ପାଦଟୀକା
c ମରୀୟମ ଅନେକଥର ଶାସ୍ତ୍ରର କଥାଗୁଡ଼ିକୁ କହୁଥିଲେ । (ଲୂକ ୧:୪୬-୫୫) ସେଥିରୁ ଜଣାପଡ଼େ ଯେ ସେ ଶାସ୍ତ୍ରକୁ ବହୁତ ଭଲଭାବେ ଜାଣୁଥିଲେ । ହୁଏତ ଯୋଷେଫ ଓ ମରୀୟମଙ୍କ ପାଖରେ ଏତେ ପଇସା ନ ଥିଲା ଯେ ସେମାନେ ଶାସ୍ତ୍ରର ଚର୍ମପତ୍ର କିଣି ପାରନ୍ତେ । ତେଣୁ ଯେବେ ସଭାଘରେ ଶାସ୍ତ୍ରରେ ଲେଖାଥିବା କଥାଗୁଡ଼ିକୁ ପଢ଼ି ଶୁଣାଇ ଦିଆଯାଉଥିବ, ତେବେ ସେମାନେ ଧ୍ୟାନର ସହ ତାହା ଶୁଣୁଥିବେ ଯାହାଦ୍ୱାରା ସେମାନେ ସେଥିରେ ଲେଖାଥିବା କଥାଗୁଡ଼ିକୁ ମନେ ରଖିପାରିବେ ।