ପାଠ ୫୦
ବାପାମାଆ ଓ ପିଲାମାନେ କିପରି ଖୁସିରେ ରହିପାରିବେ ?
ପିଲାମାନେ ଯିହୋବାଙ୍କ ତରଫରୁ ଏକ ବହୁମୂଲ୍ୟ ଉପହାର ଅଟନ୍ତି । ଯିହୋବା ଚାହାନ୍ତି ଯେ ବାପାମାଆ ତାଙ୍କର ଭଲ ଭାବେ ଯତ୍ନ ନିଅନ୍ତୁ । ତେଣୁ ସେ ବାପାମାଆଙ୍କୁ କିଛି ବଢ଼ିଆ ପରାମର୍ଶ ଦେଇଛନ୍ତି । ଯିହୋବା ପିଲାମାନଙ୍କୁ ମଧ୍ୟ କିଛି ପରାମର୍ଶ ଦେଇଛନ୍ତି, ଯାହାକୁ ମାନିଲେ ପୂରା ପରିବାର ଖୁସିରେ ରହିପାରିବ ।
୧. ଯିହୋବା ବାପାମାଆମାନଙ୍କୁ କʼଣ ପରାମର୍ଶ ଦେଇଛନ୍ତି ?
ଯିହୋବା ବାପାମାଆଙ୍କଠାରୁ ଚାହାନ୍ତି ଯେ ସେମାନେ ନିଜ ପିଲାମାନଙ୍କୁ ପ୍ରେମ କରନ୍ତୁ ଏବଂ ଯେତେ ହୋଇପାରେ ସେତେ ସମୟ ନିଜ ପିଲାମାନଙ୍କ ସହ ବିତାନ୍ତୁ । ସେ ଏହା ମଧ୍ୟ ଚାହାନ୍ତି ଯେ ବାପାମାଆ ନିଜ ପିଲାମାନଙ୍କୁ ବିପଦରୁ ରକ୍ଷା କରନ୍ତୁ ଏବଂ ବାଇବଲର ସିଦ୍ଧାନ୍ତଗୁଡ଼ିକ ଅନୁସାରେ ସେମାନଙ୍କୁ ଶିଖାନ୍ତୁ । (ହିତୋପଦେଶ ୧:୮) ବାଇବଲରେ ବାପାମାନଙ୍କୁ ପରାମର୍ଶ ଦିଆଯାଇଛି, ‘ପିଲାମାନଙ୍କୁ ଯିହୋବାଙ୍କ ଚେତନା ଦ୍ୱାରା ପ୍ରତିପାଳନ କର ।’ ଅର୍ଥାତ୍ ସେମାନଙ୍କୁ ଯିହୋବାଙ୍କ ଇଚ୍ଛା ମୁତାବକ ବୁଝାଇ ଲାଳନପାଳନ କର । (ଏଫିସୀୟ ୬:୪ ପଢ଼ନ୍ତୁ ।) ଯେତେବେଳେ ବାପାମାଆ ଏପରି ଭାବରେ ନିଜ ପିଲାମାନଙ୍କର ଲାଳନପାଳନ କରନ୍ତି ଏବଂ ନିଜ ଦାୟିତ୍ୱ ଅନ୍ୟମାନଙ୍କ ଉପରେ ଛାଡ଼ନ୍ତି ନାହିଁ, ସେତେବେଳେ ଯିହୋବା ଏହା ଦେଖି ବହୁତ ଖୁସି ହୁଅନ୍ତି ।
୨. ଯିହୋବା ପିଲାମାନଙ୍କୁ କʼଣ ପରାମର୍ଶ ଦେଇଛନ୍ତି ?
ଯିହୋବା ପିଲାମାନଙ୍କୁ କହିଛନ୍ତି, “ସମସ୍ତ ବିଷୟରେ ପିତାମାତାଙ୍କର ଆଜ୍ଞାବହ ହୁଅ ।” (କଲସୀୟ ୩:୨୦ ପଢ଼ନ୍ତୁ ।) ଯେତେବେଳେ ପିଲାମାନେ ବାପାମାଆଙ୍କ ଆଜ୍ଞା ପାଳନ କରନ୍ତି ଓ ତାଙ୍କୁ ଆଦର କରନ୍ତି, ସେତେବେଳେ ଯିହୋବା ବହୁତ ଖୁସି ହୁଅନ୍ତି । ତାʼସହ ବାପାମାଆ ମଧ୍ୟ ବହୁତ ଖୁସି ହୁଅନ୍ତି । (ହିତୋପଦେଶ ୨୩:୨୨-୨୫) ଯୀଶୁ ଯେତେବେଳେ ଛୋଟ ଥିଲେ, ସେତେବେଳେ ସେ ମଧ୍ୟ ଏ ମାମଲାରେ ଗୋଟିଏ ବଢ଼ିଆ ଉଦାହରଣ ରଖିଲେ । ତାଙ୍କ ବାପାମାଆ ଅପରିପୂର୍ଣ୍ଣ ଥିଲେ, ତଥାପି ସେ ସେମାନଙ୍କର ଆଜ୍ଞା ପାଳନ କଲେ ଓ ସେମାନଙ୍କୁ ଆଦର କଲେ ।—ଲୂକ ୨:୫୧, ୫୨.
୩. ଗୋଟିଏ ପରିବାର ଯିହୋବାଙ୍କ ସହ ନିଜ ସମ୍ପର୍କ କିପରି ମଜବୁତ୍ କରିପାରିବ ?
ଯଦି ଆପଣଙ୍କର ପିଲା ଅଛନ୍ତି, ତାହେଲେ ଆପଣ ନିଶ୍ଚୟ ଚାହିଁବେ ଯେ ସେମାନେ ମଧ୍ୟ ଯିହୋବାଙ୍କୁ ସେତେ ପ୍ରେମ କରନ୍ତୁ, ଯେତେ ଆପଣ କରନ୍ତି । ଆପଣ ସେମାନଙ୍କୁ କିପରି ସାହାଯ୍ୟ କରିପାରିବେ ? ବାଇବଲର ଏହି ପରାମର୍ଶକୁ ମାନନ୍ତୁ, ‘ତୁମ୍ଭେ ଆପଣା ସନ୍ତାନଗଣକୁ ଯତ୍ନପୂର୍ବକ ଯିହୋବାଙ୍କ ବାକ୍ୟ ଶିଖାଇବ ଓ ତୁମ୍ଭେ ଆପଣା ଗୃହରେ ବସିବା ବେଳେ ଓ ତୁମ୍ଭେ ପଥରେ ଚାଲିବା ବେଳେ, ସେମାନଙ୍କ ସଙ୍ଗେ ସେବିଷୟରେ କଥାବାର୍ତ୍ତା କରିବ ।’ (ଦ୍ୱିତୀୟ ବିବରଣ ୬:୭) ଏଥିରୁ ଜଣାପଡ଼େ ଯେ ଥରେ ‘ଶିଖାଇବା’ ଯଥେଷ୍ଟ ନୁହେଁ । ଆମକୁ ସେମାନଙ୍କୁ ବାରମ୍ବାର ଶିଖାଇବାକୁ ପଡ଼ିବ । ଆଉ ଏକଥା ଆପଣ ବି ଜାଣନ୍ତି ଯେ ପିଲାମାନେ ଥରକରେ କୌଣସି କଥା ମନେ ରଖିପାରନ୍ତି ନାହିଁ, ସେମାନଙ୍କୁ ବାରମ୍ବାର କହିବାକୁ ପଡ଼ିଥାଏ । ଏ ପଦରୁ ଏହା ମଧ୍ୟ ଜଣାପଡ଼େ ଯେ ଆପଣଙ୍କୁ ଯେତେବେଳେ ବି ସୁଯୋଗ ମିଳେ, ଆପଣ ନିଜ ପିଲାମାନଙ୍କ ସହ ଯିହୋବାଙ୍କ ବିଷୟରେ କଥା ହେବା ଉଚିତ୍ । ତାʼଛଡ଼ା, ଭଲ ହେବ ଯଦି ଆପଣ ପ୍ରତି ସପ୍ତାହ ଟିକିଏ ସମୟ ବାହାର କରି ପୂରା ପରିବାର ସାଙ୍ଗରେ ମିଶି ପାରିବାରିକ ଉପାସନା କରିବେ । ଯଦି ଆପଣଙ୍କର ପିଲା ନାହାନ୍ତି, ତାହେଲେ ମଧ୍ୟ ଆପଣ ପ୍ରତି ସପ୍ତାହ ଈଶ୍ୱରଙ୍କ ବାକ୍ୟର ଅଧ୍ୟୟନ କଲେ, ଆପଣଙ୍କୁ ଲାଭ ହେବ ।
ଭାବନ୍ତୁ ଓ ଶିଖନ୍ତୁ
କିଛି ଉପାୟଗୁଡ଼ିକ ବିଷୟରେ ଜାଣନ୍ତୁ ଯେଉଁଗୁଡ଼ିକୁ ମାନିଲେ ପରିବାରରେ ସମସ୍ତେ ଖୁସିରେ ରହିବେ ଏବଂ ସୁରକ୍ଷିତ ଅନୁଭବ କରିବେ ।
୪. ନିଜ ପିଲାମାନଙ୍କୁ ପ୍ରେମର ସହ ଶିଖାନ୍ତୁ
ପିଲାମାନଙ୍କୁ ଶିଖାଇବା ଏତେ ସହଜ ହୋଇ ନ ଥାଏ । କʼଣ ଏବିଷୟରେ ବାଇବଲ ଆମକୁ କିଛି ସାହାଯ୍ୟ କରିପାରେ ? ଯାକୁବ ୧:୧୯, ୨୦ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:
ପିଲାମାନଙ୍କ ସହ କଥା ହେବା ବେଳେ ବାପାମାଆ କିପରି ଦେଖାଇପାରିବେ ଯେ ସେମାନେ ତାଙ୍କୁ ପ୍ରେମ କରନ୍ତି ?
ଯେତେବେଳେ ପିଲାମାନେ କିଛି ଭୁଲ କରନ୍ତି, ସେତେବେଳେ ବାପାମାଆ କାହିଁକି ରାଗିଯାଇ ତାଙ୍କୁ ସୁଧାରିବା ବା ଶାସ୍ତି ଦେବା ଉଚିତ୍ ନୁହେଁ ?a
୫. ନିଜ ପିଲାମାନଙ୍କୁ ରକ୍ଷା କରନ୍ତୁ
ପିଲାମାନଙ୍କୁ ରକ୍ଷା କରିବା ପାଇଁ ଏହା ବହୁତ ଜରୁରୀ ଯେ ଆପଣ ନିଜ ପ୍ରତ୍ୟେକ ପିଲାଙ୍କ ସହ ସେକ୍ସ ବିଷୟରେ କଥା ହୁଅନ୍ତୁ ଏବଂ ଏବିଷୟରେ ସେମାନଙ୍କୁ ବୁଝାନ୍ତୁ । ଏବିଷୟରେ କଥା ହେବା ପାଇଁ ହୁଏତ ଆପଣଙ୍କୁ ଲାଜ ଲାଗୁଥିବ । ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।
କିଛି ବାପାମାଆଙ୍କୁ ନିଜ ପିଲା ସହ ସେକ୍ସ ବିଷୟରେ କଥା ହେବା କାହିଁକି କଠିନ ଲାଗେ ?
ଏବିଷୟରେ ନିଜ ପିଲାମାନଙ୍କୁ ବୁଝାଇବା ପାଇଁ କିଛି ବାପାମାଆ କʼଣ କଲେ ?
ଯେପରି ବାଇବଲରେ କୁହାଯାଇଥିଲା, ଠିକ୍ ସେହିପରି ଆଜି ଶୟତାନର ଦୁନିଆ ଦିନକୁ ଦିନ ଆହୁରି ଖରାପ ହୋଇ ହୋଇ ଯାଉଛି । ୨ ତୀମଥି ୩:୧, ୧୩ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:
ପଦ ୧୩ରେ ଯେଉଁ ଦୁଷ୍ଟ ଲୋକମାନଙ୍କ ବିଷୟରେ କୁହାଯାଇଛି, ସେମଧ୍ୟରୁ କିଛି ଲୋକ ପିଲାମାନଙ୍କ ସହ ଖରାପ କାମ କରନ୍ତି । ତେଣୁ ଏହା କାହିଁକି ଜରୁରୀ ଯେ ବାପାମାଆ ନିଜ ପିଲାମାନଙ୍କୁ ସେକ୍ସ ବିଷୟରେ ବୁଝାନ୍ତୁ ଏବଂ ଖରାପ ଲୋକମାନଙ୍କଠାରୁ ନିଜକୁ ରକ୍ଷା କରିବା ବିଷୟରେ ଶିଖାନ୍ତୁ ?
କʼଣ ଆପଣ ଜାଣନ୍ତି ?
ଯିହୋବାଙ୍କ ସାକ୍ଷୀମାନେ ଅନେକ ପ୍ରକାଶନ ତିଆରି କରନ୍ତି, ଯେଉଁଥିରୁ ବାପାମାଆଙ୍କୁ ବହୁତ ସାହାଯ୍ୟ ମିଳେ । ସେଥିରେ କୁହାଯାଇଛି ଯେ ବାପାମାଆମାନେ କିପରି ନିଜ ପିଲାମାନଙ୍କୁ ସେକ୍ସ ବିଷୟରେ ବୁଝାଇପାରିବେ ଏବଂ ଖରାପ ଲୋକମାନଙ୍କଠାରୁ ସେମାନଙ୍କୁ କିପରି ରକ୍ଷା କରିପାରିବେ । କିଛି ପ୍ରକାଶନ ଆଗକୁ ଦିଆଯାଇଛି:
ନିଜ ପିଲାଙ୍କୁ ସୁରକ୍ଷା ଦିଅନ୍ତୁ (ଭିଡିଓ)
““ନିଜ ପିଲାକୁ ସେକ୍ସ ବିଷୟରେ ବୁଝାନ୍ତୁ” (ସଜାଗ ହୁଅ !-ହି ସଂ. ୪ ୨୦୧୬)
୬. ନିଜ ବାପାମାଆଙ୍କୁ ଆଦର କରନ୍ତୁ
ପିଲା ଓ ଯୁବାମାନେ ଯେଉଁଭଳି ଭାବରେ ନିଜ ବାପାମାଆଙ୍କ ସହ କଥା ହୁଅନ୍ତି, ସେଥିରୁ ସେମାନେ ଦେଖାଇପାରିବେ ଯେ ସେମାନେ ତାଙ୍କୁ ଆଦର କରନ୍ତି । ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।
ବାପାମାଆଙ୍କ ସହିତ ଆଦରର ସହ କଥା ହେଲେ ଜଣେ ଯୁବାକୁ କʼଣ ଲାଭ ହେବ ?
ବାପାମାଆଙ୍କ ସହିତ ଆଦରର ସହ କଥା ହେବା ପାଇଁ ଜଣେ ଯୁବା କʼଣ କʼଣ କରିପାରିବ ?
ହିତୋପଦେଶ ୧:୮ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:
ଯେତେବେଳେ ଜଣେ ଯୁବାକୁ ତାʼ ବାପାମାଆ କିଛି ପରାମର୍ଶ ଦିଅନ୍ତି, ସେତେବେଳେ ତାକୁ କʼଣ କରିବା ଉଚିତ୍ ?
୭. ନିଜ ପରିବାର ସହ ମିଶି ଯିହୋବାଙ୍କର ଉପାସନା କରନ୍ତୁ
ଯିହୋବାଙ୍କ ସାକ୍ଷୀମାନେ ପ୍ରତି ସପ୍ତାହ ନିଜ ପରିବାର ସହ ମିଶି ପାରିବାରିକ ଉପାସନା କରିବା ପାଇଁ କିଛି ସମୟ ଅଲଗା ରଖନ୍ତି । ପାରିବାରିକ ଉପାସନାରେ ସେମାନେ କʼଣ କରନ୍ତି, ଏହା ଜାଣିବା ପାଇଁ ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।
ପ୍ରତି ସପ୍ତାହ ପାରିବାରିକ ଉପାସନା କରିବା ପାଇଁ ଗୋଟିଏ ପରିବାର କʼଣ କରିପାରେ ?
ବାପାମାଆ କʼଣ କରିପାରିବେ ଯାହାଫଳରେ ପାରିବାରିକ ଉପାସନାରୁ ସମସ୍ତଙ୍କୁ ଲାଭ ମିଳିବ ଓ ମଜା ଆସିବ ?—ପାଠର ଆରମ୍ଭରେ ଦିଆଯାଇଥିବା ଚିତ୍ର ଦେଖନ୍ତୁ ।
ନିଜ ପରିବାର ସହ ମିଶି ପାରିବାରିକ ଉପାସନା କରିବାରେ କʼଣ କʼଣ ବାଧା ଆସିପାରେ ?
ପ୍ରାଚୀନ ଇସ୍ରାଏଲରେ, ଯିହୋବା ପରିବାରଗୁଡ଼ିକଠାରୁ ଚାହୁଁଥିଲେ ଯେ ସେମାନେ ପ୍ରତିଦିନ ଶାସ୍ତ୍ର ବିଷୟରେ ପରସ୍ପର ସହ କଥା ହୁଅନ୍ତୁ । ଦ୍ୱିତୀୟ ବିବରଣ ୬:୬, ୭ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:
ଆପଣ ଏହି ସିଦ୍ଧାନ୍ତକୁ କିପରି ମାନିପାରିବେ ?
ପାରିବାରିକ ଉପାସନା ପାଇଁ ପରାମର୍ଶ:
ସଭାଗୁଡ଼ିକ ପାଇଁ ପ୍ରସ୍ତୁତି କରନ୍ତୁ ।
ବାଇବଲର ଏପରି କୌଣସି ଘଟଣା ପଢ଼ନ୍ତୁ ଓ ଚର୍ଚ୍ଚା କରନ୍ତୁ, ଯାହା ଆପଣଙ୍କ ପରିବାରକୁ ବହୁତ ଭଲ ଲାଗିବ ।
jw.org ୱେବସାଇଟ୍ରେ ଛୋଟ ପିଲାମାନଙ୍କ ପାଇଁ ଅନେକ ଜିନିଷ ଦିଆଯାଇଛି । ସେମଧ୍ୟରୁ କୌଣସି ଗୋଟିଏକୁ ଡାଉନଲୋଡ୍ କିମ୍ବା ପ୍ରିଣ୍ଟ କରନ୍ତୁ ଏବଂ ନିଜ ପିଲାମାନଙ୍କ ସହ ତାହା କରନ୍ତୁ ।
jw.org ୱେବସାଇଟ୍ରେ ଯୁବାମାନଙ୍କ ପାଇଁ ଯେଉଁ ଲେଖାଗୁଡ଼ିକ ଦିଆଯାଇଛି, ସେମଧ୍ୟରୁ କୌଣସି ଗୋଟିଏ ଉପରେ ଆଲୋଚନା କରନ୍ତୁ ।
ନିଜ ପିଲାମାନଙ୍କ ସହ ମିଶି ବାଇବଲର କୌଣସି କାହାଣୀର ନାଟକ କରନ୍ତୁ ।
jw.org ୱେବସାଇଟ୍ରେ ଦିଆଯାଇଥିବା କୌଣସି ଭିଡିଓ ଦେଖନ୍ତୁ ଓ ତାʼଉପରେ ଆଲୋଚନା କରନ୍ତୁ ।
କିଛି ଲୋକ କହନ୍ତି: “ବାଇବଲକୁ ବୁଝିବା ପାଇଁ ବଡ଼ମାନଙ୍କୁ ତ ଏତେ କଷ୍ଟ ଲାଗେ, ତାହେଲେ ଛୋଟ ପିଲାମାନେ କʼଣ ବୁଝିବେ ?”
ଆପଣ କʼଣ ଉତ୍ତର ଦେବେ ?
ଆମେ କʼଣ ଶିଖିଲୁ ?
ଯିହୋବା ବାପାମାଆଙ୍କଠାରୁ ଚାହାନ୍ତି ଯେ ସେମାନେ ପିଲାମାନଙ୍କୁ ପ୍ରେମ କରନ୍ତୁ, ସେମାନଙ୍କୁ ଶିଖାନ୍ତୁ ଓ ତାଙ୍କୁ ରକ୍ଷା କରନ୍ତୁ । ସେ ପିଲାମାନଙ୍କଠାରୁ ଚାହାନ୍ତି ଯେ ସେମାନେ ନିଜ ବାପାମାଆଙ୍କୁ ଆଦର କରନ୍ତୁ ଓ ସେମାନଙ୍କର ଆଜ୍ଞା ପାଳନ କରନ୍ତୁ । ସେ ପରିବାରଠାରୁ ଚାହାନ୍ତି ଯେ ସମସ୍ତେ ମିଶି ତାଙ୍କର ଉପାସନା କରନ୍ତୁ ।
ଆପଣ କʼଣ କହିବେ ?
ବାପାମାଆ ନିଜ ପିଲାମାନଙ୍କୁ ଶିଖାଇବା ପାଇଁ ଓ ତାଙ୍କୁ ରକ୍ଷା କରିବା ପାଇଁ କʼଣ କରିପାରିବେ ?
ପିଲାମାନେ ନିଜ ବାପାମାଆଙ୍କୁ କିପରି ଆଦର କରିପାରିବେ ?
ପ୍ରତି ସପ୍ତାହ ପାରିବାରିକ ଉପାସନା ପାଇଁ କିଛି ସମୟ ଅଲଗା ରଖିଲେ କʼଣ କʼଣ ଲାଭ ହୁଏ ?
ଅଧିକ ଜାଣନ୍ତୁ
ଆପଣ ନିଜ ପିଲାମାନଙ୍କୁ କʼଣ କʼଣ କଥା ଶିଖାଇପାରିବେ, ଯାହା ବଡ଼ ହେଲେ ସେମାନଙ୍କୁ ସାହାଯ୍ୟ କରିବ ?
“ପିଲାମାନଙ୍କ ପାଇଁ ଛଅଟି ମହତ୍ତ୍ୱପୂର୍ଣ୍ଣ ଶିକ୍ଷା” (ସଜାଗ ହୁଅ !-ହି ସଂ. ୨ ୨୦୧୯)
ଯେଉଁମାନେ ନିଜ ବୃଦ୍ଧ ବାପାମାଆଙ୍କର ଯତ୍ନ ନିଅନ୍ତି, ସେମାନଙ୍କ ପାଇଁ ବାଇବଲରେ କʼଣ ପରାମର୍ଶ ଦିଆଯାଇଛି ? ଆସନ୍ତୁ ଜାଣିବା ।
“ପବିତ୍ର ଶାସ୍ତ୍ର ବୃଦ୍ଧ ବାପାମାଆଙ୍କର ଯତ୍ନ ନେବା ବିଷୟରେ କʼଣ କହେ ?” (jw.org ୱେବସାଇଟ୍ରେ ଥିବା ଲେଖା)
ଜଣେ ବ୍ୟକ୍ତି ନିଜ ପିଲାମାନଙ୍କର ଭଲ ଭାବେ ଲାଳନପାଳନ କରିବାକୁ ଚାହୁଁଥିଲେ, କିନ୍ତୁ ସେ ଜାଣି ନ ଥିଲେ ଯେ ସେ ଏହା କିପରି କରିବେ । ଆସନ୍ତୁ ଜାଣିବା ଯେ ସେ କିପରି ଜଣେ ଭଲ ବାପା ହୋଇପାରିଲେ ।
ଜାଣନ୍ତୁ ଯେ ଜଣେ ବାପା ନିଜ ପୁଅମାନଙ୍କ ସାଙ୍ଗରେ ନିଜ ସମ୍ପର୍କକୁ କିପରି ମଜବୁତ୍ କରିପାରିବେ ।
“ବାପା ଓ ପୁଅର ସମ୍ପର୍କ, କିପରି ହେବ ଗଭୀର ?” (ପ୍ରହରୀଦୁର୍ଗ-ହି, ଏପ୍ରିଲ୍-ଜୁନ୍, ୨୦୧୨)
a ବାଇବଲରେ ଦିଆଯାଇଥିବା ‘ଶାସ୍ତି’ ଶବ୍ଦରେ ଶିଖାଇବା, ବୁଝାଇବା, ସଠିକ୍ ବାଟ ଦେଖାଇବା ଓ ଦଣ୍ଡ ଦେବା ମଧ୍ୟ ସାମିଲ୍ । କିନ୍ତୁ ଶାସ୍ତି ଦେବାର ଅର୍ଥ ସେମାନଙ୍କ ସହ ଦୁର୍ବ୍ୟବହାର କରିବା କିମ୍ବା ନିଷ୍ଠୁରତାର ସହ ବ୍ୟବହାର କରିବା ନୁହେଁ ।—ହିତୋପଦେଶ ୨୯:୧୭.