ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w24 ସେପ୍ଟେମ୍ବର ପୃଷ୍ଠା ୧୯
  • ଆପଣଙ୍କ ପ୍ରଶ୍ନ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆପଣଙ୍କ ପ୍ରଶ୍ନ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ପ୍ରାୟ ସମାନ ଲେଖା
  • ଯୀଶୁଙ୍କ ଶେଷ ଭୋଜ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
w24 ସେପ୍ଟେମ୍ବର ପୃଷ୍ଠା ୧୯
ଯୀଶୁ ନିଜ ପ୍ରେରିତମାନଙ୍କ ସହ ମିଶି ପ୍ରଭୁଙ୍କ ସନ୍ଧ୍ୟା ଭୋଜ ପାଳନ କରୁଛନ୍ତି ।

ଆପଣଙ୍କ ପ୍ରଶ୍ନ

ଯେବେ ଯୀଶୁ ନିଜ ମୃତ୍ୟୁର ସ୍ମାରକ ସମାରୋହର ଆରମ୍ଭ କଲେ, ତେବେ ଯୀଶୁଙ୍କ ଆଉ ୭୦ ଜଣ ଶିଷ୍ୟମାନେ କେଉଁଠି ଥିଲେ ଯେଉଁମାନଙ୍କୁ ସେ ପ୍ରଚାର କରିବା ପାଇଁ ପଠାଇଥିଲେ ? କʼଣ ସେମାନେ ଯୀଶୁଙ୍କୁ ଛାଡ଼ି ଦେଇଥିଲେ ?

ଯୀଶୁଙ୍କ ସେହି ୭୦ ଜଣ ଶିଷ୍ୟମାନେ ସ୍ମାରକ ସମାରୋହରେ ନ ଥିଲେ । କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ଯୀଶୁ ସେମାନଙ୍କଠାରୁ ଖୁସି ନ ଥିଲେ । କିମ୍ବା ତାଙ୍କ ଶିଷ୍ୟମାନେ ତାଙ୍କୁ ଛାଡ଼ି ଦେଇଥିଲେ, ବରଂ ଯୀଶୁ ଏହି ଭୋଜ କେବଳ ନିଜ ବିଶ୍ୱସ୍ତ ପ୍ରେରିତମାନଙ୍କ ସହ ଖାଇବାକୁ ଚାହୁଁଥିଲେ ।

ଯୀଶୁ ନିଜ ୧୨ ଜଣ ପ୍ରେରିତ ଓ ୭୦ ଜଣ ଶିଷ୍ୟମାନଙ୍କଠାରୁ ଖୁସି ଥିଲେ । ଶିଷ୍ୟମାନଙ୍କ ମଧ୍ୟରୁ ଯୀଶୁ ୧୨ ଜଣଙ୍କୁ ବାଛିଲେ ଓ ସେମାନଙ୍କୁ ପ୍ରେରିତ ବୋଲି କହିଲେ । (ଲୂକ ୬:୧୨-୧୬) ଯେବେ ଯୀଶୁ ଗାଲିଲୀରେ ଥିଲେ, ତେବେ ସେ ‘ଦ୍ୱାଦଶଙ୍କୁ ଡାକିଲେ’ ଓ “ସେମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ଘୋଷଣା ଓ ରୋଗୀମାନଙ୍କୁ ସୁସ୍ଥ କରିବା ନିମନ୍ତେ” ପଠାଇଲେ । (ଲୂକ ୯:୧-୬) ଆଉ ପରେ ଯେବେ ଯୀଶୁ ଯିହୁଦାରେ ଥିଲେ, ତେବେ ସେ “ସତୁରି ଜଣଙ୍କୁ ନିଯୁକ୍ତ କଲେ” ଓ “ଦୁଇ ଦୁଇ ଜଣ କରି” ପଠାଇଲେ । (ଲୂକ ୯:୫୧; ୧୦:୧) ଏଥିରୁ ଜଣାପଡ଼େ ଯେ ଯୀଶୁଙ୍କ ଶିଷ୍ୟମାନେ ଅଲଗା ଅଲଗା ଅଞ୍ଚଳରେ ଥାଇ ତାଙ୍କ ବିଷୟରେ ପ୍ରଚାର କଲେ ।

ନିସ୍ତାର ପର୍ବ ସମୟରେ ପ୍ରାୟ ଯୀଶୁଙ୍କ ଶିଷ୍ୟମାନେ ନିଜ ପରିବାର ସହ ଏହି ପର୍ବ ପାଳନ କରୁଥିଲେ । (ଯାତ୍ରା. ୧୨:୬-୧୧, ୧୭-୨୦) ଯୀଶୁ ନିଜ ମୃତ୍ୟର କିଛି ସମୟ ପୂର୍ବେ ନିଜ ପ୍ରେରିତମାନଙ୍କ ସହିତ ଏହି ପର୍ବ ପାଳନ କରିବା ପାଇଁ ଯିରୂଶାଲମ ଗଲେ । କିନ୍ତୁ ଯିହୂଦା, ଗାଲିଲୀୟ, ପେରିଆରେ ଥିବା ସମସ୍ତ ଶିଷ୍ୟମାନଙ୍କୁ ସେ ନିସ୍ତାର ପର୍ବ ପାଳନ କରିବା ପାଇଁ ଯିରୂଶାଲମ ଡାକିଲେ ନାହିଁ । ଏଥିରୁ ଜଣାପଡ଼େ ଯେ ଯୀଶୁ କେବଳ ନିଜ ପ୍ରେରିତମାନଙ୍କ ସହ ନିସ୍ତାର ପର୍ବ ପାଳନ କରିବାକୁ ଚାହୁଁଥିଲେ । ସେ ସେମାନଙ୍କୁ କହିଲେ, ‘ମୋହର ଦୁଃଖଭୋଗ ପୂର୍ବେ ମୁଁ ତୁମ୍ଭମାନଙ୍କ ସହିତ ଏହି ନିସ୍ତାର ଭୋଜ ପାଳନ କରିବାକୁ ଏକାନ୍ତ ଇଚ୍ଛା କଲି ।’—ଲୂକ ୨୨:୧୫.

ଯୀଶୁଙ୍କ ପାଖରେ ଏପରି କରିବାର ଗୋଟିଏ କାରଣ ଥିଲା । ସେ ଈଶ୍ୱରଙ୍କ “ମେଷଶାବକ” ଥିଲେ, ଯିଏ ଖୁବ୍‌ ଶୀଘ୍ର ନିଜ ଜୀବନ ଦେଇ ‘ଜଗତର ପାପ ଦୂର କରନ୍ତେ ।’ (ଯୋହନ ୧:୨୯) ଯିହୋବାଙ୍କ ପାଇଁ ଯେଉଁ ବଳିଦାନ ଦିଆଯାଉଥିଲା ତାହା ଯିରୂଶାଲମରେ ହିଁ ଦିଆଯାଉଥିଲା । ତେଣୁ ଯୀଶୁ ମଧ୍ୟ ଯିରୂଶାଲମରେ ହିଁ ନିଜ ଜୀବନ ବଳିଦାନ ଦିଅନ୍ତେ । ନିସ୍ତାର ପର୍ବ ଦିନ ବଳିଦାନର ଯେଉଁ ମେଷ ଖିଆଯାଉଥିଲା ତାହା ସେହି କଥାକୁ ମନେପକାଇଦିଏ ଯେବେ ଯିହୋବା ମିଶରରୁ ଇସ୍ରାଏଲୀୟମାନଙ୍କୁ ଛଡ଼ାଇ ଥିଲେ । ଏହି ମେଷର ବଳିଦାନଠାରୁ ଯୀଶୁଙ୍କ ବଳିଦାନ ଅଧିକ ମହତ୍ତ୍ୱ ରଖେ । କାରଣ ଏହି ବଳିଦାନ ଯୋଗୁଁ ମଣିଷମାନଙ୍କୁ ପାପ ଓ ମୃତ୍ୟୁରୁ ମୁକ୍ତି ମିଳନ୍ତା । (୧ କରି. ୫:୭, ୮) ଯୀଶୁଙ୍କ ବଳିଦାନ ଯୋଗୁଁ ହିଁ ୧୨ ଜଣ ପ୍ରେରିତ ଖ୍ରୀଷ୍ଟୀୟ ମଣ୍ଡଳୀର ଭିତ୍ତିମୂଳ ହୁଅନ୍ତେ । (ଏଫି. ୨:୨୦-୨୨) ଆଉ ଗୋଟିଏ କଥା ଧ୍ୟାନ ଦିଅନ୍ତୁ ଯେ ସ୍ୱର୍ଗର ଯୀରୂଶାଲମ ‘ଦ୍ୱାଦଶ ଭିତ୍ତିମୂଳ, ସେହିସବୁ ଉପରେ ମେଷଶାବକଙ୍କ ଦ୍ୱାଦଶ ପ୍ରେରିତଙ୍କ ନାମ ଲିଖିତ ଅଛି ।’ (ପ୍ରକା. ୨୧:୧୦-୧୪) ଆଉ ଯିହୋବାଙ୍କ ଉଦ୍ଦେଶ୍ୟ ପୂରା କରିବା ପାଇଁ ଏହି ୧୨ ଜଣ ପ୍ରେରିତଙ୍କ ମୁଖ୍ୟ ଭୂମିକା ରହିଛି । ଏଥିରୁ ଜଣାପଡ଼େ ଯେ ଯୀଶୁ କାହିଁକି ନିଜ ୧୨ ଜଣ ପ୍ରେରିତଙ୍କ ସହିତ ନିଜ ଶେଷ ନିସ୍ତାର ପର୍ବ ପାଳନ କଲେ ଓ ଏହାର କିଛି ସମୟ ପରେ ସେ ସ୍ମାରକର ଆରମ୍ଭ କଲେ ।

ଏହା ସତ ଯେ ସ୍ମାରକ ରାତିରେ ଯୀଶୁଙ୍କ ସହ ତାଙ୍କ ୭୦ ଜଣ ଶିଷ୍ୟ ଓ ଅନ୍ୟ ଶିଷ୍ୟମାନେ ନ ଥିଲେ । କିନ୍ତୁ ଏହି ଭୋଜରୁ ସମସ୍ତ ବିଶ୍ୱସ୍ତ ଶିଷ୍ୟମାନଙ୍କୁ ଲାଭ ହୁଅନ୍ତା । ଆଗକୁ ଯେଉଁ ଶିଷ୍ୟମାନଙ୍କ ପବିତ୍ର ଶକ୍ତି ଦ୍ୱାରା ଅଭିଷେକ ହୁଅନ୍ତା, ସେମାନେ ବି ରାଜ୍ୟର ସେହି ଚୁକ୍ତି ସହ ଜଡ଼ିତ ହୋଇଯାʼନ୍ତେ, ଯାହା ଯୀଶୁ ସେହି ରାତିରେ ନିଜ ପ୍ରେରିତମାନଙ୍କ ସହ କରିଥିଲେ ।—ଲୂକ ୨୨:୨୯, ୩୦

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ