ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ସିଫନୀୟ ୧–ହାଗୟ ୨
ଯିହୋବାଙ୍କର କ୍ରୋଧର ଦିନ ଆସିବା ପୂର୍ବରୁ ତାହାଙ୍କର ଅନ୍ୱେଷଣ କରନ୍ତୁ
ସିଫ ୨:୨, ୩
ଯଦି ଆମେ ଚାହୁଁ ଯେ ଯିହୋବା ତାହାଙ୍କର କ୍ରୋଧର ଦିନରେ ଆମକୁ ରକ୍ଷା କରନ୍ତୁ, ତେବେ ତାହାଙ୍କୁ ନିଜ ଜୀବନ ସର୍ମପଣ କରିବା ଯଥେଷ୍ଟ ନୁହେଁ, ଆମକୁ ଆହୁରି କିଛି କରିବାକୁ ହେବ। ସିଫନୀୟ ଇସ୍ରାଏଲୀୟମାନଙ୍କୁ ଯେଉଁ ପରାମର୍ଶ ଦେଇଥିଲେ, ସେଗୁଡ଼ିକୁ ମଧ୍ୟ ଆମକୁ ପାଳନ କରିବାକୁ ହେବ।
ଯିହୋବାଙ୍କର ଅନ୍ୱେଷଣ କରନ୍ତୁ: ଯିହୋବାଙ୍କ ସହିତ ଏକ ଘନିଷ୍ଠ ସମ୍ପର୍କ ବଜାୟ ରଖନ୍ତୁ ଏବଂ ତାହାଙ୍କ ସଂଗଠନ ସହିତ ଯୋଡ଼ି ହୋଇ ରହନ୍ତୁ
ଧର୍ମର ଅନ୍ୱେଷଣ କରନ୍ତୁ: ଯିହୋବାଙ୍କ ଧାର୍ମିକତାର ମାନଦଣ୍ଡଗୁଡ଼ିକ ଅନୁସାରେ ଚାଲନ୍ତୁ
ନମ୍ରତାର ଅନ୍ୱେଷଣ କରନ୍ତୁ: ନମ୍ର ହୋଇ ଈଶ୍ୱରଙ୍କ ଇଚ୍ଛା ପୂରଣ କରନ୍ତୁ ଏବଂ ଆମକୁ ସୁଧାରିବା ପାଇଁ ସେ ଯାହା ପରାମର୍ଶ ଦିଅନ୍ତି, ତାକୁ ପାଳନ କରନ୍ତୁ
ମୁଁ ଆହୁରି ଭଲ ଭାବରେ ଯିହୋବାଙ୍କର, ଧର୍ମର ଓ ନମ୍ରତାର କିପରି ଅନ୍ୱେଷଣ କରିପାରିବି?