ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb17 ଡିସେମ୍ବର ପୃଷ୍ଠା ୮
  • ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା ସମସ୍ତଙ୍କ ସହିତ କଥା ହେବାରେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା ସମସ୍ତଙ୍କ ସହିତ କଥା ହେବାରେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ପ୍ରାୟ ସମାନ ଲେଖା
  • ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଚାର କରିବା ପାଇଁ ବ୍ୟବସ୍ଥିତ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ବହୁ ଭାଷାଭାଷୀ ଅଞ୍ଚଳରେ ପ୍ରଚାର କରିବା ପାଇଁ ସହଯୋଗ କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
mwb17 ଡିସେମ୍ବର ପୃଷ୍ଠା ୮
ନାମିବିୟାରେ ଏକ ଦ୍ଧାଙ୍କ ସହିତ ଜଣେ ଭଉଣୀ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା ସମସ୍ତଙ୍କ ସହିତ କଥା ହେବାରେ

ଏହା କାହିଁକି ମହତ୍ତ୍ୱପୂର୍ଣ୍ଣ: ଯିଖରୀୟ ଭବିଷ୍ୟତବାଣୀ କରିଥିଲେ ଯେ ଭିନ୍ନ ଭିନ୍ନ ଭାଷା କହୁଥିବା ଲୋକେ ସୁସମାଚାର ସ୍ୱୀକାର କରିବେ। (ଯିଖ ୮:୨୩) କିନ୍ତୁ ସେମାନଙ୍କୁ କିଏ ସୁସମାଚାର ଶୁଣାଇବ? (ରୋମୀ ୧୦:୧୩-୧୫) ଏହି ସମ୍ମାନ ଓ ଦାୟିତ୍ୱ ଆମକୁ ମିଳିଛି ଏବଂ ଆମେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁସମାଚାର ଶୁଣାଇବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରିବା ଉଚିତ୍‌, ବିଶେଷତଃ ଆମର ପ୍ରଚାର ସେବା ଅଞ୍ଚଳରେ।—ସଂଗଠିତ (ହିନ୍ଦୀ) ୮୩-୮୪ ପୃଷ୍ଠା ¶୧୦-୧୧.

ଏହା କିପରି କରିପାରିବା:

  • ପ୍ରସ୍ତୁତି କରନ୍ତୁ। କʼଣ ଆପଣ ଏପରି ଲୋକମାନଙ୍କୁ ଭେଟନ୍ତି, ଯେଉଁମାନେ ଭିନ୍ନ ଭାଷା କହିଥାʼନ୍ତି? ଏପରି ସମୟରେ ଆପଣ JW ଲାଙ୍ଗୁଏଜ୍‌ ଆପ୍‌ ସାହାଯ୍ୟରେ ସେହି ଭାଷାର ଏକ ଛୋଟିଆ ପ୍ରସ୍ତତି ଅଭ୍ୟାସ କରିପାରିବେ। କିମ୍ବା ଆପଣ ନିଜ ମୋବାଇଲ୍‌ ସାହାଯ୍ୟରେ ଦେଖାଇପାରିବେ ଯେ ସେମାନେ କିପରି ନିଜ ଭାଷାରେ jw.org ୱେବ୍‌ସାଇଟ୍‌ରୁ ତଥ୍ୟ ପାଇପାରିବେ

  • ଧ୍ୟାନ ଦିଅନ୍ତୁ। ଯଦି ଆପଣ ଘର ଘର ଯାଇ ପ୍ରଚାର କରୁଛନ୍ତି, ସେସମୟରେ ରାସ୍ତାରେ ଯାଉଥିବା ଲୋକ କିମ୍ବା ଗାଡ଼ି ପାଇଁ ଅପେକ୍ଷା କରୁଥିବା ଲୋକମାନଙ୍କ ସହିତ ମଧ୍ୟ କଥା ହୁଅନ୍ତୁ। ଯେତେବେଳେ ଆପଣ ସର୍ବସାଧାରଣରେ ପ୍ରଚାର ସେବାରେ ଭାଗ ନିଅନ୍ତି, ସେତେବେଳେ ନିଜର ପୂରା ଧ୍ୟାନ ପ୍ରଚାର କାମରେ ଲଗାନ୍ତୁ

  • ପରିଶ୍ରମୀ ହୁଅନ୍ତୁ। ପ୍ରତ୍ୟେକ ଘରମାଲିକଙ୍କୁ ସାକ୍ଷାତ କରିବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରନ୍ତୁ ଏବଂ ଯେଉଁମାନଙ୍କୁ ଆପଣ ସେମାନଙ୍କ ଘରେ ଭେଟିପାରନ୍ତି ନାହିଁ, ସେମାନଙ୍କୁ ଭେଟିବା ପାଇଁ ଚେଷ୍ଟା କରିବା ଜାରି ରଖନ୍ତୁ। ଯଦି ସମ୍ଭବ, ଆପଣ ଦିନର ଅନ୍ୟ କୌଣସି ସମୟରେ କିମ୍ବା ସଯ୍ତାହର ଅନ୍ୟ କୌଣସି ଦିନ ସେମାନଙ୍କୁ ସାକ୍ଷାତ କରିବା ପାଇଁ ଚେଷ୍ଟା କରିପାରିବେ। କିଛି ଲୋକଙ୍କୁ ହୁଏତ ଆପଣ ଚିଠି ବା ଫୋନ୍‌ ସାହାଯ୍ୟରେ କିମ୍ବା ରାସ୍ତାରେ ଭେଟି କଥା ହୋଇପାରିବେ

  • ପୁନଃସାକ୍ଷାତ କରନ୍ତୁ। ଆଗ୍ରହ ଦେଖାଉଥିବା ବ୍ୟକ୍ତିଙ୍କ ସହିତ ଯଥାଶୀଘ୍ର ସାକ୍ଷାତ କରନ୍ତୁ। ଯଦି ସେ ଭିନ୍ନ ଭାଷା କହନ୍ତି, ତେବେ କୌଣସି ଏକ କୁଶଳୀ ପ୍ରଚାରକଙ୍କୁ ଖୋଜନ୍ତୁ, ଯିଏ ସେହି ଭାଷାରେ ତାଙ୍କୁ ସାହାଯ୍ୟ କରିପାରିବେ। ଯେପର୍ଯ୍ୟନ୍ତ ଘରମାଲିକଙ୍କ ଭାଷା କହୁଥିବା ପ୍ରଚାରକ ତାଙ୍କୁ ସମ୍ପର୍କ କରି ନାହାନ୍ତି, ସେପର୍ଯ୍ୟନ୍ତ ତାଙ୍କୁ ସାହାଯ୍ୟ କରିବା ଜାରି ରଖନ୍ତୁ।—ସଂଗଠିତ (ହିନ୍ଦୀ) ୯୪ ପୃଷ୍ଠା ¶୩୯-୪୦

“ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ” ପ୍ରଚାର କଲେ (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ ଏବଂ ତାʼପରେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଏକ ଚାରକ ସମୂହ ନାମିବିୟାରେ ବିଶେଷ ଚାର ଅଭିଯାନ ପାଇଁ ଯୋଜନା କରୁଛି

    ଦୂର ଦୂରାନ୍ତର ଅଞ୍ଚଳରେ ଲୋକମାନଙ୍କୁ ଭେଟିବା ପାଇଁ ଭାଇଭଉଣୀମାନେ କʼଣ କʼଣ ପ୍ରସ୍ତୁତି କଲେ? (୧କରି ୯:୨୨, ୨୩)

  • ନାମିବିୟାରେ ଗାଗୁକ ଏପରି ଅଞ୍ଚଳଗୁକୁ ଯାଉଛି, ଯେଉଁଠାରେ ଚାର ହୋଇ ନାହି

    ସେମାନଙ୍କୁ କେଉଁସବୁ ସମସ୍ୟାର ସାମନା କରିବାକୁ ପଡ଼ିଲା?

  • ନାମିବିୟାରେ ପିଲାମାନେ jw.org ୱେବ୍‌ସାଇରେ ବା ଭିଡିଓଗୁକର ଆନନ୍ଦ ନେଉଛନ୍ତି

    ସେମାନଙ୍କୁ କʼଣ କʼଣ ଆଶିଷ ମିଳିଲା?

  • ଆପଣ ନିଜ ଅଞ୍ଚଳରେ ଅଧିକରୁ ଅଧିକ ଲୋକଙ୍କୁ ଭେଟିବା ପାଇଁ କʼଣ କରିପାରିବେ?

ସେବା ଅଧ୍ୟକ୍ଷ ଧ୍ୟାନ ଦେବା ଉଚିତ୍‌ ଯେ ମଣ୍ଡଳୀର ସମସ୍ତ ଅଞ୍ଚଳରେ ନିୟମିତ ଭାବେ ପ୍ରଚାର କରାଯାଉ। କିଛି ମଣ୍ଡଳୀରେ ପ୍ରାଚୀନମାନଙ୍କର ସମୂହ ମାସର କିଛି ନିର୍ଦ୍ଦିଷ୍ଟ ଦିନ ନିର୍ଦ୍ଧାରଣ କରିଛନ୍ତି। ଫଳରେ ଯେଉଁ ଅଞ୍ଚଳରେ ସାଧାରଣତଃ ପ୍ରଚାର ହୋଇପାରେ ନାହିଁ, ସେଠାରେ ପ୍ରଚାରକମାନେ ପୂରା ଦିନ ପ୍ରଚାର କରିପାରିବେ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ