ଗୀତ ୬୬
ସୁସମାଚାରର କର ପ୍ରଚାର
(ପ୍ରକାଶିତ ବାକ୍ୟ ୧୪:୬, ୭)
୧. ରାଜ୍ୟର ସତ୍ୟ ସନ୍ଦେଶ ଥିଲା ଗୁପ୍ତ,
ଯୀଶୁ ରାଜା ହେଲେ ଖୋଲିଲା ରହସ୍ୟ ।
ଯିହୋବା ଦେଖାଇଲେ ପ୍ରେମ ଓ ଦୟା,
ଯେବେ ନ ଥିଲା ଆମର କିଛି ଆଶା ।
ପୂର୍ବେ ନିଶ୍ଚେ ହେଲା
ପୁତ୍ର ହିଁ ଶାସକ,
କରିବେ ସେ ଏହି ପୃଥିବୀରେ ଶାସନ ।
ଅଭିଷିକ୍ତଙ୍କ ସହ ମିଶି କରିବେ,
ସେ ସବୁ ଈଶ୍ୱରଙ୍କର ଇଚ୍ଛା ପୂରା ।
୨. କୃପା ଦେଖାଇଲେ ଯିହୋବା ଆମକୁ ।
ଲୋକେ ପାଇବେ ନାହିଁ ମୃତ୍ୟୁର ଦଣ୍ଡ,
ଇଚ୍ଛା ତାଙ୍କର ହେଉ ଜଗତ ନୂଆ ।
ଈଶ୍ୱରଙ୍କ ନାʼ ହୋଇଯିବ ପବିତ୍ର,
ଏହି ଖବରକୁ
ଆମେ ଶୁଣାଇବା ।
କାମ ଏପରି ଯାହା ଅଟେ ଏକ ସମ୍ମାନ ।
ନାହୁଁ ଏକା ଦୂତଗଣ ଆମ ସଙ୍ଗେ,
କରିବା ପ୍ରଚାର ସମସ୍ତ ସଂସାରେ ।
(ମାର୍କ ୪:୧୧; ପ୍ରେରି. ୫:୩୧; ୧ କରି. ୨:୧, ୭ ମଧ୍ୟ ଦେଖନ୍ତୁ ।)