ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଅଗଷ୍ଟ ପୃଷ୍ଠା ୩
  • ଲୋଟଙ୍କ ସ୍ତ୍ରୀର କଥା ସ୍ମରଣ କର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଲୋଟଙ୍କ ସ୍ତ୍ରୀର କଥା ସ୍ମରଣ କର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • ଲୋଟଙ୍କ ସ୍ତ୍ରୀକୁ ମନେ ରଖ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଅଗଷ୍ଟ ପୃଷ୍ଠା ୩

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଲୋଟଙ୍କ ସ୍ତ୍ରୀର କଥା ସ୍ମରଣ କର

ସଦୋମରୁ ପଳାୟନ କରିବା ସମୟରେ ଲୋଟଙ୍କ ସ୍ତ୍ରୀ କାହିଁକି ପଛକୁ ଅନାଇଲା? ବାଇବଲରେ ଏବିଷୟରେ କିଛି ସ୍ପଷ୍ଟ ଭାବେ ଦିଆଯାଇ ନାହିଁ । (ଆଦି ୧୯:୧୭, ୨୬) ଯୀଶୁ ଦେଇଥିବା ଚେତାବନୀର ସନ୍ଦର୍ଭରୁ ଜଣାପଡ଼େ ଯେ ସେ ହୁଏତ ପଛରେ ଛାଡ଼ି ଆସିଥିବା ଜିନିଷସବୁ ପାଇବାକୁ ଇଚ୍ଛା କରିଥିବ । (ଲୂକ ୧୭:୩୧, ୩୨) ଠିକ୍‌ ଯେପରି ଲୋଟଙ୍କ ସ୍ତ୍ରୀ ସହିତ ଘଟିଲା, ଆମେ କିପରି ଈଶ୍ୱରଙ୍କ ମଞ୍ଜୁରି ହରାଇବାଠାରୁ ଦୂରେଇ ରହିପାରିବା? ଆମକୁ ଭୋଗବିଳାସର ଜିନିଷଗୁଡ଼ିକୁ ଜୀବନରେ ପ୍ରଥମ ସ୍ଥାନ ଦେବାଠାରୁ ଦୂରେଇ ରହିବାକୁ ହେବ । (ମାଥି ୬:୩୩) ଯୀଶୁ ଶିଖାଇଥିଲେ ଯେ ଆମେ ‘ଈଶ୍ୱର ଓ ଧନ, ଉଭୟର ଦାସ ହୋଇ ପାରିବା ନାହିଁ ।’ (ମାଥି ୬:୨୪) କିନ୍ତୁ, ହୁଏତ ଆମେ ଭୌତିକ ଜିନିଷଗୁଡ଼ିକୁ ଜୀବନରେ ଅଧିକ ମହତ୍ତ୍ୱ ଦେବା ଫଳରେ ଈଶ୍ୱରଙ୍କ ସେବା ସହ ଜଡ଼ିତ କାମଗୁଡ଼ିକୁ ଅଣଦେଖା କରିପାରୁ । ଏପରି ସମୟରେ ଆମେ କʼଣ କରିବା? ଆମେ ଯିହୋବାଙ୍କୁ ପ୍ରାର୍ଥନା କରିପାରିବା । ଆମକୁ କେଉଁ କେଉଁ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଜରୁରୀ, ତାହା ଜାଣିବା ପାଇଁ ବୁଦ୍ଧି ଏବଂ ଏପରି କରିବାରେ ଆବଶ୍ୟକ ହେଉଥିବା ସାହସ ଓ ଶକ୍ତି ପାଇଁ ତାହାଙ୍କୁ ପ୍ରାର୍ଥନା କରିପାରିବା ।

ଲୋଟଙ୍କ ସ୍ତ୍ରୀର କଥା ସ୍ମରଣ କର (ହିନ୍ଦୀ) ନାମକ ତିନି ଭାଗ ବିଶିଷ୍ଟ ଭିଡିଓକୁ ମନେ ପକାନ୍ତୁ ଏବଂ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • [ଷ୍ଠାରେ ଚିତ ୩]

    ମୁଁ ‘ଲୋଟଙ୍କ ସ୍ତ୍ରୀର କଥା ସ୍ମରଣ କରେ’ ବୋଲି ନିଜ କାମରେ କିପରି ଦେଖାଇପାରିବି?

    ଗ୍ଲୋରିଆ ଅନ୍ୟମାନଙ୍କ ଚାପରେ ପଡ଼ି ଅଧିକରୁ ଅଧିକ ଟଙ୍କା ଅର୍ଜନ କରିବା ପରେ ତାଙ୍କ ଚିନ୍ତାଧାରା, କଥା ଓ ବ୍ୟବହାର କିପରି ବଦଳିଗଲା?

  • ଲୋଟଙ୍କ ସ୍ତ୍ରୀ ସହିତ ଯାହା ଘଟିଲା, ତାହା ଆଜି ଆମ ପାଇଁ କିପରି ଏକ ଚେତାବନୀ ଅଟେ?

  • ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଲାଗୁ କରିବା ଦ୍ୱାରା ଜୋ ଓ ତାଙ୍କ ପରିବାରକୁ କିପରି ସାହାଯ୍ୟ ମିଳିଲା?

  • କାମ କରିବା ଜାଗାରେ ଆନାଙ୍କ ସଙ୍ଗତି ଯୋଗୁଁ ଯିହୋବାଙ୍କ ସହିତ ତାଙ୍କ ସମ୍ପର୍କ କିପରି ଦୁର୍ବଳ ହୋଇଗଲା?

  • ଟଙ୍କାପଇସାକୁ ଜୀବନରେ ପ୍ରଥମ ସ୍ଥାନ ଦେବା ପାଇଁ ଆମ ଉପରେ ଚାପ ପକାଯିବା ସମୟରେ ଆମକୁ କାହିଁକି ସାହସ ଜରୁରୀ?

  • ବ୍ରାଏନ୍‌ ଓ ଗ୍ଲୋରିଆ ଈଶ୍ୱରଙ୍କ ସେବା ସହ ଜଡ଼ିତ କାମଗୁଡ଼ିକୁ କିପରି ଜୀବନରେ ପୁଣିଥରେ ପ୍ରଥମ ସ୍ଥାନ ଦେଲେ?

  • ଏହି ଭିଡିଓରେ ଆପଣ ବାଇବଲର ଆଉ କେଉଁ କେଉଁ ସିଦ୍ଧାନ୍ତ ବିଷୟରେ ଶିଖିଲେ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ