ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • bhs ପୃଷ୍ଠା ୩-୭
  • ଆମ ପାଇଁ ଈଶ୍ୱରଙ୍କ ଉଦ୍ଦେଶ୍ୟ କʼଣ ଅଟେ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆମ ପାଇଁ ଈଶ୍ୱରଙ୍କ ଉଦ୍ଦେଶ୍ୟ କʼଣ ଅଟେ ?
  • ବାଇବଲ ଆମକୁ କʼଣ ଶିଖାଏ?
  • ଉପଶୀର୍ଷକ
  • ବାଇବଲ ଶିଖାଏ ଯେ ଈଶ୍ୱର ଏହି ପୃଥିବୀରେ ଆଶ୍ଚର୍ଯ୍ୟଜନକ କାମସବୁ କରିବେ ।
  • ବାଇବଲରୁ ଶିଖନ୍ତୁ ଏବଂ ଲାଭ ପାଆନ୍ତୁ
ବାଇବଲ ଆମକୁ କʼଣ ଶିଖାଏ?
bhs ପୃଷ୍ଠା ୩-୭

ଆମ ପାଇଁ ଈଶ୍ୱରଙ୍କ ଉଦ୍ଦେଶ୍ୟ କʼଣ ଅଟେ ?

ଯେତେବେଳେ ଆପଣ ଖବରକାଗଜ ପଢ଼ନ୍ତି, ଟିଭି ଦେଖନ୍ତି, କିମ୍ବା ରେଡିଓ ଶୁଣନ୍ତି, ଆପଣ ଅପରାଧ, ଯୁଦ୍ଧ ଓ ଆତଙ୍କବାଦ ବିଷୟରେ ଅନେକ ଘଟଣା ଦେଖନ୍ତି ଏବଂ ଶୁଣନ୍ତି । ହୁଏତ ଆପଣ ନିଜ ବ୍ୟକ୍ତିଗତ ଜୀବନରେ କୌଣସି ରୋଗ ଯୋଗୁଁ କିମ୍ବା ନିଜର ଆତ୍ମୀୟଙ୍କୁ ମୃତ୍ୟୁରେ ହରାଇଥିବାରୁ ଦୁଃଖିତ ଥାଇପାରନ୍ତି ।

ଏକ ପରିବାର ରେଡିଓରେ ସମାଚାର ଶୁଣୁଛନ୍ତି

ନିଜକୁ ପଚାରନ୍ତୁ:

  • ଈଶ୍ୱର କʼଣ ମୋ ପାଇଁ ଓ ମୋ ପରିବାର ପାଇଁ ଏସବୁ ଚାହାନ୍ତି ?

  • ମୋ ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ମୁଁ କେଉଁଠୁ ସାହାଯ୍ୟ ପାଇପାରିବି ?

  • କʼଣ ପୃଥିବୀରେ କେବେ ଶାନ୍ତି ଆସିବ ?

ବାଇବଲ ଏହି ପ୍ରଶ୍ନଗୁଡ଼ିକର ଯୁକ୍ତିଯୁକ୍ତ ଓ ସଠିକ୍‌ ଉତ୍ତର ଦେଇଥାଏ ।

ବାଇବଲ ଶିଖାଏ ଯେ ଈଶ୍ୱର ଏହି ପୃଥିବୀରେ ଆଶ୍ଚର୍ଯ୍ୟଜନକ କାମସବୁ କରିବେ ।

  • ଲୋକମାନେ ଆଉ ଦୁଃଖକଷ୍ଟ ଅନୁଭବ କରିବେ ନାହିଁ, ବୃଦ୍ଧାବସ୍ଥାର ସାମନା କରିବେ ନାହିଁ କିମ୍ବା ମରିବେ ନାହିଁ ।— ପ୍ରକାଶିତ ବାକ୍ୟ ୨୧:୪

  • “ନେଙ୍ଗଡ଼ା ଲୋକ ହରିଣ ପରି ଡିଆଁ ମାରିବ ।”— ଯିଶାଇୟ ୩୫:୬

  • ‘ଅନ୍ଧମାନଙ୍କର ଚକ୍ଷୁ ଖୋଲିଯିବ ।’— ଯିଶାଇୟ ୩୫:୫

  • ମରିଯାଇଥିବା ଲୋକମାନଙ୍କୁ ପୁଣିଥରେ ଜୀବିତ କରାଯିବ ।— ଯୋହନ ୫:୨୮, ୨୯

  • କେହି ରୋଗରେ ପୀଡ଼ିତ ହେବେ ନାହିଁ ।— ଯିଶାଇୟ ୩୩:୨୪

  • ପୃଥିବୀରେ ସମସ୍ତଙ୍କ ପାଇଁ ପ୍ରଚୁର ଖାଦ୍ୟ ଥିବ ।— ଗୀତସଂହିତା ୭୨:୧୬

    ବୃଦ୍ଧ ଜଣକ ଯୁବକ ହେଉଛନ୍ତି, ନେଙ୍ଗ ଝିଅଟି ଡିଆଁ ମାରୁଛି, ମରିଯାଇବା ଲୋକମାନଙ୍କୁ ପୁନରୁଥାନ କରାଯାଉଛି, ରୋଗୀ ଓ ଅନ୍ଧମାନଙ୍କୁ ସୁସ୍ଥ କରାଯାଉଛି

ବାଇବଲରୁ ଶିଖନ୍ତୁ ଏବଂ ଲାଭ ପାଆନ୍ତୁ

ଜଣେ ଯିହୋବାଙ୍କ ସାକ୍ଷୀ ଏକ ଲୋକ ସହିତ ବାଇବଲ ଅଧୟନ କରୁଛନ୍ତି

ଏହି ବହିର ପ୍ରାରମ୍ଭିକ ପୃଷ୍ଠାଗୁଡ଼ିକରେ ଆପଣ ଯାହା ପଢ଼ିଲେ, ସେସବୁ ଆପଣଙ୍କୁ ହୁଏତ ସ୍ୱପ୍ନ ଭଳି ଲାଗିପାରେ । କିନ୍ତୁ ଈଶ୍ୱର ପୃଥିବୀରେ ଖୁବ୍‌ ଶୀଘ୍ର ଏହି ପରିବର୍ତ୍ତନଗୁଡ଼ିକ ଆଣିବା ପାଇଁ ପ୍ରତିଜ୍ଞା କରିଛନ୍ତି ଏବଂ ବାଇବଲ କହେ ଯେ ସେ ଏହା କିପରି କରିବେ ।

ବାଇବଲ ଆମକୁ ଆହୁରି ଅନେକ କିଛି କହିଥାଏ । ଏହା ଆମକୁ କହେ ଯେ ବର୍ତ୍ତମାନ ଜୀବନରେ ପ୍ରକୃତ ଖୁସି ପାଇବା ଏବଂ ଜୀବନକୁ ଉପଭୋଗ କରିବା ପାଇଁ ଆମକୁ କʼଣ ଜାଣିବା ଆବଶ୍ୟକ । ଆପଣଙ୍କ ନିଜର ଚିନ୍ତା ଓ ସମସ୍ୟାଗୁଡ଼ିକ ବିଷୟରେ ଟିକିଏ ଭାବି ଦେଖନ୍ତୁ । ହୁଏତ ଆପଣ ଆର୍ଥିକ କିମ୍ବା ପାରିବାରିକ ସମସ୍ୟାର ସାମନା କରୁଥିବେ, ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହୁ ନ ଥିବ, କିମ୍ବା ଆପଣ ନିଜର କୌଣସି ଆତ୍ମୀୟଙ୍କୁ ମୃତ୍ୟୁରେ ହରାଇଥିବେ । ଏହା ଛଡ଼ା, ବାଇବଲରେ ଏପରି ପ୍ରଶ୍ନଗୁଡ଼ିକର ଉତ୍ତର ମଧ୍ୟ ଦିଆଯାଇଛି, ଯେଉଁଗୁଡ଼ିକୁ ଜାଣି ଆପଣଙ୍କୁ ସାନ୍ତ୍ୱନା ମିଳିବ, ଯେପରି—

  • ଆମ ଜୀବନରେ ଦୁଃଖକଷ୍ଟ କାହିଁକି ଆସେ ?

  • ଆମେ ନିଜ ସମସ୍ୟାଗୁଡ଼ିକର କିପରି ସାମନା କରିପାରିବା ?

  • କʼଣ ଆମ ପରିବାର ସୁଖୀ ହୋଇପାରିବ ?

  • ମୃତ୍ୟୁ ପରେ ଆମର କʼଣ ହୁଏ ?

  • ଆମର ଯେଉଁ ଆତ୍ମୀୟମାନେ ମରିଯାଇଛନ୍ତି, କʼଣ ସେମାନଙ୍କୁ ପୁଣିଥରେ ଆମେ କେବେ ଦେଖିପାରିବା ?

  • ଆମେ କାହିଁକି ସମ୍ପୂର୍ଣ୍ଣ ଭରସା କରିପାରିବା ଯେ ଈଶ୍ୱର ନିଜ ସମସ୍ତ ପ୍ରତିଜ୍ଞାକୁ ନିଶ୍ଚୟ ପୂରଣ କରିବେ ?

ଆପଣ ଏହି ବହିକୁ ପଢ଼ିବା ହିଁ ଦେଖାଏ ଯେ ବାଇବଲରେ ପ୍ରକୃତରେ କʼଣ ଦିଆଯାଇଛି, ତାହା ଆପଣ ଜାଣିବାକୁ ଚାହାନ୍ତି । ଏହି ବହି ଆପଣଙ୍କୁ ଏଥିପାଇଁ ନିଶ୍ଚୟ ସାହାଯ୍ୟ କରିବ । ଏହି ବହିର ପ୍ରତ୍ୟେକ ଅଧ୍ୟାୟରେ ଅନୁଚ୍ଛେଦଗୁଡ଼ିକ ଉପରେ ଆଧାରିତ ପ୍ରଶ୍ନ ଦିଆଯାଇଛି, ଯାହା ବାଇବଲକୁ ଆହୁରି ଭଲ ଭାବରେ ବୁଝିବା ପାଇଁ ଆପଣଙ୍କୁ ସାହାଯ୍ୟ କରିବ । ଲକ୍ଷ ଲକ୍ଷ ଲୋକେ ଯିହୋବାଙ୍କ ସାକ୍ଷୀମାନଙ୍କ ସହିତ ଏହିପରି ଆଲୋଚନା କରିବାରେ ଆନନ୍ଦ ପାଇଛନ୍ତି । ଆମେ ଆଶା କରୁ ଯେ ଆପଣ ମଧ୍ୟ ଏଥିରୁ ଆନନ୍ଦ ପାଇବେ । ଆଉ, ଆମେ ଈଶ୍ୱରଙ୍କଠାରେ ପ୍ରାର୍ଥନା କରୁ ଯେ ସେ ଆପଣଙ୍କୁ ଆଶିଷ ଦିଅନ୍ତୁ ।

ବାଇବଲକୁ ଭଲ ଭାବେ ଜାଣନ୍ତୁ

ବାଇବଲରେ ୬୬ଟି ବହି ଓ ଚିଠି ରହିଛି । ପ୍ରତ୍ୟେକ ବହି ଓ ଚିଠିକୁ ଅଧ୍ୟାୟରେ ଏବଂ ପ୍ରତ୍ୟେକ ଅଧ୍ୟାୟକୁ ପଦଗୁଡ଼ିକରେ ଭାଗ କରାଯାଇଛି । ଏହାଦ୍ୱାରା ବାଇବଲର କୌଣସି ପଦକୁ ଖୋଜିବା ସହଜ ହୋଇଥାଏ । ଏହି ବହିର ଯେଉଁଠାରେ କୌଣସି ଶାସ୍ତ୍ରପଦ ଉଲ୍ଲେଖ କରାଯାଇଛି, ସେଠାରେ ବହିର ନାମ ପରେ ଥିବା ପ୍ରଥମ ସଂଖ୍ୟାଟି ଅଧ୍ୟାୟକୁ ସୂଚାଏ ଏବଂ ତାʼପରେ ଥିବା ସଂଖ୍ୟା ପଦକୁ ସୂଚାଏ । ଉଦାହରଣସ୍ୱରୂପ, ଯଦି ଆପଣ କୌଣସି ଅନୁଚ୍ଛେଦରେ “୨ ତୀମଥି ୩:୧୬” ଦେଖନ୍ତି, ଏହାର ଅର୍ଥ ତୀମଥିଙ୍କୁ ପଠାଯାଇଥିବା ଦ୍ୱିତୀୟ ଚିଠିର ୩ ଅଧ୍ୟାୟ ଏବଂ ୧୬ ପଦ ।

ଯେତେବେଳେ ଆପଣ ଉଲ୍ଲେଖ କରାଯାଇଥିବା ଶାସ୍ତ୍ରପଦଗୁଡ଼ିକୁ ବାଇବଲରେ ଖୋଜିବାର ଅଭ୍ୟାସ କରିବେ, ଆପଣ ଖୁବ୍‌ ଶୀଘ୍ର ବାଇବଲ ସହିତ ପରିଚିତ ହୋଇଯିବେ । ଆପଣ ବାଇବଲକୁ ପ୍ରତିଦିନ ପଢ଼ିବା ମଧ୍ୟ ଆରମ୍ଭ କରିପାରିବେ । ଯଦି ଆପଣ ଦିନକୁ ତିନିରୁ ପାଞ୍ଚ ଅଧ୍ୟାୟ ପଢ଼ିବେ, ତେବେ ବର୍ଷକ ମଧ୍ୟରେ ପୂରା ବାଇବଲକୁ ପଢ଼ିପାରିବେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ