ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଲଗାତାର ଯିହୋବାଙ୍କ ସେବା କରିବା ପାଇଁ ସେମାନଙ୍କୁ ତାଲିମ୍ ଦିଅନ୍ତୁ
ଯଦି ନୂଆ ପ୍ରଚାରକମାନଙ୍କୁ ଆରମ୍ଭରୁ ହିଁ ପ୍ରତି ସପ୍ତାହରେ ପ୍ରଚାର ସେବାରେ ଉତ୍ସାହର ସହିତ ଭାଗ ନେବା ପାଇଁ ତାଲିମ୍ ଦିଆଯାଏ, ତେବେ ସେମାନେ ସାଧାରଣତଃ ଭଲ ପ୍ରଚାରକ ହୋଇଥାʼନ୍ତି। (ହିତୋ ୨୨:୬; ଫିଲିପ୍ ୩:୧୬) ଆପଣଙ୍କ ବିଦ୍ୟାର୍ଥୀଙ୍କୁ ଜଣେ ଭଲ ପ୍ରଚାରକ ହେବାରେ ଆପଣ କିପରି ସାହାଯ୍ୟ କରିପାରିବେ, ସେବିଷୟରେ ତଳେ କିଛି ପରାମର୍ଶ ଦିଆଯାଇଛି:
ଆପଣଙ୍କ ବିଦ୍ୟାର୍ଥୀ ପ୍ରଚାରକ ହେବାର ତୁରନ୍ତ ପରେ ତାଙ୍କୁ ତାଲିମ୍ ଦେବା ଆରମ୍ଭ କରନ୍ତୁ। [ରାଜ୍ୟ ସେବା (ହିନ୍ଦୀ) ୮/୧୫ ୧-୨] ତାଙ୍କୁ ବୁଝାନ୍ତୁ ଯେ ପ୍ରତି ସପ୍ତାହରେ ପ୍ରଚାର ସେବାରେ ଭାଗ ନେବା କାହିଁକି ଜରୁରୀ। (ଫିଲିପ୍ ୧:୧୦) ପ୍ରଚାର କରାଯାଉଥିବା ଅଞ୍ଚଳ ବିଷୟରେ ସକାରାତ୍ମକ ଟିପ୍ପଣୀ ଦେଇ ତାଙ୍କ ଉତ୍ସାହ ବଢ଼ାନ୍ତୁ। (ଫିଲିପ୍ ୪:୮) ସମୂହ ଅଧ୍ୟକ୍ଷ ଏବଂ ଅନ୍ୟ ଭାଇଭଉଣୀମାନଙ୍କ ସହିତ ପ୍ରଚାର କରିବା ପାଇଁ ତାଙ୍କୁ ଉତ୍ସାହିତ କରନ୍ତୁ, ଯାହାଫଳରେ ସେମାନଙ୍କଠାରୁ ମଧ୍ୟ ସେ ଶିଖିପାରିବେ।—ହିତୋ ୧:୫; ରାଜ୍ୟ ସେବା (ହିନ୍ଦୀ) ୧୦/୧୨ ୬ ¶୩
ବିଦ୍ୟାର୍ଥୀଙ୍କ ବାପ୍ତିସ୍ମ ପରେ ମଧ୍ୟ ତାଙ୍କ ଉତ୍ସାହ ବଢ଼ାଇବା ଏବଂ ପ୍ରଚାର ସେବାରେ ତାଙ୍କୁ ତାଲିମ୍ ଦେବା ଜାରି ରଖନ୍ତୁ। ଯଦି “ଈଶ୍ୱରଙ୍କ ପ୍ରେମ” ବହିରୁ ତାଙ୍କ ଅଧ୍ୟୟନ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ, ତେବେ ଏପରି କରିବା ନିହାତି ଆବଶ୍ୟକ।—ରାଜ୍ୟ ସେବା (ହିନ୍ଦୀ) ୧୨/୧୩ ୭
ନୂଆ ପ୍ରଚାରକଙ୍କ ସହିତ ପ୍ରଚାର କରିବା ସମୟରେ ଆପଣ ସରଳ ଉପାୟରେ ଲୋକଙ୍କ ସହିତ କଥା ହୁଅନ୍ତୁ କିମ୍ବା ସେମାନଙ୍କୁ ପ୍ରକାଶନ ଦିଅନ୍ତୁ। ଯେତେବେଳେ ସେ ଘରମାଲିକଙ୍କ ସହିତ କଥା ହୁଅନ୍ତି, ଧ୍ୟାନର ସହିତ ଶୁଣନ୍ତୁ ଏବଂ ପରେ ତାଙ୍କୁ ପ୍ରଶଂସା କରନ୍ତୁ। ତାଙ୍କ ସେବାରେ ସୁଧାର ଆଣିବା ପାଇଁ ତାଙ୍କୁ ପରାମର୍ଶ ମଧ୍ୟ ଦିଅନ୍ତୁ, ଯାହାଫଳରେ ସେ ଆହୁରି ଭଲ ଭାବେ ପ୍ରଚାର କରିପାରିବେ।—ରାଜ୍ୟ ସେବା (ହିନ୍ଦୀ) ୫/୧୦ ୭