ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lff ପାଠ ୨୯
  • ମୃତ୍ୟୁ ପରେ ଆମର କʼଣ ହୁଏ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ମୃତ୍ୟୁ ପରେ ଆମର କʼଣ ହୁଏ ?
  • ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଭାବନ୍ତୁ ଓ ଶିଖନ୍ତୁ
  • ଆମେ କʼଣ ଶିଖିଲୁ ?
  • ଅଧିକ ଜାଣନ୍ତୁ
  • ମରିଯାଇଥିବା ଲୋକଙ୍କ ପାଇଁ କʼଣ ଆଶା ଅଛି?
    ପରମେଶ୍ୱରଙ୍କ ତରଫରୁ ଖୁସିର ଖବର!
  • ମୃତ୍ୟୁ ପରେ ଆମର କʼଣ ହୁଏ ?
    ବାଇବଲ ଆମକୁ କʼଣ ଶିଖାଏ?
  • ଆମ ମୃତ ପ୍ରିୟଜନଙ୍କର ଅବସ୍ଥା କʼଣ ହୁଏ ?
    ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ
  • ମୃତ ପ୍ରିୟଜନଙ୍କ ନିମନ୍ତେ କିଛି ଆଶା ଅଛି କି ?
    ମୃତ ପ୍ରିୟଜନଙ୍କ ନିମନ୍ତେ କିଛି ଆଶା ଅଛି କି?
ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
lff ପାଠ ୨୯
ପାଠ ୨୯. ଜଣେ ପତିପତ୍ନୀ କବର ସ୍ଥାନରେ ଗୋଟିଏ କବର ପାଖରେ ପ୍ରାର୍ଥନା କରୁଛନ୍ତି ।

ପାଠ ୨୯

ମୃତ୍ୟୁ ପରେ ଆମର କʼଣ ହୁଏ ?

ଯେତେବେଳେ ଆମର କୌଣସି ସାଙ୍ଗ କିମ୍ବା ପରିବାର ଲୋକଙ୍କ ମୃତ୍ୟୁ ହୁଏ, ସେତେବେଳେ ଆମକୁ ବହୁତ ଦୁଃଖ ଲାଗେ । କʼଣ ଆପଣଙ୍କୁ ବି ଏପରି ଦୁଃଖର ସାମନା କରିବାକୁ ପଡ଼ିଛି ? ହୁଏତ ଆପଣଙ୍କ ମନରେ କିଛି ପ୍ରଶ୍ନ ଆସୁଥିବ । ‘ମରିବା ପରେ ଜଣେ ବ୍ୟକ୍ତିର କʼଣ ହୁଏ ? କʼଣ ସେ ପୁଣି ଜୀବିତ ହୋଇପାରିବ ? କʼଣ ଆମେ ତାକୁ ପୁଣିଥରେ ଦେଖିପାରିବା ?’ ଏହି ପାଠରେ ଓ ପରବର୍ତ୍ତୀ ପାଠରେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ବାଇବଲରୁ ଦିଆଯାଇଛି । ଏହା ଜାଣି ଆପଣଙ୍କୁ ବହୁତ ସାନ୍ତ୍ୱନା ମିଳିବ ।

୧. ମରିବା ପରେ ଆମର କʼଣ ହୁଏ ?

ଯୀଶୁ ମୃତ୍ୟୁକୁ ଗଭୀର ନିଦ ସହିତ ତୁଳନା କରିଛନ୍ତି । ଯେତେବେଳେ ଜଣେ ବ୍ୟକ୍ତି ଗଭୀର ନିଦରେ ଥାଏ, ସେତେବେଳେ ସେ କିଛି ଜାଣିପାରେନି । ଠିକ୍‌ ସେହିପରି, ଯେତେବେଳେ ଜଣେ ବ୍ୟକ୍ତି ମରିଯାଏ, ସେତେବେଳେ ସେ କିଛି ଜାଣିପାରେନି । ଏପରିକି ତାକୁ କିଛି ଦୁଃଖ କି କଷ୍ଟ ଅନୁଭବ ହୁଏନି । ସେଥିପାଇଁ ବାଇବଲରେ ଲେଖାଅଛି, “ମୃତ ଲୋକମାନେ କିଛି ଜାଣନ୍ତି ନାହିଁ ।”—ଉପଦେଶକ ୯:୫ ପଢ଼ନ୍ତୁ ।

୨. ମୃତ୍ୟୁ ବିଷୟରେ ସତ୍ୟ ଜାଣିଲେ କʼଣ ଲାଭ ହେବ ?

ଅନେକ ଲୋକ ମରିବା ପାଇଁ ଡରନ୍ତି । ଏପରିକି ସେମାନେ ମରିଯାଇଥିବା ଲୋକଙ୍କୁ ବି ଡରନ୍ତି । କାରଣ ସେମାନଙ୍କୁ ଲାଗେ ଯେ ମରିଯାଇଥିବା ଲୋକ ସେମାନଙ୍କୁ କିଛି କ୍ଷତି କରିବ । କିନ୍ତୁ ବାଇବଲ ମୃତ୍ୟୁ ବିଷୟରେ ଯାହା କହେ, ତାହା ଜାଣି ଆମ ଡର ଦୂର ହୋଇଯିବ ଏବଂ ଆମକୁ ସାନ୍ତ୍ୱନା ମଧ୍ୟ ମିଳିବ । ଯୀଶୁ କହିଥିଲେ, “ସତ୍ୟ ତୁମ୍ଭମାନଙ୍କୁ ମୁକ୍ତ କରିବ ।” (ଯୋହନ ୮:୩୨) ଅନେକ ଧର୍ମ ଶିଖାଏ ଯେ ମଣିଷ ଭିତରେ ଆତ୍ମା ଭଳି କିଛି ଥାଏ, ଯାହା ମରିବା ପରେ ମଧ୍ୟ ବଞ୍ଚି ରହେ । କିନ୍ତୁ ବାଇବଲରେ କେଉଁଠି ବି ଏପରି ଶିକ୍ଷା ଦିଆଯାଇ ନାହିଁ । ଏଥିରୁ ଜଣାପଡ଼େ ଯେ ମରିବା ପରେ ମଣିଷକୁ କୌଣସି କଷ୍ଟ ହୋଇ ନ ଥାଏ । ଆଉ ଗୋଟିଏ କଥା, ମରିଯାଇଥିବା ଲୋକ କିଛି ଜାଣିପାରେନି । ତେଣୁ ସେ ଆମର କିଛି କ୍ଷତି କରିପାରିବନି । ତାହେଲେ ଭାବନ୍ତୁ, ତାଙ୍କୁ ଖୁସି କରିବା ପାଇଁ ଭୋଗ ଚଢ଼ାଇବା, ପୂଜା କରିବା କିମ୍ବା ତାଙ୍କ ପାଇଁ ପ୍ରାର୍ଥନା କଲେ କିଛି ଲାଭ ହେବ କି ?

କିଛି ଲୋକ କହନ୍ତି ଯେ ସେମାନେ ମରିଯାଇଥିବା ଲୋକଙ୍କ ସହ କଥା ହୋଇପାରନ୍ତି । କିନ୍ତୁ ଏହା କିପରି ହୋଇପାରେ ? ଯେପରି ଏବେ ଆମେ ପଢ଼ିଲୁ “ମୃତ ଲୋକମାନେ କିଛି ଜାଣନ୍ତି ନାହିଁ ।” ଯେଉଁ ଲୋକମାନେ କହନ୍ତି ଯେ ସେମାନେ ମରିଯାଇଥିବା ଲୋକମାନଙ୍କ ସହ କଥା ହୋଇପାରନ୍ତି, ସେମାନେ ହୁଏତ ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ସହ କଥା ହେଉଥାʼନ୍ତି । କାରଣ ଦୁଷ୍ଟ ସ୍ୱର୍ଗଦୂତମାନେ ଲୋକମାନଙ୍କୁ ଭୁଲ ବାଟରେ ନେବା ପାଇଁ ମରିଯାଇଥିବା ଲୋକମାନଙ୍କ ଆବାଜ୍‌ କାଢ଼ନ୍ତି । ତାହେଲେ ଭାବନ୍ତୁ, ମୃତ୍ୟୁ ବିଷୟରେ ସତ୍ୟ ଜାଣିବା ପରେ ଆପଣ ଏସବୁରୁ ରକ୍ଷା ପାଇପାରିବେ । ଯିହୋବା ଚାହାନ୍ତି ଯେ ଆମେ ମରିଯାଇଥିବା ଲୋକମାନଙ୍କ ସହ କଥା ହେବା ପାଇଁ ଚେଷ୍ଟା ନ କରୁ । କାରଣ ସେ ଜାଣନ୍ତି ଯେ ଦୁଷ୍ଟ ସ୍ୱର୍ଗଦୂତମାନେ ଆମକୁ କ୍ଷତି ପହଞ୍ଚାଇପାରନ୍ତି ।—ଦ୍ୱିତୀୟ ବିବରଣ ୧୮:୧୦-୧୨ ପଢ଼ନ୍ତୁ ।

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ମୃତ୍ୟୁ ବିଷୟରେ ବାଇବଲରେ ଆଉ କʼଣ କୁହାଯାଇଛି । ଏହା ମଧ୍ୟ ଜାଣନ୍ତୁ ଯେ ଯଦି ପରମେଶ୍ୱର ଲୋକମାନଙ୍କୁ ପ୍ରେମ କରନ୍ତି, ତାହେଲେ କʼଣ ସେ ମରିବା ପରେ ସେମାନଙ୍କୁ କଷ୍ଟ ଦେବେ ।

ଜଣେ ବ୍ୟକ୍ତି ନିଜ ଦୁଇ ଜଣ ଛୋଟ ପିଲାଙ୍କ ସହ ନିଜ ପତ୍ନୀର ଶୋକ ସଭାରେ ଅଛନ୍ତି । ସେ ବେଞ୍ଚ୍‌ରେ ବସିଛନ୍ତି ଏବଂ ଏହି ଦୁଃଖ ସମୟରେ ତାଙ୍କ ପରିବାର ଲୋକେ ଓ ସାଙ୍ଗମାନେ ତାଙ୍କୁ ସାନ୍ତ୍ୱନା ଦେଉଛନ୍ତି ।

୩. ମରିଯାଇଥିବା ଲୋକମାନେ କେଉଁ ଅବସ୍ଥାରେ ଅଛନ୍ତି ?

ମରିବା ପରେ ଜଣେ ବ୍ୟକ୍ତିର କʼଣ ହୁଏ, ଏବିଷୟରେ ସାରା ଦୁନିଆରେ ଲୋକମାନେ ଅଲଗା ଅଲଗା କଥା ଉପରେ ବିଶ୍ୱାସ କରନ୍ତି । କିନ୍ତୁ ସବୁ କଥା କିପରି ସତ ହୋଇପାରେ ?

  • ଆପଣ ଯେଉଁଠାରେ ରହନ୍ତି, ସେଠାରେ ସାଧାରଣତଃ ଲୋକମାନେ କʼଣ ବିଶ୍ୱାସ କରନ୍ତି ?

ବାଇବଲରେ କʼଣ କୁହାଯାଇଛି, ତାହା ଜାଣିବା ପାଇଁ ଭିଡିଓ ଦେଖନ୍ତୁ ।

ଭିଡିଓ: ମରିଯାଇଥିବା ଲୋକେ କେଉଁ ଅବସ୍ଥାରେ ଅଛନ୍ତି ?—ଉଦ୍ଧୃତାଂଶ (୧:୧୯)

ଚିତ୍ରଗୁଡ଼ିକ: ‘ମରିଯାଇଥିବା ଲୋକେ କେଉଁ ଅବସ୍ଥାରେ ଅଛନ୍ତି ?​— ଉଦ୍ଧୃତାଂଶ’ ଭିଡିଓର ଦୃଶ୍ୟଗୁଡ଼ିକ । ୧. ହସ୍ପିଟାଲର ବେଡରେ ଗୋଟିଏ ଶବ ରଖାଯାଇଛି । ୨. ଟ୍ରେନ୍‌ରେ ଯିବା ସମୟରେ ଜଣେ ବ୍ୟକ୍ତି ଦୁଇ ଜଣ ଲୋକଙ୍କ ମଝିରେ ବସି ଶୋଉଛନ୍ତି ।

ଉପଦେଶକ ୩:୨୦ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଏହି ପଦ ଅନୁସାରେ, ମରିବା ପରେ ଜଣେ ବ୍ୟକ୍ତିର କʼଣ ହୁଏ ?

  • କʼଣ ଏଠାରେ ଏହା ଲେଖାଯାଇଛି ଯେ କେବଳ ଶରୀର ମରେ ଆଉ ଆତ୍ମା ବଞ୍ଚି ରହେ ?

ବାଇବଲରେ ଯୀଶୁଙ୍କ ଜଣେ ଭଲ ସାଙ୍ଗ ଲାଜାରଙ୍କ ମୃତ୍ୟୁ ବିଷୟରେ ଲେଖାଅଛି । ଯୋହନ ୧୧:୧୧-୧୪ ପଢ଼ନ୍ତୁ । ପଢ଼ିବା ବେଳେ ଧ୍ୟାନ ଦିଅନ୍ତୁ ଯେ ଯୀଶୁ ଲାଜାରଙ୍କ ଅବସ୍ଥା ବିଷୟରେ କʼଣ କହିଲେ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଯୀଶୁ ମୃତ୍ୟୁକୁ କାହା ସହ ତୁଳନା କଲେ ?

  • ଏହି ତୁଳନାରୁ ଆମେ ମରିଯାଇଥିବା ଲୋକଙ୍କ ଅବସ୍ଥା ବିଷୟରେ କʼଣ ଜାଣିପାରୁ ?

  • କʼଣ ଆପଣଙ୍କୁ ଲାଗେ ଯେ ବାଇବଲରେ ମରିଯାଇଥିବା ଲୋକଙ୍କ ବିଷୟରେ ଯାହା ଲେଖାଯାଇଛି, ତାହା ଠିକ୍‌ ?

୪. ମୃତ୍ୟୁ ବିଷୟରେ ସତ୍ୟ ଜାଣିଲେ ଆମକୁ ଲାଭ ମିଳେ

ମୃତ୍ୟୁ ବିଷୟରେ ସତ୍ୟ ଜାଣିଲେ ଆମେ ମରିଯାଇଥିବା ଲୋକମାନଙ୍କୁ ଡରି ନ ଥାଉ । ଉପଦେଶକ ୯:୧୦ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • କʼଣ ମରିଯାଇଥିବା ଲୋକ ଆମକୁ କିଛି କ୍ଷତି ପହଞ୍ଚାଇପାରେ ?

ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଆମେ ମରିଯାଇଥିବା ଲୋକମାନଙ୍କୁ ଖୁସି କରିବା ଉଚିତ୍‌ ଏବଂ ସେମାନଙ୍କୁ ପୂଜା କରିବା ଉଚିତ୍‌ । ତେଣୁ ସେମାନେ ଅନେକ ରୀତିନୀତି ପାଳନ କରନ୍ତି । କିନ୍ତୁ ବାଇବଲରୁ ସତ୍ୟ ଶିଖିବା ପରେ ଆମେ ଏସବୁ ଉପରେ ବିଶ୍ୱାସ କରି ନ ଥାଉ । ଯିଶାଇୟ ୮:୧୯ ଓ ପ୍ରକାଶିତ ବାକ୍ୟ ୪:୧୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଆପଣ କʼଣ ଭାବନ୍ତି, ଯେତେବେଳେ ଜଣେ ବ୍ୟକ୍ତି ମରିଯାଇଥିବା ଲୋକଙ୍କୁ ପୂଜା କରେ କିମ୍ବା ସେମାନଙ୍କୁ ସାହାଯ୍ୟ ମାଗେ, ସେତେବେଳେ ଯିହୋବାଙ୍କୁ କିପରି ଲାଗୁଥିବ ?

ଚିତ୍ରଗୁଡ଼ିକ: ମରିଯାଇଥିବା ଲୋକଙ୍କ ଆଦରରେ କରାଯାଉଥିବା କିଛି ରୀତିନୀତି । ୧. କବର ଉପରେ କିଛି ଖାଇବା ଜିନିଷ ରଖାଯାଇଛି ଏବଂ ଜଣେ ବ୍ୟକ୍ତି ତା ଆଗରେ ଆଣ୍ଠେଇ ପ୍ରାର୍ଥନା କରୁଛନ୍ତି । ୨. ଗୋଟିଏ ଜାତିର ତିନି ଜଣ ଲୋକ କିଛି ଖାସ୍‌ ପୋଷାକ ପିନ୍ଧି ନାଚୁଛନ୍ତି । ୩. ଗୋଟିଏ ସମୂହ ମରିଯାଇଥିବା ଲୋକମାନଙ୍କ ଆତ୍ମା ଶାନ୍ତି ପାଇଁ ଥିବା ଦିନକୁ ପାଳନ କରିବା ପାଇଁ ଯାଉଛନ୍ତି । ସେମାନେ ନିଜ ଚେହେରାରେ ଖପୁରୀ ଭଳି ମୁଖା ପିନ୍ଧିଛନ୍ତି ଏବଂ ବାଡ଼ିରେ କଙ୍କାଳ ଧରିଛନ୍ତି ।

ମୃତ୍ୟୁ ବିଷୟରେ ସତ୍ୟ ଜାଣିଲେ ଆମେ ଏପରି ଅନେକ ରୀତିନୀତିର ଫାନ୍ଦରୁ ମୁକ୍ତ ହୋଇଥାଉ ଯାହା ଯିହୋବା ପସନ୍ଦ କରନ୍ତି ନାହିଁ

୫. ମୃତ୍ୟୁ ବିଷୟରେ ସତ୍ୟ ଜାଣିଲେ ଆମକୁ ସାନ୍ତ୍ୱନା ମିଳେ

ଅନେକ ଲୋକମାନଙ୍କୁ ଛୋଟ ବେଳୁ ଶିଖାଯାଏ ଯେ ଯଦି ସେମାନେ ଖରାପ କାମ କରିବେ, ତାହେଲେ ମରିବା ପରେ ସେମାନଙ୍କୁ ଦଣ୍ଡ ଦିଆଯିବ । କିନ୍ତୁ ବାଇବଲରେ ଲେଖାଯାଇଥିବା କଥାରୁ ଆମକୁ ବହୁତ ସାନ୍ତ୍ୱନା ମିଳେ । ଏଠାରେ କୁହାଯାଇଛି ଯେ କୌଣସି ବ୍ୟକ୍ତିକୁ ବି ମୃତ୍ୟୁ ପରେ ଦଣ୍ଡ ଦିଆଯାଏ ନାହିଁ । ଏପରିକି ନିଜ ଜୀବନରେ ଅନେକ ଖରାପ କାମ କରିଥିବା ବ୍ୟକ୍ତିକୁ ମଧ୍ୟ । ରୋମୀୟ ୬:୭ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଏଠାରେ ଲେଖାଅଛି ଯେ ମରିବା ପରେ ଜଣେ ବ୍ୟକ୍ତି ପାପରୁ ମୁକ୍ତ ହୋଇଯାଏ । ତାହେଲେ ଆପଣ କʼଣ ଭାବନ୍ତି, କʼଣ ପାପରୁ ମୁକ୍ତ ହେଲା ପରେ ମଧ୍ୟ ଜଣେ ବ୍ୟକ୍ତିକୁ ଦଣ୍ଡ ଦିଆଯାଏ ?

ଆମେ ଯିହୋବାଙ୍କ ବିଷୟରେ ଯେତେ ବେଶି ଜାଣିବା, ସେତେ ବେଶି ଆମର ଏକଥା ଉପରେ ବିଶ୍ୱାସ ବଢ଼ିବ ଯେ ସେ ମରିଯାଇଥିବା ଲୋକମାନଙ୍କୁ ଦଣ୍ଡ ଦିଅନ୍ତି ନାହିଁ ଏବଂ ସେ ଏପରି ହେବାକୁ ମଧ୍ୟ ଦିଅନ୍ତି ନାହିଁ । ଦ୍ୱିତୀୟ ବିବରଣ ୩୨:୪ ଓ ୧ ଯୋହନ ୪:୮ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଏହି ପଦଗୁଡ଼ିକରେ ଯିହୋବାଙ୍କ କେଉଁ କେଉଁ ଗୁଣ ବିଷୟରେ କୁହାଯାଇଛି ? ଯଦି ଈଶ୍ୱରଙ୍କ ଭିତରେ ଏପରି ଗୁଣ ଅଛି, ତାହେଲେ କʼଣ ଈଶ୍ୱର ଏହା ଚାହିଁବେ ଯେ ମରିବା ପରେ ମଣିଷମାନଙ୍କୁ ଦଣ୍ଡ ଦିଆଯାଉ ?

  • ମରିଯାଇଥିବା ଲୋକମାନଙ୍କ ବିଷୟରେ ଯେଉଁ ସତ୍ୟ ଲେଖାଅଛି, କʼଣ ସେସବୁ ଜାଣି ଆପଣଙ୍କୁ ସାନ୍ତ୍ୱନା ମିଳେ ? ଆପଣ ଏପରି କାହିଁକି କହିପାରିବେ ?

କିଛି ଲୋକ କହନ୍ତି: “ମୋତେ ମରିଯାଇଥିବା ଲୋକଙ୍କୁ ବହୁତ ଡର ଲାଗେ । କେଜାଣେ ଯଦି ସେମାନେ କିଛି କରିଦେବେ !”

  • ଆପଣ ସେମାନଙ୍କୁ ବାଇବଲର କେଉଁ ପଦ ଦେଖାଇ ସାନ୍ତ୍ୱନା ଦେଇପାରିବେ ?

ଆମେ କʼଣ ଶିଖିଲୁ ?

ମରିବା ପରେ ଜଣେ ବ୍ୟକ୍ତି କିଛି ବି ଜାଣିପାରେ ନାହିଁ । ମରିଯାଇଥିବା ଲୋକଙ୍କୁ କିଛି ଦଣ୍ଡ ଦିଆଯାଉ ନାହିଁ ଏବଂ ସେମାନେ ଆମକୁ କିଛି କ୍ଷତି ପହଞ୍ଚାଇ ପାରିବେ ନାହିଁ ।

ଆପଣ କʼଣ କହିବେ ?

  • ମରିବା ପରେ ଆମର କʼଣ ହୁଏ ?

  • ମୃତ୍ୟୁ ବିଷୟରେ ସତ୍ୟ ଜାଣି ଆମକୁ କʼଣ ଲାଭ ହୁଏ ?

  • ମୃତ୍ୟୁ ବିଷୟରେ ସତ୍ୟ ଜାଣି ଆମକୁ କିପରି ସାନ୍ତ୍ୱନା ମିଳେ ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

କʼଣ ମଣିଷ ଭିତରେ ଆତ୍ମା ଥାଏ, ଯାହା ତାʼ ମରିବା ପରେ ମଧ୍ୟ ବଞ୍ଚିଥାଏ ? ଆସନ୍ତୁ ଜାଣିବା ଯେ ଏବିଷୟରେ ବାଇବଲରେ କʼଣ ଲେଖାଅଛି ।

“କʼଣ ଆତ୍ମା ଭଳି କିଛି ଥାଏ, ଯାହା ମୃତ୍ୟୁ ପରେ ମଧ୍ୟ ବଞ୍ଚିଥାଏ ?” (jw.org ୱେବସାଇଟ୍‌ରେ ଥିବା ଲେଖା)

ଆସନ୍ତୁ ଦେଖିବା ଯେ କʼଣ ଈଶ୍ୱର ଦୁଷ୍ଟ ଲୋକମାନଙ୍କୁ କଷ୍ଟ ଦେବା ପାଇଁ ନର୍କରେ ଦଣ୍ଡ ଦିଅନ୍ତି ।

କʼଣ ନର୍କ ବୋଲି ସତରେ କିଛି ଜାଗା ଅଛି ? (୩:୦୭)

ଜଣେ ବ୍ୟକ୍ତି ଯେତେବେଳେ ଜାଣିଲେ ଯେ ମୃତ୍ୟୁ ପରେ କʼଣ ହୁଏ, ତାଙ୍କୁ ବହୁତ ସାନ୍ତ୍ୱନା ମିଳିଲା । ତାଙ୍କ କାହାଣୀ ପଢ଼ନ୍ତୁ ।

“ବାଇବଲରୁ ମୁଁ ନିଜର ସବୁ ପ୍ରଶ୍ନର ଉତ୍ତର ପାଇଲି” (ପ୍ରହରୀଦୁର୍ଗ ଲେଖା-ହି)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ