ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lff ପାଠ ୩୨
  • ଈଶ୍ୱରଙ୍କ ରାଜ୍ୟ ଶାସନ କରୁଛି !

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଈଶ୍ୱରଙ୍କ ରାଜ୍ୟ ଶାସନ କରୁଛି !
  • ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଉପଶୀର୍ଷକ
  • ଭାବନ୍ତୁ ଓ ଶିଖନ୍ତୁ
  • ଆମେ କʼଣ ଶିଖିଲୁ ?
  • ଅଧିକ ଜାଣନ୍ତୁ
ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
lff ପାଠ ୩୨
ପାଠ ୩୨. ଯୀଶୁ ଖ୍ରୀଷ୍ଟ ରାଜଦଣ୍ଡ ଧରିଛନ୍ତି ଏବଂ ସେ ସ୍ୱର୍ଗରୁ ପୃଥିବୀ ଉପରେ ଶାସନ କରୁଛନ୍ତି ।

ପାଠ ୩୨

ଈଶ୍ୱରଙ୍କ ରାଜ୍ୟ ଶାସନ କରୁଛି !

ଈଶ୍ୱରଙ୍କ ରାଜ୍ୟ ୧୯୧୪ ମସିହାରୁ ସ୍ୱର୍ଗରେ ଶାସନ କରୁଛି । ସେସମୟରୁ ମଣିଷମାନଙ୍କ ଶାସନର ଶେଷ ସମୟ ଆରମ୍ଭ ହୋଇଯାଇଛି । ଆମେ ଏହା କିପରି ଜାଣୁ ? ଉତ୍ତର ଜାଣିବା ପାଇଁ ଆସନ୍ତୁ ଧ୍ୟାନ ଦେବା ଯେ ବାଇବଲରେ ଦିଆଯାଇଥିବା ଭବିଷ୍ୟତବାଣୀଗୁଡ଼ିକରେ କʼଣ କୁହାଯାଇଛି ଏବଂ ୧୯୧୪ ମସିହାରୁ ଦୁନିଆର ପରିସ୍ଥିତି ଏବଂ ଲୋକମାନଙ୍କର ଚାଲିଚଳନ ଓ ବ୍ୟବହାରରୁ କʼଣ ଜଣାପଡ଼େ ।

୧. ବାଇବଲରେ କʼଣ ଭବିଷ୍ୟତବାଣୀ କରାଯାଇଥିଲା ?

ବାଇବଲର ଦାନିୟେଲ ନାମକ ବହିରେ ଭବିଷ୍ୟତବାଣୀ କରାଯାଇଥିଲା ଯେ ‘ସାତ କାଳର’ ସମୟ ବିତିବ ଓ ତାʼର ଶେଷ ହେବା ପରେ ଈଶ୍ୱରଙ୍କ ରାଜ୍ୟ ଶାସନ କରିବା ଆରମ୍ଭ କରିବ । (ଦାନିୟେଲ ୪:୧୬, ୧୭) ଅନେକ ବର୍ଷ ପରେ ଯୀଶୁ ଏହି ସମୟକୁ “ବିଜାତିମାନଙ୍କର କାଳ” ବୋଲି କହିଲେ । (ଲୂକ ୨୧:୨୪) ଯୀଶୁ ଶିଖାଇଥିଲେ ଯେ ପୃଥିବୀରେ ଥିବା ବେଳେ ମଧ୍ୟ ସେହି ସମୟ ଚାଲୁଥିଲା । ଯେପରି ଆମେ ଏବେ ଦେଖିବା ସାତ କାଳର ଏହି ସମୟ ୧୯୧୪ରେ ଶେଷ ହେଲା ।

୨. ୧୯୧୪ ମସିହାରୁ ଦୁନିଆର ପରିସ୍ଥିତି ଏବଂ ଲୋକମାନଙ୍କର ଚାଲିଚଳନ ଓ ବ୍ୟବହାର କିପରି ହୋଇଯାଇଛି ?

ଯୀଶୁଙ୍କ ଶିଷ୍ୟମାନେ ତାଙ୍କୁ ପଚାରିଥିଲେ ଯେ “ଆପଣଙ୍କ ଆଗମନ ଓ ଯୁଗାନ୍ତର ଲକ୍ଷଣ କଅଣ ?” (ମାଥିଉ ୨୪:୩) ସେତେବେଳେ ଯୀଶୁ ଭବିଷ୍ୟତବାଣୀ କରିଥିଲେ ଯେ ସେ ଈଶ୍ୱରଙ୍କ ରାଜ୍ୟର ରାଜା ହେବା ପରେ ପୃଥିବୀରେ କʼଣ କʼଣ ଘଟଣା ଘଟିବ । ଯେପରି ଯୁଦ୍ଧ, ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ । (ମାଥିଉ ୨୪:୭ ପଢ଼ନ୍ତୁ ।) ବାଇବଲରେ ଏହା ମଧ୍ୟ ଭବିଷ୍ୟତବାଣୀ କରାଯାଇଥିଲା ଯେ “ଶେଷକାଳରେ” ଲୋକମାନଙ୍କ ଚାଲିଚଳନ ଓ ବ୍ୟବହାର ବହୁତ ଖରାପ ହୋଇଯିବ, ଯାହାଫଳରେ ସମସ୍ତଙ୍କୁ ଅନେକ ସମସ୍ୟାର ସାମନା କରିବାକୁ ପଡ଼ିବ । (୨ ତୀମଥି ୩:୧-୫) ବିଶେଷ କରି ୧୯୧୪ରୁ ଏହା ସ୍ପଷ୍ଟ ଜଣାପଡ଼ୁଛି ଯେ ଦୁନିଆର ପରିସ୍ଥିତି ଓ ଲୋକମାନଙ୍କ ଚାଲିଚଳନ ଓ ବ୍ୟବହାର ଠିକ୍‌ ସେପରି ହୋଇଯାଇଛି ।

୩. ସ୍ୱର୍ଗରେ ଈଶ୍ୱରଙ୍କ ରାଜ୍ୟ ଶାସନ କରିବା ପରଠୁ ପୃଥିବୀର ପରିସ୍ଥିତି ଏତେ ଖରାପ କାହିଁକି ହୋଇଯାଇଛି ?

ରାଜା ହେବାର କିଛି ସମୟ ପରେ ଯୀଶୁ ସ୍ୱର୍ଗରେ ଶୟତାନ ଓ ତାʼ ଦୁଷ୍ଟ ଦୂତମାନଙ୍କ ସହିତ ଯୁଦ୍ଧ କଲେ । ଏହି ଯୁଦ୍ଧରେ ଶୟତାନ ହାରିଗଲା । ବାଇବଲରେ ଲେଖାଅଛି ଯେ ‘ଶୟତାନ ଆପଣା ଦୂତମାନଙ୍କ ସହିତ ପୃଥିବୀରେ ନିକ୍ଷିପ୍ତ ହେଲା,’ ଅର୍ଥାତ୍‌ ସେମାନଙ୍କୁ ପୃଥିବୀରେ ଫିଙ୍ଗି ଦିଆଗଲା । (ପ୍ରକାଶିତ ବାକ୍ୟ ୧୨:୯, ୧୦, ୧୨) ଶୟତାନ ବହୁତ ରାଗରେ ଅଛି, କାରଣ ସେ ଜାଣିଛି ଯେ ଖୁବ୍‌ ଶୀଘ୍ର ତାକୁ ବିନାଶ କରି ଦିଆଯିବ । ଏହି ରାଗ ଯୋଗୁଁ ସେ ଲୋକମାନଙ୍କ ଉପରେ ଅନେକ ସମସ୍ୟା ଆଣୁଛି ଓ ଦୁଃଖକଷ୍ଟ ଦେଉଛି । ତାʼଯୋଗୁଁ ଆଜି ଦୁନିଆର ପରିସ୍ଥିତି ବହୁତ ଖରାପ । ତେଣୁ ଖୁବ୍‌ ଶୀଘ୍ର ଈଶ୍ୱର ନିଜ ରାଜ୍ୟ ଜରିଆରେ ସବୁ ସମସ୍ୟା ଓ ସବୁ ଦୁଃଖକଷ୍ଟକୁ ଦୂର କରିଦେବେ ।

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ଆମେ କାହିଁକି କହିପାରିବା ଯେ ୧୯୧୪ରୁ ଈଶ୍ୱରଙ୍କ ରାଜ୍ୟ ସ୍ୱର୍ଗରେ ଶାସନ କରିବା ଆରମ୍ଭ କରିଦେଇଛି ଏବଂ ଏହା ଜାଣି ଆମକୁ କʼଣ କରିବା ଉଚିତ୍‌ ।

୪. ବାଇବଲର ଭବିଷ୍ୟତବାଣୀ ଅନୁସାରେ ୧୯୧୪ରେ ଈଶ୍ୱରଙ୍କ ରାଜ୍ୟ ଶାସନ କରିବା ଆରମ୍ଭ କଲା

ଭିଡିଓ ଦେଖନ୍ତୁ ।

ଭିଡିଓ: ଈଶ୍ୱରଙ୍କ ରାଜ୍ୟ ୧୯୧୪ରୁ ଶାସନ କରୁଛି (୫:୦୨)

ପ୍ରାଚୀନ ସମୟରେ ଈଶ୍ୱର ବାବିଲର ରାଜା ନବୂଖଦ୍‌ନିତ୍ସରକୁ ଗୋଟିଏ ସ୍ୱପ୍ନ ଦେଖାଇଲେ ଯେ ଭବିଷ୍ୟତରେ କʼଣ ହେବ । ଯେତେବେଳେ ଦାନିୟେଲ ସେହି ସ୍ୱପ୍ନ ଓ ତା ଅର୍ଥ କହିଲେ, ସେଥିରୁ ଜଣାପଡ଼ିଲା ଯେ ସ୍ୱପ୍ନରେ କୁହାଯାଇଥିବା କଥା ଦୁଇଥର ପୂରା ହୁଅନ୍ତା । ପ୍ରଥମେ ନବୂଖଦ୍‌ନିତ୍ସରର ଶାସନ ଉପରେ ଓ ଦ୍ୱିତୀୟ ଈଶ୍ୱରଙ୍କ ରାଜ୍ୟ ଉପରେ ।—ଦାନିୟେଲ ୪:୧୭ ପଢ଼ନ୍ତୁ ।a

ଦାନିୟେଲ ୪:୨୦-୨୬ ପଢ଼ନ୍ତୁ, ତାʼପରେ ଚାର୍ଟ ଦେଖି ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • (୧) ନବୂଖଦ୍‌ନିତ୍ସର ସ୍ୱପ୍ନରେ କʼଣ ଦେଖିଲା ?—ପଦ ୨୦ ଓ ୨୧ ଦେଖନ୍ତୁ ।

  • (୨) ସେ ସ୍ୱପ୍ନରେ ଯେଉଁ ଗଛ ଦେଖିଲା ତାʼର କʼଣ ହେଲା ?—ପଦ ୨୩ ଦେଖନ୍ତୁ ।

  • (୩) “ସାତ କାଳ” ବିତିବା ପରେ କʼଣ ହୁଅନ୍ତା ?—ପଦ ୨୬ ଦେଖନ୍ତୁ ।

ସ୍ୱପ୍ନରେ ଥିବା ଗଛ କିପରି ଈଶ୍ୱରଙ୍କ ରାଜ୍ୟ ସହ ଜଡ଼ିତ ?

ଭବିଷ୍ୟତବାଣୀ (ଦାନିୟେଲ ୪:୨୦-୩୬)

ଶାସନ

(୧) ଗୋଟିଏ ବଡ଼ ଗଛ

ଗୋଟିଏ ଉଚ୍ଚ ଓ ବଡ଼ ଗଛ ।

ଶାସନକୁ ରୋକି ଦିଆଗଲା

(୨) ‘ଏ ଗଛକୁ କାଟିଦିଅ’ ଏବଂ ‘ସାତ କାଳ ବିତିବା ପାଇଁ ଦିଅ’

ଗଛର ମୂଳ ଗଣ୍ଡିକୁ ଲୁହା ଓ ପିତ୍ତଳର ବେଡ଼ିରେ ବାନ୍ଧି ଦିଆଗଲା ।

ଶାସନ ପୁଣି ଆରମ୍ଭ ହେଲା

(୩) ‘ଆପଣଙ୍କ ରାଜ୍ୟ ଆପଣଙ୍କୁ ପୁଣି ଫେରାଇ ଦିଆଯିବ’

ଗୋଟିଏ ଉଚ୍ଚ ଓ ବଡ଼ ଗଛ ।

ପ୍ରଥମ ଥର ଏହି ଭବିଷ୍ୟତବାଣୀ କେବେ ଓ କିପରି ପୂରା ହେଲା ?

  • (୪) ଗଛ କାହାକୁ ଦର୍ଶାଉ ଥିଲା ?—ପଦ ୨୨ ଦେଖନ୍ତୁ ।

  • (୫) ତାʼ ଶାସନକୁ କାହିଁକି ରୋକି ଦିଆଗଲା ?—ଦାନିୟେଲ ୪:୨୯-୩୩ ପଢ଼ନ୍ତୁ ।

  • (୬) “ସାତ କାଳ” ବିତିବା ପରେ ନବୂଖଦ୍‌ନିତ୍ସରର କʼଣ ହେଲା ?—ଦାନିୟେଲ ୪:୩୪-୩୬ ପଢ଼ନ୍ତୁ ।

ପ୍ରଥମ ଥର କେବେ ଓ କିପରି ପୂରା ହେଲା ?

ଶାସନ

(୪) ବାବିଲର ରାଜା ନବୂଖଦ୍‌ନିତ୍ସର

ରାଜା ନବୂଖଦ୍‌ନିତ୍ସର ଛିଡ଼ା ହୋଇଛି ଓ ଅହଂକାରରେ ଭରିଯାଇଛି ।

ଶାସନକୁ ରୋକି ଦିଆଗଲା

(୫) ଖ୍ରୀଷ୍ଟ ପୂର୍ବ ୬୦୬ ପରେ ନବୂଖଦ୍‌ନିତ୍ସର ପାଗଳ ହୋଇଗଲା ଏବଂ ସେ ସାତ ବର୍ଷ ପର୍ଯ୍ୟନ୍ତ ଶାସନ କରିପାରିଲା ନାହିଁ

ନବୂଖଦ୍‌ନତ୍ସର କ୍ଷେତ୍ରରେ ପଶୁମାନଙ୍କ ଭଳି ଘାସ ଖାଉଛି ।

ଶାସନ ପୁଣି ଆରମ୍ଭ ହେଲା

(୬) ନବୂଖଦ୍‌ନିତ୍ସର ଠିକ୍‌ ହୋଇଯାଏ ଏବଂ ପୁଣି ଶାସନ କରିବା ଆରମ୍ଭ କରେ

ରାଜା ନବୂଖଦ୍‌ନିତ୍ସର ନିଜ ହାତ ଉପରକୁ ଉଠାଇ ଆକାଶକୁ ଦେଖୁଛି ।

ଦ୍ୱିତୀୟ ଥର ଏହି ଭବିଷ୍ୟତବାଣୀ କେବେ ଓ କିପରି ପୂରା ହେଲା ?

  • (୭) ଗଛ କାହାକୁ ଦର୍ଶାଉ ଥିଲା ?—୧ ବଂଶାବଳୀ ୨୯:୨୩ ପଢ଼ନ୍ତୁ ।

  • (୮) ସେମାନଙ୍କ ଶାସନକୁ କିପରି ରୋକି ଦିଆଗଲା ? ଆମେ କିପରି ଜାଣୁ ଯେ ଯେତେବେଳେ ଯୀଶୁ ପୃଥିବୀରେ ଥିଲେ, ସେତେବେଳେ ମଧ୍ୟ ସେମାନେ ଶାସନ କରୁ ନ ଥିଲେ ?—ଲୂକ ୨୧:୨୪ ପଢ଼ନ୍ତୁ ।

  • (୯) ଏହି ଶାସନ କେବେ ଓ କେଉଁଠାରେ ପୁଣି ଆରମ୍ଭ ହେଲା ?

ଦ୍ୱିତୀୟ ଥର ଏହି ଭବିଷ୍ୟତବାଣୀ କେବେ ଓ କିପରି ପୂରା ହେଲା ?

ଶାସନ

(୭) ଈଶ୍ୱରଙ୍କ ତରଫରୁ ଶାସନ କରୁଥିବା ଇସ୍ରାଏଲୀୟ ରାଜାମାନେ

ଜଣକ ପରେ ଜଣେ ଯେଉଁ ଇସ୍ରାଏଲୀୟ ରାଜାମାନେ ଆସିଲେ, ସେମାନେ ସିଂହାସନରେ ବସିଲେ ଏବଂ ସେମାନଙ୍କ ଉପରେ ଆଲୋକ ଚମକିଲା ।

ଶାସନକୁ ରୋକି ଦିଆଗଲା

(୮) ଯିରୂଶାଲମର ବିନାଶ ହେଲା ଏବଂ ଇସ୍ରାଏଲୀୟ ରାଜାମାନଙ୍କର ଶାସନ ୨,୫୨୦ ବର୍ଷ ପାଇଁ ରୋକି ଦିଆଗଲା

ଖ୍ରୀଷ୍ଟ ପୂର୍ବ ୬୦୭ରେ ଯିରୂଶାଲମକୁ ଜଳାଇ ବିନାଶ କରି ଦିଆଗଲା ଓ ତାʼପରେ ୨,୫୨୦ ବର୍ଷ ବିତିଲା ।

ଶାସନ ପୁଣି ଆରମ୍ଭ ହେଲା

(୯) ଯୀଶୁ ସ୍ୱର୍ଗରେ ଈଶ୍ୱରଙ୍କ ରାଜ୍ୟର ରାଜା ହେଲେ ଓ ଶାସନ କରିବା ଆରମ୍ଭ କଲେ

ଯୀଶୁ ୧୯୧୪ ମସିହାରୁ ଶାସନ କରୁଛନ୍ତି । ତାଙ୍କ ଉପରେ ଆଲୋକ ଚମକୁଛି ।

ସାତ କାଳର ସମୟ କେତେ ଲମ୍ବା ଅଟେ ?

ବାଇବଲର କିଛି ପଦଗୁଡ଼ିକୁ ବୁଝିବା ପାଇଁ ଅନ୍ୟ ପଦଗୁଡ଼ିକ ଆମକୁ ସାହାଯ୍ୟ କରିଥାଏ । ଯେପରି, ପ୍ରକାଶିତ ବାକ୍ୟ ବହିରେ କୁହାଯାଇଛି ଯେ ସାଢ଼େ ତିନି କାଳ ୧,୨୬୦ ଦିନ ସହ ସମାନ । (ପ୍ରକାଶିତ ବାକ୍ୟ ୧୨:୬, ୧୪) ତାହେଲେ ସାଢ଼େ ତିନି କାଳର ଦୁଇ ଗୁଣ ହେଉଛି, ସାତ କାଳ ଅର୍ଥାତ୍‌ ୨,୫୨୦ ଦିନ । ବାଇବଲର କିଛି ଭବିଷ୍ୟତବାଣୀଗୁଡ଼ିକରେ ଗୋଟିଏ ଦିନକୁ ଗୋଟିଏ ବର୍ଷ ସହ ସମାନ ବୋଲି କୁହାଯାଇଛି । (ଯିହିଜିକଲ ୪:୬) ଦାନିୟେଲର ଭବିଷ୍ୟତବାଣୀ ମଧ୍ୟ ସେ ମଧ୍ୟରୁ ଗୋଟିଏ । ତେଣୁ ସାତ କାଳର ସମୟ ୨,୫୨୦ ବର୍ଷ ଲମ୍ବା ଅଟେ ।

୫. ୧୯୧୪ ମସିହାରୁ ଦୁନିଆ ବଦଳିଗଲା

ଭିଡିଓ ଦେଖନ୍ତୁ ।

ଭିଡିଓ: ୧୯୧୪ରୁ ଦୁନିଆ ବଦଳିଗଲା (୧:୧୦)

ଯୀଶୁ ଆଗରୁ ହିଁ କହିଥିଲେ ଯେ ସେ ରାଜା ହେବା ପରେ ପୃଥିବୀର ପରସ୍ଥିତି କିପରି ହେବ । ଲୂକ ୨୧:୯-୧୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଏଠାରେ ଯେଉଁ ଘଟଣାଗୁଡ଼ିକ ବିଷୟରେ ଦିଆଯାଇଛି, କʼଣ ଆପଣ ସେମଧ୍ୟରୁ କିଛି ଘଟଣା ହେବାର ଦେଖିଛନ୍ତି କିମ୍ବା ଶୁଣିଛନ୍ତି ?

ପ୍ରେରିତ ପାଉଲ କହିଥିଲେ ଯେ ମଣିଷ ଶାସନର ଶେଷ କାଳରେ ଲୋକମାନେ କିପରି ଥିବେ । ୨ ତୀମଥି ୩:୧-୫ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଏଠାରେ ଆମେ ଯେପରି ପଢ଼ିଲୁ, କʼଣ ଆପଣ ସେପରି ଲୋକମାନଙ୍କୁ ଦେଖିଛନ୍ତି ?

ଚିତ୍ରଗୁଡ଼ିକ: ଶେଷକାଳରେ ଦୁନିଆର ପରିସ୍ଥିତି ଏବଂ ଲୋକମାନଙ୍କର ଚାଲିଚଳନ ଓ ବ୍ୟବହାରର ଦୃଶ୍ୟ । ୧. ସେନାର ଜଣେ ଅଫିସର ମଞ୍ଚ ଉପରେ ଛିଡ଼ା ହୋଇଛି ଓ ହାତ ହଲାଇ ଚିଲାଉଛି । ୨. ଭୂମିକମ୍ପ ପରେ ଘରଗୁଡ଼ିକ ଭାଙ୍ଗି ପଡ଼ିଛି । ୩. ସେନାର ଉଡ଼ାଜାହାଜ । ୪. ଲୋକମାନେ ରାସ୍ତାରେ ମାସ୍କ ପିନ୍ଧି ଯାଉଛନ୍ତି । ୫. ଆତଙ୍କବାଦୀମାନେ ନ୍ୟୁୟର୍କର ଟ୍ୱିନ ଟାୱାର ଉପରେ ଆକ୍ରମଣ କଲେ ଓ ଟାୱାର ନିଆଁରେ ଜଳୁଛି । ୬. ଜଣେ ବ୍ୟକ୍ତି ଡ୍ରଗ୍‌ସ ନେଉଛି । ୭. ଜଣେ ବ୍ୟକ୍ତି ନିଜ ପତ୍ନୀକୁ ମାରୁଛି ଓ ତାକୁ ଗାଳି ଦେଉଛି । ୮. ଭିନ୍ନ ଭିନ୍ନ ପ୍ରକାରର ଡ୍ରଗ୍‌ସ ଓ ମଦ ବୋତଲ । ୯. ଦୁଇ ଜଣ ମହିଳା ନୂଆ ଫେସନ୍‌ର କପଡ଼ା ପିନ୍ଧିଛନ୍ତି ଓ ନିଜର ଫଟୋ ଉଠାଉଛନ୍ତି । ୧୦. ଗୋଟିଏ ସଙ୍ଗୀତ କାର୍ଯ୍ୟକ୍ରମ ଚାଲୁଛି ଏବଂ ଜଣେ ଡିଜେ ଗୀତ ବଜାଉଛି । ୧୧. ଦଙ୍ଗା କରୁଥିବା ଜଣେ ବ୍ୟକ୍ତି ପେଟ୍ରୋଲର ବମ୍‌ ଫିଙ୍ଗୁଛି ।

୬. ଈଶ୍ୱରଙ୍କ ରାଜ୍ୟ ସ୍ୱର୍ଗରେ ଶାସନ କରିବା ଆରମ୍ଭ କରିସାରିଛି, ଏହା ଜାଣି ଆମକୁ କʼଣ କରିବା ଉଚିତ୍‌ ?

ମାଥିଉ ୨୪:୩, ୧୪ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଆଜି କେଉଁ ଜରୁରୀ କାମ ହେଉଛି ଯେଉଁଥିରୁ ଜଣାପଡ଼େ ଯେ ଈଶ୍ୱରଙ୍କ ରାଜ୍ୟ ଶାସନ କରୁଛି ?

  • ଆପଣ ଏହି କାମରେ କିପରି ଭାଗ ନେଇପାରିବେ ?

ଈଶ୍ୱରଙ୍କ ରାଜ୍ୟ ସ୍ୱର୍ଗରେ ଶାସନ କରୁଛି ଏବଂ ଖୁବ୍‌ ଶୀଘ୍ର ପୃଥିବୀ ଉପରେ ମଧ୍ୟ ଶାସନ କରିବ । ଏବ୍ରୀ ୧୦:୨୪, ୨୫ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ‘ପ୍ରଭୁଙ୍କ ଦିନ ନିକଟବର୍ତ୍ତୀ ହୋଇ ଆସୁଅଛି ବୋଲି ଦେଖି’ ଆମ ସମସ୍ତଙ୍କୁ କʼଣ କରିବା ଉଚିତ୍‌ ?

ଚିତ୍ରଗୁଡ଼ିକ: ୧. ଜଣେ ବାଇବଲ ବିଦ୍ୟାର୍ଥୀ ଯିହୋବାଙ୍କ ସାକ୍ଷୀମାନଙ୍କ ସଭାରେ ଆସିଛନ୍ତି । ୨. ସେହି ବିଦ୍ୟାର୍ଥୀ ଏପରି ଜଣେ ମହିଳାକୁ ପ୍ରଚାର କରୁଛନ୍ତି, ଯାହାକୁ ସେ ଜାଣନ୍ତି ।

ଯଦି ଆପଣଙ୍କୁ ଏପରି କିଛି ଜଣାପଡ଼େ, ଯେଉଁଥିରୁ ଆପଣ ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବେ ଏବଂ ସେମାନଙ୍କ ଜୀବନ ରକ୍ଷା କରିପାରିବେ, ତାହେଲେ ଆପଣ କʼଣ କରିବେ ?

ହୁଏତ କେହି ପଚାରିପାରନ୍ତି: “ଯିହୋବାଙ୍କ ସାକ୍ଷୀମାନେ ୧୯୧୪କୁ ଏତେ ମହତ୍ତ୍ୱ କାହିଁକି ଦିଅନ୍ତି ?”

  • ଆପଣ କʼଣ ଉତ୍ତର ଦେବେ ?

ଆମେ କʼଣ ଶିଖିଲୁ ?

ବାଇବଲର ଭବିଷ୍ୟତବାଣୀ ଓ ଦୁନିଆର ପରିସ୍ଥିତି ଦେଖି ଜଣାପଡ଼େ ଯେ ଈଶ୍ୱରଙ୍କ ରାଜ୍ୟ ସ୍ୱର୍ଗରେ ଶାସନ କରିବା ଆରମ୍ଭ କରିଦେଇଛି । ଆମେ ମଧ୍ୟ ଏକଥା ଉପରେ ବିଶ୍ୱାସ କରୁ । ତେଣୁ ଆମେ ଏହି ରାଜ୍ୟ ବିଷୟରେ ପ୍ରଚାର କରୁ ଓ ମଣ୍ଡଳୀର ସଭାଗୁଡ଼ିକରେ ଯାଉ ।

ଆପଣ କʼଣ କହିବେ ?

  • ଦାନିୟେଲର ଭବିଷ୍ୟତବାଣୀରେ ସାତ କାଳ ବିତିବା ପରେ କʼଣ ହେଲା ?

  • ଆପଣଙ୍କୁ କେଉଁ କଥାରୁ ବିଶ୍ୱାସ ହେଲା ଯେ ଈଶ୍ୱରଙ୍କ ରାଜ୍ୟ ୧୯୧୪ରୁ ଶାସନ କରିବା ଆରମ୍ଭ କରିଦେଇଛି ?

  • ଯଦି ଆପଣ ବିଶ୍ୱାସ କରନ୍ତି ଯେ ଈଶ୍ୱରଙ୍କ ରାଜ୍ୟ ଶାସନ କରୁଛି, ତାହେଲେ ଆପଣ କʼଣ କରିବେ ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ଆସନ୍ତୁ ଜାଣିବା ଯେ ୧୯୧୪ ମସିହାରୁ ଦୁନିଆର ପରସ୍ଥିତି କିପରି ବଦଳିଯାଇଛି ଏବଂ ଏବିଷୟରେ ଇତିହାସକାର ଓ ଅନ୍ୟ ଲୋକମାନେ କʼଣ କହନ୍ତି ।

“ନୈତିକ ମୂଲ୍ୟର ହଠାତ୍‌ ପତନ କେବେଠାରୁ ଆରମ୍ଭ ହେଲା ?” (ସଜାଗ ହୁଅ !-ହି, ଜୁଲାଇ-ସେପ୍ଟେମ୍ବର, ୨୦୦୭)

ମାଥିଉ ୨୪:୧୪ ପଦରେ ଥିବା ଭବିଷ୍ୟତବାଣୀ, ଜଣେ ବ୍ୟକ୍ତି ଉପରେ କʼଣ ପ୍ରଭାବ ପକାଇଲା ? ଆସନ୍ତୁ ତାଙ୍କ କାହାଣୀ ପଢ଼ିକି ଦେଖିବା ।

“ମୋ ପାଇଁ ବେସ୍‌ବଲ ସବୁକିଛି ଥିଲା !” (ପ୍ରହରୀଦୁର୍ଗ-ହି ସଂ. ୩ ୨୦୧୭)

ଆମେ କିପରି ଜାଣୁ ଯେ ଦାନିୟେଲ ଅଧ୍ୟାୟ ୪ରେ ଥିବା ଭବିଷ୍ୟତବାଣୀରେ ଈଶ୍ୱରଙ୍କ ରାଜ୍ୟ ବିଷୟରେ କୁହାଯାଇଛି ?

“୧୯୧୪ ମସିହା କାହିଁକି ଯିହୋବାଙ୍କ ସାକ୍ଷୀମାନଙ୍କ ପାଇଁ ଏକ ବିଶେଷ ବର୍ଷ ଅଟେ ? (ଭାଗ ୧)” (ପ୍ରହରୀଦୁର୍ଗ-ହି, ଜାନୁୟାରୀ-ମାର୍ଚ୍ଚ, ୨୦୧୫)

କେଉଁ କଥାରୁ ଜଣାପଡ଼େ ଯେ ଦାନିୟେଲ ଅଧ୍ୟାୟ ୪ରେ କୁହାଯାଇଥିବା ସାତ କାଳ ୧୯୧୪ ମସିହାରେ ଶେଷ ହୁଏ ?

“୧୯୧୪ ମସିହା କାହିଁକି ଯିହୋବାଙ୍କ ସାକ୍ଷୀମାନଙ୍କ ପାଇଁ ଏକ ବିଶେଷ ବର୍ଷ ଅଟେ ? (ଭାଗ ୨)” (ପ୍ରହରୀଦୁର୍ଗ-ହି, ଏପ୍ରିଲ୍‌-ଜୁନ୍‌, ୨୦୧୫)

a ଏହି ପାଠର “ଅଧିକ ଜାଣନ୍ତୁ” ଭାଗର ଶେଷ ଦୁଇଟି ଲେଖା ପଢ଼ନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ