ବନ୍ଦ କରିଦେଲେ । ପ୍ରଧାନ ଯାଜକମାନେ ପୀଲାତଙ୍କୁ କହିଲେ, ‘ଆମକୁ ଡର ଅଛି ଯେ ଯୀଶୁଙ୍କ କିଛି ଶିଷ୍ୟ ଆସି ତାଙ୍କ ଶବକୁ ନେଇଯିବେ ଏବଂ କହିବେ ଯେ ସେ ଜୀବିତ ହୋଇଯାଇଛି ।’ ତେଣୁ ପୀଲାତ ସେମାନଙ୍କୁ କହିଲେ, ‘କବରକୁ ଭଲଭାବେ ବନ୍ଦ କରି ଦିଅ ଏବଂ ସେଇଠି ପ୍ରହରୀମାନଙ୍କୁ ଛିଡ଼ା କର ।’

ତିନି ଦିନ ପରେ, ସକାଳ ସମୟରେ କିଛି ସ୍ତ୍ରୀ କବର ପାଖକୁ ଆସିଲେ । ସେମାନେ ଦେଖିଲେ ଯେ କବରର ପଥରକୁ ଘୁଞ୍ଚାଇ ଦିଆଯାଇଛି । କବର ଭିତରେ ଜଣେ ସ୍ୱର୍ଗଦୂତ ଥିଲେ ଯିଏ ସ୍ତ୍ରୀମାନଙ୍କୁ କହିଲେ, ‘ଭୟ କର ନାହିଁ । ଯୀଶୁଙ୍କୁ ଜୀବିତ କରି ଦିଆଯାଇଛି । ଯାଅ, ତାଙ୍କ ଶିଷ୍ୟମାନଙ୍କୁ ଯାଇ କୁହ ଯେ ସେମାନେ ତାଙ୍କୁ ଭେଟିବା ପାଇଁ ଗାଲିଲୀକୁ ଆସନ୍ତୁ ।’

ମଗ୍‌ଦଲୀନୀ ମରୀୟମ, ପିତର ଓ ଯୋହନଙ୍କୁ ଖୋଜିବା ପାଇଁ ତୁରନ୍ତ ବାହାରି ପଡ଼ିଲେ । ସେ ସେମାନଙ୍କୁ କହିଲେ, ‘କେହି ଯୀଶୁଙ୍କ ଶବକୁ ନେଇ ଯାଇଛନ୍ତି !’ ପିତର ଓ ଯୋହନ ଦୌଡ଼ି ଯାଇ କବର ପାଖକୁ ଗଲେ । ଯେବେ ସେମାନେ ଦେଖିଲେ ଯେ କବର ଖାଲି ଅଛି ତେବେ ସେମାନେ ନିଜ ଘରକୁ ଫେରି ଆସିଲେ ।

ଯେବେ ମରୀୟମ କବରକୁ ଫେରିଲେ ତେବେ ସେ ଦେଖିଲେ ଯେ ତାହା ଭିତରେ ଦୁଇ ଜଣ ସ୍ୱର୍ଗଦୂତ ଅଛନ୍ତି । ସେ ସେମାନଙ୍କୁ କହିଲେ, ‘ମୁଁ ଜାଣିନି ଯେ ସେମାନେ ମୋ ପ୍ରଭୁଙ୍କୁ କେଉଁଠି ନେଇ ଯାଇଛନ୍ତି ।’ ତାʼପରେ ସେ ଜଣେ ବ୍ୟକ୍ତିଙ୍କୁ ଦେଖିଲେ ଏବଂ ଭାବିଲେ ଯେ ସେ ମାଳୀ ଅଟନ୍ତି । ସେ ସେହି ବ୍ୟକ୍ତିଙ୍କୁ କହିଲେ, ‘ଭାଇ ମୋତେ କୁହ ଯେ ତମେ ତାଙ୍କୁ କେଉଁଠି ନେଇଯାଇଛ ।’ କିନ୍ତୁ ସେହି ବ୍ୟକ୍ତି ତାଙ୍କୁ “ମରୀୟମ” ବୋଲି ଡାକିବାରୁ ସେ ଚିହ୍ନିପାରିଲେ ଯେ ସେହି ବ୍ୟକ୍ତି ଯୀଶୁ ଅଟନ୍ତି । ମରୀୟମ ପାଟି କରି କହିଲେ, ‘ଗୁରୁ !’ ଏବଂ ସେ ଯୀଶୁଙ୍କୁ ଧରି ରଖିଲେ । ଯୀଶୁ ତାଙ୍କୁ କହିଲେ, ‘ଯାଇକି ମୋ ଭାଇମାନଙ୍କୁ କୁହ ଯେ ତମେ ମୋତେ ଦେଖିଛ ।’ ମରୀୟମ ଦୌଡ଼ି ଯାଇ ଶିଷ୍ୟମାନଙ୍କ ପାଖକୁ ଗଲେ ଏବଂ ସେ ସେମାନଙ୍କୁ କହିଲେ ଯେ ସେ ଯୀଶୁଙ୍କୁ ଦେଖିଛନ୍ତି ।

ଏହାର କିଛି ସମୟ ପରେ ସେହି ଦିନ ଦୁଇ ଜଣ ଶିଷ୍ୟ ଯିରୂଶାଲମରୁ ଇମ୍ମାୟୁକୁ ଯାଉଥିଲେ । ରାସ୍ତାରେ ଜଣେ ବ୍ୟକ୍ତି ସେମାନଙ୍କ ସହ ଚାଲିବାକୁ ଲାଗିଲେ ଏବଂ ସେ ସେମାନଙ୍କୁ ପଚାରିଲେ ଯେ ସେମାନେ କେଉଁ ବିଷୟରେ କଥା ହେଉଛନ୍ତି । ସେମାନେ କହିଲେ, ‘କʼଣ ତମେ ଶୁଣିନ ? ତିନି ଦିନ ପୂର୍ବେ ପ୍ରଧାନ ଯାଜକମାନେ ଯୀଶୁଙ୍କୁ ମାରି ଦେଇଥିଲେ । ଏବେ କିଛି ସ୍ତ୍ରୀ କହୁଛନ୍ତି ଯେ ସେ ଜୀବିତ ଅଛନ୍ତି !’ ସେହି ବ୍ୟକ୍ତି ପଚାରିଲେ, ‘କʼଣ ତମମାନଙ୍କୁ ଭବିଷ୍ୟଦ୍‌ବକ୍ତାମାନଙ୍କ କଥା ଉପରେ ବିଶ୍ୱାସ ନାହିଁ ? ସେମାନେ କହିଥିଲେ ଯେ ଖ୍ରୀଷ୍ଟଙ୍କ ମୃତ୍ୟୁ ହୋଇଯିବ ଏବଂ ତାଙ୍କୁ ଜୀବିତ କରାଯିବ ।’ ସେ ସେମାନଙ୍କୁ ଶାସ୍ତ୍ରରେ ଲେଖାଥିବା କଥାଗୁଡ଼ିକୁ ବୁଝାଇବାକୁ ଲାଗିଲେ । ଯେବେ ସେମାନେ ଇମ୍ମାୟୁକୁ ପହଞ୍ଚିଲେ ତେବେ ଶିଷ୍ୟମାନେ ତାକୁ କହିଲେ ଯେ ସେ ସେମାନଙ୍କ ସହିତ ଆସନ୍ତୁ । ସନ୍ଧ୍ୟାରେ ଖାଇବା ସମୟରେ ଯେବେ ସେ ରୁଟି ନେଇ ପ୍ରାର୍ଥନା କଲେ ତେବେ ସେମାନେ ଚିହ୍ନିପାରିଲେ ଯେ ସେ ଯୀଶୁ ଅଟନ୍ତି । ତାʼପରେ ଯୀଶୁ ଅଦୃଶ୍ୟ ହୋଇଗଲେ ।

ସେହି ଦୁଇ ଜଣ ଶିଷ୍ୟ ତୁରନ୍ତ ଯିରୂଶାଲମର ସେହି ଘରକୁ ଗଲେ ଯେଉଁଠି ପ୍ରେରିତମାନେ ଏକାଠି ହୋଇଥିଲେ ଏବଂ ଯାହା ଯାହା ହେଲା ସେସବୁ ସେମାନଙ୍କୁ କହିଲେ । ଯେବେ ସେମାନେ ଘର ଭିତରେ ଥିଲେ ତେବେ ଯୀଶୁ ସେସମସ୍ତଙ୍କୁ ଦେଖା ଦେଲେ । ପ୍ରଥମେ ତ ପ୍ରେରିତମାନଙ୍କୁ ବିଶ୍ୱାସ ହେଲାନି ଯେ ସେ ଯୀଶୁ ଅଟନ୍ତି । ତାʼପରେ ଯୀଶୁ ସେମାନଙ୍କୁ କହିଲେ, ‘ମୋ ହାତକୁ ଦେଖ ଓ ମୋତେ ସ୍ପର୍ଶ କର । ଶାସ୍ତ୍ରରେ ଲେଖାଅଛି ଯେ ଖ୍ରୀଷ୍ଟଙ୍କୁ ମୃତ୍ୟୁ ପରେ ଜୀବିତ କରାଯିବ ।’

“ମୁଁ ପଥ, ସତ୍ୟ ଓ ଜୀବନ; ମୋʼ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ ।”—ଯୋହନ ୧୪:୬

ପ୍ରଶ୍ନ: ଯେବେ କିଛି ସ୍ତ୍ରୀ ଯୀଶୁଙ୍କ କବର ପାଖକୁ ଗଲେ ତେବେ କʼଣ ହେଲା ? ଇମ୍ମାୟୁକୁ ଯାଉଥିବା ରାସ୍ତାରେ କʼଣ ହେଲା ?

ମାଥିଉ ୨୭:୫୭–୨୮:୧୦; ମାର୍କ ୧୫:୪୨–୧୬:୮; ଲୂକ ୨୩:୫୦–୨୪:୪୩; ଯୋହନ ୧୯:୩୮–୨୦:୨୩

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ