ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwbr18 ମେ ପୃଷ୍ଠା ୧-୭
  • ମେ—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍‌ସ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ମେ—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍‌ସ
  • ଜୀବନ ଓ ସେବା ପାଇଁ ରେଫରେନ୍‌ସ—ସଭା ପୁସ୍ତିକା (୨୦୧୮)
  • ଉପଶୀର୍ଷକ
  • ୭-୧୩ ମେ
  • ୧୪-୨୦ ମେ
  • ୨୧-୨୭ ମେ
  • ୨୮ ମେ–୩ ଜୁନ୍‌
ଜୀବନ ଓ ସେବା ପାଇଁ ରେଫରେନ୍‌ସ—ସଭା ପୁସ୍ତିକା (୨୦୧୮)
mwbr18 ମେ ପୃଷ୍ଠା ୧-୭

ମେ—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍‌ସ

୭-୧୩ ମେ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାର୍କ ୭-୮

“ଆପଣା ଯାତନାର କାଠଖୁଣ୍ଟ ଘେନି ମୋହର ଅନୁଗମନ କର”

ଅଧ୍ୟୟନ ବାଇବଲ—ମାର୍କ ୮:୩୪ ଅଧ୍ୟୟନ ତଥ୍ୟ

ସେ ଆପଣାକୁ ଅସ୍ୱୀକାର କରୁ: ଏଥିରୁ ଜଣାପଡ଼େ ଯେ ଜଣେ ବ୍ୟକ୍ତିର ନିଜ ଜୀବନ ଉପରେ ଯେଉଁ ଅଧିକାର ଥାଏ, ତାକୁ ସେ ସ୍ୱେଚ୍ଛାରେ ପରିତ୍ୟାଗ କରୁ କିମ୍ବା ଈଶ୍ୱରଙ୍କୁ ଦେଇଦେଉ। ଏଥିରେ ନିଜ ଇଚ୍ଛା, ସୁଖ ସୁବିଧା କିମ୍ବା ନିଜ ଲକ୍ଷ୍ୟଗୁଡ଼ିକୁ ପରିତ୍ୟାଗ କରିବା ମଧ୍ୟ ସାମିଲ୍‌ ହୋଇପାରେ। (୨କରି ୫:୧୪, ୧୫) ଏଠାରେ ଯେଉଁ ଗ୍ରୀକ୍‌ କ୍ରିୟା ବ୍ୟବହୃତ ହୋଇଛି, ସେହି କ୍ରିୟାକୁ ହିଁ ମାର୍କ ପରେ ମଧ୍ୟ ବ୍ୟବହାର କରିଥିଲେ, ଯେତେବେଳେ ସେ ପିତରଙ୍କ ଯୀଶୁଙ୍କୁ ଅସ୍ୱୀକାର କରିବା ବିଷୟରେ ଲେଖିଥିଲେ।—ମାର୍କ ୧୪:୩୦, ୩୧, ୭୨.

ପ୍ର୯୨-ହି ୧୧/୧ ୧୭ ¶୧୪

ଜୀବନର ଦୌଡ଼ରେ ଆପଣ କିପରି ଦୌଡ଼ୁଛନ୍ତି?

ଯୀଶୁ ନିଜ ଶିଷ୍ୟ ଓ ଲୋକମାନଙ୍କ ଭିଡ଼କୁ କହିଲେ, “ଯଦି କେହି ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, (କିମ୍ବା “ତାକୁ ନିଜକୁ ‘ନା’ କହିବାକୁ ହେବ,” ଚାର୍ଲସ୍‌ ବି. ୱିଲିୟମ୍‌ସ) ପୁଣି ଆପଣା ଯାତନାର କାଠଖୁଣ୍ଟ ଘେନି ଲଗାତାର ମୋହର ଅନୁଗମନ କରୁ।” (ମାର୍କ ୮:୩୪, NW) ଯେତେବେଳେ ଆମେ ଏହି ନିମନ୍ତ୍ରଣକୁ ସ୍ୱୀକାର କରୁ, ଆମେ ଏପରି ଲଗାତାର କରିବା ପାଇଁ ପ୍ରସ୍ତୁତ ରହିବା ଉଚିତ୍‌। ଏହାର କାରଣ ନୁହେଁ ଯେ ନିଜକୁ ଅସ୍ୱୀକାର କରିବାରେ କିଛି ବିଶେଷତା ରହିଛି, ବରଂ କ୍ଷଣିକ ପାଇଁ କରିଥିବା ଭୁଲ୍‌ କିମ୍ବା ନିଷ୍ପତ୍ତି ନେବାରେ ଏକ ସାମାନ୍ୟ ତ୍ରୁଟି ଯୋଗୁଁ ସମସ୍ତ ପରିଶ୍ରମ ବେକାର ହୋଇଯାଇପାରେ। ଏପରିକି ଏହା ଆମ ଚିରକାଳର ସୁଖ ସମୃଦ୍ଧିକୁ ବିପଦରେ ପକାଇପାରେ। ଆଧ୍ୟାତ୍ମିକ ଉନ୍ନତି ଧୀରେ ଧୀରେ ହୋଇଥାଏ, କିନ୍ତୁ ଯଦି ଆମେ ସର୍ବଦା ପ୍ରସ୍ତୁତ ନ ରହିବା, ତେବେ ହୁଏତ ଏହା ଦିନେ ହଠାତ୍‌ ବନ୍ଦ ହୋଇଯାଇପାରେ।

ପ୍ର୦୮-ହି ୧୦/୧୫ ୨୫-୨୬ ¶୩-୪

ସଦାକାଳ ଜୀବିତ ରହିବା ପାଇଁ ଆପଣ କʼଣ ତ୍ୟାଗ କରିବେ?

ଏହି ଘଟଣାରେ ଯୀଶୁ ଦୁଇଟି ଅତି ରୋମାଞ୍ଚକର ପ୍ରଶ୍ନ କଲେ। ପ୍ରଥମଟି ହେଲା, “ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ନିଜ ଜୀବନ ହରାଏ, ତେବେ ତାହାର କି ଲାଭ?” ଦ୍ୱିତୀୟଟି ଥିଲା, “ମନୁଷ୍ୟ ନିଜ ଜୀବନ ବଦଳରେ କଅଣ ଦେଇ ପାରେ?” (ମାର୍କ ୮:୩୬, ୩୭) ପ୍ରଥମ ପ୍ରଶ୍ନର ଉତ୍ତର ସ୍ପଷ୍ଟ ଭାବେ ଜଣାପଡ଼େ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଜଣେ ବ୍ୟକ୍ତି ଯଦି ଜଗତର ସବୁକିଛି ହାସଲ୍‌ କରି ଶେଷରେ ନିଜ ଜୀବନ ହରାଏ, ତେବେ ତାʼର କିଛି ଲାଭ ହେବ ନାହିଁ। କାରଣ ସେ ଯଦି ଜୀବିତ ରହେ, ତେବେଯାଇ ସେ ନିଜ ଧନସମ୍ପତ୍ତି ଓ ଐଶ୍ୱର୍ଯ୍ୟକୁ ଉପଭୋଗ କରିପାରିବ। ଯୀଶୁଙ୍କ ଦ୍ୱିତୀୟ ପ୍ରଶ୍ନରୁ ତାହାଙ୍କ ଶ୍ରୋତାମାନେ ହୁଏତ ଶୟତାନର ସେହି ଦାବିକୁ ମନେ ପକାଇଥିବେ, ଯାହା ସେ ଆୟୁବଙ୍କ ସମୟରେ କରିଥିଲା: “ଆପଣା ପ୍ରାଣ ନିମନ୍ତେ ମନୁଷ୍ୟ ସର୍ବସ୍ୱ ଦେବ।” (ଆୟୁବ ୨:୪) ଯେଉଁମାନେ ଯିହୋବାଙ୍କ ଉପାସନା କରନ୍ତି ନାହିଁ, ସେମାନଙ୍କ କ୍ଷେତ୍ରରେ ଶୟତାନର ଏହି ଦାବି ହୁଏତ ସତ ଅଟେ। ଅନେକେ ଜୀବିତ ରହିବା ପାଇଁ କିଛି ମଧ୍ୟ କରିଥାʼନ୍ତି। ଏପରିକି, ଯଦି ସେମାନଙ୍କୁ ନୈତିକ ମୂଲ୍ୟଗୁଡ଼ିକ ସହିତ ସାଲିସ୍‌ କରିବାକୁ ପଡ଼େ, ତେବେ ସେମାନେ ପଛଘୁଞ୍ଚା ଦିଅନ୍ତି ନାହିଁ। କିନ୍ତୁ ଖ୍ରୀଷ୍ଟିୟାନମାନେ ସେମାନଙ୍କ ଭଳି ନୁହନ୍ତି।

ଯୀଶୁ ଆମକୁ ଏହି ଜଗତରେ ଭଲ ସ୍ୱାସ୍ଥ୍ୟ, ଧନସମ୍ପତ୍ତି ଓ ଦୀର୍ଘାୟୁ ଦେବାକୁ ଆସି ନ ଥିଲେ। ଏହା ପରିବର୍ତ୍ତେ, ସେ ଆମକୁ ନୂତନ ପୃଥିବୀରେ ଅନନ୍ତ ଜୀବନର ଆଶା ଦେବାକୁ ଆସିଥିଲେ। ଆଉ, ଏହି ଆଶା ଆମ ପାଇଁ ବହୁମୂଲ୍ୟ ଅଟେ। (ଯୋହନ ୩:୧୬) ତେବେ ଜଣେ ଖ୍ରୀଷ୍ଟିୟାନ ଯୀଶୁଙ୍କ ପ୍ରଥମ ପ୍ରଶ୍ନର ଅର୍ଥ ଏହିପରି ବୁଝିବ: “ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ନିଜ ଅନନ୍ତ ଜୀବନର ଆଶା ହରାଏ, ତେବେ ତାହାର କି ଲାଭ?” ଏହାର ଉତ୍ତର ହେଉଛି, ତାʼର କିଛି ଲାଭ ନାହିଁ। (୧ ଯୋହନ ୨:୧୫-୧୭) ଯୀଶୁଙ୍କ ଦ୍ୱିତୀୟ ପ୍ରଶ୍ନର ଅର୍ଥ ଏହିପରି ବୁଝାଯାଇପାରେ: ‘ନୂତନ ପୃଥିବୀରେ ଜୀବିତ ରହିବାର ନିଜ ଆଶା ଦୃଢ଼ କରିବା ପାଇଁ ମୁଁ ଆଜି କʼଣ କରିବା ପାଇଁ ପ୍ରସ୍ତୁତ?’ ଆମେ କିପରି ଜୀବନଯାପନ କରୁ, ସେଥିରୁ ଏହି ପ୍ରଶ୍ନର ଉତ୍ତର ମିଳିବ ଏବଂ ଏହା ସ୍ପଷ୍ଟ ଦେଖାଯିବ ଯେ ଆମେ ଏହି ଆଶାକୁ କିପରି ଦୃଢ଼ ଭାବେ ଧରି ରଖିଛୁ।—ଯୋହନ ୧୨:୨୫ ପଦ ସହିତ ତୁଳନା କରନ୍ତୁ।

ଯୀଶୁ ହିଁ ପଥ (ଇଂରାଜୀ) ୧୪୩ ¶୪

ମନୁଷ୍ୟପୁତ୍ର କିଏ?

ହଁ, ଯଦି ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କ ମଞ୍ଜୁରି ପାଇବାକୁ ଚାହାନ୍ତି, ତେବେ ସେମାନଙ୍କଠାରେ ସାହସ ଓ ତ୍ୟାଗର ଭାବନା ରହିବା ଉଚିତ୍‌। ଯୀଶୁ କହନ୍ତି: “ଯେକେହି ଏହି କାଳର ବ୍ୟଭିଚାରୀ ଓ ପାପିଷ୍ଠ ଲୋକମାନଙ୍କ ମଧ୍ୟରେ ମୋହର ଓ ମୋହର ବାକ୍ୟ ବିଷୟରେ ଲଜ୍ଜା ବୋଧ କରେ, ମନୁଷ୍ୟପୁତ୍ର ଯେତେବେଳେ ପବିତ୍ର ଦୂତମାନଙ୍କ ସହିତ ଆପଣା ପିତାଙ୍କ ମହିମାରେ ଆଗମନ କରିବେ, ସେତେବେଳେ ସେ ମଧ୍ୟ ତାହା ବିଷୟରେ ଲଜ୍ଜା ବୋଧ କରିବେ।” (ମାର୍କ ୮:୩୮) ଯେତେବେଳେ ଯୀଶୁ ଆସିବେ, “ସେ ପ୍ରତ୍ୟେକ ଲୋକକୁ ତାହାର କର୍ମ ଅନୁସାରେ ଫଳ ଦେବେ।”—ମାଥିଉ ୧୬:୨୭.

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ପ୍ର୧୬.୦୮-ହି ୩୦ ¶୧-୪

ପାଠକମାନଙ୍କ ପ୍ରଶ୍ନ

ଯୀଶୁଙ୍କ ବିରୋଧୀମାନଙ୍କ ପାଇଁ ହାତ ଧୋଇବା କାହିଁକି ଏକ ଆଲୋଚନାର ବିଷୟ ହୋଇଯାଇଥିଲା?

ଯେଉଁ ବିଷୟଗୁଡ଼ିକୁ ନେଇ ଯୀଶୁଙ୍କ ବିରୋଧୀମାନେ ଯୀଶୁ ଏବଂ ତାହାଙ୍କ ଶିଷ୍ୟମାନଙ୍କର କାର୍ଯ୍ୟକଳାପରେ ତ୍ରୁଟି ବାହାର କରୁଥିଲେ, ସେମଧ୍ୟରୁ ଏହା ଗୋଟିଏ ଥିଲା। ମୋଶାଙ୍କ ନିୟମରେ କୁହାଯାଇଥିଲା ଯେ କେଉଁ କେଉଁ ଜିନିଷ ଜଣେ ବ୍ୟକ୍ତିକୁ ଅଶୁଦ୍ଧ କରିପାରେ, ଯେପରି— ପ୍ରମେହ, କୁଷ୍ଠ ଏବଂ ମଣିଷ ଓ ଜୀବଜନ୍ତୁର ମୃତ ଦେହକୁ ଛୁଇଁବା ଦ୍ୱାରା। ମୋଶାଙ୍କ ନିୟମରେ ଏହା ମଧ୍ୟ କୁହାଯାଇଥିଲା ଯେ ଅଶୁଦ୍ଧତାକୁ କିପରି ଦୂର କରାଯାଇପାରିବ, ଯେପରି— ଜଣେ ବ୍ୟକ୍ତି ବଳିଦାନ ଚଢ଼ାଇ, ଗାଧୋଇ କିମ୍ବା ପାଣି ଛିଞ୍ଚି ଏପରି କରିପାରୁଥିଲା।—ଲେବୀ. ଅଧ୍ୟା ୧୧-୧୫; ଗଣ. ଅଧ୍ୟା ୧୯.

ରାବ୍‌ବୀ ବୋଲି କୁହାଯାଉଥିବା ଯିହୁଦୀ ଧର୍ମଗୁରୁମାନେ ଏହି ନିୟମଗୁଡ଼ିକରେ ସେମାନଙ୍କ ନିଜର ନିୟମ ଯୋଡ଼ି ଦେଇଥିଲେ। ଗୋଟିଏ ବହି ଅନୁଯାୟୀ, ରାବ୍‌ବୀମାନେ ଲୋକଙ୍କ ଉପରେ ଆହୁରି ନିୟମ ଲଦି ଦେଇଥିଲେ, ଯେଉଁଥିରେ ଜଣେ ବ୍ୟକ୍ତିକୁ କʼଣ ଅଶୁଦ୍ଧ କରିପାରେ ଏବଂ କିପରି ଏହାଦ୍ୱାରା ଅନ୍ୟମାନେ ମଧ୍ୟ ଅଶୁଦ୍ଧ ହୋଇପାରନ୍ତି, ସେବିଷୟରେ ଟିକିନିଖି ତଥ୍ୟସବୁ ଥିଲା। ରାବ୍‌ବୀମାନେ ଏହା ମଧ୍ୟ ନିୟମ ବାହାର କରିଥିଲେ ଯେ କିଭଳି ପାତ୍ର ଓ ଜିନିଷଗୁଡ଼ିକ ଶୁଦ୍ଧ କିମ୍ବା ଅଶୁଦ୍ଧ ହୋଇପାରେ। ଏହା ସହିତ, ପୁଣିଥରେ ଶୁଦ୍ଧ ହେବା ପାଇଁ ଲୋକମାନଙ୍କୁ କେଉଁସବୁ ରୀତିନୀତି ପାଳନ କରିବାର ଥିଲା।

ଯୀଶୁଙ୍କ ବିରୋଧୀମାନେ ତାହାଙ୍କୁ ପଚାରିଲେ: “ଆପଣଙ୍କର ଶିଷ୍ୟମାନେ ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଅନୁସାରେ କାହିଁକି ଆଚରଣ ନ କରି ଅଶୁଚି ହସ୍ତରେ ଭୋଜନ କରନ୍ତି?” (ମାର୍କ ୭:୫) ସେହି ଧର୍ମଗୁରୁମାନେ ଏହା କହୁ ନ ଥିଲେ ଯେ ହାତ ନ ଧୋଇ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ସେମାନେ ନିୟମ ବାହାର କରିଥିଲେ ଯେ ଖାଇବା ପୂର୍ବରୁ ଜଣେ ବ୍ୟକ୍ତି ପରମ୍ପରାଗତ ରୀତି ଅନୁସାରେ ନିଜ ହାତ ଧୁଆଇବା ଉଚିତ୍‌। ଉପରେ ଉଲ୍ଲେଖ କରାଯାଇଥିବା ବହି ଏହା ମଧ୍ୟ କହେ: “ପାଣି ଢାଳିବା ପାଇଁ କେଉଁ ପାତ୍ର ବ୍ୟବହାର କରାଯିବା ଉଚିତ୍‌, କେଉଁ ପ୍ରକାରର ପାଣି ହେବା ଉଚିତ୍‌, କିଏ ପାଣି ଢାଳିବା ଉଚିତ୍‌ ଏବଂ ହାତର କେତେ ପର୍ଯ୍ୟନ୍ତ ଧୋଇବା ଉଚିତ୍‌, ସେବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା।”

ମଣିଷମାନଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏସମସ୍ତ ନିୟମ ବିଷୟରେ ଯୀଶୁଙ୍କର ପ୍ରତିକ୍ରିୟା କʼଣ ଥିଲା? ସେ ଯିହୁଦୀ ଧର୍ମଗୁରୁମାନଙ୍କୁ କହିଲେ: “ରେ କପଟୀମାନେ, ଯିଶାଇୟ ତୁମ୍ଭମାନଙ୍କ ବିଷୟରେ ଯର୍ଥାଥ ରୂପେ ଭାବବାଣୀ କହିଅଛନ୍ତି, ଯେପରି ଲେଖାଅଛି, ଏହି ଜାତି ମୁଖରେ ଆମ୍ଭକୁ ସମାଦର କରନ୍ତି, କିନ୍ତୁ ସେମାନଙ୍କ ହୃଦୟ ଆମ୍ଭ [ଯିହୋବା]ଠାରୁ ଦୂରରେ ଥାଏ। ସେମାନେ ମନୁଷ୍ୟମାନଙ୍କ ବିଧିଗୁଡ଼ିକୁ ଧର୍ମର ଉପଦେଶବାଣୀ ବୋଲି ଶିକ୍ଷା ଦେଇ ବୃଥାରେ ଆମ୍ଭର ଆରାଧନା କରନ୍ତି। ତୁମ୍ଭେମାନେ ଈଶ୍ୱରଙ୍କ ଆଜ୍ଞା ପରିତ୍ୟାଗ କରି ମନୁଷ୍ୟମାନଙ୍କ ପରମ୍ପରାଗତ ରୀତିନୀତି ଧରି ବସିଅଛ।”—ମାର୍କ ୭:୬-୮.

ପ୍ର୦୦-ହି ୨/୧୫ ୧୭-୧୮ ¶୯-୧୧

କʼଣ ଆପଣଙ୍କଠାରେ “ଖ୍ରୀଷ୍ଟଙ୍କ ମନ ଅଛି”?

ମାର୍କ କହନ୍ତି ଯେ ସେହି ଲୋକଟି ବଧିର ଥିଲା ଏବଂ ସେ ଠିକ୍‌ ଭାବେ କଥା କହିପାରୁ ନ ଥିଲା। ଲୋକଟି ନିଜର ଏହି ଦୁର୍ବଳତା ଯୋଗୁଁ ଲୋକଙ୍କ ସମ୍ମୁଖରେ ଆସିବା ପାଇଁ କେତେ ଯେ ଲଜ୍ଜିତ ଓ ସଙ୍କୋଚ ମନେ କରୁ ନ ଥିବ! ହୁଏତ ତାʼର ଏହି ଭାବନାଗୁଡ଼ିକ ପ୍ରତି ସହାନୁଭୂତି ଦେଖାଇ ଯୀଶୁ ଏପରି କିଛି କଲେ, ଯାହା ସେ ପୂର୍ବରୁ କେବେ ମଧ୍ୟ କରି ନ ଥିଲେ। ସେ ତାକୁ ଭିଡ଼ଠାରୁ ଅନ୍ୟତ୍ର ନେଇଗଲେ ଏବଂ ଇସାରା ଦ୍ୱାରା ତାକୁ ବୁଝାଇଲେ ଯେ ଆଗକୁ ସେ କʼଣ କରିବାକୁ ଯାଉଛନ୍ତି। ଯୀଶୁ “ତାହାର ଦୁଇ କାନରେ ଆପଣା ଅଙ୍ଗୁଳି ଦେଲେ ଓ ଛେପ ପକାଇ ତାହାର ଜିଭକୁ ଛୁଇଁଲେ।” (ମାର୍କ ୭:୩୩) ତାʼପରେ ଯୀଶୁ ସ୍ୱର୍ଗ ଆଡ଼କୁ ଦେଖି ଦୀର୍ଘ ନିଶ୍ୱାସ ପକାଇଲେ। ଏପରି କରିବା ଦ୍ୱାରା ଯୀଶୁ ସତେ ଯେପରି କହୁଥିଲେ, ‘ମୁଁ ଈଶ୍ୱରଙ୍କଠାରୁ ଶକ୍ତି ପାଇ ତୋତେ ସୁସ୍ଥ କରିବାକୁ ଯାଉଛି।’ ଏହାପରେ ଯୀଶୁ କହିଲେ: “ଫିଟିଯା।” (ମାର୍କ ୭:୩୪) ତୁରନ୍ତ ସେହି ଲୋକଟି ଶୁଣିବାକୁ ଲାଗିଲା ଏବଂ ଅନ୍ୟମାନଙ୍କ ଭଳି ଠିକ୍‌ ଭାବେ କଥା ହେବାକୁ ଲାଗିଲା।

ଏହି ଘଟଣାରେ ଯୀଶୁ ସେହି ଲୋକଟି ସହିତ ଯାହା କଲେ, ସେଥିରୁ ଆମେ କʼଣ ଶିଖୁ? ଆମେ ଶିଖୁ ଯେ ଯୀଶୁ ଲୋକମାନଙ୍କ ଭାବନା ଓ ଆବେଗଗୁଡ଼ିକୁ ବୁଝୁଥିଲେ ଏବଂ ସେମାନଙ୍କ ପାଇଁ ତାହାଙ୍କ ହୃଦୟରେ ସହାନୁଭୂତି ଥିଲା। ତାହାଙ୍କ ଏହି ସହାନୁଭୂତି ଗୁଣ ଯୋଗୁଁ ସେ ଲୋକମାନଙ୍କୁ ସାହାଯ୍ୟ ନ କରି ରହିପାରୁ ନ ଥିଲେ। ସେ କେବେ ମଧ୍ୟ ଲୋକମାନଙ୍କର ଭାବନାଗୁଡ଼ିକୁ ଆଘାତ କରୁ ନ ଥିଲେ। ଆମେ ଯୀଶୁଙ୍କ ପଦଚିହ୍ନରେ ଚାଲିବାକୁ ଚାହୁଁ। ତେଣୁ ଆମେ ମଧ୍ୟ ଅନ୍ୟମାନଙ୍କ ପାଇଁ ନିଜ ହୃଦୟରେ ସହାନୁଭୂତି ବଢ଼ାଇବା ଉଚିତ୍‌ ଏବଂ ନିଜ ବ୍ୟବହାରରେ ଏହାକୁ ଦେଖାଇବା ଉଚିତ୍‌। ଏପରି କରିବା ଦ୍ୱାରା ଆମେ ଦେଖାଇବା ଯେ ଆମଠାରେ ଖ୍ରୀଷ୍ଟଙ୍କ ମନ ଅଛି। ବାଇବଲ ଆମକୁ ପରାମର୍ଶ ଦିଏ: “ତୁମ୍ଭେମାନେ ସମସ୍ତେ ଏକମନା, ପରସ୍ପରର ସୁଖଦୁଃଖର ସହଭାଗୀ, ଭ୍ରାତୃପ୍ରେମୀ, କୋମଳ ହୃଦୟ ଓ ନମ୍ରଚିତ୍ତ ହୁଅ।” (୧ ପିତର ୩:୮) ଏହାର ଅର୍ଥ ହେଉଛି ଯେ ଆମେ ନିଜ କଥାରେ ଓ କାମରେ ଅନ୍ୟମାନଙ୍କ ଭାବନା ଓ ଆବେଗ ପ୍ରତି ଆଦର ଦେଖାଇବା ଉଚିତ୍‌।

ଆମେ ମଣ୍ଡଳୀରେ ନିଜ ଭାଇମାନଙ୍କ ସହିତ ଏହା କିପରି କରିପାରିବା? ଆମ ମନ ଭିତରେ ନିଜ ଭାଇମାନଙ୍କ ପାଇଁ ଆଦର ଓ ସମ୍ମାନ ରହିବା ଉଚିତ୍‌ ଏବଂ ଲୋକେ ଆମ ପ୍ରତି ଯାହାସବୁ କରନ୍ତୁ ବୋଲି ଆମେ ଇଚ୍ଛା କରୁ, ଆମେ ମଧ୍ୟ ସେମାନଙ୍କ ପ୍ରତି ସେହିସବୁ କରିବା ଉଚିତ୍‌। (ମାଥିଉ ୭:୧୨) ଏହାର ଅର୍ଥ ହେଉଛି, ଯେତେବେଳେ ଆମେ ଅନ୍ୟମାନଙ୍କ ସହିତ କଥା ହେଉ, ଆମେ ଭାବିଚିନ୍ତି କଥା ହେବା ଏବଂ ଏହା ପ୍ରତି ମଧ୍ୟ ଧ୍ୟାନ ଦେବା ଯେ ଆମେ କିଭଳି ଭାବେ କଥା ହେଉ। (କଲସୀୟ ୪:୬) ମନେ ରଖନ୍ତୁ, “ବାଚାଳତା ଖଡ଼୍‌ଗାଘାତ ପରି” ଅଟେ। (ହିତୋପଦେଶ ୧୨:୧୮) ପରିବାରରେ କିପରି ପରସ୍ପର ପାଇଁ ଆଦର ଓ ସମ୍ମାନ ରହିବା ଉଚିତ୍‌? ଯେଉଁ ପତିପତ୍ନୀ ପ୍ରକୃତରେ ପରସ୍ପରକୁ ହୃଦୟର ସହିତ ପ୍ରେମ କରନ୍ତି, ସେମାନେ ପରସ୍ପରର ଭାବନାକୁ ସମ୍ମାନ କରିଥାʼନ୍ତି। (ଏଫିସୀୟ ୫:୩୩) ସେମାନେ ପରସ୍ପରକୁ କଠୋର, ନିର୍ଦ୍ଦୟ ଓ ହୃଦୟକୁ ଆଘାତ କରୁଥିବା କଥା କୁହନ୍ତି ନାହିଁ ଏବଂ ପ୍ରତ୍ୟେକ କଥାରେ ତ୍ରୁଟି ବାହାର କରନ୍ତି ନାହିଁ। ଖଡ଼୍‌ଗ ଦ୍ୱାରା ଘାତ କ୍ଷତ ସହଜରେ ଠିକ୍‌ ହୁଏ, କିନ୍ତୁ ଏଭଳି କଥା ଦ୍ୱାରା ସୃଷ୍ଟି ହେଉଥିବା କ୍ଷତ ସହଜରେ ଠିକ୍‌ ହୁଏ ନାହିଁ। ପିଲାମାନଙ୍କର ମଧ୍ୟ ଭାବନା ଓ ଆତ୍ମସମ୍ମାନ ଥାଏ। ପିତାମାତାମାନେ ସେମାନଙ୍କ କଥା ଧ୍ୟାନର ସହିତ ଶୁଣିବା ଅତି ଜରୁରୀ। ଯେତେବେଳେ ପିଲା କିଛି ଭୁଲ୍‌ କରେ, ପିତାମାତା ତାʼ ଭୁଲ୍‌କୁ ସୁଧାରିବା ସମୟରେ ତାʼର ଆତ୍ମସମ୍ମାନକୁ ଆଘାତ କରିବା ଏବଂ ତାକୁ ଲଜ୍ଜିତ କରିବା ଉଚିତ୍‌ ନୁହେଁ। (କଲସୀୟ ୩:୨୧) ଏହିପରି ଭାବେ, ଯଦି ଆମେ ଅନ୍ୟମାନଙ୍କୁ ସମ୍ମାନ ଓ ଆଦର ଦେଉ, ଅର୍ଥାତ୍‌ ସେମାନଙ୍କର ଭାବନାଗୁଡ଼ିକୁ ଧ୍ୟାନରେ ରଖି ସେମାନଙ୍କ ପ୍ରତି ବ୍ୟବହାର ଦେଖାଉ, ତେବେ ଆମଠାରେ ଖ୍ରୀଷ୍ଟଙ୍କର ମନ ଅଛି ବୋଲି ପ୍ରମାଣିତ କରିଥାଉ।

୧୪-୨୦ ମେ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାର୍କ ୯-୧୦

“ଆମ ବିଶ୍ୱାସ ବଢ଼ାଉଥିବା ଏକ ଦର୍ଶନ”

ପ୍ର୦୫-ହି ୧/୧୫ ୧୨ ¶୯-୧୦

ଖ୍ରୀଷ୍ଟ—ବାଇବଲର ଭବିଷ୍ୟତବାଣୀଗୁଡ଼ିକର କେନ୍ଦ୍ରବିନ୍ଦୁ

ଯୀଶୁ ନିଜକୁ ଖ୍ରୀଷ୍ଟ ବୋଲି ପ୍ରମାଣିତ କରିବାର ଗୋଟିଏ ବର୍ଷରୁ ଅଧିକ ସମୟ ବିତିଯାଇଛି। ୩୨ ଖ୍ରୀଷ୍ଟାବ୍ଦର ନିସ୍ତାର ପର୍ବ ଆସିଲା ଏବଂ ଚାଲିଗଲା। ଯୀଶୁଙ୍କ ଉପରେ ବିଶ୍ୱାସ କରୁଥିବା ଅନେକ ଶିଷ୍ୟମାନେ ବର୍ତ୍ତମାନ ତାହାଙ୍କର ଅନୁଗମନ କରିବା ଛାଡ଼ି ଦେଇଛନ୍ତି। ଏହାର କାରଣ ହୁଏତ ସେମାନଙ୍କ ଉପରେ କରାଯାଇଥିବା ଅତ୍ୟାଚାର, ଧନସମ୍ପତ୍ତିର ଲୋଭ କିମ୍ବା ଜୀବନର ଚିନ୍ତା ହୋଇଥିବ। ଅନ୍ୟମାନେ ହୁଏତ ଦ୍ୱନ୍ଦରେ ପଡ଼ିଗଲେ କିମ୍ବା ନିରାଶ ହୋଇଗଲେ, କାରଣ ଯେତେବେଳେ ଲୋକେ ଯୀଶୁଙ୍କୁ ରାଜା କରିବାକୁ ଇଚ୍ଛା କଲେ, ସେତେବେଳେ ସେ ଅସ୍ୱୀକାର କରିଦେଲେ। ଏହାଛଡ଼ା, ଯେତେବେଳେ ଧର୍ମଗୁରୁମାନେ ଯୀଶୁଙ୍କୁ ସ୍ୱର୍ଗରୁ କିଛି ଚିହ୍ନ ଦେଖାଇବା ପାଇଁ କହିଲେ, ସେତେବେଳେ ସେ ଏପରି କୌଣସି ଚିହ୍ନ ଦେଖାଇଲେ ନାହିଁ, ଯାହାଦ୍ୱାରା ତାହାଙ୍କ ମହିମା ହୋଇଥାʼନ୍ତା। (ମାଥିଉ ୧୨:୩୮, ୩୯) ଯୀଶୁଙ୍କର ଏପରି ଅସ୍ୱୀକାର କରିବା ଯୋଗୁଁ ହୁଏତ କିଛି ଶିଷ୍ୟଙ୍କ ମନରେ ସନ୍ଦେହ ଜାତ ହେଲା। କେବଳ ଏତିକି ନୁହେଁ, ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସମ୍ମୁଖରେ ଏପରି କିଛି ରହସ୍ୟଗୁଡ଼ିକର ଉନ୍ମୋଚନ କରିବା ଆରମ୍ଭ କରିଥିଲେ, ଯେଉଁଗୁଡ଼ିକୁ ବୁଝିବା ସେମାନଙ୍କ ପାଇଁ ଅତି କଠିନ ଥିଲା। ଯେପରି— ସେ କହିଥିଲେ, “ତାହାଙ୍କୁ ଅବଶ୍ୟ ଯିରୂଶାଲମକୁ ଯିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରୁ ବହୁତ ଦୁଃଖଭୋଗ କରି ହତ ହେବାକୁ ହେବ।”—ମାଥିଉ ୧୬:୨୧-୨୩.

ଆଗାମୀ ୯-୧୦ ମାସ ମଧ୍ୟରେ ଏପରି ସମୟ ଆସିବାକୁ ଯାଉଥିଲା, ଯେତେବେଳେ “ଯୀଶୁ ଏହି ଜଗତରୁ ପିତାଙ୍କ ନିକଟକୁ ପ୍ରୟାଣ” କରିଥାʼନ୍ତେ ବା ଫେରିଥାʼନ୍ତେ। (ଯୋହନ ୧୩:୧) ତେଣୁ ଯୀଶୁଙ୍କୁ ନିଜ ବିଶ୍ୱସ୍ତ ଶିଷ୍ୟମାନଙ୍କ ବିଷୟରେ ଚିନ୍ତା ଘାରିବାକୁ ଲାଗିଲା। ସେ ସେମାନଙ୍କ ମଧ୍ୟରୁ କିଛି ଶିଷ୍ୟମାନଙ୍କୁ ଏପରି କିଛି ଦେଖାଇବା ପାଇଁ ପ୍ରତିଜ୍ଞା କଲେ, ଯାହା ସେ ଅବିଶ୍ୱାସୀ ଯିହୁଦୀମାନଙ୍କୁ ଦେଖାଇବା ପାଇଁ ଅସ୍ୱୀକାର କରିଥିଲେ। ହଁ, ସ୍ୱର୍ଗରୁ ଏକ ଚିହ୍ନ। ଯୀଶୁ କହିଲେ: “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମନୁଷ୍ୟପୁତ୍ରଙ୍କର ଆପଣା ରାଜ୍ୟରେ ଆଗମନ ନ ଦେଖିବା ପର୍ଯ୍ୟନ୍ତ ଏଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ୱାଦ ପାଇବେ ନାହିଁ।” (ମାଥିଉ ୧୬:୨୮) ନିଶ୍ଚିତ ରୂପେ, ଯୀଶୁ ଏହା କହୁ ନ ଥିଲେ ଯେ ୧୯୧୪ ମସିହାରେ ଖ୍ରୀଷ୍ଟୀୟ ରାଜ୍ୟ ସ୍ଥାପିତ ନ ହେବା ପର୍ଯ୍ୟନ୍ତ ତାହାଙ୍କ କିଛି ଶିଷ୍ୟ ଜୀବିତ ରହିଥାʼନ୍ତେ। ଏହା ପରିବର୍ତ୍ତେ, ଯୀଶୁ ନିଜ ତିନି ଜଣ ଶିଷ୍ୟଙ୍କୁ ଗୋଟିଏ ଦର୍ଶନରେ ନିଜ ମହିମାର ଏକ ରୋମାଞ୍ଚକର ଝଲକ ଦେଖାଇବାକୁ ଚାହୁଁଥିଲେ, ଯାହା ରାଜା ହେବା ପରେ ତାହାଙ୍କୁ ମିଳିଥାʼନ୍ତା। ଏହି ଦର୍ଶନକୁ ରୂପାନ୍ତରଣ କୁହାଯାଏ।

ପ୍ର୦୫-ହି ୧/୧୫ ୧୨ ¶୧୧

ଖ୍ରୀଷ୍ଟ—ବାଇବଲର ଭବିଷ୍ୟତବାଣୀଗୁଡ଼ିକର କେନ୍ଦ୍ରବିନ୍ଦୁ

ଯୀଶୁ ଛଅ ଦିନ ପରେ ପିତର, ଯାକୁବ ଓ ଯୋହନଙ୍କୁ ଏକ ଉଚ୍ଚ ପର୍ବତର ଶିଖରକୁ ନେଇଯାʼନ୍ତି। ହୁଏତ ଏହା ହର୍ମୋଣ ପର୍ବତ ଥିଲା। ସେଠାରେ ଯୀଶୁ “ସେମାନଙ୍କ ସାକ୍ଷାତରେ ରୂପାନ୍ତରିତ ହେଲେ; ତାହାଙ୍କର ମୁଖ ସୂର୍ଯ୍ୟ ପରି ଉଜ୍ଜ୍ୱଳ ଓ ତାହାଙ୍କ ବସ୍ତ୍ର ଆଲୋକ ପରି ଶୁଭ୍ରବର୍ଣ୍ଣ ହେଲା।” ଭବିଷ୍ୟଦ୍‌ବକ୍ତା ମୋଶା ଓ ଏଲୀୟ ଯୀଶୁଙ୍କ ସହିତ କଥାବାର୍ତ୍ତା କରୁଥିବାର ଦେଖାଗଲେ। ଏହି ରୋମାଞ୍ଚକର ଘଟଣା ନିଶ୍ଚୟ ରାତିରେ ଘଟିଥିବ, ଯାହାଫଳରେ ଏସବୁ ସ୍ପଷ୍ଟ ଦେଖାଯାଇଥିବ। ଏହି ଦର୍ଶନ ପ୍ରକୃତରେ ଏତେ ବାସ୍ତବିକ ଲାଗୁଥିଲା ଯେ ପିତର ସେଠାରେ ତିନୋଟି କୁଟୀର କିମ୍ବା ତମ୍ବୁ ନିର୍ମାଣ କରିବା ପାଇଁ ଇଚ୍ଛା କଲେ—ଗୋଟିଏ ଯୀଶୁଙ୍କ ପାଇଁ, ଗୋଟିଏ ମୋଶାଙ୍କ ପାଇଁ, ଆଉ ଗୋଟିଏ ଏଲୀୟଙ୍କ ପାଇଁ। ପିତର ଏସବୁ କହୁଥିବା ସମୟରେ ହିଁ ଖଣ୍ଡେ ମେଘ ସେମାନଙ୍କୁ ଢାଙ୍କି ଦେଲା ଏବଂ ସେହି ମେଘରୁ ଏହି ବାଣୀ ହେଲା: “ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ, ଏହାଙ୍କ ବାକ୍ୟ ଶ୍ରବଣ କର।”—ମାଥିଉ ୧୭:୧-୬.

ଅଧ୍ୟୟନ ବାଇବଲ—ମାର୍କ ୯:୭ ଅଧ୍ୟୟନ ତଥ୍ୟ

ବାଣୀ: ସୁସମାଚାର ବହିଗୁଡ଼ିକରେ କୁହାଯାଇଛି ଯେ ଯିହୋବା ତିନୋଟି ଘଟଣାରେ ମଣିଷମାନଙ୍କ ସହିତ ସିଧାସଳଖ କଥା ହେଲେ ଏବଂ ସେମଧ୍ୟରୁ ଏହା ଦ୍ୱିତୀୟ ଘଟଣା ଥିଲା।—ମାର୍କ ୧:୧୧; ଯୋହ ୧୨:୨୮.

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ପ୍ର୦୮-ହି ୨/୧୫ ୩୦ ¶୮

ମାର୍କ ବହିର ମୁଖ୍ୟାଂଶ

୧୦:୬-୯. ଈଶ୍ୱର ଚାହାନ୍ତି ଯେ ପତିପତ୍ନୀ ପରସ୍ପରଠାରୁ କେବେ ମଧ୍ୟ ଅଲଗା ନ ହୁଅନ୍ତୁ। ତେଣୁ ବୈବାହିକ ଜୀବନରେ ଯଦି ସମସ୍ୟା ଆସେ, ତେବେ ପତିପତ୍ନୀ ତରବର ହୋଇ ଛାଡ଼ପତ୍ର ଦେବା ଉଚିତ୍‌ ନୁହେଁ। ଏହା ପରିବର୍ତ୍ତେ, ସେମାନେ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଲାଗୁ କରି ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ ଚେଷ୍ଟା କରିବା ଉଚିତ୍‌।—ମାଥି. ୧୯:୪-୬.

ଅଧ୍ୟୟନ ବାଇବଲ—ମାର୍କ ୧୦:୧୭, ୧୮ ଅଧ୍ୟୟନ ତଥ୍ୟ

ସଦ୍‌ଗୁରୁ: ଏହା ସ୍ପଷ୍ଟ ଯେ ଏହି ଲୋକଟି ଯୀଶୁଙ୍କୁ “ସଦ୍‌ଗୁରୁ” ଉପାଧି ଦେଇ ତାହାଙ୍କୁ କପଟପୂର୍ଣ୍ଣ ପ୍ରଶଂସା କରୁଥିଲା ଏବଂ ଦେଖେଇ ହେଉଥିଲା। ଏପରି ଏଥିପାଇଁ କୁହାଯାଇପାରେ, କାରଣ ଧର୍ମଗୁରୁମାନେ ଦାବି କରୁଥିଲେ ଯେ ଏଭଳି ଉପାଧି ଦେଇ ସେମାନଙ୍କର ସମ୍ମାନ କରାଯାଉ। ଏହା ସତ ଯେ ଯେତେବେଳେ ଲୋକେ ସଠିକ୍‌ ଉଦ୍ଦେଶ୍ୟ ନେଇ ଯୀଶୁଙ୍କୁ “ଗୁରୁ” ଓ “ପ୍ରଭୁ” ବୋଲି ସମ୍ବୋଧନ କରୁଥିଲେ (ଯୋହ ୧୩:୧୩), ସେ ଏହାକୁ ଖଣ୍ଡନ କରୁ ନ ଥିଲେ। କିନ୍ତୁ ଏହି ଘଟଣାରେ ସେ ସମସ୍ତ ଆଦର ଓ ସମ୍ମାନ ନିଜ ପିତାଙ୍କୁ ଦେବା ପାଇଁ କହିଲେ।

ଈଶ୍ୱରଙ୍କ ବିନା ଅନ୍ୟ କେହି ସତ୍‌ ନୁହେଁ: ଏଠାରେ ଯୀଶୁ କହୁଥିଲେ ଯେ ସତ୍‌ ବା ଉତ୍ତମ କʼଣ ଏହାର ମାନଦଣ୍ଡ ସ୍ଥିର କରିବାର ଅଧିକାର କେବଳ ଯିହୋବାଙ୍କର ଅଛି। ସମଗ୍ର ବିଶ୍ୱର ମାଲିକ ହୋଇଥିବାରୁ ଭଲ ଓ ମନ୍ଦ କʼଣ, ଏହା ସ୍ଥିର କରିବାର ଅଧିକାର କେବଳ ଯିହୋବାଙ୍କର ରହିଛି। ସତ୍‌ ଓ ଅସତ୍‌ ଜ୍ଞାନଦାୟକ ବୃକ୍ଷର ଫଳ ଖାଇ ଆଦମ ଓ ହବା ଯିହୋବାଙ୍କ ବିରୁଦ୍ଧରେ ଗଲେ ଏବଂ ଭଲମନ୍ଦ ସ୍ଥିର କରିବାର ଅଧିକାର ନିଜେ ହାତେଇବାକୁ ଚାହିଁଲେ। କିନ୍ତୁ ଯୀଶୁ ସେମାନଙ୍କ ପରି ନ ଥିଲେ, ସେ ନମ୍ର ହୋଇ ଭଲମନ୍ଦ ବିଷୟରେ ମାନଦଣ୍ଡ ସ୍ଥିର କରିବାର ଈଶ୍ୱରଙ୍କର ଅଧିକାରକୁ ନିଜେ ହାତେଇବାକୁ ଚେଷ୍ଟା କଲେ ନାହିଁ। ଈଶ୍ୱର ନିଜ ବାକ୍ୟ ବାଇବଲରେ ଭଲମନ୍ଦ ବିଷୟରେ ମାନଦଣ୍ଡ ସ୍ପଷ୍ଟ ଭାବେ ଆମକୁ ଜଣାଇଛନ୍ତି।—ମାର୍କ ୧୦:୧୯.

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଅଧ୍ୟୟନ ବାଇବଲ—ମାର୍କ ୧୦:୪, ୧୧ ଅଧ୍ୟୟନ ତଥ୍ୟ

ତ୍ୟାଗପତ୍ର: ବ୍ୟବସ୍ଥାରେ ଏକ ନିୟମ ଥିଲା ଯେ ଯଦି କୌଣସି ପୁରୁଷ ନିଜ ପତ୍ନୀକୁ ଛାଡ଼ପତ୍ର ଦେବାକୁ ଚାହେଁ, ତେବେ ତାକୁ ଏକ ଆଇନ ସମ୍ବନ୍ଧୀୟ ଦଲିଲ୍‌ ପ୍ରସ୍ତୁତ କରିବାର ଥିଲା ଏବଂ ହୁଏତ ମୁଖିଆମାନଙ୍କଠାରୁ ପରାମର୍ଶ ନେବାର ଥିଲା। ଅତଏବ, ଏଭଳି ନିୟମ ଯୋଗୁଁ ଏହି ଗମ୍ଭୀର ନିଷ୍ପତ୍ତି ଉପରେ ପୁଣିଥରେ ଚିନ୍ତା କରିବା ପାଇଁ ତାକୁ ସମୟ ମିଳୁଥିଲା। ଏହି ନିୟମ ନିଶ୍ଚିତ ରୂପେ ଇସ୍ରାଏଲୀୟମାନଙ୍କୁ ତରବରରେ ଛାଡ଼ପତ୍ର ଦେବାଠାରୁ ଦୂରେଇ ରଖୁଥିଲା ଏବଂ ସ୍ତ୍ରୀମାନଙ୍କର ଅଧିକାରକୁ ରକ୍ଷା କରୁଥିଲା। (ଦ୍ୱିବି ୨୪:୧) କିନ୍ତୁ, ଯୀଶୁଙ୍କ ସମୟରେ ଧର୍ମଗୁରୁମାନେ ଏପରିକି ଛୋଟ ଛୋଟ କଥାରେ ମଧ୍ୟ ଛାଡ଼ପତ୍ର ଦେବା ପାଇଁ ଅନୁମତି ଦେଉଥିଲେ। ପ୍ରଥମ ଶତାବ୍ଦୀର ଐତିହାସିକ ଜୋସୀଫସ୍‌ ନିଜେ ଜଣେ ଛାଡ଼ପତ୍ର ଦେଇଥିବା ଫାରୂଶୀ ଥିଲେ। ସେ କହିଥିଲେ, ଛାଡ଼ପତ୍ର “ଯେକୌଣସି କାରଣରୁ ଦିଆଯାଇପାରେ (ଏବଂ ପୁରୁଷମାନଙ୍କ ପାଖରେ ଛାଡ଼ପତ୍ର ଦେବାର ଅନେକ କାରଣ ରହିଛି)।”

ଆପଣା ସ୍ତ୍ରୀକି ପରିତ୍ୟାଗ: କିମ୍ବା ନିଜ “ସ୍ତ୍ରୀକୁ ପଠାଇଦେବା।” ମାର୍କଙ୍କ ଅନୁସାରେ, ଯୀଶୁଙ୍କ ଉକ୍ତିକୁ ପଢ଼ିବା ସମୟରେ ଆମକୁ ଲାଗିପାରେ ଯେ ଜଣେ ବ୍ୟକ୍ତି ଯେକୌଣସି କାରଣରୁ ଛାଡ଼ପତ୍ର ଦେଉ ନା କାହିଁକି, ସେ ପୁଣିଥରେ ଅନ୍ୟକୁ ବିବାହ କରିପାରିବ ନାହିଁ। କିନ୍ତୁ ଏହି ପଦକୁ ବୁଝିବା ପାଇଁ ଆମେ ମାଥି ୧୯:୯ ପଦକୁ ଧ୍ୟାନରେ ରଖିବା ବହୁତ ଜରୁରୀ, ଯେଉଁଠାରେ ଯୀଶୁଙ୍କର ସମ୍ପୂର୍ଣ୍ଣ କଥା ଲେଖାଯାଇଛି। ଏହି ପଦରେ ଯୀଶୁ କହିଥିବା ଏକଥା ମଧ୍ୟ ଲିଖିତ ଅଛି: “ବ୍ୟଭିଚାର ଦୋଷ ବିନା ଅନ୍ୟ କାରଣରୁ।” ଏଥିରୁ ଜଣାପଡ଼େ ଯେ ଜଣେ ବ୍ୟକ୍ତି ଯେତେବେଳେ “ବ୍ୟଭିଚାର” (ଗ୍ରୀକ୍‌ ଭାଷାରେ ପୋର୍ନିଆ) ବା ଅନୈତିକ ଯୌନସମ୍ପର୍କ ବ୍ୟତୀତ ଅନ୍ୟ କୌଣସି କାରଣରୁ ଛାଡ଼ପତ୍ର ଦିଏ, ତେବେ ସେ ବ୍ୟଭିଚାରର ଦୋଷୀ ହୋଇଥାଏ।

ତାହା ବିରୁଦ୍ଧରେ ବ୍ୟଭିଚାର କରେ: ରାବ୍‌ବୀମାନେ ଶିଖାଉଥିଲେ ଯେ ଜଣେ ପୁରୁଷ “ଯେକୌଣସି କାରଣରୁ” ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେଇପାରିବ। (ମାଥି ୧୯:୩, ୯) କିନ୍ତୁ ଯୀଶୁ ଏହି ଶିକ୍ଷାକୁ ଭୁଲ୍‌ ବୋଲି କହିଲେ। ଜଣେ ବ୍ୟକ୍ତି ନିଜ ପତ୍ନୀ ବିରୁଦ୍ଧରେ ବ୍ୟଭିଚାର କରିବା ଅଧିକାଂଶ ଯିହୁଦୀମାନଙ୍କ ପାଇଁ ନୂଆ ଥିଲା। କାରଣ ରାବ୍‌ବୀମାନଙ୍କ ଅନୁସାରେ ଜଣେ ପତି ନିଜ ପତ୍ନୀ ବିରୁଦ୍ଧରେ କେବେ ମଧ୍ୟ ବ୍ୟଭିଚାର କରିପାରିବ ନାହିଁ। ସେମାନେ ଶିଖାଉଥିଲେ ଯେ କେବଳ ସ୍ତ୍ରୀ ହିଁ ବ୍ୟଭିଚାର କରିଥାଏ। କିନ୍ତୁ ଏହି ପଦରେ ଯୀଶୁ ଯାହା କହିଥିଲେ, ସେଥିରୁ ଆମେ ଶିଖୁ ଯେ ପତିପତ୍ନୀ ଉଭୟ ପରସ୍ପର ପ୍ରତି ବିଶ୍ୱସ୍ତ ରହିବା ଉଚିତ୍‌। ଏହିପରି ଭାବେ ସେ ସ୍ତ୍ରୀମାନଙ୍କୁ ମର୍ଯ୍ୟାଦା ଦେଲେ ଏବଂ ସମାଜରେ ସେମାନଙ୍କ ସ୍ତରକୁ ଉଚ୍ଚ କଲେ।

୨୧-୨୭ ମେ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାର୍କ ୧୧-୧୨

“ସମସ୍ତଙ୍କ ଅପେକ୍ଷା ସେ ଅଧିକ ପକାଇଛି”

ଅଧ୍ୟୟନ ବାଇବଲ—ମାର୍କ ୧୨:୪୧, ୪୨ ଅଧ୍ୟୟନ ତଥ୍ୟ

ଭଣ୍ଡାର (ଦାନପାତ୍ର, ଇଜି-ଟୁ-ରିଡ୍‌ ଭର୍ସନ): ପ୍ରାଚୀନ ଯିହୁଦୀ ଲେଖାଗୁଡ଼ିକରେ କୁହାଯାଇଛି ଯେ ଏହି ଦାନ ବାକ୍ସ ବା ଦାନପାତ୍ରଗୁଡ଼ିକର ଆକାର ତୂରୀ ଭଳି ଥିଲା। ଏହା ସ୍ପଷ୍ଟ ଯେ ଏଗୁଡ଼ିକର ମୁହଁ ଉପର ଆଡ଼କୁ ଥିଲା ଏବଂ ଛୋଟ ରହୁଥିଲା। ଲୋକେ ସେଠାରେ ନିଜ ନିଜ ଭେଟି ରୂପେ ପ୍ରତ୍ୟେକ ଦାନପାତ୍ରରେ ପଇସା ଦାନ କରୁଥିଲେ। ଏଠାରେ ବ୍ୟବହାର କରାଯାଇଥିବା ଗ୍ରୀକ୍‌ ଶବ୍ଦ ଯୋହ ୮:୨୦ ପଦରେ ମଧ୍ୟ ଅଛି, ଯେଉଁଠାରେ ଏହାକୁ “ଭଣ୍ଡାର” ବୋଲି କୁହାଯାଇଛି। ସମ୍ଭବତଃ, ଏହି ଜାଗା ‘ସ୍ତ୍ରୀମାନଙ୍କର ପ୍ରାଙ୍ଗଣରେ’ ଥିଲା। [ଆପେଣ୍ଡିକ୍ସ ଖ୧୧ (ହିନ୍ଦୀ) ଦେଖନ୍ତୁ।] ରାବ୍‌ବୀମାନଙ୍କର ଲେଖା ଅନୁସାରେ, ସେହି ପ୍ରାଙ୍ଗଣରେ ଥିବା ପ୍ରାଚୀରଗୁଡ଼ିକର ଚାରିପଟେ ୧୩ଟି ଦାନପାତ୍ର ରହୁଥିଲା। ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ମନ୍ଦିରରେ ଏକ ମୁଖ୍ୟ ଭଣ୍ଡାରଗୃହ ମଧ୍ୟ ଥିଲା, ଯେଉଁଠାରେ ଏହି ଦାନପାତ୍ରଗୁଡ଼ିକର ପଇସା ଆଣି ରଖାଯାଉଥିଲା।

ଦୁଇ କ୍ଷୁଦ୍ର ମୁଦ୍ରା: ଶା., “ଦୁଇ ଲେପ୍ଟା।” ଲେପ୍ଟା ଶବ୍ଦ ହେଉଛି ଗ୍ରୀକ୍‌ ଶବ୍ଦ ଲେପ୍ଟୋନ୍‌ର ବହୁବଚନ, ଯାହାର ଅର୍ଥ ଏକ ଛୋଟିଆ ଓ ପତଳା ଜିନିଷ। ୧୨୮ ଲେପ୍ଟା ଏକ ଦିନାର ସହିତ ସମାନ ଥିଲା। ଏହା ସ୍ପଷ୍ଟ ଯେ ଲେପ୍ଟୋନ୍‌ ଇସ୍ରାଏଲ୍‌ରେ ବ୍ୟବହୃତ ହେଉଥିବା ସବୁଠାରୁ ଛୋଟ ତମ୍ବା ବା ବ୍ରୋଞ୍ଜ ମୁଦ୍ରା ଥିଲା।—ଶବ୍ଦାବଳୀ “ଲେପ୍ଟୋନ୍‌” (ହିନ୍ଦୀ) ଏବଂ ଆପେଣ୍ଡିକ୍ସ ଖ୧୪ (ହିନ୍ଦୀ) ଦେଖନ୍ତୁ।

ଏକ ପାହୁଲା ମୂଲ୍ୟର: ଶା., “ଯାହା ଏକ କୋଦ୍ରାନ୍‌ସ ସହିତ ସମାନ ଥିଲା।” ଗ୍ରୀକ୍‌ ଶବ୍ଦ କୋଦ୍ରାଣ୍ଟେସ୍‌ (ଲାଟିନ୍‌ ଶବ୍ଦ କୋଦ୍ରାନ୍‌ସରୁ ଆସିଛି) ତମ୍ବା ବା ବ୍ରୋଞ୍ଜର ଏକ ନିର୍ଦ୍ଦିଷ୍ଟ ମୂଲ୍ୟର ରୋମୀ ମୁଦ୍ରା ଥିଲା ଏବଂ ଏଭଳି ୬୪ କୋଦ୍ରାନ୍‌ସ ମିଶି ଏକ ଦିନାର ହେଉଥିଲା। ଯିହୁଦୀମାନେ ଯେଉଁ ମୁଦ୍ରା ବ୍ୟବହାର କରୁଥିଲେ, ତାʼର ମୂଲ୍ୟ ଜଣାଇବା ପାଇଁ ମାର୍କ ଏଠାରେ ରୋମୀ ମୁଦ୍ରା ବ୍ୟବହାର କରିଥିଲେ।—ଆପେଣ୍ଡିକ୍ସ ଖ୧୪ (ହିନ୍ଦୀ) ଦେଖନ୍ତୁ।

ପ୍ର୯୭-ହି ୧୦/୧୫ ୧୬-୧୭ ¶୧୬-୧୭

ଆପଣ ହୃଦୟର ସହିତ କରିଥିବା ସେବାକୁ ଯିହୋବା ବହୁମୂଲ୍ୟ ମନେ କରନ୍ତି

ଦୁଇ ଦିନ ପରେ, ନୀସନ୍‌ ୧୧ ତାରିଖରେ ଯୀଶୁ ମନ୍ଦିରରେ ପ୍ରାୟ ପୂରା ଦିନ ବିତାଇଲେ, ଯେଉଁଠାରେ ତାହାଙ୍କ ଅଧିକାର ଉପରେ ପ୍ରଶ୍ନ କରାଗଲା ଏବଂ ସେ ଏପରି ଅନେକ କଠିନ ପ୍ରଶ୍ନର ଉତ୍ତର ଦେଇଥିଲେ, ଯେପରି— କର, ପୁନରୁତ୍ଥାନ ଇତ୍ୟାଦି। ସେ ଅନେକଗୁଡ଼ିଏ କଥାକୁ ନେଇ ଶାସ୍ତ୍ରୀ ଓ ଫାରୂଶୀମାନଙ୍କୁ ନିନ୍ଦା କଲେ। ସେମାନେ “ବିଧବାମାନଙ୍କର ଗୃହସବୁ ଗ୍ରାସ” କରୁଥିବାରୁ ମଧ୍ୟ ଯୀଶୁ ସେମାନଙ୍କୁ ନିନ୍ଦା କଲେ। (ମାର୍କ ୧୨:୪୦) ତାʼପରେ, ଯୀଶୁ ସେଠାରେ ବସିଗଲେ। ଏହା ସ୍ପଷ୍ଟ ଯେ ସେହି ଜାଗାଟି ସ୍ତ୍ରୀମାନଙ୍କର ପ୍ରାଙ୍ଗଣ ହିଁ ଥିଲା, ଯେଉଁଠାରେ ଯିହୁଦୀ ପରମ୍ପରା ଅନୁସାରେ ୧୩ଟି ଦାନପାତ୍ର ରଖାଯାଇଥିଲା। ଯୀଶୁ କିଛି ସମୟ ସେଠାରେ ବସି ଧ୍ୟାନର ସହିତ ଲୋକମାନଙ୍କୁ ନିଜ ଦାନ ଦେଉଥିବାର ଦେଖିଲେ। ଅନେକ ଧନୀ ଲୋକ ସେଠାକୁ ଆସିଲେ। କେତେକ ହୁଏତ ଆଡ଼ମ୍ବରପୂର୍ଣ୍ଣ ଭାବେ ସେଠାକୁ ଆସି ନିଜକୁ ଅତି ଧାର୍ମିକ ବୋଲି ଦେଖେଇ ହେଉଥିଲେ। (ମାଥିଉ ୬:୨ ସହିତ ତୁଳନା କରନ୍ତୁ।) ଠିକ୍‌ ସେତିକି ବେଳେ ଯୀଶୁଙ୍କ ଦୃଷ୍ଟି ଏକ ନିର୍ଦ୍ଦିଷ୍ଟ ସ୍ତ୍ରୀ ଉପରେ ଲାଖି ଗଲା। ହୁଏତ ଜଣେ ସାଧାରଣ ବ୍ୟକ୍ତିକୁ ସେହି ସ୍ତ୍ରୀଠାରେ କିମ୍ବା ତାʼ ଦାନରେ କୌଣସି ବିଶେଷତା ଦେଖାଯାଉ ନ ଥିଲା। କିନ୍ତୁ ଯୀଶୁ, ଯିଏ ଅନ୍ୟମାନଙ୍କର ହୃଦୟକୁ ଜାଣିପାରୁଥିଲେ, ସେ ଜାଣିଥିଲେ ଯେ ସେହି ସ୍ତ୍ରୀଟି “ଜଣେ ଦରିଦ୍ର ବିଧବା” ଥିଲା। ସେ ତାʼର ଦାନର ମୂଲ୍ୟ ବିଷୟରେ ମଧ୍ୟ ସଠିକ୍‌ ଭାବେ ଜାଣିଥିଲେ— “ଏକ ପାହୁଲା ମୂଲ୍ୟର ଦୁଇ କ୍ଷୁଦ୍ର ମୁଦ୍ରା।”—ମାର୍କ ୧୨:୪୧, ୪୨.

ଯୀଶୁ ନିଜ ଶିଷ୍ୟମାନଙ୍କୁ ପାଖକୁ ଡାକିଲେ, କାରଣ ସେ ଚାହୁଁଥିଲେ ଯେ ସେ ଯାହା ଶିଖାଇବାକୁ ଯାଉଥିଲେ, ସେମାନେ ସେକଥାକୁ ନିଜ ଆଖିରେ ଦେଖନ୍ତୁ। ଯୀଶୁ କହିଲେ ଯେ ସେହି ସ୍ତ୍ରୀ ଜଣକ “ଭଣ୍ଡାରରେ ମୁଦ୍ରା ପକାଉଥିବା ସମସ୍ତ ଲୋକଙ୍କ ଅପେକ୍ଷା . . . ଅଧିକ ପକାଇଅଛି।” ତାହାଙ୍କ ଅନୁସାରେ ବାକି ସମସ୍ତ ଲୋକ ମିଶି ଯେତେ ପକାଇଥିଲେ, ତାʼଠାରୁ ମଧ୍ୟ ଅଧିକ ସେ ପକାଇଥିଲା। ସେ “ତାହାର ଯାହା କିଛି ଥିଲା” ସେସବୁ ଦେଇଦେଲା— ବାକି ଥିବା ତାʼର ଶେଷ ଦୁଇ ମୁଦ୍ରା ମଧ୍ୟ। ଏପରି କରିବା ଦ୍ୱାରା ସେ ନିଜେ ନିଜକୁ ଯିହୋବାଙ୍କ ସୁରକ୍ଷିତ ହାତରେ ସମର୍ପଣ କରିଦେଲା। ଏହିପରି ଭାବରେ ଯେଉଁ ବ୍ୟକ୍ତିକୁ ଈଶ୍ୱରଙ୍କୁ ଦାନ ଦେବାର ଉଦାହରଣ ରୂପେ ନିଆଗଲା, ସେ ଏପରି ଜଣେ ସ୍ତ୍ରୀ ଥିଲା, ଯାହାର ଦାନର ଭୌତିକ ମୂଲ୍ୟ ଆଦୌ କିଛି ନ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ, ଯିହୋବାଙ୍କ ଦୃଷ୍ଟିରେ ତାହା ବହୁମୂଲ୍ୟ ଥିଲା!—ମାର୍କ ୧୨:୪୩, ୪୪; ଯାକୁବ ୧:୨୭.

ପ୍ର୯୭-ହି ୧୦/୧୫ ୧୭ ¶୧୭

ଆପଣ ହୃଦୟର ସହିତ କରିଥିବା ସେବାକୁ ଯିହୋବା ବହୁମୂଲ୍ୟ ମନେ କରନ୍ତି

ଯୀଶୁ ନିଜ ଶିଷ୍ୟମାନଙ୍କୁ ପାଖକୁ ଡାକିଲେ, କାରଣ ସେ ଚାହୁଁଥିଲେ ଯେ ସେ ଯାହା ଶିଖାଇବାକୁ ଯାଉଥିଲେ, ସେମାନେ ସେକଥାକୁ ନିଜ ଆଖିରେ ଦେଖନ୍ତୁ। ଯୀଶୁ କହିଲେ ଯେ ସେହି ସ୍ତ୍ରୀ ଜଣକ “ଭଣ୍ଡାରରେ ମୁଦ୍ରା ପକାଉଥିବା ସମସ୍ତ ଲୋକଙ୍କ ଅପେକ୍ଷା . . . ଅଧିକ ପକାଇଅଛି।” ତାହାଙ୍କ ଅନୁସାରେ ବାକି ସମସ୍ତ ଲୋକ ମିଶି ଯେତେ ପକାଇଥିଲେ, ତାʼଠାରୁ ମଧ୍ୟ ଅଧିକ ସେ ପକାଇଥିଲା। ସେ “ତାହାର ଯାହା କିଛି ଥିଲା” ସେସବୁ ଦେଇଦେଲା— ବାକି ଥିବା ତାʼର ଶେଷ ଦୁଇ ମୁଦ୍ରା ମଧ୍ୟ। ଏପରି କରିବା ଦ୍ୱାରା ସେ ନିଜେ ନିଜକୁ ଯିହୋବାଙ୍କ ସୁରକ୍ଷିତ ହାତରେ ସମର୍ପଣ କରିଦେଲା। ଏହିପରି ଭାବରେ ଯେଉଁ ବ୍ୟକ୍ତିକୁ ଈଶ୍ୱରଙ୍କୁ ଦାନ ଦେବାର ଉଦାହରଣ ରୂପେ ନିଆଗଲା, ସେ ଏପରି ଜଣେ ସ୍ତ୍ରୀ ଥିଲା, ଯାହାର ଦାନର ଭୌତିକ ମୂଲ୍ୟ ଆଦୌ କିଛି ନ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ, ଯିହୋବାଙ୍କ ଦୃଷ୍ଟିରେ ତାହା ବହୁମୂଲ୍ୟ ଥିଲା!—ମାର୍କ ୧୨:୪୩, ୪୪; ଯାକୁବ ୧:୨୭.

ପ୍ର୮୮-ହି ୧୦/୧ ୨୭ ¶୭

ଆପଣଙ୍କ ଦାନ ଏକ ତ୍ୟାଗ କି?

ଏହି ଘଟଣାରୁ ଆମେ ଅନେକ ବହୁମୂଲ୍ୟ ଶିକ୍ଷା ପାଇପାରିବା। ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ହୁଏତ ଏହା ହୋଇପାରେ— ଆମ ସମସ୍ତଙ୍କ ପାଖରେ ସତ୍ୟ ଉପାସନାକୁ ଭୌତିକ ରୂପେ ସାହାଯ୍ୟ କରିବା ପାଇଁ ବିଭିନ୍ନ ଉପାୟ ରହିଛି ସତ, ତଥାପି ଆମେ ଅତି ସହଜରେ ଯାହା ଦାନ କରୁ ତାହା ନୁହେଁ, ବରଂ ଯେତେବେଳେ ଆମେ ଆମ ମୂଲ୍ୟବାନ ଜିନିଷ ଦେଉ, ତାହା ଈଶ୍ୱରଙ୍କ ଦୃଷ୍ଟିରେ ବହୁମୂଲ୍ୟ। ଅନ୍ୟ ଶବ୍ଦରେ କହିବାକୁ ଗଲେ, ଯଦି ଆମେ ଏପରି କିଛି ଦାନ ଦେଉ, ଯେଉଁଥିରେ ଆମର କିଛି ଯାଏ ଆସେ ନାହିଁ, ତେବେ ଆମର ଦାନ ଏକ ତ୍ୟାଗ କି?

ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ୧୮୫ ¶୧୫

‘ଈଶ୍ୱରଙ୍କ ବାକ୍ୟରେ’ ବୁଦ୍ଧି

ସେଦିନ ମନ୍ଦିରକୁ ଆସିଥିବା ସମସ୍ତ ଲୋକମାନଙ୍କ ମଧ୍ୟରୁ କେବଳ ସେହି ବିଧବା ପ୍ରତି ଧ୍ୟାନ ଦିଆଗଲା ଏବଂ ତାʼ ବିଷୟରେ ବାଇବଲରେ ଲେଖାଗଲା। କʼଣ ଏହା ଉଲ୍ଲେଖନୀୟ ନୁହେଁ? ଏହି ଉଦାହରଣ ସାହାଯ୍ୟରେ ଯିହୋବା ଆମକୁ ଶିଖାନ୍ତି ଯେ ସେ ଆମ ଦାନକୁ ପ୍ରକୃତରେ ପ୍ରଶଂସା କରନ୍ତି। ଅନ୍ୟମାନଙ୍କ ଦାନର ତୁଳନାରେ ଆମର ଦାନ ଯେତେ କମ୍‌ ହେଉ ନା କାହିଁକି, ସେ ସମ୍ପୂର୍ଣ୍ଣ ହୃଦୟର ସହିତ ଦିଆଯାଇଥିବା ଦାନରେ ଖୁସି ହୁଅନ୍ତି। ଏହି ଉଦାହରଣ ଆମକୁ ପ୍ରକୃତରେ ସାନ୍ତ୍ୱନା ଦିଏ। ଆମକୁ ଏତେ ବଡ଼ ସତ୍ୟ ଶିଖାଇବା ପାଇଁ ଯିହୋବାଙ୍କ ପାଖରେ ଏହି ଉଦାହରଣ ଅପେକ୍ଷା ଉତ୍ତମ ଉପାୟ ଆଉ କʼଣ ହୋଇପାରିଥାʼନ୍ତା!

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ଅଧ୍ୟୟନ ବାଇବଲ—ମାର୍କ ୧୧:୧୭ ଅଧ୍ୟୟନ ତଥ୍ୟ

ସମସ୍ତ ଜାତି ନିମନ୍ତେ ପ୍ରାର୍ଥନାଗୃହ: ସୁସମାଚାର ବହିଗୁଡ଼ିକର ତିନି ଜଣ ଲେଖକ ଯିଶା ୫୬:୭ ପଦକୁ ଉଲ୍ଲେଖ କଲେ, କିନ୍ତୁ କେବଳ ମାର୍କ ଏହି ଶବ୍ଦସମୂହକୁ ଲେଖିଲେ: “ସମସ୍ତ ଜାତି [ସବୁ ରାଷ୍ଟ୍ରର ଲୋକ] ନିମନ୍ତେ।” (ମାଥି ୨୧:୧୩; ଲୂକ ୧୯:୪୬) ଯିରୂଶାଲମ ମନ୍ଦିର ନିର୍ମାଣ କରାଯିବାର ଉଦ୍ଦେଶ୍ୟ ଥିଲା— ଉଭୟ ଇସ୍ରାଏଲୀୟ ଓ ଈଶ୍ୱରଙ୍କୁ ଭୟ କରୁଥିବା ବିଦେଶୀ ଲୋକମାନେ ସେଠାକୁ ଆସି ଯିହୋବାଙ୍କ ଉପାସନା କରିପାରନ୍ତେ ଏବଂ ତାହାଙ୍କୁ ପ୍ରାର୍ଥନା କରିପାରନ୍ତେ। (୧ରାଜା ୮:୪୧-୪୩) ଯୀଶୁ ସେହି ଯିହୁଦୀମାନଙ୍କୁ ଯେଉଁ ନିନ୍ଦା କଲେ, ତାହା ସମ୍ପୂର୍ଣ୍ଣ ଠିକ୍‌ ଥିଲା, କାରଣ ସେମାନେ ମନ୍ଦିରରେ ବେପାର କରୁଥିଲେ ଏବଂ ସେମାନେ ଏହାକୁ ଦସ୍ୟୁମାନଙ୍କ ଗହ୍ୱର କରିଦେଇଥିଲେ। ଏହି କାରଣରୁ ସମସ୍ତ ଜାତିର ଲୋକମାନେ ଯିହୋବାଙ୍କ ପ୍ରାର୍ଥନାଗୃହକୁ ଆସୁ ନ ଥିଲେ। ଏହିପରି ଭାବେ ଲୋକେ ଯିହୋବାଙ୍କୁ ଜାଣିବାର ସୁଯୋଗଠାରୁ ବଞ୍ଚିତ ହେଉଥିଲେ।

ଯୀଶୁ ହିଁ ପଥ (ଇଂରାଜୀ) ୨୪୪ ¶୭

ଡିମିର ଗଛ—ବିଶ୍ୱାସ ବିଷୟରେ ଶିକ୍ଷା

କିଛି ସମୟ ପରେ, ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିରୂଶାଲମକୁ ଆସନ୍ତି। ନିଜ ରୀତି ଅନୁସାରେ ଯୀଶୁ ମନ୍ଦିରକୁ ଯାʼନ୍ତି ଏବଂ ଶିଖାଇବାକୁ ଲାଗନ୍ତି। ଏହାର ଠିକ୍‌ ଗୋଟିଏ ଦିନ ପୂର୍ବେ ଯୀଶୁ ମୁଦ୍ରା ବ୍ୟବସାୟୀମାନଙ୍କ ସହିତ ଯାହା କରିଥିଲେ, ହୁଏତ ସେହି କାରଣରୁ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ କହିବାକୁ ଲାଗନ୍ତି: “ତୁମ୍ଭେ କେଉଁ ଅଧିକାରରେ ଏସମସ୍ତ କରୁଅଛ? ଅବା ଏହାସବୁ କରିବାକୁ ତୁମ୍ଭକୁ କିଏ ଏହି ଅଧିକାର ଦେଲା?”—ମାର୍କ ୧୧:୨୮.

୨୮ ମେ–୩ ଜୁନ୍‌

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାର୍କ ୧୩-୧୪

“ମଣିଷ ଭୟର ଫାନ୍ଦରୁ ଦୂରେଇ ରହନ୍ତୁ”

ବିଶ୍ୱାସର ଅନୁକାରୀ (ହିନ୍ଦୀ) ୨୦୦ ¶୧୪

ସେ ପ୍ରଭୁଙ୍କଠାରୁ କ୍ଷମା କରିବା ଶିଖିଲେ

ପିତର ଅତି ସାବଧାନର ସହିତ ଭିଡ଼ର ପଛେ ପଛେ ଯାଉଥିଲେ। ଶେଷରେ ସେ ଯିରୂଶାଲମର ଏକ ବଡ଼ ପ୍ରାସାଦର ଫାଟକ ପାଖରେ ପହଞ୍ଚିଲେ। ଏହି ପ୍ରାସାଦ କୟାଫା ନାମକ ଜଣେ ଧନୀ ଓ କ୍ଷମତାଶାଳୀ ମହାଯାଜକଙ୍କର ଥିଲା। ସାଧାରଣତଃ ଏଭଳି ପ୍ରାସାଦଗୁଡ଼ିକର ମଝିରେ ଏକ ପ୍ରାଙ୍ଗଣ ଏବଂ ସାମନା ପଟେ ଏକ ଫାଟକ ରହୁଥିଲା। ପିତର ଫାଟକ ପାଖକୁ ପହଞ୍ଚିଗଲେ, କିନ୍ତୁ ତାଙ୍କୁ ଭିତରକୁ ଯିବାକୁ ଦିଆଗଲା ନାହିଁ। ଯୋହନ ସେହି ମହାଯାଜକଙ୍କୁ ଜାଣିଥିଲେ, ତେଣୁ ସେ ଆଗରୁ ହିଁ ଭିତରେ ଥିଲେ। ଯୋହନ ଫାଟକରେ ଥିବା ଦ୍ୱାରରକ୍ଷିକାକୁ କହିଲେ ଯେ ପିତରଙ୍କୁ ଭିତରକୁ ଆସିବାକୁ ଦିଆଯାଉ। କିନ୍ତୁ ମନେ ହୁଏ ଯେ ଭିତରକୁ ଆସିବା ପରେ ପିତର ନା ଯୋହନଙ୍କ ସାଙ୍ଗରେ ରହିଲେ, ନା ସେ ପ୍ରାସାଦ ଭିତରେ ଯୀଶୁଙ୍କ ପାଖକୁ ଯିବା ପାଇଁ ଚେଷ୍ଟା କଲେ। ଏହା ପରିବର୍ତ୍ତେ, ସେ ପ୍ରାଙ୍ଗଣରେ ହିଁ ରହିଲେ, ଯେଉଁଠାରେ କିଛି ଦାସ ଓ ସେବକମାନେ ବସି ନିଆଁ ପୁଆଁଉଥିଲେ ଏବଂ ଯୀଶୁଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେଉଥିବା ଲୋକମାନଙ୍କୁ ଭିତରକୁ ଯିବା ଓ ବାହାରିବା ଦେଖୁଥିଲେ।—ମାର୍କ ୧୪:୫୪-୫୭; ଯୋହନ ୧୮:୧୫, ୧୬, ୧୮.

ଇନସାଇଟ୍‌-୨ ୬୧୯ ¶୬

ପିତର

ପିତର ଆଉ ଜଣେ ଶିଷ୍ୟଙ୍କ ସାହାଯ୍ୟରେ ମହାଯାଜକଙ୍କର ପ୍ରାଙ୍ଗଣରେ ପ୍ରବେଶ କଲେ। ଏହି ଶିଷ୍ୟ ହୁଏତ ପିତରଙ୍କ ପଛେ ପଛେ କିମ୍ବା ତାହାଙ୍କ ସହିତ ହିଁ ମହାଯାଜକଙ୍କ ପ୍ରାସାଦ ପର୍ଯ୍ୟନ୍ତ ଯାଇଥିଲେ। (ଯୋହ ୧୮:୧୫, ୧୬) କିନ୍ତୁ ସେଠାରେ ପହଞ୍ଚି ପିତର କୌଣସି କୋଣରେ ଚୁପ୍‌ଚାପ୍‌ ଛିଡ଼ା ହୋଇ ରହିଲେ ନାହିଁ, ବରଂ ଅନ୍ୟମାନଙ୍କ ସହିତ ନିଆଁ ପୁଆଁଇବାକୁ ଲାଗିଲେ। ସେହି ନିଆଁର ଆଲୋକରେ କିଛି ଲୋକମାନେ ତାଙ୍କୁ ଚିହ୍ନି ପକାଇଲେ ଏବଂ ଜାଣିପାରିଲେ ଯେ ସେ ମଧ୍ୟ ଯୀଶୁଙ୍କର ଜଣେ ଶିଷ୍ୟ। ପିତର ଜଣେ ଗାଲିଲୀୟ ହୋଇଥିବାରୁ ତାଙ୍କ ଉଚ୍ଚାରଣ ଶୁଣି ସେମାନଙ୍କ ସନ୍ଦେହ ଆହୁରି ବଢ଼ିଗଲା। ଯେତେବେଳେ ଲୋକେ ତାଙ୍କୁ କହିବାକୁ ଲାଗିଲେ ଯେ ସେ ମଧ୍ୟ ଯୀଶୁଙ୍କ ସହିତ ଥିଲେ, ସେତେବେଳେ ସେ ଯୀଶୁଙ୍କୁ ଜାଣିବାର ତିନି ଥର ଅସ୍ୱୀକାର କଲେ। ଏପରିକି ତୃତୀୟ ଥର ସେ ନିଜ କଥାକୁ ପ୍ରମାଣିତ କରିବା ପାଇଁ ରାଣ ପକାଇ କହିବାକୁ ଲାଗିଲେ ଯେ ଯଦି ସେ ଯୀଶୁଙ୍କୁ ଜାଣିଥିବେ, ତେବେ ତାଙ୍କୁ ଅଭିଶାପ ମିଳୁ। ଠିକ୍‌ ଏତିକି ବେଳେ ଗୋଟେ କୁକୁଡ଼ା କେଉଁଠୁ ଦ୍ୱିତୀୟ ଥର ପାଇଁ ଡାକିଲା। ସେହିକ୍ଷଣି ଯୀଶୁ “ବୁଲିପଡ଼ି ପିତରଙ୍କୁ ଏକଦୃଷ୍ଟିରେ ଚାହିଁଲେ।” ପରେ ପିତର ବାହାରକୁ ଯାଇ ଅତି ବ୍ୟାକୁଳ ହୋଇ କାନ୍ଦିବାକୁ ଲାଗିଲେ। (ମାଥି ୨୬:୬୯-୭୫; ମାର୍କ ୧୪:୬୬-୭୨; ଲୂକ ୨୨:୫୪-୬୨; ଯୋହ ୧୮:୧୭, ୧୮) କିନ୍ତୁ ଯୀଶୁ ପୂର୍ବରୁ ପିତରଙ୍କ ପାଇଁ ଯେଉଁ ପ୍ରାର୍ଥନା କରିଥିଲେ, ତାʼର ଉତ୍ତର ମିଳିଥିଲା ଏବଂ ପିତର ସମ୍ପୂର୍ଣ୍ଣ ରୂପେ ନିଜ ବିଶ୍ୱାସ ହରାଇ ନ ଥିଲେ।—ଲୂକ ୨୨:୩୧, ୩୨.

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ପ୍ର୦୮-ହି ୨/୧୫ ୩୦ ¶୬

ମାର୍କ ବହିର ମୁଖ୍ୟାଂଶ

୧୪:୫୧, ୫୨—‘ଫୁଙ୍ଗା ଦେହରେ ପଳାଇ ଯାଇଥିବା’ ଯୁବା ଜଣକ କିଏ ଥିଲେ? ଏହି ଘଟଣା ବିଷୟରେ ମାର୍କଙ୍କ ବ୍ୟତୀତ ଆଉ କେହି ଲେଖି ନ ଥିଲେ। ତେଣୁ ଏହା କହିବା ସଠିକ୍‌ ହେବ ଯେ ସେ ନିଜ ବିଷୟରେ ହିଁ କହୁଥିଲେ।

ଯୀଶୁ ହିଁ ପଥ (ଇଂରାଜୀ) ୨୮୭ ¶୪

ଯୀଶୁଙ୍କୁ ହାନାନଙ୍କ ସମ୍ମୁଖରେ, ତାʼପରେ କୟାଫାଙ୍କ ସମ୍ମୁଖରେ ଅଣାଗଲା

କୟାଫା ଜାଣିଥିଲେ ଯେ ଯଦି କେହି ନିଜକୁ ଈଶ୍ୱରଙ୍କ ପୁତ୍ର ବୋଲି ଦାବି କରେ, ତେବେ ଯିହୁଦୀମାନେ ଏକଥା ଆଦୌ ପସନ୍ଦ କରୁ ନ ଥିଲେ। କିଛି ସମୟ ପୂର୍ବେ, ଯେତେବେଳେ ଯୀଶୁ ଈଶ୍ୱରଙ୍କୁ ନିଜ ପିତା ବୋଲି କହିଥିଲେ, ଯିହୁଦୀମାନେ ତାହାଙ୍କୁ ଜୀବନରୁ ମାରିଦେବାକୁ ଚାହୁଁଥିଲେ। କାରଣ ସେମାନେ ଦାବି କରୁଥିଲେ ଯେ ଯୀଶୁ “ନିଜକୁ ଈଶ୍ୱରଙ୍କ ସହିତ ସମାନ କରୁଥିଲେ।” (ଯୋହନ ୫:୧୭, ୧୮; ୧୦:୩୧-୩୯) ଏହି କାରଣରୁ କୟାଫା ଅତି ଚତୁରତାର ସହିତ ଯୀଶୁଙ୍କୁ କହନ୍ତି: “ଆମ୍ଭେ ତୁମ୍ଭକୁ ଜୀବନ୍ତ ଈଶ୍ୱରଙ୍କ ନାମରେ ଶପଥ ଦେଉଅଛୁ, ଆମ୍ଭମାନଙ୍କୁ କୁହ, ତୁମ୍ଭେ କି ଈଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ?” (ମାଥିଉ ୨୬:୬୩) ଯୀଶୁ ଆଗରୁ ମଧ୍ୟ ଅନେକ ଥର ନିଜକୁ ଈଶ୍ୱରଙ୍କ ପୁତ୍ର ବୋଲି କହିଛନ୍ତି। (ଯୋହନ ୩:୧୮; ୫:୨୫; ୧୧:୪) ଯଦି ସେ ଆଜି ଚୁପ୍‌ ରହିବେ, ତେବେ ଏହାର ଅର୍ଥ ହେବ ଯେ ସେ ନିଜକୁ ଈଶ୍ୱରଙ୍କ ପୁତ୍ର ଓ ଖ୍ରୀଷ୍ଟ ବୋଲି ଅସ୍ୱୀକାର କରୁଛନ୍ତି। ତେଣୁ ଯୀଶୁ କହିଲେ: “ମୁଁ ସେହି; ପୁଣି, ଆପଣମାନେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ।”—ମାର୍କ ୧୪:୬୨.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ