ଆମେ ସୃଷ୍ଟିକର୍ତ୍ତା ବହିଟିକୁ ବିତରଣ କରିପାରିବା କି?
ଗତ ବର୍ଷ କʼଣ ଏପରି ଜଣେ ସୃଷ୍ଟିକର୍ତ୍ତା ଅଛନ୍ତି ଯିଏ ଆପଣଙ୍କ ଯତ୍ନ ନିଅନ୍ତି? (ଇଂଗ୍ରାଜୀ) ନାମକ ଗୋଟିଏ ବହି ପାଇ ଆମେ ଅତ୍ୟନ୍ତ ଖୁସୀ ହୋଇଥିଲୁ । ଯେଉଁମାନେ ବୈଷୟିକ ଶିକ୍ଷା ପାଇଥିବେ, କିନ୍ତୁ ସେମାନେ ପରମେଶ୍ୱରଙ୍କୁ ବିଶ୍ୱାସ କରୁ ନ ଥିବେ ସେମାନଙ୍କ ପାଇଁ ଏହି ବହିଟି ବିଶେଷଭାବେ ଲେଖାଯାଇଛି । ଅନେକ ଲୋକମାନଙ୍କୁ ଏହି ବହିଟିରେ ଥିବା ଜ୍ଞାନର ଆବଶ୍ୟକତା ଅଛି ।
ପ୍ରତ୍ୟେକ ମାସର ସାହିତ୍ୟ ଅର୍ପଣ ଏହି ପ୍ରକାର ପ୍ରକାଶନ ହୁଏ ଯାହା ସାଧାରଣ ଲୋକଙ୍କ ପାଇଁ ବ୍ୟବହୃତ ହୋଇଥାଏ । ଏହାର ଅର୍ଥ କʼଣ ସୃଷ୍ଟିକର୍ତ୍ତା ବହିଟିକୁ ଆମେ ଲୋକଙ୍କୁ ବିତରଣ କରିପାରିବା ନାହିଁ? ଆଦୌ ନୁହେଁ ! ଯେଉଁମାନେ ପରମେଶ୍ୱରଙ୍କୁ ବିଶ୍ୱାସ କରୁ ନାହାନ୍ତି ଏବଂ ଯେଉଁମାନଙ୍କୁ ଏହି ବହିଟିରୁ ଲାଭ ହେବେ, ସେମାନଙ୍କୁ ଆମେ ଯେ କୌଣସି ସମୟରେ ଏହି ବହିଟି ବିତରଣ କରି ପାରିବେ । ଯେଉଁମାନେ ପରମେଶ୍ୱରଙ୍କୁ ବିଶ୍ୱାସ କରନ୍ତି, କିନ୍ତୁ ପରମେଶ୍ୱର କିଏ ଓ ତାଙ୍କର ଗୁଣ କʼଣ ଏବଂ ତାଙ୍କର ଉଦେଶ୍ୟ କʼଣ ବୋଲି ଜାଣନ୍ତି ନାହିଁ, ଏହିପରି ଲୋକଙ୍କୁ ମଧ୍ୟ ଆମେ ଏହି ବହିଟିକୁ ଦେଇ ପାରିବା । ଏହି ବହିଟି ଆପଣଙ୍କ ବ୍ୟାଗରେ ରଖିବା ପାଇଁ ଆପଣଙ୍କୁ ଉତ୍ସାହିତ କରାଯାଉଛି, ଏବଂ ଯେଉଁ ବ୍ୟକ୍ତି ଏହାକୁ ପଢ଼ିବା ପାଇଁ ଆଗ୍ରହ ଦେଖାଏ ତାକୁ ଏହି ବହିଟିକୁ ଦେବା ନିମିତ୍ତ ସର୍ବଦା ପ୍ରସ୍ତୁତ ରୁହନ୍ତୁ ।