ଅଧ୍ୟୟନ ପାଇଁ ପରାମର୍ଶ
ପ୍ରତିଦିନ ବାଇବଲ ପଢ଼ିବା ପାଇଁ କʼଣ କରିବା ?
ଆଜିର ସମୟରେ ଆମେ ସମସ୍ତେ ଭାରି ବ୍ୟସ୍ତ ରହୁ । ତେଣୁ ପ୍ରତିଦିନ ବାଇବଲ ପଢ଼ିବା ପାଇଁ ସମୟ ବାହାର କରିବା କଠିନ ଲାଗିପାରେ । (ଯିହୋ. ୧:୮) ଏପରି ସମୟରେ ଆପଣ ତଳକୁ ଦିଆଯାଇଥିବା ପରାମର୍ଶକୁ ମାନିପାରିବେ:
ପ୍ରତିଦିନ ଆଲାର୍ମ ଲଗାନ୍ତୁ । ପ୍ରତିଦିନ ବାଇବଲ ପଢ଼ିବା ପାଇଁ ନିଜ ଫୋନ୍ରେ ଆଲାର୍ମ ଲଗାନ୍ତୁ ।
ବାଇବଲକୁ ଏପରି ଜାଗାରେ ରଖନ୍ତୁ, ଯେଉଁ ଜାଗାରେ ଆପଣ ସହଜରେ ଦେଖିପାରିବେ । ଯଦି ଆପଣ ଛପାଯାଇଥିବା ବାଇବଲରୁ ପଢ଼ନ୍ତି, ତାହେଲେ ତାହାକୁ ଏପରି ଜାଗାରେ ରଖନ୍ତୁ ଯେଉଁ ଜାଗାରେ ଆପଣ ପ୍ରତିଦିନ ସହଜରେ ଦେଖିପାରିବେ ।—ଦ୍ୱିବି. ୧୧:୧୮.
ଅଡିଓ ରେକଡିଙ୍ଗ୍ ଶୁଣନ୍ତୁ । ପ୍ରତିଦିନର କାମ କରୁଥିବା ସମୟରେ ଅଡିଓ ରେକଡିଙ୍ଗ୍ ଶୁଣନ୍ତୁ । ଭଉଣୀ ତାରା ଅଗ୍ରଦୂତ ସେବା କରନ୍ତି ଏବଂ ତାଙ୍କର ତିନି ଜଣ ପିଲା ଅଛନ୍ତି । ସେ ରାତିରେ କାମ କରନ୍ତି । ସେ କହନ୍ତି, “ମୁଁ ଘର କାମ କରିବା ସମୟରେ ବାଇବଲର ରେକଡିଙ୍ଗ୍ ଶୁଣେ । ଏପରି କରି ମୁଁ ପ୍ରତିଦିନ ବାଇବଲ ପଢ଼ିପାରେ ।”
ହାର୍ ମାନନ୍ତୁ ନାହିଁ । ହୁଏତ କୌଣସି ଦିନ ଆପଣ ଯେଉଁ ସମୟରେ ବାଇବଲ ପଢ଼ିବା ପାଇଁ ଭାବିଥିଲେ, ସେହି ସମୟରେ ହଠାତ୍ କୌଣସି କାମ ଆସିଯାଏ । ଏପରି ସମୟରେ ଆପଣ କʼଣ କରିପାରିବେ ? ଆପଣ ଶୋଇବା ପୂର୍ବରୁ କିଛି ପଦ ପଢ଼ିବା ପାଇଁ ଚେଷ୍ଟା କରନ୍ତୁ । ଅଳ୍ପ କିଛି ପଦ ପଢ଼ିଲେ ବି ଆପଣଙ୍କୁ ସେଥିରୁ ଲାଭ ହେବ ।—୧ ପିତ. ୨:୨.