ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୧୫-୧୬
ଗୀତ ଗାଇ ଯିହୋବାଙ୍କର ପ୍ରଶଂସା କରନ୍ତୁ
୧୫:୧, ୨, ୧୧, ୧୮, ୨୦, ୨୧
ସଂଗୀତର ଆମ ଉପରେ ଗଭୀର ପ୍ରଭାବ ପଡ଼େ । ଯିହୋବାଙ୍କ ସ୍ତୁତିରେ ଗୀତ ଗାଇବା ତାହାଙ୍କ ଉପାସନାର ଏକ ମହତ୍ତ୍ୱପୂର୍ଣ୍ଣ ଭାଗ ।
ଯେତେବେଳେ ମୋଶା ଓ ଇସ୍ରାଏଲୀୟମାନେ ଲାଲ ସାଗର ପାରି ହେଲେ, ସେତେବେଳେ ସେମାନେ ଗୀତ ଗାଇ ଯିହୋବାଙ୍କର ପ୍ରଶଂସା କଲେ
ରାଜା ଦାଉଦ ୪୦୦୦ ସଂଗୀତଜ୍ଞ ଓ ଗାୟକମାନଙ୍କୁ ମନ୍ଦିରରେ ସେବା କରିବା ପାଇଁ ନିଯୁକ୍ତ କଲେ
ଯୀଶୁ ଖ୍ରୀଷ୍ଟ ନିଜ ମୃତ୍ୟୁର ଗୋଟିଏ ରାତି ପୂର୍ବରୁ ନିଜ ବିଶ୍ୱସ୍ତ ପ୍ରେରିତମାନଙ୍କ ସହ ଗୀତ ଗାଇ ଯିହୋବାଙ୍କର ପ୍ରଶଂସା କଲେ
ମୁଁ କେଉଁ କେଉଁ ସମୟରେ ଗୀତ ଗାଇ ଯିହୋବାଙ୍କର ପ୍ରଶଂସା କରିପାରିବି ?