ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ବୃଦ୍ଧା ଭଉଣୀମାନଙ୍କୁ ମାଆ ଓ ଯୁବତୀମାନଙ୍କୁ ଭଉଣୀ ବୋଲି ମନେ କରନ୍ତୁ
ବାଇବଲରେ କୁହାଯାଇଛି ଯେ ଆମେ ବୃଦ୍ଧ ଭାଇ ଓ ବୃଦ୍ଧା ଭଉଣୀମାନଙ୍କୁ ବାପାମାଆ ବୋଲି ମନେ କରିବା ଉଚିତ୍ ଏବଂ ଯୁବା ଖ୍ରୀଷ୍ଟିୟାନମାନଙ୍କୁ ଭାଇଭଉଣୀ ବୋଲି ମନେ କରିବା ଉଚିତ୍ । (୧ ତୀମଥି ୫:୧, ୨ ପଢ଼ନ୍ତୁ ।) ବିଶେଷ କରି ଭାଇମାନେ ଭଉଣୀମାନଙ୍କର ଆଦର କରିବା ଉଚିତ୍ ।
ଜଣେ ଭାଇ କେବେ ମଧ୍ୟ କୌଣସି ଭଉଣୀଙ୍କ ସହ ପ୍ରେମର ଛଳନା କରିବା ଉଚିତ୍ ନୁହେଁ କିମ୍ବା ଭୁଲ ଉଦ୍ଦେଶ୍ୟରେ ଥଟ୍ଟାମଜା କରିବା ଉଚିତ୍ ନୁହେଁ । ଏହା ଛଡ଼ା, ସେ କୌଣସି ଭଉଣୀଙ୍କ ସହ ଏପରି ବ୍ୟବହାର କରିବା ଉଚିତ୍ ନୁହେଁ, ଯାହା ସେହି ଭଉଣୀଙ୍କୁ ଖରାପ ଲାଗିବ । (ଆୟୁ ୩୧:୧) ଜଣେ ଅବିବାହିତ ଭାଇ କେବେ ମଧ୍ୟ କୌଣସି ଅବିବାହିତା ଭଉଣୀଙ୍କ ସହ ଏପରି ବ୍ୟବହାର କରିବା ଉଚିତ୍ ନୁହେଁ, ଯାହାଫଳରେ ଭଉଣୀ ଭୁଲରେ ଭାବିବାକୁ ଲାଗିବେ ଯେ ସେ ତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ।
ଯଦି ଭଉଣୀମାନେ ପ୍ରାଚୀନମାନଙ୍କୁ ଆଦରର ସହ କିଛି ପଚାରନ୍ତି, କିମ୍ବା କୌଣସି ମାମଲାରେ ସୁଧାର କରାଯିବା ଆବଶ୍ୟକ ବୋଲି କହନ୍ତି, ତେବେ ପ୍ରାଚୀନମାନେ ସେମାନଙ୍କ କଥା ପ୍ରତି ଧ୍ୟାନ ଦେବା ଉଚିତ୍ । ସେମାନେ ବିଶେଷ କରି ସେହି ଭଉଣୀମାନଙ୍କର ଯତ୍ନ ନେବା ଉଚିତ୍ ଯେଉଁମାନଙ୍କର ପତି ନାହାନ୍ତି ।—ରୂତ ୨:୮, ୯.
ଖ୍ରୀଷ୍ଟୀୟ ଭାଇଭଉଣୀଙ୍କୁ ପ୍ରେମ କରିବା ଜାରି ରଖନ୍ତୁ—ବିଧବା ଓ ଅନାଥମାନଙ୍କୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
ଭାଇଭଉଣୀମାନେ କିପରି ନିଜ ଜୀବନକୁ ବାଜି ଲଗାଇ ଭଉଣୀ ମିଣ୍ଟଙ୍କୁ ସାହାଯ୍ୟ କଲେ ?
ଭାଇଭଉଣୀମାନଙ୍କ ପ୍ରେମ ଦେଖି ଗାଁ ଲୋକଙ୍କୁ କିପରି ଲାଗିଲା ?
ଭାଇଭଉଣୀମାନଙ୍କ ପ୍ରେମ ପାଇ ଭଉଣୀ ମିଣ୍ଟଙ୍କ ଝିଅମାନଙ୍କ ଉପରେ କିପରି ପ୍ରଭାବ ପଡ଼ିଲା ?
ଆପଣ ନିଜ ମଣ୍ଡଳୀର ଭଉଣୀମାନଙ୍କ ପାଇଁ କʼଣ କʼଣ କରିପାରିବେ ?