ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • fg ପାଠ ୪ ପ୍ରଶ୍ନଗୁଡ଼ିକ ୧-୫
  • ଯୀଶୁ ଖ୍ରୀଷ୍ଟ କିଏ ଅଟନ୍ତି?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୀଶୁ ଖ୍ରୀଷ୍ଟ କିଏ ଅଟନ୍ତି?
  • ପରମେଶ୍ୱରଙ୍କ ତରଫରୁ ଖୁସିର ଖବର!
  • ପ୍ରାୟ ସମାନ ଲେଖା
  • ଯୀଶୁ ଖ୍ରୀଷ୍ଟ କିଏ ?
    ଈଶ୍ୱର ଆମମାନଙ୍କଠାରୁ କʼଣ ଚାହାନ୍ତି ?
  • ମୁକ୍ତିର ମୂଲ୍ୟ—ଈଶ୍ୱରଙ୍କର ସବୁଠାରୁ ଶ୍ରେଷ୍ଠ ଉପହାର
    ବାଇବଲ ଆମକୁ କʼଣ ଶିଖାଏ?
  • ଯୀଶୁଙ୍କ ମୃତ୍ୟୁରୁ ଆମକୁ କିପରି ଲାଭ ମିଳେ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ମାନବଜାତିର ଉଦ୍ଧାର ପାଇଁ ପରମେଶ୍ୱର କʼଣ କରିଛନ୍ତି
    ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ
ପରମେଶ୍ୱରଙ୍କ ତରଫରୁ ଖୁସିର ଖବର!
fg ପାଠ ୪ ପ୍ରଶ୍ନଗୁଡ଼ିକ ୧-୫

ପାଠ ୪

ଯୀଶୁ ଖ୍ରୀଷ୍ଟ କିଏ ଅଟନ୍ତି?

୧. ଯୀଶୁଙ୍କୁ କିଏ ସୃଷ୍ଟି କରିଥିଲେ?

୧. ଯୀଶୁ ର୍ଗରେ; ୨. ଯୀଶୁ ଶିଶୁ ଅବସ୍ଥାରେ ମରୀୟମ ଓ ଯୋଷେଫଙ୍କ ସହିତ; ୩. ଯୀଶୁ ପିଲାମାନଙ୍କୁ ଶିଖାଉଛନ୍ତି

ଯୀଶୁଙ୍କ କେଉଁ ଗୁଣଗୁଡ଼ିକ ଯୋଗୁଁ ଲୋକେ ବିନା ସଂକୋଚରେ ତାଙ୍କ ପାଖକୁ ଯାଉଥିଲେ?—ମାଥିଉ ୧୧:୨୯; ମାର୍କ ୧୦:୧୩-୧୬.

ଯୀଶୁ ସାଧାରଣ ମଣିଷଠାରୁ ଭିନ୍ନ ଥିଲେ। ସେ ପୃଥିବୀରେ ଜନ୍ମ ହେବା ପୂର୍ବରୁ ସ୍ୱର୍ଗରେ ଏକ ଆତ୍ମିକ ବ୍ୟକ୍ତି ଭାବରେ ଥିଲେ। (ଯୋହନ ୮:୨୩) ସର୍ବପ୍ରଥମେ ପରମେଶ୍ୱର ଯୀଶୁଙ୍କୁ ସୃଷ୍ଟି କରିଥିଲେ। ନିଜ ସୃଷ୍ଟି ପରେ ଯୀଶୁ ଅନ୍ୟ ସବୁକିଛି ସୃଷ୍ଟି କରିବାରେ ପରମେଶ୍ୱରଙ୍କୁ ସାହାଯ୍ୟ କରିଥିଲେ। ତାଙ୍କୁ ପରମେଶ୍ୱରଙ୍କ “ଅଦ୍ୱିତୀୟ ପୁତ୍ର” ବୋଲି କୁହାଯାଇଛି କାରଣ କେବଳ ତାଙ୍କୁ ହିଁ ଯିହୋବା ନିଜେ ସୃଷ୍ଟି କରିଥିଲେ। (ଯୋହନ ୧:୧୪) ଏହା ସହିତ, ଯୀଶୁ ପରମେଶ୍ୱରଙ୍କ ତରଫରୁ କହୁଥିଲେ, ସେଥିପାଇଁ ତାଙ୍କୁ “ବାକ୍ୟ” ମଧ୍ୟ କୁହାଯାଇଛି।—ହିତୋପଦେଶ ୮:୨୨, ୨୩, ୩୦; କଲସୀୟ ୧:୧୫, ୧୬ ପଢ଼ନ୍ତୁ।

୨. ଯୀଶୁ ପୃଥିବୀକୁ କାହିଁକି ଆସିଥିଲେ?

ନିଜ ପୁତ୍ରକୁ ପୃଥିବୀକୁ ପଠାଇବା ପାଇଁ ପରମେଶ୍ୱର ସ୍ୱର୍ଗରେ ଥିବା ଯୀଶୁଙ୍କ ଜୀବନକୁ ମରୀୟମ ନାମକ ଏକ କୁମାରୀ ଯିହୂଦୀ ସ୍ତ୍ରୀର ଗର୍ଭରେ ରଖିଲେ। ସେଥିପାଇଁ ଯୀଶୁଙ୍କ କୌଣସି ମାନବୀୟ ପିତା ନ ଥିଲେ । (ଲୂକ ୧:୩୦-୩୫) ଯୀଶୁ ପୃଥିବୀକୁ କାହିଁକି ଆସିଥିଲେ? (୧) ଲୋକମାନଙ୍କୁ ପରମେଶ୍ୱରଙ୍କ ବିଷୟରେ ସତ୍ୟ ଶିଖାଇବା (୨) ସମସ୍ୟାର ସମ୍ମୁଖୀନ ହୋଇ ମଧ୍ୟ ପରମେଶ୍ୱରଙ୍କ ଇଚ୍ଛା ପୂରଣ କରିବାରେ ବଢ଼ିଆ ଉଦାହରଣ ରଖିବା ଏବଂ (୩) ନିଜ ସିଦ୍ଧ ଜୀବନକୁ “ମୁକ୍ତିର ମୂଲ୍ୟ” ରୂପେ ବଳିଦାନ ଦେବା ପାଇଁ ଯୀଶୁ ପୃଥିବୀକୁ ଆସିଥିଲେ।—ମାଥିଉ ୨୦:୨୮ ପଢ଼ନ୍ତୁ।

୩. ଆମକୁ ମୁକ୍ତିର ମୂଲ୍ୟ କାହିଁକି ଜରୁରୀ ଅଟେ?

କୌଣସି ଲୋକର ଜୀବନ ବଦଳରେ ଦିଆଯାଉଥିବା ଦାମ୍‌କୁ ମୁକ୍ତିର ମୂଲ୍ୟ କୁହାଯାଏ। (ଯାତ୍ରା ପୁସ୍ତକ ୨୧:୨୯, ୩୦) ଆଜି ମଣିଷ ବୁଢ଼ା ହୁଏ ଏବଂ ମରିଯାଏ। କିନ୍ତୁ ଯେତେବେଳେ ପରମେଶ୍ୱର ମଣିଷକୁ ସୃଷ୍ଟି କଲେ, ତାଙ୍କ ଇଚ୍ଛା ଏହା ନ ଥିଲା। ଏହା ଆମେ କିପରି ଜାଣୁ? ପରମେଶ୍ୱର ପ୍ରଥମ ମଣିଷ ଆଦମକୁ କହିଲେ ଯେ ଯଦି ସେ “ପାପ” କରିବ, ତେବେ ସେ ମରିଯିବ। ଏହା ଅର୍ଥ, ସେ ଯଦି ପାପ କରି ନ ଥାʼନ୍ତା, ସେ କେବେ ବି ମରି ନ ଥାʼନ୍ତା। (ଆଦି ପୁସ୍ତକ ୨:୧୬, ୧୭; ୫:୫) ବାଇବଲ କହେ ଯେ ଆଦମ ଦ୍ୱାରା ମୃତ୍ୟୁ ମାନବଜାତିକୁ “ପ୍ରବେଶ କଲା”। ଆଦମ ନିଜ ସମସ୍ତ ସନ୍ତାନମାନଙ୍କ ପାଇଁ ପାପ ଏବଂ ପାପରୁ ମିଳୁଥିବା ମୃତ୍ୟୁଦଣ୍ଡ ଆଣିଦେଲା। ଆଦମଠାରୁ ମିଳିଥିବା ଏହି ମୃତ୍ୟୁଦଣ୍ଡରୁ ମୁକ୍ତ ହେବା ପାଇଁ ଆମକୁ ମୁକ୍ତିର ମୂଲ୍ୟ ଜରୁରୀ ଅଟେ।—ରୋମୀୟ ୫:୧୨; ୬:୨୩ ପଢ଼ନ୍ତୁ।

ଆମକୁ ମୃତ୍ୟୁରୁ ମୁକ୍ତ କରିବା ପାଇଁ କିଏ ନିଜ ଜୀବନ ମୁକ୍ତିର ମୂଲ୍ୟ ରୂପେ ଦେଇପାରିଥାʼନ୍ତା? ଯେତେବେଳେ ଆମେ ମରିଯାଉ, ଆମକୁ କେବଳ ଆମ ନିଜ ପାପରୁ ମୁକ୍ତି ମିଳେ। ସେଥିପାଇଁ କୌଣସି ବି ଅସିଦ୍ଧ ମଣିଷ ଅନ୍ୟମାନଙ୍କ ପାପର ମୂଲ୍ୟ ଦେଇପାରିବ ନାହିଁ।—ଗୀତସଂହିତା ୪୯:୭-୯ ପଢ଼ନ୍ତୁ।

୪. ଯୀଶୁ କାହିଁକି ଜୀବନ ଦେଲେ?

ନିଜ ତ୍ୟୁ ପୂର୍ବରୁ ଯୀଶୁ ଯାତନା ଖୁଣ୍ଟରେ ଅଛନ୍ତି, ତା’ପରେ ପୁନରୁତ ହେବା ପରେ ର୍ଗରେ ରାଜା ଭାବରେ ଶାସନ କରୁଛନ୍ତି

ଯୀଶୁ ଆମ ପରି ଅସିଦ୍ଧ ନ ଥିଲେ, ସେ କେବେ ମଧ୍ୟ କୌଣସି ପାପ କରି ନ ଥିଲେ। ସେଥିପାଇଁ ତାଙ୍କ ମରିବା ଜରୁରୀ ନ ଥିଲା। ତଥାପି ସେ ଅନ୍ୟମାନଙ୍କ ପାପ ପାଇଁ ଜୀବନ ଦେଲେ। ପରମେଶ୍ୱର ନିଜ ପୁତ୍ରକୁ ଆମ ପାଇଁ ମରିବାକୁ ପଠାଇ ତାଙ୍କ ଗଭୀର ପ୍ରେମର ପ୍ରମାଣ ଦେଲେ । ଯୀଶୁ ମଧ୍ୟ ନିଜ ପିତାଙ୍କ ନିର୍ଦ୍ଦେଶ ଅନୁସାରେ ଆମ ପାପ ପାଇଁ ତାଙ୍କ ଜୀବନ ଦେଇ ଆମ ପ୍ରତି ପ୍ରେମ ଦେଖାଇଲେ।—ଯୋହନ ୩:୧୬; ରୋମୀୟ ୫:୧୮, ୧୯ ପଢ଼ନ୍ତୁ।

ଯୀଶୁ କାହିଁକି ଜୀବନ ଦେଲେ ? ଭିଡିଓ ଦେଖନ୍ତୁ ।

୫. ଯୀଶୁ ବର୍ତ୍ତମାନ କʼଣ କରୁଛନ୍ତି?

ଯେତେବେଳେ ଯୀଶୁ ପୃଥିବୀରେ ଥିଲେ, ସେ ରୋଗୀମାନଙ୍କୁ ଆରୋଗ୍ୟ କରିଥିଲେ, ମୃତ ବ୍ୟକ୍ତିଙ୍କୁ ଜୀବିତ କରିଥିଲେ ଏବଂ ଲୋକମାନଙ୍କ ଦୁଃଖକଷ୍ଟ ଦୂର କରିଥିଲେ। ଏସବୁ କରି ସେ ଦେଖାଇଥିଲେ ଯେ ପରମେଶ୍ୱରଙ୍କ ନିର୍ଦ୍ଦେଶ ପାଳନ କରୁଥିବା ଲୋକଙ୍କ ପାଇଁ ଭବିଷ୍ୟତରେ ସେ କʼଣ କରିବେ। (ମାଥିଉ ୧୫:୩୦, ୩୧; ଯୋହନ ୫:୨୮) ଯୀଶୁଙ୍କ ମୃତ୍ୟୁ ପରେ ପରମେଶ୍ୱର ତାଙ୍କୁ ଏକ ଆତ୍ମିକ ବ୍ୟକ୍ତି ଭାବରେ ପୁଣିଥରେ ଜୀବିତ କଲେ। (୧ ପିତର ୩:୧୮) ତାʼପରେ ଯୀଶୁ ପରମେଶ୍ୱରଙ୍କ ଡାହାଣ ପାର୍ଶ୍ୱରେ ଯାଇ ବସିଲେ ଏବଂ ସେହି ସମୟର ଅପେକ୍ଷା କଲେ, ଯେପର୍ଯ୍ୟନ୍ତ ଯିହୋବା ତାଙ୍କୁ ପୂରା ପୃଥିବୀରେ ଶାସନ କରିବାର ଅଧିକାର ନ ଦିଅନ୍ତେ। (ଏବ୍ରୀ ୧୦:୧୨, ୧୩) ଯୀଶୁ ବର୍ତ୍ତମାନ ସ୍ୱର୍ଗରେ ରାଜା ହୋଇ ଶାସନ କରୁଛନ୍ତି ଏବଂ ତାଙ୍କ ଶିଷ୍ୟମାନେ ପୂରା ପୃଥିବୀରେ ଏହି ଖୁସିର ଖବର ଲୋକମାନଙ୍କୁ ଶୁଣାଉଛନ୍ତି।—ଦାନିୟେଲ ୭:୧୩, ୧୪; ମାଥିଉ ୨୪:୧୪ ପଢ଼ନ୍ତୁ।

ଯୀଶୁ ଖୁବ୍‌ ଶୀଘ୍ର ନିଜ ଅଧିକାରକୁ ବ୍ୟବହାର କରି ପ୍ରତ୍ୟେକ ଦୁଃଖକଷ୍ଟ ଏବଂ ଏହା ପାଇଁ ଦାୟୀ ଲୋକଙ୍କୁ ବିନାଶ କରିଦେବେ। ଯେଉଁମାନେ ଯୀଶୁଙ୍କୁ ବିଶ୍ୱାସ କରିବେ ଏବଂ ତାଙ୍କ କଥା ମାନିବେ, ସେମାନେ ସମସ୍ତେ ଏହି ପୃଥିବୀରେ ଏକ ସୁନ୍ଦର ପାରଦୀଶରେ ଜୀବନର ଆନନ୍ଦ ନେବେ।—ଗୀତସଂହିତା ୩୭:୯-୧୧ ପଢ଼ନ୍ତୁ।

ଅଧିକ ଜାଣିବା ପାଇଁ ବାଇବଲ ଆମକୁ କʼଣ ଶିଖାଏ? ନାମକ ବହିର ୪ ଏବଂ ୫ ଅଧ୍ୟାୟ ଦେଖନ୍ତୁ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ