ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lmd ପାଠ ୩
  • ହୃଦୟରୁ ଚିନ୍ତା କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ହୃଦୟରୁ ଚିନ୍ତା କରନ୍ତୁ
  • ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଯୀଶୁ କʼଣ କଲେ ?
  • ଯୀଶୁଙ୍କଠାରୁ ଆମେ କʼଣ ଶିଖୁ ?
  • ଯୀଶୁଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ?
  • ଲୋକମାନଙ୍କ ବିଷୟରେ ଭାବନ୍ତୁ
    ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
  • କʼଣ କୃପା କରିବା ଆପଣଙ୍କ ବ୍ୟବସ୍ଥା ଅଟେ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ଲୋକମାନଙ୍କର କଷ୍ଟକୁ ବୁଝନ୍ତୁ
    ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
  • କଥା କଥାରେ ହିଁ ସାକ୍ଷ୍ୟ ଦିଅନ୍ତୁ
    ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
ଆହୁରି ଦେଖନ୍ତୁ
ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
lmd ପାଠ ୩

କଥାବାର୍ତ୍ତା ଆରମ୍ଭ କରିବା

ଯୀଶୁ ବହୁତ ପ୍ରେମର ସହ ଜଣେ ଅନ୍ଧ ବ୍ୟକ୍ତିକୁ ସୁସ୍ଥ କରୁଛନ୍ତି ।

ଯୋହ. ୯:୧-୭

ପାଠ ୩

ହୃଦୟରୁ ଚିନ୍ତା କରନ୍ତୁ

ସିଦ୍ଧାନ୍ତ: “ପ୍ରେମ . . . କୃପା କରେ ।”—୧ କରି. ୧୩:୪ NWT.

ଯୀଶୁ କʼଣ କଲେ ?

ଯୀଶୁ ବହୁତ ପ୍ରେମର ସହ ଜଣେ ଅନ୍ଧ ବ୍ୟକ୍ତିକୁ ସୁସ୍ଥ କରୁଛନ୍ତି ।

ଭିଡିଓ: ଯୀଶୁ ଜଣେ ଅନ୍ଧ ଲୋକକୁ ସୁସ୍ଥ କଲେ

୧. ଭିଡିଓ ଦେଖନ୍ତୁ କିମ୍ବା ଯୋହନ ୯:୧-୭ ପଢ଼ନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ବିଷୟରେ ଭାବନ୍ତୁ:

  1. କ. ଯୀଶୁ ପ୍ରଥମେ କʼଣ କଲେ ?—ସେହି ଅନ୍ଧ ବ୍ୟକ୍ତିକୁ ଠିକ୍‌ କଲେ ନା ତାକୁ ସାକ୍ଷ୍ୟ ଦେଲେ ?—ଯୋହନ ୯:୩୫-୩୮ ଦେଖନ୍ତୁ ।

  2. ଖ. ଯୀଶୁ ଯାହା କଲେ ସେଥିରୁ ସେହି ବ୍ୟକ୍ତି ଉପରେ ତାହାର କʼଣ ପ୍ରଭାବ ପଡ଼ିଲା ? ସେ ବ୍ୟକ୍ତି କʼଣ କରିବା ପାଇଁ ପ୍ରସ୍ତୁତ ହୋଇଗଲା ?

ଯୀଶୁଙ୍କଠାରୁ ଆମେ କʼଣ ଶିଖୁ ?

୨. ଆମେ ଯାହା ସହ କଥା ହେଉ ଯଦି ତାକୁ ଅନୁଭବ ହୁଏ ଯେ ଆମେ ତାʼର ଚିନ୍ତା କରୁ, ତେବେ ତାକୁ ଆମ କଥା ଶୁଣିବା ପାଇଁ ଇଚ୍ଛା ହେବ ।

ଯୀଶୁଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ?

୩. ଲୋକଙ୍କ କଷ୍ଟକୁ ବୁଝନ୍ତୁ । ଭାବନ୍ତୁ ଯଦି ଆପଣ ତାʼ ଜାଗାରେ ଥାʼନ୍ତେ, ତାହେଲେ ଆପଣଙ୍କୁ କିପରି ଲାଗନ୍ତା ।

  1. କ. ଏହି ପ୍ରଶ୍ନଗୁଡ଼ିକ ବିଷୟରେ ଭାବନ୍ତୁ: ‘ତାʼର କʼଣ ଚିନ୍ତା ଥିବ ? ତାକୁ କେଉଁ କଥାରୁ ସାନ୍ତ୍ୱନା ମିଳିବ କିମ୍ବା କେଉଁ କଥା ଶୁଣିଲେ ତାକୁ ଭଲ ଲାଗିବ ?’ ଯେବେ ଆମେ ଏହି କଥାଗୁଡ଼ିକ ବିଷୟରେ ଭାବିବା, ତେବେ ଆମେ ତାʼ କଷ୍ଟକୁ ବୁଝିପାରିବା ଓ ଦେଖାଇପାରିବା ଯେ ଆମେ ପ୍ରକୃତରେ ତାʼର ଚିନ୍ତା କରୁ ।

  2. ଖ. କାହାରି ସହ କଥା ହେଲା ବେଳେ ଯଦି ସେ ତାʼର ଚିନ୍ତା ବିଷୟରେ କୁହେ ବା ତାʼ ମନରେ କʼଣ ଚାଲୁଛି ତାହା କୁହେ, ତେବେ ଧ୍ୟାନ ଦେଇ ଶୁଣନ୍ତୁ । କଥାକୁ ବଦଳାନ୍ତୁ ନାହିଁ ।

୪. ପ୍ରେମ ଓ ଆଦରର ସହ କଥା ହୁଅନ୍ତୁ । ଆପଣ ଯେପରି ଭାବରେ କଥା ହେବେ ସେଥିରୁ ଜଣାପଡ଼େ ଯେ ଆପଣ ସେହି ବ୍ୟକ୍ତି ବିଷୟରେ ଚିନ୍ତା କରନ୍ତି, ଆଉ ତାʼର ସାହାଯ୍ୟ କରିବା ପାଇଁ ଚାହାନ୍ତି । ଧ୍ୟାନ ଦେଇ ଭାବନ୍ତୁ ଯେ ଆପଣ କʼଣ କହିବେ ଓ କିପରି କହିବେ । ଏପରି କିଛି କହନ୍ତୁ ନାହିଁ ଯେଉଁଥିରୁ ସେହି ବ୍ୟକ୍ତିକୁ ଖରାପ ଲାଗିପାରେ ।

୫. ସାହାଯ୍ୟ କରନ୍ତୁ । କାହାରି ସହ କଥା ହେବା ବେଳେ ଏହା ଦେଖିବା ପାଇଁ ଚେଷ୍ଟା କରନ୍ତୁ ଯେ ଆପଣ ତାକୁ କିପରି ସାହାଯ୍ୟ କରିପାରିବେ । ଯେବେ ସେ ଦେଖିବ ଯେ ଆପଣ ତାକୁ ସାହାଯ୍ୟ କରୁଛନ୍ତି, ତେବେ ହୁଏତ ଏହା ଯୋଗୁଁ ଏକ ଭଲ କଥାବାର୍ତ୍ତା ଆରମ୍ଭ ହୋଇପାରିବ ।

ଏହା ବି ଦେଖନ୍ତୁ

ରୋମୀ. ୧୨:୧୫, ୧୬; ଗାଲା. ୬:୧୦; ଏବ୍ରୀ ୧୩:୧୬

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ