ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !” ପ୍ରକାଶନରୁ ଶିଖାନ୍ତୁ
ବାଇବଲ ଅଧ୍ୟୟନ କରିବା ପାଇଁ ଏକ ନୂଆ ପୁସ୍ତିକା ଓ ଏକ ନୂଆ ବହି ପାଇ ଆମେ ବହୁତ ଖୁସି । ଏହାର ନାମ ହେଉଛି, “ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !” ଆମେ ଏହି ବହି ସାହାଯ୍ୟରେ ଆହୁରି ଅଧିକ ଲୋକମାନଙ୍କୁ ଶିଷ୍ୟ କରିବା ପାଇଁ ଚାହୁଁ । ଏବଂ ଯିହୋବାଙ୍କଠାରୁ ଆଶିଷ ପାଇବା ପାଇଁ ପ୍ରାର୍ଥନା ମଧ୍ୟ କରୁ । (ମାଥି ୨୮:୧୮-୨୦; ୧କରି ୩:୬-୯) ଆମେ ଏହି ପ୍ରକାଶନରୁ କିପରି ବାଇବଲ ଅଧ୍ୟୟନ କରିପାରିବା ?
ଆମ ଏହି ନୂଆ ବହି ଓ ପୁସ୍ତିକାରେ ଶିଖାଇବାର ନୂଆ ଉପାୟ କୁହାଯାଇଛି, ଯେଉଁଥିରୁ ବିଦ୍ୟାର୍ଥୀଙ୍କୁ ଆଲୋଚନାରେ ସାମିଲ୍ କରାଯାଇ ପାରିବ । ଅଧ୍ୟୟନର ପ୍ରସ୍ତୁତି କରିବା ବେଳେ ଏବଂ ବିଦ୍ୟାର୍ଥୀଙ୍କୁ ଶିଖାଇବା ବେଳେ ଆଗକୁ ଦିଆଯାଇଥିବା କଥାଗୁଡ଼ିକୁ ଧ୍ୟାନରେ ରଖନ୍ତୁ ।a
- ପାଠକୁ ପଢ଼ନ୍ତୁ ଏବଂ ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ 
- ଯେଉଁ ପଦଗୁଡ଼ିକ ଆଗରେ “ପଢ଼ନ୍ତୁ” ଲେଖାଅଛି ସେଗୁଡ଼ିକୁ ପଢ଼ନ୍ତୁ । ବିଦ୍ୟାର୍ଥୀଙ୍କୁ ଏହା ବୁଝିବା ପାଇଁ ସାହାଯ୍ୟ କରନ୍ତୁ ଯେ ସେହି ପଦଗୁଡ଼ିକର ଅର୍ଥ କʼଣ ଏବଂ ତାଙ୍କୁ କʼଣ ପଦକ୍ଷେପ ନେବାକୁ ହେବ 
- ଭିଡିଓ ଦେଖାନ୍ତୁ ଏବଂ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ 
- ଏକାଥରକେ ଗୋଟିଏ ପାଠ ଉପରେ ଆଲୋଚନା କରିବା ପାଇଁ ଚେଷ୍ଟା କରନ୍ତୁ 
ଯେତେବେଳେ ଆପଣ କାହାରିକୁ ସାକ୍ଷ୍ୟ ଦିଅନ୍ତି ପ୍ରଥମେ ତାଙ୍କୁ ପୁସ୍ତିକା ଦିଅନ୍ତୁ ଏବଂ ସେ ଆଗ୍ରହ ଦେଖାଉଛନ୍ତି କି ନାହିଁ ତାହା ଦେଖନ୍ତୁ । (ପ୍ରଥମ ସାକ୍ଷାତରେ “ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକା କିପରି ଦେବେ ?” ନାମକ ବକ୍ସ ଦେଖନ୍ତୁ ।) ଯଦି ଏହି ପୁସ୍ତିକାରୁ ଅଧ୍ୟୟନ ସରିଯାଏ ଏବଂ ବିଦ୍ୟାର୍ଥୀ ଆହୁରି ଶିଖିବାକୁ ଚାହେଁ, ତେବେ ଆପଣ ତାଙ୍କୁ ବହି ଦିଅନ୍ତୁ ଏବଂ ପାଠ ୪ରୁ ଅଧ୍ୟୟନ ଆରମ୍ଭ କରନ୍ତୁ । ଯଦି ଆପଣ ପୂର୍ବରୁ କାହାରି ସହ ଆମକୁ ଶିଖାଏ କିମ୍ବା ପ୍ରେମରେ ସ୍ଥିର ବହିରୁ ଅଧ୍ୟୟନ କରୁଛନ୍ତି, ତେବେ ସେହି ବହିରୁ ଅଧ୍ୟୟନ ବନ୍ଦ କରି ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିରୁ ଆରମ୍ଭ କରନ୍ତୁ । ଆପଣ ନିଜେ ସ୍ଥିର କରିପାରିବେ ଯେ କେଉଁ ପାଠରୁ ଆରମ୍ଭ କଲେ ଠିକ୍ ରହିବ ।
ଆସନ୍ତୁ ବାଇବଲରୁ ଶିଖିବା ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ ।
- ବିଦ୍ୟାର୍ଥୀମାନେ ଏହି ନୂଆ ବହିରୁ କʼଣ ଶିଖିବେ ? 
- ଆପଣ ଏହି ଭିଡିଓ ନୂଆ ବିଦ୍ୟାର୍ଥୀମାନଙ୍କୁ କାହିଁକି ଦେଖାଇବା ଉଚିତ୍ ? 
- ଆପଣ ବିଦ୍ୟାର୍ଥୀଙ୍କୁ ଗୋଟିଏ ପରେ ଗୋଟିଏ କେଉଁ କେଉଁ ଲକ୍ଷ୍ୟ ରଖିବା ପାଇଁ ଉତ୍ସାହିତ କରିବା ଉଚିତ୍ ?—“ଭାଗ କେଉଁ ବିଷୟରେ ଅଛି ଓ ଲକ୍ଷ୍ୟ” ନାମକ ଚାର୍ଟ ଦେଖନ୍ତୁ । 
a ସୂଚନା: “ଅଧିକ ଜାଣନ୍ତୁ” ଭାଗ ଉପରେ ଆପଣ ଚାହିଁଲେ ବିଦ୍ୟାର୍ଥୀଙ୍କ ସହ ଆଲୋଚନା କରିପାରିବେ କିମ୍ବା ଛାଡ଼ିପାରିବେ । କିନ୍ତୁ ଅଧ୍ୟୟନର ପ୍ରସ୍ତୁତି କରିବା ବେଳେ ଆପଣ ଏହି ଭାଗକୁ ପଢ଼ନ୍ତୁ ଏବଂ ପ୍ରତ୍ୟେକ ଭିଡିଓକୁ ଦେଖନ୍ତୁ । ଏପରି କଲେ, ଆପଣ ବୁଝିପାରିବେ ଯେ ବିଦ୍ୟାର୍ଥୀଙ୍କୁ କେଉଁ କେଉଁ କଥା ଭଲ ପ୍ରଭାବ ପକାଇପାରିବ ଏବଂ ଆପଣ ତାକୁ ସାହାଯ୍ୟ କରିପାରିବେ । ଫୋନ୍ କିମ୍ବା ଟାବଲେଟ୍ରେ ଭିଡିଓ ଏବଂ ଅତିରିକ୍ତ ତଥ୍ୟ ପାଇଁ ଲିଙ୍କ୍ ଦିଆଯାଇଛି ।
| ଭାଗ କେଉଁ ବିଷୟରେ ଅଛି | |||
|---|---|---|---|
| ପାଠ | ଭାଗ କେଉଁ ବିଷୟରେ ଅଛି | ବିଦ୍ୟାର୍ଥୀର ଲକ୍ଷ୍ୟ | |
| ୧-୧୨ | ଜାଣନ୍ତୁ ଯେ ବାଇବଲ ପଢ଼ିଲେ ଆପଣଙ୍କୁ କିପରି ଲାଭ ହେବ ଏବଂ ଯିଏ ଏହାକୁ ଲେଖାଇଛନ୍ତି ତାଙ୍କ ବିଷୟରେ ଆପଣ କିପରି ଜାଣିପାରିବେ | ବିଦ୍ୟାର୍ଥୀକୁ ବାଇବଲ ପଢ଼ିବା, ଅଧ୍ୟୟନର ପ୍ରସ୍ତୁତି କରିବା ଓ ସଭାଗୁଡ଼ିକରେ ଆସିବା ପାଇଁ ପ୍ରୋତ୍ସାହିତ କରନ୍ତୁ | |
| ୧୩-୩୩ | ଜାଣନ୍ତୁ ଯେ ଈଶ୍ୱର ଆମ ପାଇଁ କʼଣ କʼଣ କରିଛନ୍ତି ଏବଂ ସେ କେଉଁଭଳି ଉପାସନା ପସନ୍ଦ କରନ୍ତି | ଶିଖିଥିବା କଥାଗୁଡ଼ିକ ଅନ୍ୟମାନଙ୍କୁ କହିବା ଓ ପ୍ରଚାରକ ହେବା ପାଇଁ ଉତ୍ସାହିତ କରନ୍ତୁ | |
| ୩୪-୪୭ | ଜାଣନ୍ତୁ ଯେ ଈଶ୍ୱର ଆମଠାରୁ କʼଣ ଚାହାନ୍ତି | ସମର୍ପଣ କରିବା ଓ ବାପ୍ତିସ୍ମ ନେବା ପାଇଁ ଉତ୍ସାହିତ କରନ୍ତୁ | |
| ୪୮-୬୦ | ଜାଣନ୍ତୁ ଯେ ଆମେ କʼଣ କଲେ ଈଶ୍ୱର ସବୁବେଳେ ଆମକୁ ପ୍ରେମ କରିବେ | ବିଦ୍ୟାର୍ଥୀକୁ ଶିଖାନ୍ତୁ ଯେ ସେ ଠିକ୍ ଓ ଭୁଲର ପାର୍ଥକ୍ୟ କିପରି କରିପାରିବ ଓ ଯିହୋବାଙ୍କ ନିକଟକୁ କିପରି ଆସିପାରିବ | |