ଗୀତ ୪୪
ନମ୍ର ଲୋକର ପ୍ରାର୍ଥନା
(ଗୀତସଂହିତା ୪:୧)
୧. ହେ ଯିହୋବା ମୁଁ ଡାକୁଛି
ଶୁଣ ମୋ ବିନତି,
ଦୁଃଖରେ ମୁଁ ପଡ଼ିଛି
ଅସହାୟ ଜାଣେ ମୁଁ
ନିରାଶା କରିଛି ମୋତେ
ନାହିଁ ମୋର ମୁକ୍ତି ।
ସୁରକ୍ଷା କର ନିତି
ହୃଦୟେ ଦିଅ ଶାନ୍ତି ।
(ଘୋଷା)
ତୁମ ହାତେ, ଧର ମୋତେ,
ସାହା ହୁଅ ଲଢ଼ିବି ମୁଁ ।
ନିବେଦନ କରୁଛି ମୁଁ
ପିତା ମୋତେ, ବଳ ଦିଅ ।
୨. ତୁମ ବାକ୍ୟ ଦିଏ ଶାନ୍ତି
ଅଶାନ୍ତି ମନକୁ ।
କହିପାରେନା ମୋ ଓଠ
କହି ଦିଏ ତାହା ।
ଅଛି ମୋ ଭରସା
ବଢ଼ାଅ ତୁମେ ମୋ ଆଶା,
ଜଣାଅ ତୋ ପ୍ରେମ
ଏ ହୃଦୟଠାରୁ ମହାନ୍ ।
(ଘୋଷା)
ତୁମ ହାତେ, ଧର ମୋତେ,
ସାହା ହୁଅ ଲଢ଼ିବି ମୁଁ ।
ନିବେଦନ କରୁଛି ମୁଁ
ପିତା ମୋତେ, ବଳ ଦିଅ ।
(ଗୀତ. ୪୨:୬; ୧୧୯:୨୮; ରୋମୀ. ୮:୨୬; ୨ କରି. ୪:୧୬; ୧ ଯୋହ. ୩:୨୦ ମଧ୍ୟ ଦେଖନ୍ତୁ ।)