ପାଦଟୀକା
a ୧୯୧୯ ମସିହାରେ ଶୁଦ୍ଧ ଉପାସନା ପୁନଃସ୍ଥାପନ କରାଗଲା । ଏବିଷୟରେ ଯିହିଜିକଲ ୩୭:୧-୧୪ ଏବଂ ପ୍ରକାଶିତ ବାକ୍ୟ ୧୧:୭-୧୨ ପଦରେ ମଧ୍ୟ କୁହାଯାଇଥିଲା । ଯିହିଜିକଲ କହିଥିଲେ ଯେ ଗୋଟିଏ ଲମ୍ବା ସମୟ ଯାଏ ବନ୍ଦୀ ରହିବା ପରେ ସମସ୍ତ ଅଭିଷିକ୍ତ ଖ୍ରୀଷ୍ଟିୟାନ ପୁଣିଥରେ ଯିହୋବାଙ୍କ ଶୁଦ୍ଧ ଉପାସନା କରିବେ । ଆଉ ପ୍ରକାଶିତ ବାକ୍ୟରେ କୁହାଯାଇଥିଲା ଯେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ଗୋଟିଏ ଛୋଟ ସମୂହକୁ ଯେଉଁମାନେ ପୂର୍ବେ ନେତୃତ୍ୱ ନେଉଥିଲେ, ସେମାନଙ୍କୁ ଜୀବିତ କରାଯିବ । ପ୍ରକୃତରେ ଏହି ଭାଇମାନଙ୍କୁ ବିନା କୌଣସି ଅପରାଧରେ ଜେଲରେ ପୂରାଇ ଦିଆଯାଇଥିଲା, ଯାହାଯୋଗୁଁ କିଛି ସମୟ ପାଇଁ ସେମାନଙ୍କ କାମ ବନ୍ଦ ହୋଇ ଯାଇଥିଲା । ଏହା ଏପରି ଅଟେ ଯେପରି ସେମାନଙ୍କୁ ମାରି ଦିଆଯାଇଥିଲା । କିନ୍ତୁ ପରେ ସେମାନଙ୍କୁ ଜୀବିତ କରାଗଲା ଏବଂ ୧୯୧୯ ମସିହାରେ ‘ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସକୁ’ ନିଯୁକ୍ତ କରାଗଲା ।—ମାଥି. ୨୪:୪୫; ସାରି ଧରତି ପର୍ ୟହୋୱା କି ଶୁଦ୍ଧ ଉପାସନା ବାହାଲ୍ ! ବହିର ପୃଷ୍ଠା ୧୧୮ ପଢ଼ନ୍ତୁ ।