ଜୁନ୍—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍ସ
୪-୧୦ ଜୁନ୍
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାର୍କ ୧୫-୧୬
“ଯୀଶୁଙ୍କଠାରେ ଭବିଷ୍ୟତବାଣୀ ପୂରଣ ହେଲା”
ଅଧ୍ୟୟନ ବାଇବଲ—ମାର୍କ ୧୫:୨୪, ୨୯ ଅଧ୍ୟୟନ ତଥ୍ୟ
ତାହାଙ୍କ ବସ୍ତ୍ରସବୁ ଆପଣା ଆପଣା ମଧ୍ୟରେ ଭାଗ କରି ନେଲେ: ଯୋହ ୧୯:୨୩, ୨୪ ପଦରେ ଥିବା ବିବରଣୀ ଏବିଷୟରେ ଅଧିକ ତଥ୍ୟ ଦେଇଥାଏ, ଯାହା ମାଥିଉ, ମାର୍କ ଓ ଲୂକ ଉଲ୍ଲେଖ କରି ନ ଥିଲେ: ରୋମୀୟ ସୈନ୍ୟମାନେ ଯୀଶୁଙ୍କର ଉଭୟ ବସ୍ତ୍ର ଓ ଅଙ୍ଗରଖା ପାଇଁ ଗୁଲିବାଣ୍ଟ କଲେ; ସୈନ୍ୟମାନେ ତାହାଙ୍କ “ବସ୍ତ୍ର ଘେନି ଚାରି ଭାଗ କଲେ, ପ୍ରତ୍ୟେକ ସୈନ୍ୟ ପାଇଁ ଏକ ଏକ ଭାଗ”; ସେମାନେ ତାହାଙ୍କ ଅଙ୍ଗରଖାକୁ ନ ଚିରିବା ପାଇଁ ସ୍ଥିର କଲେ, ତେଣୁ ସେମାନେ ତାʼ ପାଇଁ ମଧ୍ୟ ଗୁଲିବାଣ୍ଟ କଲେ; ଖ୍ରୀଷ୍ଟଙ୍କ ବସ୍ତ୍ରର ଏଭଳି ଗୁଲିବାଣ୍ଟ କରିବା ଦ୍ୱାରା ଗୀତ ୨୨:୧୮ ପଦରେ ଯାହା ଲେଖା ହୋଇଛି, ତାହା ପୂରଣ ହେଲା। ସେସମୟରେ ଯେଉଁ ସୈନ୍ୟମାନେ ଅପରାଧୀକୁ କାଠଖୁଣ୍ଟରେ ଚଢ଼ାଉ ଥିଲେ, ସେମାନେ ସାଧାରଣତଃ ଅପରାଧୀର ବସ୍ତ୍ରଗୁଡ଼ିକୁ ନିଜ ପାଖରେ ରଖୁଥିଲେ। ତେଣୁ ଅପରାଧୀକୁ କାଠଖୁଣ୍ଟରେ ଚଢ଼ାଯିବା ପୂର୍ବରୁ ସେମାନେ ତାʼର ବସ୍ତ୍ର ଓ ଅନ୍ୟାନ୍ୟ ଜିନିଷସବୁ କାଢ଼ି ନେଉଥିଲେ। ସେମାନେ ଅପରାଧୀକୁ ଅତ୍ୟଧିକ ଅପମାନିତ କରିବା ପାଇଁ ଏପରି କରୁଥିଲେ।
ଆପଣା ଆପଣା ମୁଣ୍ଡ ହଲାଇ: ବାଟରେ ଯାଉଥିବା ଲୋକମାନଙ୍କ ଏଭଳି ଭଙ୍ଗୀରେ ନିନ୍ଦା କରିବା ସାଧାରଣତଃ ଦେଖାଉଥିଲା ଯେ ସେମାନେ ଯୀଶୁଙ୍କୁ ଅପମାନ, ଘୃଣା କିମ୍ବା ପରିହାସ କରୁଥିଲେ। ଏପରି କରିବା ଦ୍ୱାରା ସେହି ଲୋକମାନେ ଅଜାଣତରେ ଗୀତ ୨୨:୭ ପଦରେ ଥିବା ଭବିଷ୍ୟତବାଣୀକୁ ପୂରଣ କଲେ।
ଅଧ୍ୟୟନ ବାଇବଲ—ମାର୍କ ୧୫:୪୩ ଅଧ୍ୟୟନ ତଥ୍ୟ
ଯୋଷେଫ: ସୁସମାଚାର ବହିର ଲେଖକମାନେ ଭିନ୍ନ ଭିନ୍ନ ପୃଷ୍ଠଭୂମିରୁ ଆସିଥିଲେ ଏବଂ ସେମାନଙ୍କ ବ୍ୟକ୍ତିତ୍ୱ ମଧ୍ୟ ଭିନ୍ନ ଭିନ୍ନ ଥିଲା। ତେଣୁ ସେମାନେ ଯୋଷେଫଙ୍କ ବିଷୟରେ ବ୍ୟକ୍ତିଗତ ଭାବେ ତଥ୍ୟ ଦେଇଥିଲେ। କରଗ୍ରାହୀ ମାଥିଉ ଲେଖିଲେ ଯେ ଯୋଷେଫ “ଜଣେ ଧନୀ ଲୋକ” ଥିଲେ। ମାର୍କ ମୁଖ୍ୟତଃ ରୋମୀୟମାନଙ୍କ ପାଇଁ ଲେଖିଥିବାରୁ ସେ କହିଲେ ଯେ ଯୋଷେଫ “ମହାସଭାର ଜଣେ ସମ୍ଭ୍ରାନ୍ତ ସଭ୍ୟ” ଥିଲେ ଏବଂ ସେ ଈଶ୍ୱରଙ୍କ ରାଜ୍ୟର ଅପେକ୍ଷାରେ ଥିଲେ। ବଇଦ ଲୂକ, ଯିଏ ଜଣେ ଦୟାଳୁ ବ୍ୟକ୍ତି ଥିଲେ, କହିଲେ ଯେ ଯୋଷେଫ “ଜଣେ ଉତ୍ତମ ଓ ଧାର୍ମିକ ଲୋକ” ଥିଲେ, ଯିଏ ଯୀଶୁଙ୍କ ବିରୁଦ୍ଧରେ କରାଯାଇଥିବା ମହାସଭାର ମନ୍ତ୍ରଣାରେ ସହମତ ନ ଥିଲେ। କେବଳ ଯୋହନ ଲେଖିଥିଲେ ଯେ ଯୋଷେଫ “ଯିହୁଦୀମାନଙ୍କ ଭୟରେ ଗୁଯ୍ତ ଭାବରେ [ଶିଷ୍ୟ] ଥିଲେ।”—ମାଥି ୨୭:୫୭-୬୦; ମାର୍କ ୧୫:୪୩-୪୬; ଲୂକ ୨୩:୫୦-୫୩; ଯୋହ ୧୯:୩୮-୪୨.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଅଧ୍ୟୟନ ବାଇବଲ—ମାର୍କ ୧୫:୨୫ ଅଧ୍ୟୟନ ତଥ୍ୟ
ଦିନ ନଅ ଘଣ୍ଟା: କିଛି ଲୋକ ଭାବନ୍ତି ଯେ ଏଠାରେ କୁହାଯାଇଥିବା ସମୟ ଏବଂ ଯୋହ ୧୯:୧୪-୧୬ ପଦରେ କୁହାଯାଇଥିବା ସମୟ ମଧ୍ୟରେ ତଫାତ୍ ରହିଛି। ଯୋହନ ଲେଖିଲେ ଯେ ଯେତେବେଳେ ପୀଲାତ ଯୀଶୁଙ୍କୁ କାଠଖୁଣ୍ଟରେ ଚଢ଼ାଇବା ପାଇଁ ସମର୍ପିତ କଲେ, ସେତେବେଳେ “ସକାଳ ପ୍ରାୟ ଛଅ ଘଣ୍ଟା ହୋଇଥିଲା” ବା “ଦିନର ମଧ୍ୟାହ୍ନ ସମୟ ଥିଲା” (ଇଜୁ-ଟୁ-ରିଡ୍ ଭର୍ସନ)। ଯଦିଓ ଏହି ତଫାତ୍ର କାରଣ ବିଷୟରେ ବାଇବଲରେ ଅଧିକ କିଛି ଦିଆଯାଇ ନାହିଁ, ତଥାପି ଆମେ କିଛି ତଥ୍ୟ ପ୍ରତି ଧ୍ୟାନ ଦେଇପାରିବା: ଯୀଶୁଙ୍କ ମୃତ୍ୟୁ ପୂର୍ବରୁ ଘଟିଥିବା ଘଟଣାବଳୀ ବିଷୟରେ ସୁସମାଚାର ବହିଗୁଡ଼ିକ ସାଧାରଣତଃ ପରସ୍ପର ସହିତ ମେଳ ଖାଏ। ଚାରୋଟି ବହିର ବିବରଣୀରୁ ଜଣାପଡ଼େ ଯେ ସମସ୍ତ ପ୍ରଧାନଯାଜକ ଓ ପ୍ରାଚୀନମାନେ ପ୍ରଭାତ ହେବା ମାତ୍ର ଏକତ୍ରିତ ହେଲେ ଏବଂ ତାʼପରେ ଯୀଶୁଙ୍କୁ ବାନ୍ଧି ରୋମୀୟ ଶାସନକର୍ତ୍ତା ପୀଲାତଙ୍କ ପାଖକୁ ନେଇଗଲେ। (ମାଥି ୨୭:୧, ୨; ମାର୍କ ୧୫:୧; ଲୂକ ୨୨:୬୬–୨୩:୧; ଯୋହ ୧୮:୨୮) ମାଥିଉ, ମାର୍କ ଓ ଲୂକଙ୍କ ବିବରଣୀରୁ ଜଣାପଡ଼େ ଯେ “ବାର ଘଣ୍ଟାଠାରୁ ତିନି ଘଣ୍ଟା ପର୍ଯ୍ୟନ୍ତ” ଦେଶଯାକ ଉପରେ ଅନ୍ଧକାର ଘୋଟିଯାଇଥିଲା ଏବଂ ଏହାର ପୂର୍ବରୁ ଯୀଶୁଙ୍କୁ କାଠଖୁଣ୍ଟରେ ଚଢ଼ାଯାଇଥିଲା। (ମାଥି ୨୭:୪୫, ୪୬; ମାର୍କ ୧୫:୩୩, ୩୪; ଲୂକ ୨୩:୪୪) ଯୀଶୁଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାର ସମୟକୁ ନେଇ ଯେଉଁ ତଫାତ୍ ରହିଛି, ତାʼର ଗୋଟିଏ କାରଣ ହୁଏତ ଏହା ହୋଇପାରେ: କିଛି ଲୋକ ଭାବୁଥିଲେ ଯେ କୋରଡ଼ା ବା ଚାବୁକ୍ ପ୍ରହାର କରାଯିବା କାଠଖୁଣ୍ଟରେ ଚଢ଼ାଇ ମୃତ୍ୟୁଦଣ୍ଡ ଦିଆଯିବାର ଏକ ଭାଗ ଥିଲା। ବେଳେ ବେଳେ ଅପରାଧୀକୁ ଏତେ ନିର୍ମମ ଭାବେ କୋରଡ଼ା ପ୍ରହାର କରାଯାଉଥିଲା ଯେ ତାʼର ସେଠାରେ ହିଁ ମୃତ୍ୟୁ ହୋଇଯାଉଥିଲା। ଯୀଶୁଙ୍କୁ ମଧ୍ୟ ଅତି ନିର୍ଦ୍ଦୟ ଭାବେ କୋରଡ଼ା ପ୍ରହାର କରାଯାଇଥିଲା ଏବଂ ସେ କାଠଖୁଣ୍ଟ ଉଠାଇ ଚାଲିପାରୁ ନ ଥିଲେ। ତେଣୁ ଅନ୍ୟ ଜଣେ ବ୍ୟକ୍ତିକୁ ତାହାଙ୍କର କାଠଖୁଣ୍ଟ ବୋହିବାକୁ ପଡ଼ିଲା। (ଲୂକ ୨୩:୨୬; ଯୋହ ୧୯:୧୭) ଯଦି କୋରଡ଼ା ପ୍ରହାର କରାଯିବାକୁ ମୃତ୍ୟୁଦଣ୍ଡ ଦିଆଯିବାର ଆରମ୍ଭ ବୋଲି ଧରାଯାଉଥିଲା, ତେବେ ଯୀଶୁଙ୍କୁ କାଠଖୁଣ୍ଟରେ କଣ୍ଟା ପିଟାଯିବା ଏବଂ କୋରଡ଼ା ପ୍ରହାର କରାଯିବା ମଧ୍ୟରେ ନିଶ୍ଚୟ କିଛି ସମୟ ବିତିଯାଇଥିବ। ମାଥି ୨୭:୨୬ ଓ ମାର୍କ ୧୫:୧୫ ପଦରୁ ଏହାର ଆହୁରି ପ୍ରମାଣ ମିଳିଥାଏ। ଏହି ପଦଗୁଡ଼ିକରେ କୋରଡ଼ା (ଚାବୁକ୍) ପ୍ରହାର କରାଯିବା ଓ କାଠଖୁଣ୍ଟରେ ଚଢ଼ାଯିବା ଏକାସାଙ୍ଗରେ ଉଲ୍ଲେଖ କରାଯାଇଛି। ତେଣୁ ଭିନ୍ନ ଭିନ୍ନ ଲେଖକ ହୁଏତ ଯୀଶୁଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାର ଭିନ୍ନ ଭିନ୍ନ ସମୟ ଏଥିପାଇଁ ଲେଖିଲେ, କାରଣ ମୃତ୍ୟୁଦଣ୍ଡ ବିଷୟରେ ସେମାନଙ୍କ ଦୃଷ୍ଟିକୋଣ ଭିନ୍ନ ଭିନ୍ନ ଥିଲା। ଏସବୁରୁ ଜଣାପଡ଼େ ଯେ ପୀଲାତ ଯୀଶୁଙ୍କର ମୃତ୍ୟୁର ଖବର ପାଇବା ପରେ କାହିଁକି ଆଶ୍ଚର୍ଯ୍ୟ ହେଲେ। ସେ ଭାବିଲେ ଯେ କାଠଖୁଣ୍ଟରେ ଚଢ଼ାଯିବାର ଏତେ କମ୍ ସମୟ ମଧ୍ୟରେ ଯୀଶୁଙ୍କର କିପରି ମୃତ୍ୟୁ ହୋଇଗଲା। (ମାର୍କ ୧୫:୪୪) ଏହା ଛଡ଼ା, ସେସମୟରେ ରାତି ଭଳି ଦିନକୁ ମଧ୍ୟ ଚାରୋଟି ପହରରେ ବଣ୍ଟାଯାଉଥିଲା ଏବଂ ପ୍ରତି ପହର ତିନି ଘଣ୍ଟାର ହେଉଥିଲା। ବାଇବଲର ଲେଖକମାନେ ଏହା ମୁତାବକ ହିଁ ସମୟ ବିଷୟରେ ଲେଖୁଥିଲେ। ତେଣୁ ବାଇବଲରେ ସାଧାରଣତଃ ସକାଳ ନଅଟା, ଦିନ ବାର ଘଣ୍ଟା ଓ ଅପରାହ୍ନ ତିନି ଘଣ୍ଟାର ଉଲ୍ଲେଖ କରାଯାଇଛି ଏବଂ ଏହି ଘଣ୍ଟାଗୁଡ଼ିକର ହିସାବ ସୂର୍ଯ୍ୟ ଉଦୟ ହେବା ପରେ ପ୍ରାୟ ସକାଳ ୬ଟାରୁ ଆରମ୍ଭ କରାଯାଉଥିଲା। (ମାଥି ୨୦:୧-୫; ଯୋହ ୪:୬; ପ୍ରେରି ୨:୧୫; ୩:୧; ୧୦:୩, ୯, ୩୦) କେବଳ ଏତିକି ନୁହେଁ, ସେସମୟରେ ଲୋକଙ୍କ ପାଖରେ ଘଡ଼ି ମଧ୍ୟ ନ ଥିଲା। ତେଣୁ ଦିନର କୌଣସି ସମୟ କହିବା ସମୟରେ ସାଧାରଣତଃ “ପ୍ରାୟ” ଶବ୍ଦ ବ୍ୟବହାର କରାଯାଉଥିଲା, ଯେପରି ଯୋହ ୧୯:୧୪ ପଦରେ ଲେଖାଅଛି। (ମାଥି ୨୭:୪୬; ଲୂକ ୨୩:୪୪; ଯୋହ ୪:୬; ପ୍ରେରି ୧୦:୩, ୯) ଅତଏବ, ଏସବୁର ସାରାଂଶ ହେଉଛି: କାଠଖୁଣ୍ଟରେ ଚଢ଼ାଯାଇ ମୃତ୍ୟୁଦଣ୍ଡ ଦେବାରେ ମାର୍କ ହୁଏତ କୋରଡ଼ା ପ୍ରହାର କରାଯିବା ମଧ୍ୟ ସାମିଲ୍ କଲେ, କିନ୍ତୁ ଯୋହନ କେବଳ କାଠଖୁଣ୍ଟରେ କଣ୍ଟାପିଟି ହତ୍ୟା କରାଯିବା ବିଷୟରେ ଲେଖିଲେ। ଉଭୟ ଲେଖକ ହୁଏତ ମୋଟାମୋଟି ଭାବେ ଘଣ୍ଟାଗୁଡ଼ିକର ଉଲ୍ଲେଖ କଲେ। ମାର୍କ ଦିନର ପ୍ରଥମ ପହରର ଶେଷ ଘଣ୍ଟା ଅର୍ଥାତ୍ ଦିନ ନଅ ଘଣ୍ଟା ଏବଂ ଯୋହନ ଦ୍ୱିତୀୟ ପହରର ଶେଷ ଘଣ୍ଟା ଅର୍ଥାତ୍ ଛଅ ଘଣ୍ଟା ଉଲ୍ଲେଖ କଲେ। ଯୋହନ ଯେତେବେଳେ ସମୟ ବିଷୟରେ ଲେଖିଲେ, ସେ “ପ୍ରାୟ” ଶବ୍ଦ ମଧ୍ୟ ଲେଖିଲେ। ହୁଏତ ଏଗୁଡ଼ିକ ହିଁ କିଛି କାରଣ ହୋଇପାରେ, ଯାହା ଯୋଗୁଁ ସୁସମାଚାର ବହିଗୁଡ଼ିକରେ ଭିନ୍ନ ଭିନ୍ନ ସମୟ ଲେଖାଯାଇଛି। ବଡ଼ କଥା ହେଲା, ଯୋହନ ଯେଉଁ ସମୟ କହିଲେ ତାହା ମାର୍କଙ୍କ ଦ୍ୱାରା କୁହାଯାଇଥିବା ସମୟଠାରୁ ଭିନ୍ନ ଅଟେ। ଏହା ଦେଖାଏ ଯେ ଯେତେବେଳେ ବହୁ ବର୍ଷ ପରେ ଯୋହନ ସୁସମାଚାର ବହି ଲେଖିଲେ, ସେତେବେଳେ ସେ ମାର୍କଙ୍କ ବିବରଣୀକୁ ନକଲ କଲେ ନାହିଁ।
ଅଧ୍ୟୟନ ବାଇବଲ—ମାର୍କ ୧୬:୮ ଅଧ୍ୟୟନ ତଥ୍ୟ
ଯେଣୁ ସେମାନେ ଭୀତ ହୋଇଥିଲେ: ଆଜି ଉପଲବ୍ଧ ଥିବା ମାର୍କଙ୍କର ସବୁଠାରୁ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ ଅନୁଯାୟୀ ଏହି ସୁସମାଚାର ବହି ୮ଟି ପଦ ପରେ ସମାଯ୍ତ ହୋଇଛି। କିଛି ଲୋକ ଦାବି କରନ୍ତି ଯେ ଏହି ବହିର ଏଭଳି ସମାଯ୍ତି ହୋଇ ନ ପାରେ। କିନ୍ତୁ ଏହି ଦାବି ସଠିକ୍ ନୁହେଁ, କାରଣ କମ୍ ଶବ୍ଦରେ ଲେଖିବା ମାର୍କଙ୍କର ଏକ ଶୈଳୀ ଥିଲା। ଏହା ଛଡ଼ା, ଚତୁର୍ଥ ଶତାବ୍ଦୀର ବିଦ୍ୱାନ୍ ଜେରୋମ୍ ଓ ୟୁସେବିୟସ୍ ମଧ୍ୟ କହିଲେ ଯେ ମାର୍କଙ୍କର ଅସଲ ବହି ଏହି ଶବ୍ଦଗୁଡ଼ିକରେ ଶେଷ ହୁଏ: “ଯେଣୁ ସେମାନେ ଭୀତ ହୋଇଥିଲେ।”
ଏପରି ଅନେକ ଗ୍ରୀକ୍ ପାଣ୍ଡୁଲିପି ଓ ଅନ୍ୟ ଭାଷାଗୁଡ଼ିକର ଅନୁବାଦ ରହିଛି, ଯେଉଁଥିରେ ୮ ପଦ ପରେ ଲମ୍ବା କିମ୍ବା ଛୋଟ ସମାଯ୍ତି ଦିଆଯାଇଛି। ଲମ୍ବା ସମାଯ୍ତି (ଯେଉଁଥିରେ ଆହୁରି ୧୨ଟି ପଦ ଅଛି) ପଞ୍ଚମ ଶତାବ୍ଦୀର ଏହି ପାଣ୍ଡୁଲିପିଗୁଡ଼ିକରେ ମିଳେ: କୋଡେକ୍ସ ଆଲେକ୍ଜାଣ୍ଡ୍ରିନସ୍, କୋଡେକ୍ସ ଏଫ୍ରିମୀ ସିରି ରିସ୍କ୍ରିପ୍ଟସ୍ ଓ କୋଡେକ୍ସ ବେଜି କେଣ୍ଟାବ୍ରିଜିଏନ୍ସିସ୍। ଏହି ସମାଯ୍ତି ଲାଟିନ୍ ଭାଷାର ଭଲ୍ଗେଟ୍, କ୍ୟୁରେଟୋନିଆନ୍ ସିରିଆକ୍ ଓ ସିରିଆକ୍ ପେଶିଟାରେ ମଧ୍ୟ ମିଳିଥାଏ। କିନ୍ତୁ ଏହି ସମାଯ୍ତି ଅନ୍ୟ କିଛି ପାଣ୍ଡୁଲିପିରେ ମିଳେ ନାହିଁ। ଯେପରି– ଚତୁର୍ଥ ଶତାବ୍ଦୀର ଦୁଇଟି ପାଣ୍ଡୁଲିପି କୋଡେକ୍ସ ସାଇନାଇଟିକସ୍ ଓ କୋଡେକ୍ସ ଭାଟିକାନସ୍, ଚତୁର୍ଥ କିମ୍ବା ପଞ୍ଚମ ଶତାବ୍ଦୀର ପାଣ୍ଡୁଲିପି କୋଡେକ୍ସ ସାଇନାଇଟିକସ୍ ସିରିଆକସ୍ ଏବଂ ପ୍ରାଚୀନ ସାହିଡିକ୍ କୋପ୍ଟିକ୍ ଭାଷାରେ ଲେଖାଯାଇଥିବା ମାର୍କଙ୍କ ପଞ୍ଚମ ଶତାବ୍ଦୀର ପାଣ୍ଡୁଲିପି। ଠିକ୍ ସେହିପରି, ଆର୍ମେନିଆନ୍ ଓ ଜର୍ଜିଆନ୍ ଭାଷାରେ ମାର୍କଙ୍କ ସବୁଠାରୁ ପ୍ରାଚୀନ ପାଣ୍ଡୁଲିପି ମଧ୍ୟ ୮ ପଦରେ ହିଁ ଶେଷ ହୁଏ।
ପରବର୍ତ୍ତୀ ସମୟର କିଛି ଗ୍ରୀକ୍ ପାଣ୍ଡୁଲିପି ଓ ଅନ୍ୟ ଭାଷାର ଅନୁବାଦଗୁଡ଼ିକରେ ଛୋଟ ସମାଯ୍ତି (ଯେଉଁଥିରେ ଆହୁରି ପ୍ରାୟ ଦୁଇଟି ବାକ୍ୟ ଲେଖା ଅଛି) ଦିଆଯାଇଛି। ଅଷ୍ଟମ ଶତାବ୍ଦୀର ପାଣ୍ଡୁଲିପି କୋଡେକ୍ସ ରେଜିଅସ୍ରେ ଉଭୟ ସମାଯ୍ତି ଦିଆଯାଇଛି: ପ୍ରଥମେ ଛୋଟ ସମାଯ୍ତି ଏବଂ ପରେ ଲମ୍ବା ସମାଯ୍ତି। ପ୍ରତ୍ୟେକ ସମାଯ୍ତିର ଆରମ୍ଭରେ ଏକ ଟିପ୍ପଣୀ ଦିଆଯାଇଛି, ଯେଉଁଥିରେ ଲେଖା ଅଛି ଯେ ଏହି ତଥ୍ୟକୁ ଅଷ୍ଟମ ଶତାବ୍ଦୀର କିଛି ବିଶେଷଜ୍ଞମାନେ ସ୍ୱୀକାର କରୁଥିଲେ। ତଥାପି ପ୍ରମାଣଗୁଡ଼ିକରୁ ଜଣାପଡ଼େ ଯେ କୋଡେକ୍ସ ରେଜିଅସ୍ରେ ଏହି ଉଭୟ ସମାଯ୍ତିକୁ ବିଶ୍ୱାସଯୋଗ୍ୟ ବୋଲି ସ୍ୱୀକାର କରାଯାଇ ନାହିଁ।
ଛୋଟ ସମାଯ୍ତି
ମାର୍କ ୧୬:୮ ପଦ ପରେ ଦିଆଯାଇଥିବା ଛୋଟ ସମାଯ୍ତି ଈଶ୍ୱରଙ୍କ ପ୍ରେରଣା ଦ୍ୱାରା ଲେଖାଯାଇଥିବା ଶାସ୍ତ୍ରର ଭାଗ ନୁହେଁ। ଏଥିରେ ଲେଖା ଅଛି:
କିନ୍ତୁ ଯେଉଁସବୁ ବିଷୟରେ ସେମାନଙ୍କୁ ଆଜ୍ଞା ଦିଆଯାଇଥିଲା, ସେସବୁକୁ ସେମାନେ ସଂକ୍ଷେପରେ ପିତରଙ୍କ ଆଖପାଖରେ ଥିବା ଲୋକମାନଙ୍କୁ ଜଣାଇଲେ। ଏହା ବ୍ୟତୀତ, ଏସବୁ ଘଟିବା ପରେ ଯୀଶୁ ନିଜେ ସେମାନଙ୍କ ଜରିଆରେ ଅନନ୍ତକାଳୀନ ଉଦ୍ଧାରର ପବିତ୍ର ଓ ଅକ୍ଷୟ ସୁସମାଚାର ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଘୋଷଣା କରାଇଲେ।
ଲମ୍ବା ସମାଯ୍ତି
ମାର୍କ ୧୬:୮ ପଦ ପରେ ଦିଆଯାଇଥିବା ଲମ୍ବା ସମାଯ୍ତି ଈଶ୍ୱରଙ୍କ ପ୍ରେରଣା ଦ୍ୱାରା ଲେଖାଯାଇଥିବା ଶାସ୍ତ୍ରର ଭାଗ ନୁହେଁ। ଏଥିରେ ଲେଖା ଅଛି:
[ସଯ୍ତାହର ପ୍ରଥମ ଦିବସ ପ୍ରତ୍ୟୁଷରେ ସେ ପୁନରୁତ୍ଥାନ କରି, ଯାହାଙ୍କଠାରୁ ସାତ ଭୂତ ଛଡ଼ାଇଥିଲେ, ସେହି ମଗ୍ଦଲୀନୀ ମରୀୟମଙ୍କୁ ପ୍ରଥମରେ ଦର୍ଶନ ଦେଲେ]। ୧୦ ସେ ଯାଇ, ଯେଉଁମାନେ ତାହାଙ୍କ ସଙ୍ଗୀ ହୋଇଥିଲେ, ସେମାନଙ୍କୁ ସମ୍ବାଦ ଦେଲେ; ସେମାନେ ଶୋକ ଓ ରୋଦନ କରୁଥିଲେ। ୧୧ ସେ ଯେ ଜୀବିତ ଅଟନ୍ତି ଓ ତାଙ୍କୁ ଦର୍ଶନ ଦେଇଅଛନ୍ତି, ଏହା ଶୁଣି ସେମାନେ ବିଶ୍ୱାସ କଲେ ନାହିଁ। ୧୨ ଏହି ସମସ୍ତ ଘଟଣା ଉତ୍ତାରେ ସେମାନଙ୍କ ମଧ୍ୟରୁ ଦୁଇଜଣ ଗୋଟିଏ ପଲ୍ଲୀଗ୍ରାମକୁ ଯାଉଥିବା ସମୟରେ ସେ ଅନ୍ୟ ରୂପରେ ସେମାନଙ୍କୁ ଦର୍ଶନ ଦେଲେ, ୧୩ ପୁଣି ସେମାନେ ଯାଇ ଅନ୍ୟମାନଙ୍କୁ ସମ୍ବାଦ ଦେଲେ; କିନ୍ତୁ ସେମାନଙ୍କ କଥା ସୁଦ୍ଧା ସେମାନେ ବିଶ୍ୱାସ କଲେ ନାହିଁ। ୧୪ ଏଥିଉତ୍ତାରେ ଏକାଦଶ ଶିଷ୍ୟ ଭୋଜନରେ ବସିଥିବା ସମୟରେ ସେ ସେମାନଙ୍କୁ ଦର୍ଶନ ଦେଲେ ଏବଂ ସେମାନଙ୍କର ଅବିଶ୍ୱାସ ଓ ହୃଦୟର କଠିନତା ହେତୁ ସେମାନଙ୍କୁ ଅନୁଯୋଗ କଲେ, କାରଣ ଯେଉଁମାନେ ତାହାଙ୍କୁ ପୁନରୁତ୍ଥିତ ଦେଖିଥିଲେ, ସେମାନଙ୍କ କଥା ସେମାନେ ବିଶ୍ୱାସ କରି ନ ଥିଲେ। ୧୫ ପୁଣି, ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବଜାତି ନିକଟରେ ସୁସମାଚାର ଘୋଷଣା କର। ୧୬ ଯେ ବିଶ୍ୱାସ କରି ବାଯ୍ତିଜିତ ହୁଏ, ସେ ପରିତ୍ରାଣ ପାଇବ; କିନ୍ତୁ ଯେ ଅବିଶ୍ୱାସ କରେ, ସେ ଦଣ୍ଡାଜ୍ଞା ପାଇବ। ୧୭ ଆଉ, ବିଶ୍ୱାସୀମାନଙ୍କର ଏହିସବୁ ଚିହ୍ନ ଅନୁବର୍ତ୍ତୀ ହେବ, ସେମାନେ ମୋʼ ନାମରେ ଭୂତ ଛଡ଼ାଇବେ, ନୂତନ ନୂତନ ଭାଷାରେ କଥା କହିବେ, ୧୮ ହସ୍ତରେ ସର୍ପ ଧରିବେ, ପୁଣି ପ୍ରାଣନାଶକ କୌଣସି ପଦାର୍ଥ ପାନ କଲେ ସେମାନଙ୍କର କିଛି କ୍ଷତି ହେବ ନାହିଁ; ସେମାନେ ପୀଡ଼ିତମାନଙ୍କ ଉପରେ ହସ୍ତ ଥୋଇଲେ ସେମାନେ ସୁସ୍ଥ ହେବେ। ୧୯ ଏହିରୂପେ ପ୍ରଭୁ ଯୀଶୁ ସେମାନଙ୍କୁ କଥା କହିବା ପରେ ସ୍ୱର୍ଗରେ ଗୃହୀତ ହୋଇ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ବସିଲେ। ୨୦ କିନ୍ତୁ ସେମାନେ ପ୍ରସ୍ଥାନ କରି ସର୍ବତ୍ର ପ୍ରଚାର କଲେ, ଆଉ ପ୍ରଭୁ ସେମାନଙ୍କର ସହକର୍ମୀ ହୋଇ ଅନୁବର୍ତ୍ତୀ ଚିହ୍ନଗୁଡ଼ିକ ଦ୍ୱାରା ସେହି ବାକ୍ୟ ପ୍ରମାଣସିଦ୍ଧ କଲେ।
୧୧-୧୭ ଜୁନ୍
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଲୂକ ୧
“ମରୀୟମଙ୍କ ଭଳି ନମ୍ର ହୁଅନ୍ତୁ”
ବିଶ୍ୱାସର ଅନୁକାରୀ (ହିନ୍ଦୀ) ୧୪୯ ¶୧୨
‘ଦେଖନ୍ତୁ, ମୁଁ ଯିହୋବାଙ୍କ ଦାସୀ’
ସେ ଗାବ୍ରିଏଲ ଦୂତଙ୍କୁ କହିଲେ, “ଦେଖନ୍ତୁ, ମୁଁ ପ୍ରଭୁଙ୍କ ଦାସୀ; ଆପଣଙ୍କ ବାକ୍ୟାନୁସାରେ ମୋʼ ପ୍ରତି ଘଟୁ।” (ଲୂକ ୧:୩୮) ଏଥିରୁ ଜଣାପଡ଼େ ଯେ ସେ କେତେ ନମ୍ର ଥିଲେ ଏବଂ ଆଜ୍ଞା ପାଳନ କରିବା ପାଇଁ କିପରି ପ୍ରସ୍ତୁତ ଥିଲେ! ମରୀୟମଙ୍କର ଏହି ଉକ୍ତି ଆଜି ପର୍ଯ୍ୟନ୍ତ ବିଶ୍ୱସ୍ତ ସେବକମାନଙ୍କ ହୃଦୟରେ ପ୍ରତିଧ୍ୱନିତ ହୋଇଥାଏ। ଧ୍ୟାନ ଦିଅନ୍ତୁ ଯେ ସେ ନିଜକୁ ଯିହୋବାଙ୍କ ଦାସୀ ବୋଲି କହିଲେ। ପ୍ରାଚୀନ ସମୟରେ ସେବକମାନଙ୍କ ମଧ୍ୟରେ ସବୁଠାରୁ ନୀଚ ସ୍ତରରେ ଦାସୀମାନେ ଥିଲେ, ଯେଉଁମାନେ ସାରା ଜୀବନ ନିଜ ମାଲିକଙ୍କ ଉପରେ ନିର୍ଭର ରହୁଥିଲେ। ମରୀୟମ ନିଜ ମାଲିକ ଯିହୋବାଙ୍କ ବିଷୟରେ ମଧ୍ୟ ଏପରି ହିଁ ଭାବୁଥିଲେ। ତାଙ୍କର ସମ୍ପୂର୍ଣ୍ଣ ଭରସା ଥିଲା ଯେ ଯିହୋବା ତାଙ୍କୁ ସମ୍ଭାଳିବେ, କାରଣ ଯେଉଁମାନେ ଯିହୋବାଙ୍କର ବିଶ୍ୱସ୍ତ ରହନ୍ତି ସେମାନଙ୍କ ପ୍ରତି ଯିହୋବା ମଧ୍ୟ ବିଶ୍ୱସ୍ତ ରହିଥାʼନ୍ତି। (ଗୀତ. ୧୮:୨୫) ମରୀୟମଙ୍କର ଦୃଢ଼ ବିଶ୍ୱାସ ଥିଲା ଯେ ଯଦି ସେ ହୃଦୟର ସହିତ ଏହି ସମସ୍ୟାପୂର୍ଣ୍ଣ ଦାୟିତ୍ୱକୁ ତୁଲାଇବେ, ତେବେ ଯିହୋବା ତାଙ୍କୁ ନିଶ୍ଚୟ ଆଶିଷ ଦେବେ।
ବିଶ୍ୱାସର ଅନୁକାରୀ (ହିନ୍ଦୀ) ୧୫୧ ¶୧୫-୧୬
‘ଦେଖନ୍ତୁ, ମୁଁ ଯିହୋବାଙ୍କ ଦାସୀ’
ଏହାପରେ ମରୀୟମ ଯାହା କହିଲେ, ତାହା ଈଶ୍ୱରଙ୍କ ବାକ୍ୟରେ ଲେଖାଯାଇଛି। (ଲୂକ ୧:୪୬-୫୫ ପଢ଼ନ୍ତୁ।) ସେ କହିଥିବା ଯେଉଁସବୁ ଶବ୍ଦକୁ ବାଇବଲରେ ଲେଖାଯାଇଛି, ସେମଧ୍ୟରୁ ସବୁଠୁ ବେଶୀ ଏହି ପଦଗୁଡ଼ିକରେ ମିଳିଥାଏ। ଏଥିରୁ ଆମେ ମରୀୟମଙ୍କ ବିଷୟରେ ବହୁତ କିଛି ଜାଣିପାରିବା। ଯିହୋବା ତାଙ୍କୁ ଖ୍ରୀଷ୍ଟଙ୍କର ମାଆ ହେବାର ସମ୍ମାନ ଦେଇଥିବାରୁ ସେ ତାହାଙ୍କର ମହିମା କଲେ ଏବଂ ତାହାଙ୍କ ପ୍ରତି ନିଜର କୃତଜ୍ଞତା ଦେଖାଇଲେ। ଏହି ପଦଗୁଡ଼ିକରୁ ଏହା ମଧ୍ୟ ଜଣାପଡ଼େ ଯେ ମରୀୟମଙ୍କର ଈଶ୍ୱରଙ୍କ ଉପରେ ଗଭୀର ବିଶ୍ୱାସ ଥିଲା। କାରଣ ସେ କହିଲେ ଯେ ଯିହୋବା ଅହଙ୍କାରୀ ଓ ପରାକ୍ରମୀ ଲୋକମାନଙ୍କୁ ଅପଦସ୍ଥ କରନ୍ତି ଏବଂ ଯେଉଁ ନମ୍ର ଓ ଦୀନହୀନ ଲୋକମାନେ ତାହାଙ୍କ ସେବା କରିବାକୁ ଚାହାନ୍ତି, ସେମାନଙ୍କୁ ସେ ସାହାଯ୍ୟ କରିଥାʼନ୍ତି। ମରୀୟମଙ୍କ କଥାରୁ ଆମେ ଅନୁମାନ କରିପାରିବା ଯେ ତାଙ୍କଠାରେ ଶାସ୍ତ୍ରର କେତେ ଜ୍ଞାନ ଥିଲା। ସମ୍ଭବତଃ, ସେ ଏହି ପଦଗୁଡ଼ିକରେ ଏବ୍ରୀ ଶାସ୍ତ୍ରର ୨୦ରୁ ମଧ୍ୟ ଅଧିକ ପଦ ଉଲ୍ଲେଖ କରିଥିଲେ।
ଏହା ସ୍ପଷ୍ଟ ଯେ ମରୀୟମ ଈଶ୍ୱରଙ୍କ ବାକ୍ୟ ଉପରେ ଗଭୀର ଭାବେ ଚିନନ୍ତ କରୁଥିଲେ। ସେ ନିଜ ମନର ବିଚାର କହିବା ପରିବର୍ତ୍ତେ ନମ୍ରତାର ସହିତ ଶାସ୍ତ୍ରରେ ଲେଖାଯାଇଥିବା କଥାସବୁ ଉଲ୍ଲେଖ କଲେ। ପରେ ତାଙ୍କ ଗର୍ଭରେ ଥିବା ପୁତ୍ର ମଧ୍ୟ ତାଙ୍କ ଭଳି ନମ୍ର ହୁଅନ୍ତେ ଏବଂ କହନ୍ତେ, “ମୋହର ଶିକ୍ଷା ମୋʼ ନିଜର ନୁହେଁ, କିନ୍ତୁ ମୋʼ ପ୍ରେରଣକର୍ତ୍ତାଙ୍କର।” (ଯୋହ. ୭:୧୬) ଆମେ ନିଜକୁ ପ୍ରଶ୍ନ କରିବା ଉଚିତ୍: କʼଣ ମୁଁ ଈଶ୍ୱରଙ୍କ ବାକ୍ୟ ପ୍ରତି ଏପରି ଶ୍ରଦ୍ଧା ଓ ଆଦର ଦେଖାଏ, ନା ମୁଁ ନିଜ ବିଚାରଗୁଡ଼ିକୁ ପସନ୍ଦ କରେ? ଏକ୍ଷେତ୍ରରେ ମରୀୟମଙ୍କ ମନୋଭାବ ବିଲ୍କୁଲ୍ ସଠିକ୍ ଥିଲା।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୦୮-ହି ୩/୧୫ ୩୦ ¶୫
ଲୂକ ବହିର ମୁଖ୍ୟାଂଶ
୧:୩୫—ମରୀୟମଙ୍କ ଗର୍ଭଧାରଣରେ ତାଙ୍କ ଡିମ୍ବାଣୁର କୌଣସି ଭୂମିକା ଥିଲା କି? ଯଦି ମରୀୟମଙ୍କ ପୁତ୍ରଙ୍କୁ ନିଜ ପୂର୍ବପୁରୁଷ ଅବ୍ରହାମ, ଯିହୁଦା ଓ ଦାଉଦଙ୍କ ପ୍ରକୃତ ଉତ୍ତରାଧିକାରୀ ହେବାର ଥିଲା, ଠିକ୍ ଯେପରି ଈଶ୍ୱର ପ୍ରତିଜ୍ଞା କରିଥିଲେ, ତେବେ ମରୀୟମଙ୍କ ଗର୍ଭଧାରଣରେ ତାଙ୍କ ଡିମ୍ବାଣୁକୁ ଏକ ମୁଖ୍ୟ ଭୂମିକା ତୁଲାଇବାର ଥିଲା। (ଆଦି. ୨୨:୧୫, ୧୮; ୪୯:୧୦; ୨ ଶାମୁ. ୭:୮, ୧୬) କିନ୍ତୁ ଯିହୋବାଙ୍କ ପବିତ୍ର ଆତ୍ମା ତାହାଙ୍କ ପୁତ୍ରଙ୍କର ସିଦ୍ଧ ଜୀବନକୁ ମରୀୟମଙ୍କ ଗର୍ଭରେ ସ୍ଥାନାନ୍ତରିତ କରିବାରେ ଏବଂ ମରୀୟମଙ୍କ ଗର୍ଭବତୀ ହେବାରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଲା। (ମାଥି. ୧:୧୮) ଏପରି ଜଣାପଡ଼େ ଯେ ପବିତ୍ର ଆତ୍ମା ମରୀୟମଙ୍କ ଡିମ୍ବାଣୁରେ ଥିବା ଅସିଦ୍ଧତାକୁ ରଦ୍ଦ କରିଦେଲା ଏବଂ ଗର୍ଭରେ ଥିବା ଯୀଶୁଙ୍କୁ ପ୍ରତ୍ୟେକ ଅସିଦ୍ଧତାଠାରୁ ଦୂରେଇ ରଖିଲା।
ଅଧ୍ୟୟନ ବାଇବଲ—ଲୂକ ୧:୬୯ ଅଧ୍ୟୟନ ତଥ୍ୟ
ପରିତ୍ରାଣର ଶୃଙ୍ଗ: ଅର୍ଥାତ୍ ଶକ୍ତିଶାଳୀ ଉଦ୍ଧାରକର୍ତ୍ତା। ବାଇବଲରେ ପଶୁମାନଙ୍କର ଶୃଙ୍ଗ ବା ଶିଙ୍ଗ ସାଧାରଣତଃ ଶକ୍ତି, ବିଜୟ ଓ ବିଜୟଧାରାକୁ ଦର୍ଶାଏ। (୧ଶାମୁ ୨:୧; ଗୀତ ୭୫:୪, ୫, ୧୦; ୧୪୮:୧୪) ଏହା ସହିତ, ଉଭୟ ଧାର୍ମିକ ଓ ଦୁଷ୍ଟ ଶାସକ ତଥା ସେମାନଙ୍କ ରାଜବଂଶକୁ ଲାକ୍ଷଣିକ ଭାବେ ଶୃଙ୍ଗ ଦ୍ୱାରା ଦର୍ଶାଯାଇଛି ଏବଂ ସେମାନଙ୍କ ବିଜୟଧାରାକୁ ଶୃଙ୍ଗ ବଢ଼ିବା ସହିତ ମଧ୍ୟ ତୁଳନା କରାଯାଇଛି। (ଦ୍ୱିବି ୩୩:୧୭; ଦାନି ୭:୨୪; ୮:୨-୧୦, ୨୦-୨୪) ଏହି ସନ୍ଦର୍ଭରେ “ପରିତ୍ରାଣର ଶୃଙ୍ଗ” ଶକ୍ତିଶାଳୀ ଉଦ୍ଧାରକର୍ତ୍ତା ଖ୍ରୀଷ୍ଟଙ୍କୁ ଦର୍ଶାଏ, ଯାହାଙ୍କ ପାଖରେ ଉଦ୍ଧାର କରିବାର ସାମର୍ଥ୍ୟ ରହିଛି।
୧୮-୨୪ ଜୁନ୍
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଲୂକ ୨-୩
“ପିଲାମାନେ, ଆପଣ ଯିହୋବାଙ୍କ ସହିତ ନିଜ ସମ୍ପର୍କକୁ ଦୃଢ଼ କରୁଛନ୍ତି କି?”
ଅଧ୍ୟୟନ ବାଇବଲ—ଲୂକ ୨:୪୧ ଅଧ୍ୟୟନ ତଥ୍ୟ
ତାହାଙ୍କ ପିତାମାତା ପ୍ରତିବର୍ଷ . . . ଯାଉଥିଲେ: ବ୍ୟବସ୍ଥାରେ ଏହା କୁହାଯାଇ ନ ଥିଲା ଯେ ସ୍ତ୍ରୀମାନେ ମଧ୍ୟ ନିସ୍ତାର ପର୍ବ ପାଳନ କରିବା ପାଇଁ ଯିରୂଶାଲମକୁ ଯାଆନ୍ତୁ। ତଥାପି ମରୀୟମ ପ୍ରତିବର୍ଷ ଯୋଷେଫଙ୍କ ସହିତ ଏହି ପର୍ବ ପାଳନ କରିବା ପାଇଁ ଯିରୂଶାଲମକୁ ଯାଉଥିଲେ। (ଯାତ୍ରା ୨୩:୧୭; ୩୪:୨୩) ଯଦିଓ ସେମାନଙ୍କ ପରିବାର ବଢ଼ି ଚାଲିଥିଲା, ତଥାପି ସେମାନେ ପ୍ରତିବର୍ଷ ଯିରୂଶାଲମକୁ ଯିବା ଓ ଆସିବାରେ ପ୍ରାୟ ୩୦୦ କି.ମି. (୧୯୦ ମାଇଲ୍) ବାଟ ଯାତ୍ରା କରୁଥିଲେ।
ଅଧ୍ୟୟନ ବାଇବଲ—ଲୂକ ୨:୪୬, ୪୭ ଅଧ୍ୟୟନ ତଥ୍ୟ
ସେମାନଙ୍କୁ ପ୍ରଶ୍ନ ପଚାରୁଥିଲେ: ଯୀଶୁଙ୍କୁ ଶୁଣୁଥିବା ଲୋକମାନେ ଯେଭଳି ପ୍ରତିକ୍ରିୟା ଦେଖାଇଲେ, ସେଥିରୁ ଜଣାପଡ଼େ ଯେ ତାହାଙ୍କ ପ୍ରଶ୍ନ ପିଲାଙ୍କ ପ୍ରଶ୍ନ ଭଳି ନ ଥିଲା, ଯେଉଁମାନେ ସାମାନ୍ୟ କିଛି ଜାଣିବା ପାଇଁ ପଚାରିଥାʼନ୍ତି। (ଲୂକ ୨:୪୭) ଯେଉଁ ଗ୍ରୀକ୍ ଶବ୍ଦର ଅନୁବାଦ “ପ୍ରଶ୍ନ ପଚାରୁଥିଲେ” ବୋଲି କରାଯାଇଛି, ତାʼର ଅର୍ଥ କେତେକ ସନ୍ଦର୍ଭରେ ଅଦାଲତରେ କରାଯାଉଥିବା ପ୍ରଶ୍ନ-ଉତ୍ତର ମଧ୍ୟ ହୋଇପାରେ। (ମାଥି ୨୭:୧୧; ମାର୍କ ୧୪:୬୦, ୬୧; ୧୫:୨, ୪; ପ୍ରେରି ୫:୨୭) ଐତିହାସିକମାନେ କହନ୍ତି ଯେ ସାଧାରଣତଃ ବଡ଼ ବଡ଼ ଧର୍ମଗୁରୁମାନେ ପର୍ବଗୁଡ଼ିକ ପରେ ମଧ୍ୟ ମନ୍ଦିରରେ କିଛି ଦିନ ରହୁଥିଲେ ଏବଂ କୌଣସି ଖୋଲା ବରଣ୍ଡାରେ ଶିଖାଉଥିଲେ। ଲୋକମାନେ ଏଭଳି ଗୁରୁମାନଙ୍କର ପାଦ ତଳେ ବସି ସେମାନଙ୍କ କଥା ଶୁଣୁଥିଲେ ଏବଂ ସେମାନଙ୍କୁ ପ୍ରଶ୍ନ ପଚାରୁଥିଲେ।
ଆଚମ୍ବିତ ହେଉଥିଲେ: ଏଠାରେ “ଆଚମ୍ବିତ ହେବା” ଶବ୍ଦସମୂହ ପାଇଁ ବ୍ୟବହୃତ ହୋଇଥିବା ଗ୍ରୀକ୍ କ୍ରିୟା ଯେଭଳି ଭାବେ ବ୍ୟବହୃତ ହୋଇଛି, ତାʼର ଅର୍ଥ ବହୁ ସମୟ ପର୍ଯ୍ୟନ୍ତ ଆଚମ୍ବିତ ହେବା କିମ୍ବା ବାରମ୍ବାର ଆଚମ୍ବିତ ହେବା ହୋଇପାରେ।
ଅଧ୍ୟୟନ ବାଇବଲ—ଲୂକ ୨:୫୧, ୫୨ ଅଧ୍ୟୟନ ତଥ୍ୟ
ବଶୀଭୂତ ହୋଇ ରହିଲେ: କିମ୍ବା “ସେମାନଙ୍କ ଅଧୀନରେ ରହିଲେ; ସେମାନଙ୍କ ଆଜ୍ଞା ପାଳନ କରିବା ଜାରି ରଖିଲେ।” ଏହା ପାଇଁ ଗ୍ରୀକ୍ କ୍ରିୟା ଯେଭଳି ଭାବେ ଏଠାରେ ବ୍ୟବହୃତ ହୋଇଛି, ସେଥିରୁ ଲଗାତାର କରାଯାଉଥିବା କୌଣସି କାମ ବିଷୟରେ ସୂଚନା ମିଳେ। ଏଥିରୁ ଗୋଟିଏ କଥା ଜଣାପଡ଼େ– ଯଦିଓ ମନ୍ଦିରର ଶିକ୍ଷକମାନେ ଯୀଶୁଙ୍କଠାରେ ଈଶ୍ୱରଙ୍କ ବାକ୍ୟ ଉପରେ ଗଭୀର ଜ୍ଞାନ ଦେଖି ଆଚମ୍ବିତ ହେଉଥିଲେ, ତଥାପି ଯୀଶୁ ନମ୍ର ରହିଲେ ଏବଂ ଘରକୁ ଫେରିବା ପରେ ମଧ୍ୟ ନିଜ ପିତାମାତାଙ୍କର ଅଧୀନରେ ରହିଲେ। ଅନ୍ୟ ପିଲାମାନଙ୍କ ତୁଳନାରେ ଯୀଶୁ ଯେପରି ନିଜ ପିତାମାତାଙ୍କ ଆଜ୍ଞା ପାଳନ କଲେ, ସେଥିରେ କିଛି ବିଶେଷତା ଥିଲା। କାରଣ ଏପରି କରି ସେ ମୋଶାଙ୍କ ନିୟମର ପ୍ରତ୍ୟେକ କଥାକୁ ପୂରଣ କଲେ।—ଯାତ୍ରା ୨୦:୧୨; ଗାଲା ୪:୪.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଅଧ୍ୟୟନ ବାଇବଲ—ଲୂକ ୨:୧୪ ଅଧ୍ୟୟନ ତଥ୍ୟ
ପୁଣି ପୃଥିବୀରେ ତାହାଙ୍କ ସନ୍ତୋଷପାତ୍ର ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି: କିଛି ପାଣ୍ଡୁଲିପି ଅନୁସାରେ ଏହି ଶବ୍ଦଗୁଡ଼ିକର ଅନୁବାଦ ଏପରି ମଧ୍ୟ କରାଯାଇପାରିବ: “ପୁଣି ପୃଥିବୀରେ ଶାନ୍ତି ଏବଂ ମଣିଷମାନଙ୍କ ମଧ୍ୟରେ ସଦ୍ଭାବନା ରହୁ।” ଏହି ଶବ୍ଦଗୁଡ଼ିକ ବାଇବଲର କିଛି ଅନୁବାଦରେ ମିଳିଥାଏ, କିନ୍ତୁ ନୂତନ ଜଗତ ଅନୁବାଦରେ ଯାହା ଲେଖା ଅଛି, ତାʼର ଆଧାର ଆହୁରି ପ୍ରାଚୀନ ଓ ବିଶ୍ୱାସଯୋଗ୍ୟ ପାଣ୍ଡୁଲିପିଗୁଡ଼ିକରେ ମିଳିଥାଏ। ସ୍ୱର୍ଗଦୂତଙ୍କ ଏହି ଘୋଷଣାର ଅର୍ଥ ନୁହେଁ ଯେ ଲୋକମାନଙ୍କ ମନୋଭାବ ଓ କାର୍ଯ୍ୟକଳାପ ଯାହା ମଧ୍ୟ ହେଉ ନା କାହିଁକି, ଈଶ୍ୱର ସମସ୍ତ ମଣିଷମାନଙ୍କ ଉପରେ ସନ୍ତୁଷ୍ଟ। ଏହା ପରିବର୍ତ୍ତେ, ଯେଉଁମାନେ ଈଶ୍ୱରଙ୍କୁ ପ୍ରକୃତରେ ବିଶ୍ୱାସ କରନ୍ତି ଏବଂ ତାହାଙ୍କ ପୁତ୍ରଙ୍କର ଶିଷ୍ୟ ହୁଅନ୍ତି, ସେ ସେମାନଙ୍କ ଉପରେ ଅତ୍ୟନ୍ତ ସନ୍ତୁଷ୍ଟ।—ଏହି ପଦରେ ତାହାଙ୍କ ସନ୍ତୋଷପାତ୍ର ମନୁଷ୍ୟମାନଙ୍କ ଉପରେ ଅଧ୍ୟୟନ ତଥ୍ୟ ଦେଖନ୍ତୁ।
ତାହାଙ୍କ ସନ୍ତୋଷପାତ୍ର ମନୁଷ୍ୟମାନଙ୍କ: ଗ୍ରୀକ୍ ଶବ୍ଦ ୟୁଡୋକିଆର ଅନୁବାଦ “କୃପା; ସନ୍ତୁଷ୍ଟି; ମଞ୍ଜୁରି” ମଧ୍ୟ କରାଯାଇପାରେ। ଏହା ସହ ଜଡ଼ିତ କ୍ରିୟା ୟୁଡୋକିଓ ମାଥି ୩:୧୭, ମାର୍କ ୧:୧୧ ଓ ଲୂକ ୩:୨୨ ପଦରେ ମଧ୍ୟ ବ୍ୟବହୃତ ହୋଇଛି (ଅଧ୍ୟୟନ ପାଇଁ ତଥ୍ୟ ମାର୍କ ୧:୧୧ ଦେଖନ୍ତୁ।), ଯେଉଁଥିରେ ଈଶ୍ୱର ନିଜ ପୁତ୍ରଙ୍କ ବାଯ୍ତିସ୍ମର ଠିକ୍ ପରେ ପରେ ତାହାଙ୍କୁ କହିଥିଲେ। ଏହି କ୍ରିୟାର ମୂଳ ଅର୍ଥ ହେଉଛି, “କୃପା କରିବା; ମଞ୍ଜୁର କରିବା; କାହାରି ଉପରେ ସନ୍ତୁଷ୍ଟି ହେବା; କାହାରି ଉପରେ ପ୍ରସନ୍ନ ହେବା।” ଏହି କ୍ରିୟାର ଏଭଳି ପ୍ରୟୋଗକୁ ଧ୍ୟାନରେ ରଖି “ତାହାଙ୍କ ସନ୍ତୋଷପାତ୍ର ମନୁଷ୍ୟମାନଙ୍କ” (ଆନ୍ଥ୍ରୋପୋଇସ୍ ୟୁଡୋକିଆସ୍) ଶବ୍ଦସମୂହରେ ଏପରି ଲୋକଙ୍କ ବିଷୟରେ କୁହାଯାଇଛି, ଯେଉଁମାନଙ୍କ ଉପରେ ଈଶ୍ୱରଙ୍କ ମଞ୍ଜୁରି ରହିଛି। ଏହି ଶବ୍ଦସମୂହର ଅନୁବାଦ ଏଭଳି ମଧ୍ୟ କରାଯାଇପାରେ: “ଯେଉଁମାନଙ୍କ ଉପରେ ତାହାଙ୍କ ମଞ୍ଜୁରି ରହିଛି; ଯେଉଁମାନଙ୍କ ଉପରେ ସେ ଅତି ପ୍ରସନ୍ନ।” ତେଣୁ ସ୍ୱର୍ଗଦୂତଙ୍କ ଏହି ଘୋଷଣାର ଅର୍ଥ ଏହା ନୁହେଁ ଯେ ଈଶ୍ୱର ସବୁ ମଣିଷମାନଙ୍କ ଉପରେ ପ୍ରସନ୍ନ ଅଟନ୍ତି, ବରଂ ସେ ଏପରି ଲୋକମାନଙ୍କ ଉପରେ ପ୍ରସନ୍ନ, ଯେଉଁମାନେ ତାହାଙ୍କୁ ପ୍ରକୃତରେ ବିଶ୍ୱାସ କରନ୍ତି ଏବଂ ତାହାଙ୍କ ପୁତ୍ରଙ୍କର ଶିଷ୍ୟ ହୁଅନ୍ତି। ଏହା ସତ ଯେ ଗ୍ରୀକ୍ ଶବ୍ଦ ୟୁଡୋକିଆର ଅର୍ଥ କେତେକ ସନ୍ଦର୍ଭରେ ମଣିଷମାନଙ୍କ ଭିତରେ ସଦ୍ଭାବନା ରହିବା ମଧ୍ୟ ହୋଇପାରେ (ରୋମୀ ୧୦:୧; ଫିଲିପ୍ ୧:୧୫), କିନ୍ତୁ ଏହା ସାଧାରଣତଃ ଈଶ୍ୱରଙ୍କ ପାଇଁ ବ୍ୟବହୃତ ହୋଇଛି– ସେ କେଉଁମାନଙ୍କ ଉପରେ ସନ୍ତୁଷ୍ଟ, ତାହାଙ୍କର ଇଚ୍ଛା କʼଣ କିମ୍ବା ସେ କେଉଁ ପଦ୍ଧତିକୁ ମଞ୍ଜୁର କରନ୍ତି (ମାଥି ୧୧:୨୬; ଲୂକ ୧୦:୨୧; ଏଫି ୧:୫, ୯; ଫିଲିପ୍ ୨:୧୩; ୨ଥେସ ୧:୧୧)। ସେପ୍ଟୁଆଜେଣ୍ଟ୍ର ଗୀତ ୫୧:୧୮ [LXXରେ ୫୦:୨୦] ପଦରେ ଏହି ଶବ୍ଦ ଈଶ୍ୱରଙ୍କ “କୃପା” ପାଇଁ ବ୍ୟବହୃତ ହୋଇଛି।
ପ୍ରସ୧୬.୩-ଇଂ ୯ ¶୧-୩
ଆପଣ ଜାଣିଥିଲେ କି?
ଯୋଷେଫଙ୍କ ପିତା କିଏ ଥିଲେ?
ଯୋଷେଫ ନାଜରିତରେ ବଢ଼େଇ କାମ କରୁଥିଲେ ଏବଂ ଯୀଶୁଙ୍କର ପାଳକ ପିତା ଥିଲେ। କିନ୍ତୁ ଯୋଷେଫ କାହାର ପୁତ୍ର ଥିଲେ? ମାଥିଉ ବହିରେ ଦିଆଯାଇଥିବା ଯୀଶୁଙ୍କ ବଂଶାବଳୀରେ କୁହାଯାଇଛି ଯେ ଯୋଷେଫ ଯାକୁବଙ୍କ ପୁତ୍ର ଥିଲେ। ଅନ୍ୟପକ୍ଷରେ, ଲୂକ ବହିରେ ଦିଆଯାଇଛି ଯେ ଯୋଷେଫ “ଏଲୀଙ୍କ ପୁତ୍ର” ଥିଲେ। ଏହି ଉଭୟ ବହିରେ ଏଭଳି ତଫାତ୍ କାହିଁକି?—ଲୂକ ୩:୨୩; ମାଥିଉ ୧:୧୬.
ମାଥିଉ ଲେଖିଲେ ଯେ “ଯାକୁବ . . . ଯୋଷେଫଙ୍କୁ ଜନ୍ମ ଦେଲେ।” ଏହି ପଦରେ ଯେଉଁ ଗ୍ରୀକ୍ ଶବ୍ଦ ବ୍ୟବହୃତ ହୋଇଛି, ସେଥିରୁ ସ୍ପଷ୍ଟ ଜଣାପଡ଼େ ଯେ ଯାକୁବ ଯୋଷେଫଙ୍କ ପିତା ଥିଲେ। ମାଥିଉ ଏଠାରେ ଯୋଷେଫଙ୍କ ତରଫରୁ ବଂଶାବଳୀ ଦେଲେ ଏବଂ ଦେଖାଇଲେ ଯେ ଯୋଷେଫଙ୍କ ପୁତ୍ର ହୋଇଥିବାରୁ ଯୀଶୁଙ୍କୁ ରାଜା ଦାଉଦଙ୍କ ସିଂହାସନରେ ବସିବାର ନ୍ୟାୟିକ ଅଧିକାର ରହିଛି, କାରଣ ଯୋଷେଫ ଦାଉଦଙ୍କର ବଂଶଜ ଥିଲେ।
ଅନ୍ୟପକ୍ଷରେ ଲୂକ ଲେଖିଲେ: “ଯୋଷେଫ ଏଲୀଙ୍କ ପୁତ୍ର” ଥିଲେ। ଏଠାରେ “ପୁତ୍ର” ଶବ୍ଦର ଅର୍ଥ “ଜ୍ୱାଇଁ” ମଧ୍ୟ ହୋଇପାରେ। ଏହାକୁ ବୁଝିବା ପାଇଁ ଲୂକ ୩:୨୭ ପଦ ପ୍ରତି ଧ୍ୟାନ ଦିଅନ୍ତୁ। ଏହି ପଦରେ ଶଅଲ୍ଥୀୟେଲଙ୍କ ବିଷୟରେ କୁହାଯାଇଛି ଯେ ସେ “ନେରୀଙ୍କ ପୁତ୍ର” ଥିଲେ। କିନ୍ତୁ ପ୍ରକୃତରେ ସେ ଯିକନୀୟଙ୍କ ପୁତ୍ର ଥିଲେ। (୧ ବଂଶାବଳୀ ୩:୧୭; ମାଥିଉ ୧:୧୨) ଏପରି ଜଣାପଡ଼େ ଯେ ଶଅଲ୍ଥୀୟେଲ ନେରୀଙ୍କ ଏକ କନ୍ୟାକୁ ବିବାହ କରିଥିଲେ, ଯାହାଙ୍କ ନାମ ବାଇବଲରେ ଦିଆଯାଇ ନାହିଁ। ତେଣୁ ସେ ନେରୀଙ୍କ ଜ୍ୱାଇଁ ଥିଲେ ଏବଂ ସତେ ଯେପରି ସେ ନେରୀଙ୍କ ପୁତ୍ର ହୋଇଯାଇଥିଲେ। ଠିକ୍ ସେହିପରି, ଯୋଷେଫ ଏଲୀଙ୍କ କନ୍ୟା ମରୀୟମଙ୍କୁ ବିବାହ କରି ତାଙ୍କ “ପୁତ୍ର” ହୋଇଯାଇଥିଲେ। ଲୂକ ଅନ୍ୟପକ୍ଷରେ, ଯୀଶୁଙ୍କ ମାଆ ମରୀୟମଙ୍କ ତରଫରୁ ବଂଶାବଳୀ ଦେଲେ ଏବଂ କହିଲେ ଯେ ଯୀଶୁ କିପରି “ଶରୀର ସମ୍ବନ୍ଧରେ” ତାହାଙ୍କ ମାଆ ମରୀୟମଙ୍କଠାରୁ ଆସିଥିଲେ। (ରୋମୀୟ ୧:୩) ଏହିପରି ଭାବେ ବାଇବଲରେ ଯୀଶୁଙ୍କର ଦୁଇଟି ଭିନ୍ନ ଭିନ୍ନ ବଂଶାବଳୀ ଦିଆଯାଇଛି, ଯେଉଁଥିରୁ ଆମେ ବହୁତ କିଛି ଶିଖିପାରିବା।
୨୫ ଜୁନ୍–୧ ଜୁଲାଇ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଲୂକ ୪-୫
“ଯୀଶୁଙ୍କ ପରି ପ୍ରଲୋଭନକୁ ବିରୋଧ କରନ୍ତୁ”
ପ୍ର୧୩-ହି ୮/୧୫ ୨୫ ¶୮
ଭାବନ୍ତୁ ଆପଣ ଜଣେ କିଭଳି ମଣିଷ ହେବା ଉଚିତ୍
ଯେତେବେଳେ ଯୀଶୁ ନିର୍ଜନ ପ୍ରାନ୍ତରରେ ଥିଲେ, ଶୟତାନ ଏହି କୌଶଳପୂର୍ଣ୍ଣ ଚାଲ୍ ତାହାଙ୍କ ସହିତ ମଧ୍ୟ ଆପଣାଇଲା। ଯେହେତୁ ଯୀଶୁ ୪୦ ଦିନ ଓ ୪୦ ରାତି ଭୋକିଲା ଥିଲେ, ତେଣୁ ତାହାଙ୍କୁ ଶୟତାନ ଖାଦ୍ୟର ଲାଳସା ଦେଖାଇ ପ୍ରଲୋଭିତ କରିବାକୁ ଚେଷ୍ଟା କଲା। ଶୟତାନ କହିଲା, “ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ଏହି ପଥରକୁ ରୋଟୀ ହେବା ପାଇଁ ଆଜ୍ଞା ଦିଅ।” (ଲୂକ ୪:୧-୩) ଯୀଶୁଙ୍କ ପାଖରେ ଦୁଇଟି ବାଟ ଥିଲା– ଗୋଟିଏ ପକ୍ଷରେ ସେ ନିଜ ଭୋକ ମେଣ୍ଟାଇବା ପାଇଁ ଅଲୌକିକ ଶକ୍ତିର ବ୍ୟବହାର କରିପାରିଥାʼନ୍ତେ କିମ୍ବା ଅନ୍ୟପକ୍ଷରେ ସେ ଏପରି କରିବାକୁ ଅସ୍ୱୀକାର କରିପାରିଥାʼନ୍ତେ। ଯୀଶୁ ଜାଣିଥିଲେ ଯେ ତାହାଙ୍କୁ ନିଜ ସ୍ୱାର୍ଥ ପାଇଁ ଅଲୌକିକ ଶକ୍ତିର ବ୍ୟବହାର କରିବା ଉଚିତ୍ ନୁହେଁ। ଯଦିଓ ସେ ଭୋକିଲା ଥିଲେ, ତଥାପି ଜାଣିଥିଲେ ଯେ ତାହାଙ୍କ ପାଇଁ ଯିହୋବାଙ୍କ ସହିତ ନିଜ ସମ୍ପର୍କକୁ ବଜାୟ ରଖିବା ନିଜ ଭୋକ ମେଣ୍ଟାଇବାଠାରୁ ଅଧିକ ଜରୁରୀ ଥିଲା। ଯୀଶୁ ଉତ୍ତରରେ କହିଲେ, “ଲେଖାଅଛି, ମନୁଷ୍ୟ କେବଳ ରୋଟୀରେ ବଞ୍ଚିବ ନାହିଁ, ମାତ୍ର ଈଶ୍ୱରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ।”—ମାଥି ୪:୪.
ପ୍ର୧୩-ହି ୮/୧୫ ୨୫ ¶୧୦
ଭାବନ୍ତୁ ଆପଣ ଜଣେ କିଭଳି ମଣିଷ ହେବା ଉଚିତ୍
ଯୀଶୁଙ୍କ କ୍ଷେତ୍ରରେ ଶୟତାନ ଏହି କୌଶଳପୂର୍ଣ୍ଣ ଚାଲ୍ କିପରି ଆପଣାଇଲା? ଶୟତାନ “ଏକ ମୁହୂର୍ତ୍ତ ମଧ୍ୟରେ ପୃଥିବୀର ସମସ୍ତ ରାଜ୍ୟ [ଯୀଶୁଙ୍କୁ] ଦେଖାଇଲା। ପୁଣି, ଶୟତାନ ତାହାଙ୍କୁ କହିଲା, ଆମ୍ଭେ ତୁମ୍ଭକୁ ଏସମସ୍ତ ଅଧିକାର ଓ ଏସବୁର ଐଶ୍ୱର୍ଯ୍ୟ ଦେବା।” (ଲୂକ ୪:୫, ୬) ଯୀଶୁ ଯାହା ଦେଖିଲେ ତାହା ପ୍ରକୃତରେ ଜଗତର ସମସ୍ତ ରାଷ୍ଟ୍ର ନୁହେଁ, ବରଂ ସେଗୁଡ଼ିକର ଐଶ୍ୱର୍ଯ୍ୟର ଏକ ଦର୍ଶନ ଥିଲା। ଶୟତାନ ହୁଏତ ଏହା ଭାବି ଥାଇପାରେ ଯେ ଯୀଶୁ ପ୍ରଲୋଭିତ ହେବେ। ସେ ଯୀଶୁଙ୍କୁ କହିଲା, “ତୁମ୍ଭେ ଯେବେ ଆମ୍ଭ ଛାମୁରେ ପ୍ରଣାମ କରିବ, ତେବେ ସମସ୍ତ ତୁମ୍ଭର ହେବ।” (ଲୂକ ୪:୭) କିନ୍ତୁ ଶୟତାନ ଯୀଶୁଙ୍କୁ ଯେଭଳି ମଣିଷ କରିବାକୁ ଚାହୁଁଥିଲା, ଯୀଶୁ ଯେକୌଣସି ପରିସ୍ଥିତିରେ ମଧ୍ୟ ସେଭଳି ହେବାକୁ ଚାହୁଁ ନ ଥିଲେ। ଯୀଶୁ ତୁରନ୍ତ ଉତ୍ତର ଦେଲେ, “ଲେଖା ଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରଣାମ କରିବ, ଆଉ କେବଳ ତାହାଙ୍କର ଉପାସନା କରିବ।”—ଲୂକ ୪:୮.
ବାଇବଲ ଅଧ୍ୟୟନ—ଭିଡିଓ
ମନ୍ଦିର ଛାତର ଛେଦାବାଡ଼
ଏହା ମଧ୍ୟ ହୋଇପାରେ ଯେ ଶୟତାନ ବାସ୍ତବରେ ଯୀଶୁଙ୍କୁ “ମନ୍ଦିର ଛାତର ଛେଦାବାଡ଼ [କିମ୍ବା “ସବୁଠାରୁ ଉଚ୍ଚ ଜାଗା”] ଉପରେ” ଠିଆ କରାଇଥିବ ଏବଂ ସେଠାରୁ ତଳକୁ ଡେଇଁବା ପାଇଁ କହିଥିବ। କିନ୍ତୁ ଯୀଶୁ ମନ୍ଦିରର କେଉଁ ନିର୍ଦ୍ଦିଷ୍ଟ ଜାଗାରେ ଠିଆ ହୋଇଥିଲେ, ତାହା ନିଶ୍ଚିତ ରୂପେ କୁହାଯାଇପାରିବ ନାହିଁ। ଏଠାରେ “ମନ୍ଦିର” ପାଇଁ ଯେଉଁ ଶବ୍ଦ ବ୍ୟବହୃତ ହୋଇଛି, ଏହାର ଅର୍ଥ ସମ୍ପୂର୍ଣ୍ଣ ମନ୍ଦିର ପରିସର ହୋଇପାରେ। ତେଣୁ ଯୀଶୁ ହୁଏତ ମନ୍ଦିରର ଦକ୍ଷିଣ-ପୂର୍ବ କୋଣରେ (୧) ଠିଆ ହୋଇଥିବେ। କିମ୍ବା ହୁଏତ ସେ ମନ୍ଦିର ପରିସରର ଯେକୌଣସି କୋଣରେ ଠିଆ ହୋଇଥିବେ। ଏମଧ୍ୟରୁ ଯେକୌଣସି କୋଣରୁ ଯଦି ଯୀଶୁ ତଳକୁ ଡେଇଁଥାʼନ୍ତେ ଏବଂ ଯିହୋବା ତାହାଙ୍କୁ ରକ୍ଷା ନ କରିଥାʼନ୍ତେ, ତେବେ ହୁଏତ ତାହାଙ୍କର ମୃତ୍ୟୁ ହୋଇଥାʼନ୍ତା।
ପ୍ର୧୩-ହି ୮/୧୫ ୨୬ ¶୧୨
ଭାବନ୍ତୁ ଆପଣ ଜଣେ କିଭଳି ମଣିଷ ହେବା ଉଚିତ୍
ହବାର ଠିକ୍ ବିପରୀତ, ଯୀଶୁ ନମ୍ରତା ଦେଖାଇବାରେ କେତେ ବଢ଼ିଆ ଉଦାହରଣ ରଖିଲେ! ଶୟତାନ ଆଉ ଏକ ଉପାୟରେ ଯୀଶୁଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କଲା। ସେ ଚାହୁଁଥିଲା ଯେ ଯୀଶୁ ଏପରି କିଛି କରି ବସନ୍ତୁ, ଯାହାଦ୍ୱାରା ଈଶ୍ୱରଙ୍କ ପରୀକ୍ଷା ହୁଅନ୍ତା ଏବଂ ଯାହା ଦେଖି ଲୋକେ ଆଚମ୍ବିତ ହୁଅନ୍ତେ। କିନ୍ତୁ ଯୀଶୁ ଏପରି କରିବାକୁ ମନରେ କଳ୍ପନା ସୁଦ୍ଧା କରି ନ ଥିଲେ। କାରଣ ଯଦି ସେ ଏପରି କରନ୍ତେ, ତେବେ ସେ ନିଜକୁ ଗର୍ବୀ ବୋଲି ଦେଖାଇଥାʼନ୍ତେ। ଏହା ପରିବର୍ତ୍ତେ, ଯୀଶୁ ସ୍ପଷ୍ଟ ଭାବେ ଓ ସିଧାସଳଖ ଶବ୍ଦରେ ଶୟତାନକୁ ଉତ୍ତର ଦେଲେ: “ଉକ୍ତ ଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ।”—ଲୂକ ୪:୯-୧୨ ପଦ ପଢ଼ନ୍ତୁ।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ବାଇବଲ ଅଧ୍ୟୟନ—ଲୂକ ୪:୧୭ ଅଧ୍ୟୟନ ତଥ୍ୟ
ଯିଶାଇୟ ଭାବବାଦୀଙ୍କ ପୁସ୍ତକ: ମୃତ ସାଗର ପାଖରେ ମିଳିଥିବା ଯିଶାଇୟଙ୍କ ନଳାକାର ପୁସ୍ତକ ୧୭ଟି ଚର୍ମପତ୍ରକୁ ଯୋଡ଼ି ତିଆରି କରାଯାଇଥିଲା। ତେଣୁ ଏହି ନଳାକାର ପୁସ୍ତକର ଲମ୍ବା ୭.୩ ମି. (୨୪ ଫୁଟ୍) ଏବଂ ଏଥିରେ ୫୪ଟି ସ୍ତମ୍ଭ ରହିଛି। ନାଜରିତର ସମାଜଗୃହ ବା ସଭାଘରେ ଯେଉଁ ନଳାକାର ପୁସ୍ତକ ପଢ଼ାଯାଉଥିଲା, ତାହା ଏତିକି ହିଁ ଲମ୍ବା ହୋଇଥିବ। ଏହା ଛଡ଼ା, ପ୍ରଥମ ଶତାବ୍ଦୀ ପର୍ଯ୍ୟନ୍ତ ବାଇବଲର ବହିଗୁଡ଼ିକୁ ଅଧ୍ୟାୟ ଓ ପଦଗୁଡ଼ିକରେ ବଣ୍ଟାଯାଇ ନ ଥିଲା। ତେଣୁ ଯୀଶୁ ଯାହା ପଢ଼ିବାକୁ ଚାହୁଁଥିଲେ, ନିଶ୍ଚୟ ତାହାଙ୍କୁ ଖୋଜିବାକୁ ପଡ଼ିଥିବ। ପଦ କହେ ଯେ ସେ ଯିଶାଇୟ ଭାବବାଦୀଙ୍କ ପୁସ୍ତକ ଫିଟାଇ, ଯେଉଁଠାରେ ଭବିଷ୍ୟତବାଣୀର ଶବ୍ଦଗୁଡ଼ିକ ଲେଖାଥିଲା, ସେ ତାହା ପାଇଲେ। ଏଥିରୁ ଜଣାପଡ଼େ ଯେ ସେ ଈଶ୍ୱରଙ୍କ ବାକ୍ୟ ସହ ଭଲ ଭାବେ ପରିଚିତ ଥିଲେ।
ବାଇବଲ ଅଧ୍ୟୟନ—ଲୂକ ୪:୨୫ ଅଧ୍ୟୟନ ତଥ୍ୟ
ତିନି ବର୍ଷ ଛଅ ମାସ ପର୍ଯ୍ୟନ୍ତ: ୧ରାଜା ୧୮:୧ ପଦ ଅନୁଯାୟୀ ଏଲୀୟ “ତୃତୀୟ ବର୍ଷରେ” ଦୁର୍ଭିକ୍ଷ ସମାଯ୍ତ ହେବାର ଘୋଷଣା କଲେ। ତେଣୁ କିଛି ଲୋକ ଦାବି କରନ୍ତି ଯେ ଯୀଶୁ କହିଥିବା କଥା ୧ ରାଜାବଳୀରେ ଲିଖିତ କଥାଠାରୁ ଭିନ୍ନ ଅଟେ। କିନ୍ତୁ ଏବ୍ରୀ ଶାସ୍ତ୍ରର ଏହି ବିବରଣୀରୁ ଜଣାପଡ଼େ ନାହିଁ ଯେ ଦୁର୍ଭିକ୍ଷ ତିନି ବର୍ଷରୁ କମ୍ ସମୟ ପର୍ଯ୍ୟନ୍ତ ଥିଲା। ଏହା ସ୍ପଷ୍ଟ ଯେ “ତୃତୀୟ ବର୍ଷରେ” କହିବାର ଅର୍ଥ ହେଉଛି, ଏହି ସମୟ ସେତେବେଳେ ଆରମ୍ଭ ହୋଇଥିଲା, ଯେତେବେଳେ ଏଲୀୟ ଆହାବଙ୍କ ସମ୍ମୁଖରେ ଦୁର୍ଭିକ୍ଷ ଆସିବାର ପ୍ରଥମ ଥର ଘୋଷଣା କରିଥିଲେ। (୧ରାଜା ୧୭:୧) ସମ୍ଭବତଃ, ଏଲୀୟ ଏହି ଘୋଷଣା ଏପରି ସମୟରେ କରିଥିଲେ, ଯେତେବେଳେ ଗ୍ରୀଷ୍ମ ଋତୁ ଆରମ୍ଭ ହେବାର ଯଥେଷ୍ଟ ସମୟ ବିତିଯାଇଥିଲା। ସାଧାରଣତଃ, ଗ୍ରୀଷ୍ମ ଋତୁ ଛଅ ମାସ ଧରି ରହୁଥିଲା, କିନ୍ତୁ ଏହା ହୁଏତ ଅଧିକ ସମୟ ପର୍ଯ୍ୟନ୍ତ ମଧ୍ୟ ରହିଥାଇପାରେ। ଏହା ଛଡ଼ା, ଯେତେବେଳେ ଏଲୀୟ ପୁଣିଥରେ “ତୃତୀୟ ବର୍ଷରେ” ଆହାବଙ୍କ ସମ୍ମୁଖରେ ଗଲେ ଏବଂ ଦୁର୍ଭିକ୍ଷର ସମାଯ୍ତିର ଘୋଷଣା କଲେ, ସେସମୟରେ ଦୁର୍ଭିକ୍ଷ ଶେଷ ହୋଇ ନ ଥିଲା। ଏହା ପରିବର୍ତ୍ତେ, ପ୍ରଥମେ କର୍ମିଲ ପର୍ବତ ଉପରେ ଅଗ୍ନି ପରୀକ୍ଷା ହେଲା ଏବଂ ତାʼପରେ ଯାଇ ଦୁର୍ଭିକ୍ଷ ସମାଯ୍ତ ହେଲା। (୧ରାଜା ୧୮:୧୮-୪୫) ତେଣୁ ଯୀଶୁ ଲୂକ ୪:୨୫ ପଦରେ ଯାହା କହିଲେ ଏବଂ ତାହାଙ୍କ ସାବତ ଭାଇ ପରେ ଯାକୁ ୫:୧୭ ପଦରେ ଯେଉଁ ଏକାଭଳି ଶବ୍ଦ ବ୍ୟବହାର କଲେ, ସେସବୁ ୧ରାଜା ୧୮:୧ ପଦରେ ଲିଖିତ ଘଟଣାର ସମୟ ସହିତ ମେଳ ଖାଏ।