ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w24 ମାର୍ଚ୍ଚ ପୃଷ୍ଠା ୩୨
  • ମୁକ୍ତିର ମୂଲ୍ୟ ଦେବା ପୂର୍ବରୁ ପାପ କ୍ଷମା କରାଗଲା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ମୁକ୍ତିର ମୂଲ୍ୟ ଦେବା ପୂର୍ବରୁ ପାପ କ୍ଷମା କରାଗଲା
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ପ୍ରାୟ ସମାନ ଲେଖା
  • ମୁକ୍ତିର ମୂଲ୍ୟ—ଈଶ୍ୱରଙ୍କର ସବୁଠାରୁ ଶ୍ରେଷ୍ଠ ଉପହାର
    ବାଇବଲ ଆମକୁ କʼଣ ଶିଖାଏ?
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
w24 ମାର୍ଚ୍ଚ ପୃଷ୍ଠା ୩୨

ଶବ୍ଦଗୁଡ଼ିକ ବିଷୟରେ ଅଧିକ ଜ୍ଞାନ

ମୁକ୍ତିର ମୂଲ୍ୟ ଦେବା ପୂର୍ବରୁ ପାପ କ୍ଷମା କରାଗଲା

ଯୀଶୁ ନିଜ ଜୀବନ ଦେଇ ମୁକ୍ତିର ଯେଉଁ ମୂଲ୍ୟ ଦେଲେ, ତାହା ଆଧାରରେ ହିଁ ଆମକୁ ନିଜ ପାପଗୁଡ଼ିକର କ୍ଷମା ମିଳିପାରିବ । (ଏଫି. ୧:୭) କିନ୍ତୁ ବାଇବଲରେ ଲେଖାଅଛି, ‘ଈଶ୍ୱର ଆପଣା ସହିଷ୍ଣୁତାରେ ଲୋକମାନଙ୍କ ପୂର୍ବକୃତ ପାପସବୁ ଉପେକ୍ଷା [“କ୍ଷମା,” NWT] କରିଥିବାରୁ ନିଜ ଧାର୍ମିକତା ପ୍ରକାଶ କରିଛନ୍ତି ,’ ଅର୍ଥାତ୍‌ ଯୀଶୁଙ୍କ ମୁକ୍ତିର ମୂଲ୍ୟ ଦେବା ପୂର୍ବରୁ ଈଶ୍ୱର ଲୋକମାନଙ୍କ ପାପ କ୍ଷମା କଲେ । (ରୋମୀ. ୩:୨୫) କିନ୍ତୁ ପ୍ରଶ୍ନ ଉଠେ ଯେ ଯିହୋବା ଏହା କିପରି କଲେ ? କʼଣ ଏପରି କରିବା ତାଙ୍କ ନ୍ୟାୟର ସ୍ତର ଅନୁସାରେ ଠିକ୍‌ ଥିଲା ?

ଯେପରି ଯିହୋବା ଏହା ଭବିଷ୍ୟତବାଣୀ କରିଲେ ଯେ ଗୋଟିଏ “ବଂଶ” ଆସିବ ଯିଏ ମଣିଷମାନଙ୍କୁ ପାପ ଓ ମୃତ୍ୟୁରୁ ରକ୍ଷା କରିବ । ତାଙ୍କ ଦୃଷ୍ଟିରେ ଏହା ଏପରି ଥିଲା ଯେପରିକି ମୁକ୍ତିର ମୂଲ୍ୟ ଆଗରୁ ଦିଆଯାଇ ସାରିଛି । (ଆଦି. ୩:୧୫; ୨୨:୧୮) ଯିହୋବାଙ୍କୁ ପୂରା ଭରସା ଥିଲା ଯେ ସମୟ ଆସିଲେ ତାଙ୍କ ଏକମାତ୍ର ପୁତ୍ର ଖୁସି ଖୁସି ନିଜ ଜୀବନ ବଳିଦାନ କରିଦେବେ । (ଗାଲା. ୪:୪; ଏବ୍ରୀ ୧୦:୭-୧୦) ଯେବେ ଯୀଶୁ ପୃଥିବୀରେ ଥିଲେ ତେବେ ଯିହୋବା ତାଙ୍କୁ ଲୋକମାନଙ୍କ ପାପ କ୍ଷମା କରିବାର ଅଧିକାର ଦେଇଥିଲେ । କିନ୍ତୁ ସେ ସମୟ ଯାଏ ମୁକ୍ତିର ମୂଲ୍ୟ ଦିଆଯାଇ ନ ଥିଲା । ଯୀଶୁ କେଉଁ ଆଧାରରେ ପାପ କ୍ଷମା କରିପାରିଲେ ? ସେ ଜାଣିଥିଲେ ଯେ ଆଗକୁ ଯାଇ ଯେ କେହି ମୁକ୍ତିର ମୂଲ୍ୟ ଉପରେ ବିଶ୍ୱାସ କରିବେ, ତାଙ୍କ ପାପ କ୍ଷମା କରିଦିଆଯିବ । ତେଣୁ ସେ ସେହି ଲୋକମାନଙ୍କ ପାପ କ୍ଷମା କଲେ ଯେଉଁମାନେ ତାଙ୍କ ଉପରେ ବିଶ୍ୱାସ କଲେ ।—ମାଥି. ୯:୨-୬.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ