ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଅଗଷ୍ଟ ପୃଷ୍ଠା ୫
  • ଅଗ୍ରଦୂତ ସେବା କରି ଯିହୋବାଙ୍କ ପ୍ରଶଂସା କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅଗ୍ରଦୂତ ସେବା କରି ଯିହୋବାଙ୍କ ପ୍ରଶଂସା କରନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ଅଗ୍ରଦୂତ କାହାକୁ କହନ୍ତି ?
    ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଅଗଷ୍ଟ ପୃଷ୍ଠା ୫
ଜଣେ ଭାଇ ସମୁଦ କୂଳରେ ଏକ ବ୍ୟକ୍ତିକୁ ବାଇବଲ ପ ଶୁଣାଉଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଅଗ୍ରଦୂତ ସେବା କରି ଯିହୋବାଙ୍କର ପ୍ରଶଂସା କରନ୍ତୁ

ଇସ୍ରାଏଲୀୟମାନଙ୍କ ପାଖରେ ଯିହୋବାଙ୍କର ପ୍ରଶଂସା କରିବା ପାଇଁ ଅନେକ କାରଣ ଥିଲା । ସେ ସେମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଥିଲେ ଏବଂ ଫାରୋର ସେନାଠାରୁ ରକ୍ଷା କରିଥିଲେ । (ଯାତ୍ରା ୧୫:୧, ୨) ଯିହୋବା ଆଜି ମଧ୍ୟ ନିଜ ଲୋକମାନଙ୍କୁ ବହୁତ ସାହାଯ୍ୟ କରନ୍ତି । ଆମେ କିପରି ଦେଖାଇପାରିବା ଯେ ଆମେ ଯିହୋବାଙ୍କଠାରେ କୃତଜ୍ଞ ?—ଗୀତ ୧୧୬:୧୨.

ଗୋଟିଏ ଉପାୟ ହେଉଛି, ଅଗ୍ରଦୂତ ସେବା ବା ସହଯୋଗୀ ଅଗ୍ରଦୂତ ସେବା କରିବା ଦ୍ୱାରା । ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ ଯେ ସେ ଆପଣଙ୍କଠାରେ ଅଗ୍ରଦୂତ ସେବା କରିବାର ଇଚ୍ଛା ସୃଷ୍ଟି କରନ୍ତୁ ଏବଂ ତାହା କରିବାକୁ ଶକ୍ତି ମଧ୍ୟ ଦିଅନ୍ତୁ । (ଫିଲିପ୍‌ ୨:୧୩) ଅନେକ ଭାଇଭଉଣୀ ସହଯୋଗୀ ଅଗ୍ରଦୂତ ସେବାରୁ ଆରମ୍ଭ କରିଥାʼନ୍ତି । ମାର୍ଚ୍ଚ ଓ ଏପ୍ରିଲ୍‌ ମାସରେ ଏବଂ ଯେଉଁ ମାସରେ ସର୍କିଟ ଅଧ୍ୟକ୍ଷ ପରିଦର୍ଶନ କରନ୍ତି, ସେତେବେଳେ ଆପଣ ୩୦ କିମ୍ବା ୫୦ ଘଣ୍ଟାର ସହଯୋଗୀ ଅଗ୍ରଦୂତ ସେବା କରିପାରିବେ । ସହଯୋଗୀ ଅଗ୍ରଦୂତ ସେବା କରିବା ଦ୍ୱାରା ଆପଣଙ୍କୁ ଯେଉଁ ଖୁସି ମିଳିବ, ସେଥିରୁ ହୁଏତ ଆପଣଙ୍କୁ ଅଗ୍ରଦୂତ ସେବା କରିବାକୁ ଇଚ୍ଛା ଲାଗିପାରେ । ଯେଉଁ ଭାଇଭଉଣୀମାନେ ସପ୍ତାହସାରା କାମ କରନ୍ତି କିମ୍ବା ଯେଉଁମାନଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହେ ନାହିଁ, ସେମାନେ ମଧ୍ୟ ଅଗ୍ରଦୂତ ସେବା କରିପାରିଛନ୍ତି । (ସପୁ୧୬.୦୭-ହି ପୃ ୮) ସତରେ, ଅଗ୍ରଦୂତ ସେବା କରି ଆମେ ଯିହୋବାଙ୍କର ପ୍ରଶଂସା କରୁ, ଯାହାର ସେ ଅଧିକାରୀ ଅଟନ୍ତି !—୧ବଂଶା ୧୬:୨୫.

ମଙ୍ଗୋଲିଆର ତିନି ଭଉଣୀ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ‘ମଙ୍ଗୋଲିଆର ତିନି ଭଉଣୀ’ ଭିଡିଓର ଏକ ଦୃଶ୍ୟ । ଅଣ୍ଡା ନାମକ ଜଣେ ଭଉଣୀ ବସ୍‌ ଚବାକୁ ସ୍ତୁତ ।

    ଅଗ୍ରଦୂତ ସେବା କରିବା ପାଇଁ ଏହି ତିନି ଭଉଣୀ କେଉଁସବୁ ସମସ୍ୟାକୁ ପାର କଲେ ?

  • ‘ମଙ୍ଗୋଲିଆର ତିନି ଭଉଣୀ’ ଭିଡିଓର ଏକ ଦୃଶ୍ୟ । ଭଉଣୀ ଓୟୁନ ବୈଥେଲର ଖାଇବା ଘରେ କାମ କରୁଛନ୍ତି ।

    ଅଗ୍ରଦୂତ ସେବାରୁ ସେମାନଙ୍କୁ କେଉଁସବୁ ଆଶିଷ ମିଳିଲା ?

  • ‘ମଙ୍ଗୋଲିଆର ତିନି ଭଉଣୀ’ ଭିଡିଓର ଏକ ଦୃଶ୍ୟ । ଭଉଣୀ ଦୋର୍ଜଖନ୍ଦ ଜଣେ ବ୍ୟକ୍ତିକୁ ସାକ୍ଷ୍ୟ ଦେଉଛନ୍ତି ।

    ଅଗ୍ରଦୂତ ସେବା କରିବା ଯୋଗୁଁ ସେମାନଙ୍କୁ ଆଉ କେଉଁ ଉପାୟରେ ଯିହୋବାଙ୍କ ସେବା କରିବାର ସୁଯୋଗ ମିଳିଲା ?

  • ‘ମଙ୍ଗୋଲିଆର ତିନି ଭଉଣୀ’ ଭିଡିଓର ଏକ ଦୃଶ୍ୟ । ତିନି ଅଦୂତ ଭଉଣୀ ଓ ସେମାନଙ୍କ ମାଆ ।

    ଏହି ତିନି ଭଉଣୀଙ୍କର ଅନ୍ୟମାନଙ୍କ ଉପରେ କʼଣ ପ୍ରଭାବ ପଡ଼ିଲା ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ