ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • bhs ଅଧ୍ୟା ୧୮ ପୃଷ୍ଠା ୧୮୫-୧୯୬
  • କʼଣ ମୁଁ ନିଜ ଜୀବନ ଈଶ୍ୱରଙ୍କୁ ସମର୍ପଣ କରି ବାପ୍ତିସ୍ମ ନେବା ଉଚିତ୍‌ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କʼଣ ମୁଁ ନିଜ ଜୀବନ ଈଶ୍ୱରଙ୍କୁ ସମର୍ପଣ କରି ବାପ୍ତିସ୍ମ ନେବା ଉଚିତ୍‌ ?
  • ବାଇବଲ ଆମକୁ କʼଣ ଶିଖାଏ?
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଜ୍ଞାନ ଓ ବିଶ୍ୱାସ
  • ଅନ୍ୟମାନଙ୍କୁ ବାଇବଲର ସତ୍ୟଗୁଡ଼ିକ ବିଷୟରେ କହନ୍ତୁ
  • ମନ ପରିବର୍ତ୍ତନ କରନ୍ତୁ ଏବଂ ଫେରିଆସନ୍ତୁ
  • ନିଜ ଜୀବନ ଯିହୋବାଙ୍କୁ ସମର୍ପଣ କରନ୍ତୁ
  • ଅସଫଳ ହେବାର ଭୟକୁ ନିଜ ମନରୁ ଦୂର କରନ୍ତୁ
  • ସମସ୍ତଙ୍କ ସମ୍ମୁଖରେ ନିଜ ବିଶ୍ୱାସର ଘୋଷଣା କରନ୍ତୁ
  • ଆପଣଙ୍କ ବାପ୍ତିସ୍ମ କʼଣ ସୂଚିତ କରେ
  • ବାପ୍ତିସ୍ମ କାହିଁକି ନେବା ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ସମର୍ପଣ କରିବା ଓ ବାପ୍ତିସ୍ମ ନେବା କାହିଁକି ଜରୁରୀ ଅଟେ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • କʼଣ ଆପଣ ବାପ୍ତିସ୍ମ ନେବା ପାଇଁ ପ୍ରସ୍ତୁତ ଅଛନ୍ତି ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ବାପ୍ତିସ୍ମ, ଯାହା ଅନେକ ଆଶିଷ ଆଣେ
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ଆହୁରି ଦେଖନ୍ତୁ
ବାଇବଲ ଆମକୁ କʼଣ ଶିଖାଏ?
bhs ଅଧ୍ୟା ୧୮ ପୃଷ୍ଠା ୧୮୫-୧୯୬

ଅଠର ଅଧ୍ୟାୟ

କʼଣ ମୁଁ ନିଜ ଜୀବନ ଈଶ୍ୱରଙ୍କୁ ସମର୍ପଣ କରି ବାପ୍ତିସ୍ମ ନେବା ଉଚିତ୍‌ ?

୧. ଏହି ବହିକୁ ଅଧ୍ୟୟନ କରିବା ପରେ ଆପଣ ହୁଏତ କʼଣ ଭାବିପାରନ୍ତି ?

ଏହି ବହିକୁ ଅଧ୍ୟୟନ କରି ଆପଣ ବାଇବଲରୁ ଅନେକ ସତ୍ୟ ଶିଖିଛନ୍ତି, ଯେପରି— ମଣିଷମାନଙ୍କୁ ଅନନ୍ତ ଜୀବନ ଦେବା ପାଇଁ ଈଶ୍ୱରଙ୍କ ପ୍ରତିଜ୍ଞା, ମରିଯାଇଥିବା ଲୋକଙ୍କ ଅବସ୍ଥା ଏବଂ ପୁନରୁତ୍ଥାନର ଆଶା । (ଉପଦେଶକ ୯:୫; ଲୂକ ୨୩:୪୩; ଯୋହନ ୫:୨୮, ୨୯; ପ୍ରକାଶିତ ବାକ୍ୟ ୨୧:୩, ୪) ଆପଣ ହୁଏତ ଯିହୋବାଙ୍କ ସାକ୍ଷୀମାନଙ୍କର ସଭାଗୁଡ଼ିକରେ ଯାଉଥିବେ ଏବଂ ବିଶ୍ୱାସ ମଧ୍ୟ କରୁଥିବେ ଯେ ସେମାନେ ହିଁ ସତ୍ୟ ଉପାସନା କରନ୍ତି । (ଯୋହନ ୧୩:୩୫) ତାʼ ଛଡ଼ା, ଯିହୋବାଙ୍କ ସହିତ ଆପଣଙ୍କ ମିତ୍ରତା ଦିନକୁ ଦିନ ଘନିଷ୍ଠ ହେବାରେ ଲାଗିଥିବ । ଆପଣ ହୁଏତ ନିଷ୍ପତ୍ତି ମଧ୍ୟ ନେଇ ସାରିଥିବେ ଯେ ଆପଣ ତାହାଙ୍କ ସେବା କରିବାକୁ ଚାହାନ୍ତି । ତେଣୁ ଆପଣ ଭାବିପାରନ୍ତି, ‘ଈଶ୍ୱରଙ୍କ ସେବା କରିବା ପାଇଁ ବର୍ତ୍ତମାନ ମୋତେ କʼଣ କରିବାକୁ ହେବ ?’

ଫିଲିପ ଓ ଇଓପିଆର ରାଜ କର୍ମଚାରୀ

୨. ଇଥିଓପିଆର ବ୍ୟକ୍ତି ଜଣକ ବାପ୍ତିସ୍ମ ନେବାକୁ କାହିଁକି ଇଚ୍ଛା କଲେ ?

୨ ଏହି ପ୍ରଶ୍ନଟି ଯୀଶୁଙ୍କ ସମୟରେ ଇଥିଓପିଆ ଦେଶର ଜଣେ ବ୍ୟକ୍ତିଙ୍କ ମନରେ ଉଠିଥିଲା । ଯୀଶୁଙ୍କୁ ପୁନରୁତ୍ଥାନ କରାଯିବାର କିଛି ସମୟ ପରେ ତାହାଙ୍କ ଶିଷ୍ୟ ଫିଲିପ ସେହି ବ୍ୟକ୍ତିଙ୍କୁ ପ୍ରଚାର କଲେ । ଫିଲିପ ତାଙ୍କୁ ଶାସ୍ତ୍ରରୁ ପ୍ରମାଣ ଦେଇ ବୁଝାଇଲେ ଯେ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି । ଏସବୁ କଥା ସେହି ବ୍ୟକ୍ତିଙ୍କୁ ଏତେ ପ୍ରଭାବିତ କଲା ଯେ ସେ ସଙ୍ଗେ ସଙ୍ଗେ କହି ଉଠିଲେ, “ଏଠାରେ ତ ଜଳ ଅଛି, ମୋହର ବାପ୍ତିଜିତ ହେବା ନିମନ୍ତେ କʼଣ ବାଧା ଅଛି ?”— ପ୍ରେରିତ ୮:୨୬-୩୬.

୩. (କ) ଯୀଶୁ ନିଜ ଶିଷ୍ୟମାନଙ୍କୁ କʼଣ ଆଜ୍ଞା ଦେଇଥିଲେ ? (ଖ) ଜଣେ ବ୍ୟକ୍ତିକୁ କିପରି ବାପ୍ତିସ୍ମ ଦିଆଯିବା ଉଚିତ୍‌ ?

୩ ବାଇବଲ ସ୍ପଷ୍ଟ ଭାବେ କହେ ଯେ ଯଦି ଆପଣ ଯିହୋବାଙ୍କ ସେବା କରିବାକୁ ଚାହାନ୍ତି, ତେବେ ଆପଣଙ୍କୁ ବାପ୍ତିସ୍ମ ନେବାକୁ ହେବ । ଯୀଶୁ ନିଜ ଶିଷ୍ୟମାନଙ୍କୁ ଆଜ୍ଞା ଦେଇଥିଲେ, “ସବୁ ଦେଶର ଲୋକମାନଙ୍କୁ ମୋର ଶିଷ୍ୟ କର । . . . ସେମାନଙ୍କୁ ବାପ୍ତିସ୍ମ ଦିଅ ।” (ମାଥିଉ ୨୮:୧୯, ଇଜି-ଟୁ-ରିଡ୍‌ ଭର୍ସନ) ଯୀଶୁ ନିଜେ ମଧ୍ୟ ବାପ୍ତିସ୍ମ ନେଇଥିଲେ । ଯୀଶୁଙ୍କୁ ତାହାଙ୍କ ମୁଣ୍ଡରେ ପାଣି ଛିଞ୍ଚି ବାପ୍ତିସ୍ମ ଦିଆଯାଇ ନ ଥିଲା, ବରଂ ତାହାଙ୍କୁ ପାଣିରେ ସମ୍ପୂର୍ଣ୍ଣ ଭାବରେ ବୁଡ଼ାଇ ବାପ୍ତିସ୍ମ ଦିଆଯାଇଥିଲା । (ମାଥିଉ ୩:୧୬) ଠିକ୍‌ ସେହିପରି, ଆଜି ଯେତେବେଳେ କେହି ବାପ୍ତିସ୍ମ ନେବାକୁ ଚାହେଁ, ତାକୁ ପାଣିରେ ସମ୍ପୂର୍ଣ୍ଣ ଭାବରେ ବୁଡ଼ାଇ ବାପ୍ତିସ୍ମ ଦିଆଯାଏ ।

୪. ଆପଣଙ୍କ ବାପ୍ତିସ୍ମ କʼଣ ପ୍ରମାଣିତ କରିବ ?

୪ ଯେତେବେଳେ ଆପଣ ବାପ୍ତିସ୍ମ ନିଅନ୍ତି, ଆପଣ ସମସ୍ତଙ୍କ ସମ୍ମୁଖରେ ଦେଖାନ୍ତି ଯେ ଆପଣ ପ୍ରକୃତରେ ଯିହୋବାଙ୍କ ମିତ୍ର ହେବାକୁ ଏବଂ ତାହାଙ୍କ ସେବା କରିବାକୁ ଚାହାନ୍ତି । (ଗୀତସଂହିତା ୪୦:୭, ୮) ଆପଣ ହୁଏତ ଭାବୁଥିବେ, ‘ବାପ୍ତିସ୍ମ ନେବା ପାଇଁ ମୋତେ କʼଣ କରିବାକୁ ହେବ ?’

ଜ୍ଞାନ ଓ ବିଶ୍ୱାସ

୫. (କ) ବାପ୍ତିସ୍ମ ନେବା ପୂର୍ବରୁ ଆପଣଙ୍କୁ ସର୍ବପ୍ରଥମେ କʼଣ କରିବାକୁ ହେବ ? (ଖ) ଖ୍ରୀଷ୍ଟିୟାନ ସଭାଗୁଡ଼ିକରେ ଉପସ୍ଥିତ ହେବା କାହିଁକି ଜରୁରୀ ଅଟେ ?

୫ ବାପ୍ତିସ୍ମ ନେବା ପୂର୍ବରୁ ଆପଣଙ୍କୁ ଯିହୋବା ଏବଂ ଯୀଶୁଙ୍କ ବିଷୟରେ ଜାଣିବାକୁ ହେବ । ଯେଉଁ ଦିନଠାରୁ ଆପଣ ବାଇବଲକୁ ଅଧ୍ୟୟନ କରିବା ଆରମ୍ଭ କଲେ, ସେହି ଦିନଠାରୁ ଆପଣ ଏପରି କରି ଆସୁଛନ୍ତି । (ଯୋହନ ୧୭:୩ ପଢ଼ନ୍ତୁ ।) କିନ୍ତୁ ତାହା ଯଥେଷ୍ଟ ନୁହଁ । ବାଇବଲ କହେ ଯେ ଆପଣଙ୍କୁ ଯିହୋବାଙ୍କ ଇଚ୍ଛା ବିଷୟରେ ‘ସମ୍ପୂର୍ଣ୍ଣ ଜାଣିବାକୁ’ ହେବ । (କଲସୀୟ ୧:୯, ଇଜି-ଟୁ-ରିଡ୍‌ ଭର୍ସନ) ଏଥିପାଇଁ ଆପଣଙ୍କୁ ଯିହୋବାଙ୍କ ସାକ୍ଷୀମାନଙ୍କର ସଭାଗୁଡ଼ିକରେ ଉପସ୍ଥିତ ହେବା ଜରୁରୀ ଅଟେ । ଏହି ସଭାଗୁଡ଼ିକ ଯିହୋବାଙ୍କ ସହିତ ଆପଣଙ୍କ ସମ୍ପର୍କକୁ ଆହୁରି ମଜବୁତ୍‌ କରିବାରେ ସାହାଯ୍ୟ କରିବ । ଏହା ଏକ ଗୁରୁତ୍ୱପୂର୍ଣ୍ଣ କାରଣ ଯେ ଆପଣ ସଭାଗୁଡ଼ିକରେ କାହିଁକି ନିୟମିତ ଭାବେ ଉପସ୍ଥିତ ହେବା ଉଚିତ୍‌ ।— ଏବ୍ରୀ ୧୦:୨୪, ୨୫.

ଦୁଇ ଜଣ ଯିହୋବାଙ୍କ ସାକ୍ଷୀ ଜଣେ ଲୋକ ସହିତ ବାଇବଲ ଅଧୟନ କରୁଛନ୍ତି

ବାପ୍ତିସ୍ମ ନେବା ପୂର୍ବରୁ ଆପଣଙ୍କୁ ବାଇବଲ ଅଧ୍ୟୟନ କରିବାକୁ ହେବ

୬. ବାପ୍ତିସ୍ମ ନେବା ପାଇଁ ଆପଣଙ୍କଠାରେ ବାଇବଲର କେତେ ଜ୍ଞାନ ହେବା ଜରୁରୀ ଅଟେ ?

୬ ବାପ୍ତିସ୍ମ ନେବା ପାଇଁ ଆପଣଙ୍କୁ ଯେ ବାଇବଲର ସବୁକିଛି ଜାଣିବା ଜରୁରୀ, ଯିହୋବା ଏହା ଆଶା କରନ୍ତି ନାହିଁ । ସେ ଇଥିଓପିଆର ସେହି ବ୍ୟକ୍ତିଙ୍କଠାରୁ ମଧ୍ୟ ଏହା ଆଶା କରି ନ ଥିଲେ । (ପ୍ରେରିତ ୮:୩୦, ୩୧) ଏହା ଛଡ଼ା, ଆମେ ଈଶ୍ୱରଙ୍କ ବିଷୟରେ ଅନନ୍ତ କାଳ ପର୍ଯ୍ୟନ୍ତ ଶିଖୁଥିବା । (ଉପଦେଶକ ୩:୧୧) କିନ୍ତୁ ବାପ୍ତିସ୍ମ ନେବା ପାଇଁ ଆପଣ ବାଇବଲର ପ୍ରାଥମିକ ବା ମୌଳିକ ଶିକ୍ଷାଗୁଡ଼ିକୁ ଜାଣିବା ଏବଂ ସେଗୁଡ଼ିକ ଅନୁଯାୟୀ ଚାଲିବା ଉଚିତ୍‌ ।— ଏବ୍ରୀ ୫:୧୨.

୭. ବାଇବଲର ଅଧ୍ୟୟନ କରିବା ଯୋଗୁଁ ଆପଣଙ୍କୁ କʼଣ ଲାଭ ହୋଇଛି ?

୭ ବାଇବଲ କହେ: ‘ବିଶ୍ୱାସ ବିନା ଈଶ୍ୱରଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ ।’ (ଏବ୍ରୀ ୧୧:୬) ତେଣୁ ବାପ୍ତିସ୍ମ ନେବା ପୂର୍ବରୁ ଆପଣଙ୍କଠାରେ ବିଶ୍ୱାସ ରହିବା ଜରୁରୀ ଅଟେ । ବାଇବଲରୁ ଆମେ ଜାଣୁ ଯେ ପ୍ରାଚୀନ କାଳରେ କରିନ୍ଥ ସହରର କିଛି ଲୋକେ ଯୀଶୁଙ୍କ ଶିଷ୍ୟମାନଙ୍କର ବାର୍ତ୍ତା ଶୁଣି ‘ବିଶ୍ୱାସ କରିବାକୁ ଲାଗିଲେ ଓ ବାପ୍ତିସ୍ମ ନେଲେ ।’ (ପ୍ରେରିତ ୧୮:୮) ଠିକ୍‌ ସେହିପରି, ବାଇବଲର ଅଧ୍ୟୟନ କରିବା ଯୋଗୁଁ ଆପଣ ହୁଏତ ଈଶ୍ୱରଙ୍କ ପ୍ରତିଜ୍ଞାଗୁଡ଼ିକ ଉପରେ ବିଶ୍ୱାସ କରିବା ଆରମ୍ଭ କରିଦେଇଥିବେ । ହୁଏତ ଏହା ମଧ୍ୟ ବିଶ୍ୱାସ କରୁଥିବେ ଯେ ଯୀଶୁଙ୍କ ବଳିଦାନ ଯୋଗୁଁ ଆମେ ପାପ ଓ ମୃତ୍ୟୁରୁ ଉଦ୍ଧାର ପାଇପାରିବା ।— ଯିହୋଶୂୟ ୨୩:୧୪; ପ୍ରେରିତ ୪:୧୨; ୨ ତୀମଥି ୩:୧୬, ୧୭.

ଅନ୍ୟମାନଙ୍କୁ ବାଇବଲର ସତ୍ୟଗୁଡ଼ିକ ବିଷୟରେ କହନ୍ତୁ

୮. ଆପଣ ଯାହା ଶିଖୁଛନ୍ତି, ସେବିଷୟରେ ଅନ୍ୟମାନଙ୍କୁ କହିବା ପାଇଁ ଆପଣଙ୍କୁ କʼଣ ପ୍ରେରଣା ଦେବ ?

୮ ଯେତେବେଳେ ଆପଣ ବାଇବଲରୁ ଆହୁରି ଅଧିକ ଶିଖିବେ ଏବଂ ସେଗୁଡ଼ିକୁ ନିଜ ଜୀବନରେ ଲାଗୁ କରି ଲାଭ ପାଇବେ, ଆପଣଙ୍କ ବିଶ୍ୱାସ ଆହୁରି ମଜବୁତ୍‌ ହେବ । ଏହି ବିଶ୍ୱାସ ଆପଣଙ୍କୁ ପ୍ରେରଣା ଦେବ ଯେ ଆପଣ ଯାହା ଶିଖୁଛନ୍ତି, ସେବିଷୟରେ ଅନ୍ୟମାନଙ୍କୁ କହନ୍ତୁ । (ଯିରିମୀୟ ୨୦:୯; ୨ କରିନ୍ଥୀୟ ୪:୧୩) କିନ୍ତୁ ଆପଣ କାହାକୁ କହିପାରିବେ ?

ବାଇବଲ ବିଦ୍ୟାର୍ଥୀ ଜଣେ ଲୋକଙ୍କୁ ବାଇବଲର ବାର୍ତ୍ତା ଶୁଣାଉଛନ୍ତି ଏବଂ ତାଙ୍କ ଶିକ୍ଷକ ଏହା ଦେଖୁଛନ୍ତି

ଆପଣ ଯାହା ଶିଖନ୍ତି, ସେବିଷୟରେ ଅନ୍ୟମାନଙ୍କୁ କହିବା ପାଇଁ ଆପଣଙ୍କ ବିଶ୍ୱାସ ଆପଣଙ୍କୁ ପ୍ରେରଣା ଦେବ

୯, ୧୦. (କ) ଆପଣ ଯାହା ଶିଖୁଛନ୍ତି, ସେବିଷୟରେ କେଉଁମାନଙ୍କୁ କହିବା ଆରମ୍ଭ କରିପାରିବେ ? (ଖ) ଯଦି ଆପଣ ମଣ୍ଡଳୀର ଭାଇଭଉଣୀମାନଙ୍କ ସହିତ ପ୍ରଚାର କରିବାକୁ ଚାହାନ୍ତି, ତେବେ ଆପଣ କʼଣ କରିବା ଉଚିତ୍‌ ?

୯ ଆପଣ ହୁଏତ ନିଜ ପରିବାର ସଦସ୍ୟ, ସାଙ୍ଗସାଥୀ, ପଡ଼ୋଶୀ ଓ ସାଙ୍ଗରେ କାମ କରୁଥିବା ଲୋକଙ୍କୁ କହିବାକୁ ଚାହାନ୍ତି ଯେ ଆପଣ କʼଣ ଶିଖୁଛନ୍ତି । ଏହା ଅତି ଉତ୍ତମ ଅଟେ, କିନ୍ତୁ ଆପଣ ଏହା ସେମାନଙ୍କୁ ସର୍ବଦା ପ୍ରେମ ଓ ଆଦରର ସହିତ କହିବା ଉଚିତ୍‌ । ସମୟକ୍ରମେ ଆପଣ ମଣ୍ଡଳୀର ଭାଇଭଉଣୀମାନଙ୍କ ସହିତ ମଧ୍ୟ ପ୍ରଚାର କାମରେ ଯାଇପାରିବେ । ଯେବେ ଆପଣ ଅନୁଭବ କରନ୍ତି ଯେ ଆପଣ ଏହା ପାଇଁ ପ୍ରସ୍ତୁତ ଅଛନ୍ତି, ତେବେ ଆପଣଙ୍କୁ ବାଇବଲ ଅଧ୍ୟୟନ କରିବାରେ ସାହାଯ୍ୟ କରୁଥିବା ସାକ୍ଷୀ ଜଣକ ସହିତ କଥା ହୁଅନ୍ତୁ । ଆଉ, ଯଦି ତାଙ୍କୁ ମଧ୍ୟ ଲାଗେ ଯେ ଆପଣ ପ୍ରସ୍ତୁତ ଅଛନ୍ତି ଏବଂ ବାଇବଲର ମାନଦଣ୍ଡ ଅନୁସାରେ ଜୀବନଯାପନ କରୁଛନ୍ତି, ତେବେ ସେ ଓ ଆପଣ ଦୁହେଁ ମିଶି ମଣ୍ଡଳୀର ଦୁଇ ଜଣ ପ୍ରାଚୀନ ଭାଇଙ୍କୁ ସାକ୍ଷାତ କରିବେ ।

୧୦ ସେହି ସାକ୍ଷାତରେ କʼଣ ହେବ ? ପ୍ରାଚୀନ ଭାଇମାନେ ଆପଣଙ୍କ ସହିତ କଥା ହୋଇ ଏହା ଜାଣିବାକୁ ଚେଷ୍ଟା କରିବେ ଯେ ଆପଣ ବାଇବଲର ମୌଳିକ ଶିକ୍ଷାଗୁଡ଼ିକୁ ଭଲ ଭାବରେ ବୁଝିଛନ୍ତି କି ନାହିଁ ଏବଂ ସେଗୁଡ଼ିକୁ ପାଳନ କରୁଛନ୍ତି କି ନାହିଁ । ସେମାନେ ଏହା ମଧ୍ୟ ଦେଖିବେ ଯେ ଆପଣ ବାଇବଲର ସିଦ୍ଧାନ୍ତଗୁଡ଼ିକ ଅନୁସାରେ ଚାଲୁଛନ୍ତି କି ନାହିଁ ଏବଂ ଆପଣ ପ୍ରକୃତରେ ଯିହୋବାଙ୍କ ସାକ୍ଷୀ ହେବାକୁ ଚାହାନ୍ତି କି ନାହିଁ । ମନେ ରଖନ୍ତୁ, ଈଶ୍ୱର ପ୍ରାଚୀନମାନଙ୍କୁ ମଣ୍ଡଳୀର ସମସ୍ତ ସଦସ୍ୟଙ୍କର ଏବଂ ଏପରିକି ଆପଣଙ୍କର ମଧ୍ୟ ଦେଖାଶୁଣା କରିବାର ଦାୟିତ୍ୱ ଦେଇଛନ୍ତି । ତେଣୁ ସେମାନଙ୍କ ସହ କଥା ହେବା ପାଇଁ ଆପଣ ଭୟ କରନ୍ତୁ ନାହିଁ । (ପ୍ରେରିତ ୨୦:୨୮; ୧ ପିତର ୫:୨, ୩) ଏହି ସାକ୍ଷାତ ପରେ ପ୍ରାଚୀନ ଭାଇମାନେ ଆପଣଙ୍କୁ ଜଣାଇବେ ଯେ ଆପଣ ମଣ୍ଡଳୀର ଭାଇଭଉଣୀମାନଙ୍କ ସହିତ ପ୍ରଚାର କାମ ଆରମ୍ଭ କରିପାରିବେ କି ନାହିଁ ।

୧୧. ମଣ୍ଡଳୀ ସହିତ ପ୍ରଚାର କାମ ଆରମ୍ଭ କରିବା ପୂର୍ବରୁ ଆପଣଙ୍କୁ ପରିବର୍ତ୍ତନ କରିବା କାହିଁକି ଜରୁରୀ ଅଟେ ?

୧୧ ପ୍ରାଚୀନ ଭାଇମାନେ ହୁଏତ ଆପଣଙ୍କୁ କହିପାରନ୍ତି ଯେ ମଣ୍ଡଳୀ ସହିତ ପ୍ରଚାର କାମ ଆରମ୍ଭ କରିବା ପୂର୍ବରୁ ଆପଣଙ୍କୁ ଆହୁରି କିଛି ପରିବର୍ତ୍ତନ କରିବା ଆବଶ୍ୟକ ଅଟେ । ଏହି ପରିବର୍ତ୍ତନ କରିବା କାହିଁକି ଜରୁରୀ ଅଟେ ? କାରଣ ଯେତେବେଳେ ଆମେ ଅନ୍ୟମାନଙ୍କୁ ଈଶ୍ୱରଙ୍କ ବିଷୟରେ କହୁ, ଆମେ ଯିହୋବାଙ୍କ ତରଫରୁ କହିଥାଉ । ତେଣୁ ଆମେ ଏପରି ଜୀବନଯାପନ କରିବା ଉଚିତ୍‌, ଯାହାଦ୍ୱାରା ତାହାଙ୍କର ଆଦର ହେବ ।— ୧ କରିନ୍ଥୀୟ ୬:୯, ୧୦; ଗାଲାତୀୟ ୫:୧୯-୨୧.

ମନ ପରିବର୍ତ୍ତନ କରନ୍ତୁ ଏବଂ ଫେରିଆସନ୍ତୁ

୧୨. ସବୁ ମଣିଷମାନଙ୍କୁ ଅନୁତାପ କରିବା କାହିଁକି ଜରୁରୀ ଅଟେ ?

୧୨ ବାପ୍ତିସ୍ମ ନେବା ପୂର୍ବରୁ ଆପଣଙ୍କୁ ଆଉ ଏକ ପଦକ୍ଷେପ ନେବାକୁ ହେବ । ପିତର କହିଥିଲେ: “ଯେପରି ଆପଣମାନଙ୍କର ପାପ-ମୋଚନ ହୋଇପାରେ, ଏଥିନିମନ୍ତେ ମନ ପରିବର୍ତ୍ତନ କରି ଫେରିଆସନ୍ତୁ ।” (ପ୍ରେରିତ ୩:୧୯) ଏଠାରେ ମନ ପରିବର୍ତ୍ତନ କରିବାର ଅର୍ଥ କʼଣ ? ଆମେ ଯାହା ମଧ୍ୟ ଭୁଲ୍‌ କରୁ, ତାʼ ପାଇଁ ଅନୁତାପ କରିବା । ଉଦାହରଣସ୍ୱରୂପ, ଯଦି ଜଣେ ବ୍ୟକ୍ତି ଜୀବନରେ ଅନୈତିକ କାମ କରିଛି, ତେବେ ତାକୁ ଅନୁତାପ କରିବାକୁ ହେବ । କିନ୍ତୁ ଏପରି ଜଣେ ବ୍ୟକ୍ତିକୁ ମଧ୍ୟ ମନ ପରିବର୍ତ୍ତନ କରିବା ଜରୁରୀ ଅଟେ, ଯିଏ ନିଜ ଜୀବନସାରା ସଠିକ୍‌ କାମ କରିବା ପାଇଁ ଚେଷ୍ଟା କରିଆସିଛି । କାହିଁକି ? କାରଣ ଆମେ ସମସ୍ତେ ପାପୀ ଅଟୁ ଓ କୌଣସି ନା କୌଣସି ଭୁଲ୍‌ କରିଥାଉ ଏବଂ ଏଥିପାଇଁ ଆମେ ଈଶ୍ୱରଙ୍କୁ କ୍ଷମା ମାଗିବା ଉଚିତ୍‌ ।— ରୋମୀୟ ୩:୨୩; ୫:୧୨.

୧୩. ‘ଫେରିଆସିବାର’ ଅର୍ଥ କʼଣ ଅଟେ ?

୧୩ ଆମେ ନିଜ ଭୁଲ୍‌ ପାଇଁ କେବଳ ଅନୁତାପ କରିବା ଯଥେଷ୍ଟ କି ? ନା । ପିତର କହିଥିଲେ ଯେ ଆପଣଙ୍କୁ ‘ଫେରିଆସିବା’ ମଧ୍ୟ ଜରୁରୀ ଅଟେ । ଏହାର ଅର୍ଥ ହେଉଛି, ଆପଣ ଭୁଲ୍‌ କାମଗୁଡ଼ିକୁ ଛାଡ଼ିବା ସଙ୍ଗେ ସଙ୍ଗେ ଆପଣଙ୍କୁ ସଠିକ୍‌ କାମଗୁଡ଼ିକୁ ମଧ୍ୟ କରିବାକୁ ହେବ । ଏହାକୁ ବୁଝିବା ପାଇଁ ଏକ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ମନେ କରନ୍ତୁ, ଆପଣ ନିଜ ଗାଡ଼ିରେ ଏକ ନୂଆ ଜାଗାକୁ ଯାଉଛନ୍ତି । କିଛି ଦୂର ଯିବା ପରେ ଆପଣ ଜାଣିବାକୁ ପାʼନ୍ତି ଯେ ଆପଣ ଭୁଲ୍‌ ରାସ୍ତାରେ ଯାଉଛନ୍ତି । ବର୍ତ୍ତମାନ କʼଣ କରିବେ ? ଆପଣ ନିଜ ଗାଡ଼ି ଠିଆ କରିବେ, ତାʼପରେ ଗାଡ଼ିକୁ ବୁଲେଇ ପଛକୁ ଫେରିବେ ଏବଂ ପୁଣି ସଠିକ୍‌ ରାସ୍ତାରେ ଯିବେ । ଠିକ୍‌ ସେହିଭଳି, ଯେପରି ଆପଣ ବାଇବଲକୁ ଅଧ୍ୟୟନ କରିଚାଲିବେ, ଆପଣ ହୁଏତ ଜାଣିବାକୁ ପାଇବେ ଯେ ଆପଣଙ୍କଠାରେ କିଛି ଖରାପ ଅଭ୍ୟାସ ରହିଛି କିମ୍ବା ଆପଣ କିଛି ଭୁଲ୍‌ କାମ କରୁଛନ୍ତି । ଏପରି ସମୟରେ “ଫେରିଆସନ୍ତୁ ।” ଅର୍ଥାତ୍‌ ଆପଣ ଯାହା ପରିବର୍ତ୍ତନ କରିବା ଉଚିତ୍‌, ତାହା କରନ୍ତୁ ଏବଂ ତାʼପରେ ସଠିକ୍‌ କାମ କରନ୍ତୁ ।

ନିଜ ଜୀବନ ଯିହୋବାଙ୍କୁ ସମର୍ପଣ କରନ୍ତୁ

ଜଣେ ବାଇବଲ ବିଦ୍ୟାର୍ଥୀ ନିଜକୁ ର୍ଥନାରେ ଈରଙ୍କଠାରେ ସମର୍ପଣ କରୁଛନ୍ତି

କʼଣ ଆପଣ ଯିହୋବାଙ୍କୁ ପ୍ରତିଜ୍ଞା କରିଛନ୍ତି ଯେ ଆପଣ ତାହାଙ୍କ ସେବା କରିବେ ?

୧୪. ଆପଣ ନିଜ ଜୀବନ ଈଶ୍ୱରଙ୍କୁ କିପରି ସମର୍ପଣ କରିପାରିବେ ?

୧୪ ବାପ୍ତିସ୍ମ ନେବା ପୂର୍ବରୁ ଆପଣଙ୍କୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ହେବ । ତାହା ହେଉଛି, ନିଜ ଜୀବନ ଯିହୋବାଙ୍କୁ ସମର୍ପଣ କରିବା । ଏଥିପାଇଁ ଆପଣଙ୍କୁ ପ୍ରାର୍ଥନାରେ ଯିହୋବାଙ୍କୁ ପ୍ରତିଜ୍ଞା କରିବାକୁ ହେବ ଯେ ଆପଣ କେବଳ ତାହାଙ୍କ ଉପାସନା କରିବେ ଏବଂ ତାହାଙ୍କ ଇଚ୍ଛାକୁ ନିଜ ଜୀବନରେ ସବୁଠାରୁ ଅଧିକ ମହତ୍ତ୍ୱ ଦେବେ ।— ଦ୍ୱିତୀୟ ବିବରଣ ୬:୧୫.

୧୫, ୧୬. ଜଣେ ବ୍ୟକ୍ତିକୁ ନିଜ ଜୀବନ ଈଶ୍ୱରଙ୍କୁ ସମର୍ପଣ କରିବା ପାଇଁ କʼଣ ପ୍ରେରଣା ଦିଏ ?

୧୫ ଯିହୋବାଙ୍କ ସେବା କରିବାକୁ ପ୍ରତିଜ୍ଞା କରିବା ଏପରି ଅଟେ, ସତେ ଯେପରି ଆପଣ ଯାହାକୁ ପ୍ରେମ କରନ୍ତି ତାଙ୍କ ସହିତ ଜୀବନ ସାରା ସାଙ୍ଗରେ ବିତାଇବା ପାଇଁ ତାଙ୍କୁ ପ୍ରତିଜ୍ଞା କରନ୍ତି । କଳ୍ପନା କରନ୍ତୁ ଯେ ଜଣେ ଯୁବକର ଜଣେ ଯୁବତୀ ସହିତ ଦେଖା ହୁଏ । ଧୀରେ ଧୀରେ ଦୁହେଁ ପ୍ରତିଦିନ ପରସ୍ପରକୁ ଦେଖା କରନ୍ତି । ଯେପରି ଯୁବକଟି ଧୀରେ ଧୀରେ ଯୁବତୀକୁ ଜାଣିବାକୁ ଲାଗେ, ସେ ତାକୁ ପ୍ରେମ କରି ବସେ । କିଛି ଦିନ ପରେ ସେ ତାକୁ ବିବାହ କରିବାକୁ ଇଚ୍ଛା କରେ । ଯଦିଓ ସେ ଜାଣେ ଯେ ଏହା ଏକ ବଡ଼ ନିଷ୍ପତ୍ତି ଅଟେ ଏବଂ ଏହା ପରେ ତାʼର ଦାୟିତ୍ୱ ବଢ଼ିଯିବ, ତଥାପି ସେ ଏହି ପଦକ୍ଷେପ ନେବା ପାଇଁ ପ୍ରସ୍ତୁତ ହୁଏ, କାରଣ ସେ ତାକୁ ପ୍ରେମ କରେ ।

୧୬ ଯେପରି ଆପଣ ଧୀରେ ଧୀରେ ଯିହୋବାଙ୍କ ବିଷୟରେ ଶିଖନ୍ତି, ଆପଣ ତାହାଙ୍କୁ ପ୍ରେମ କରିବାକୁ ଲାଗନ୍ତି ଏବଂ ଆପଣଙ୍କ ହୃଦୟରେ ତାହାଙ୍କ ସେବା କରିବା ପାଇଁ ଗଭୀର ଇଚ୍ଛା ଜାଗ୍ରତ ହୁଏ । ଏହି ଇଚ୍ଛା ଆପଣଙ୍କୁ ଏପରି ପ୍ରେରଣା ଦେବ, ଯାହାଫଳରେ ଆପଣ ଯିହୋବାଙ୍କ ସେବା କରିବା ପାଇଁ ତାହାଙ୍କୁ ପ୍ରାର୍ଥନାରେ ପ୍ରତିଜ୍ଞା କରିବେ । ବାଇବଲ କହେ, ଯେକେହି ଯୀଶୁଙ୍କ ଶିଷ୍ୟ ହେବାକୁ ଚାହେଁ, ତାକୁ ‘ନିଜକୁ ଅସ୍ୱୀକାର କରିବାକୁ’ ହେବ । (ମାର୍କ ୮:୩୪) ଏହାର ଅର୍ଥ କʼଣ ? ଏହାର ଅର୍ଥ ହେଉଛି, ଯିହୋବାଙ୍କ ଆଜ୍ଞା ପାଳନ କରିବାକୁ ଆପଣ ଜୀବନରେ ପ୍ରଥମ ସ୍ଥାନ ଦେବେ ଏବଂ ନିଜ ଇଚ୍ଛା ଓ ଲକ୍ଷ୍ୟଗୁଡ଼ିକ ଅପେକ୍ଷା ଯିହୋବାଙ୍କ ଇଚ୍ଛାକୁ ଅଧିକ ମହତ୍ତ୍ୱ ଦେବେ ।— ୧ ପିତର ୪:୨ ପଢ଼ନ୍ତୁ ।

ଅସଫଳ ହେବାର ଭୟକୁ ନିଜ ମନରୁ ଦୂର କରନ୍ତୁ

୧୭. କିଛି ଲୋକ କାହିଁକି ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରନ୍ତି ନାହିଁ ?

୧୭ କିଛି ଲୋକ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରନ୍ତି ନାହିଁ, କାରଣ ସେମାନେ ଭୟ କରନ୍ତି ଯେ ଯିହୋବାଙ୍କ ସେବା କରିବାର ନିଜ ପ୍ରତିଜ୍ଞାକୁ ସେମାନେ ପୂରଣ କରିପାରିବେ ନାହିଁ । ସେମାନଙ୍କ ମତରେ ସେମାନେ ଯିହୋବାଙ୍କୁ ନିରାଶ କରିବାକୁ ଚାହାନ୍ତି ନାହିଁ । କିମ୍ବା ସେମାନେ ହୁଏତ ଭାବନ୍ତି ଯେ ଯଦି ସେମାନେ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ ନ କରିବେ, ତେବେ ନିଜ ଭୁଲ୍‌ଗୁଡ଼ିକର ହିସାବ ଯିହୋବାଙ୍କୁ ଦେବାକୁ ପଡ଼ିବ ନାହିଁ ।

୧୮. ଯିହୋବାଙ୍କୁ ନିରାଶ କରିବାର ଭୟକୁ ଜୟ କରିବା ପାଇଁ ଆପଣଙ୍କୁ କʼଣ ସାହାଯ୍ୟ କରିବ ?

୧୮ ଆପଣଙ୍କର ଏହି ଭୟକୁ ଜୟ କରିବା ପାଇଁ ଯିହୋବାଙ୍କ ପ୍ରତି ଆପଣଙ୍କ ପ୍ରେମ ଆପଣଙ୍କୁ ସାହାଯ୍ୟ କରିବ । ଏହି ପ୍ରେମ ଆପଣଙ୍କୁ ନିଜ ପ୍ରତିଜ୍ଞା ପୂରଣ କରିବା ପାଇଁ ପ୍ରାଣପଣେ ଚେଷ୍ଟା କରିବାକୁ ପ୍ରେରଣା ଦେବ । (ଉପଦେଶକ ୫:୪; କଲସୀୟ ୧:୧୦) ଏହି ପ୍ରେମ ଯୋଗୁଁ ଆପଣ କେବେ ମଧ୍ୟ ଭାବିବେ ନାହିଁ ଯେ ଯିହୋବାଙ୍କ ଇଚ୍ଛା ପୂରଣ କରିବା ଅତି କଷ୍ଟକର ଅଟେ । ଯୋହନ ଲେଖିଥିଲେ, “ଈଶ୍ୱରଙ୍କୁ ପ୍ରେମ କରିବାର ଅର୍ଥ, ତାହାଙ୍କ ଆଜ୍ଞା ପାଳନ କରିବା, ଆଉ ତାହାଙ୍କ ଆଜ୍ଞାସବୁ ଭାରସ୍ୱରୂପ ନୁହେଁ ।”— ୧ ଯୋହନ ୫:୩.

୧୯. ଆପଣ ନିଜ ଜୀବନ ଯିହୋବାଙ୍କୁ ସମର୍ପଣ କରିବା ପାଇଁ କାହିଁକି ଭୟ କରିବା ଉଚିତ୍‌ ନୁହେଁ ?

୧୯ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରିବା ପୂର୍ବରୁ ଆପଣ ଯେ ସବୁକିଛି ଠିକ୍‌ ଠିକ୍‌ କରିବେ, ତାହା କେବେ ମଧ୍ୟ ସମ୍ଭବ ନୁହେଁ । ସେ ଆମଠାରୁ ଏପରି କିଛି ଆଶା କରନ୍ତି ନାହିଁ, ଯାହା ଆମ ସାମର୍ଥ୍ୟର ବାହାରେ ହୋଇଥାଏ । (ଗୀତସଂହିତା ୧୦୩:୧୪) ଏହା ପରିବର୍ତ୍ତେ, ସେ ଆପଣଙ୍କୁ ସଠିକ୍‌ କାମ କରିବା ପାଇଁ ସାହାଯ୍ୟ କରିବେ । (ଯିଶାଇୟ ୪୧:୧୦) ଆପଣ ସମ୍ପୂର୍ଣ୍ଣ ହୃଦୟର ସହିତ ଯିହୋବାଙ୍କଠାରେ ଭରସା ରଖନ୍ତୁ ଏବଂ ‘ସେ ଆପଣଙ୍କ ପଥସବୁ ସରଳ କରିବେ ।’— ହିତୋପଦେଶ ୩:୫, ୬.

ସମସ୍ତଙ୍କ ସମ୍ମୁଖରେ ନିଜ ବିଶ୍ୱାସର ଘୋଷଣା କରନ୍ତୁ

୨୦. ଈଶ୍ୱରଙ୍କୁ ନିଜ ଜୀବନ ସମର୍ପଣ କରିବା ପରେ ପରବର୍ତ୍ତୀ ପଦକ୍ଷେପ କʼଣ ଅଟେ ?

୨୦ କʼଣ ଆପଣଙ୍କୁ ଲାଗେ ଯେ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରିବା ପାଇଁ ଆପଣ ପ୍ରସ୍ତୁତ ଅଟନ୍ତି ? ଯଦି ହଁ, ତେବେ ଏପରି ନିଶ୍ଚୟ କରନ୍ତୁ । ତାʼପରେ ଆପଣ ପରବର୍ତ୍ତୀ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତ ହେବେ । ତାହା ହେଉଛି ବାପ୍ତିସ୍ମ ।

୨୧, ୨୨. ଆପଣ “ସମସ୍ତଙ୍କ ସମ୍ମୁଖରେ ନିଜ ବିଶ୍ୱାସର ଘୋଷଣା” କିପରି କରିପାରିବେ ?

୨୧ ଆପଣଙ୍କ ମଣ୍ଡଳୀର ପ୍ରାଚୀନମାନଙ୍କ ସମୂହର ସଂଯୋଜକଙ୍କୁ କହନ୍ତୁ ଯେ ଆପଣ ନିଜ ଜୀବନ ଯିହୋବାଙ୍କୁ ସମର୍ପିତ କରିଛନ୍ତି ଏବଂ ବାପ୍ତିସ୍ମ ନେବାକୁ ଚାହାନ୍ତି । ସେ କିଛି ପ୍ରାଚୀନ ଭାଇମାନଙ୍କୁ ଆପଣଙ୍କ ସହିତ ବାଇବଲର ମୌଳିକ ଶିକ୍ଷାଗୁଡ଼ିକ ଉପରେ ଆଲୋଚନା କରିବା ପାଇଁ କହିବେ । ଯଦି ସେହି ପ୍ରାଚୀନମାନଙ୍କୁ ଲାଗେ ଯେ ଆପଣ ବାପ୍ତିସ୍ମ ପାଇଁ ପ୍ରସ୍ତୁତ ଅଛନ୍ତି, ତେବେ ଯିହୋବାଙ୍କ ସାକ୍ଷୀମାନଙ୍କର ଆସନ୍ତା ସମ୍ମିଳନୀ କିମ୍ବା ଅଧିବେଶନରେ ଆପଣ ବାପ୍ତିସ୍ମ ନେଇପାରିବେ ବୋଲି ସେମାନେ ଆପଣଙ୍କୁ ଜଣାଇବେ । ସମ୍ମିଳନୀ କିମ୍ବା ଅଧିବେଶନରେ ବାପ୍ତିସ୍ମ ଉପରେ ଆଧାରିତ ଏକ ଭାଷଣ ଦିଆଯିବ । ଏହି ସମୟରେ ଯେଉଁମାନେ ବାପ୍ତିସ୍ମ ନେବା ପାଇଁ ପ୍ରସ୍ତୁତ ଥାʼନ୍ତି, ସେମାନଙ୍କୁ ଭାଷଣ ଦେଉଥିବା ବକ୍ତା ଜଣକ ଦୁଇଟି ସରଳ ପ୍ରଶ୍ନ ପଚାରିବେ । ସେହି ପ୍ରଶ୍ନଗୁଡ଼ିକର ଉତ୍ତର ‘ହଁ’ କହି ଆପଣ “ସମସ୍ତଙ୍କ ସମ୍ମୁଖରେ ନିଜ ବିଶ୍ୱାସର ଘୋଷଣା” କରିବେ ।— ରୋମୀୟ ୧୦:୧୦, NW.

୨୨ ଏହାପରେ ଆପଣଙ୍କର ବାପ୍ତିସ୍ମ ହେବ । ଆପଣଙ୍କୁ ପାଣିରେ ସମ୍ପୂର୍ଣ୍ଣ ରୂପେ ବୁଡ଼ାଇ ବାପ୍ତିସ୍ମ ଦିଆଯିବ । ଆପଣଙ୍କ ଏହି ବାପ୍ତିସ୍ମରୁ ସମସ୍ତେ ଜାଣିପାରିବେ ଯେ ଆପଣ ନିଜ ଜୀବନ ଯିହୋବାଙ୍କୁ ସମର୍ପିତ କରିଛନ୍ତି ଏବଂ ବର୍ତ୍ତମାନ ଆପଣ ଜଣେ ଯିହୋବାଙ୍କ ସାକ୍ଷୀ ଅଟନ୍ତି ।

ଆପଣଙ୍କ ବାପ୍ତିସ୍ମ କʼଣ ସୂଚିତ କରେ

୨୩. ‘ପିତା, ପୁତ୍ର ଓ ପବିତ୍ର ଆତ୍ମା ନାମରେ ବାପ୍ତିସ୍ମ’ ନେବାର ଅର୍ଥ କʼଣ ଅଟେ ?

୨୩ ଯୀଶୁ ଖ୍ରୀଷ୍ଟ କହିଥିଲେ ଯେ ତାହାଙ୍କ ଶିଷ୍ୟମାନେ “ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ” ନେବେ । (ମାଥିଉ ୨୮:୧୯ ପଢ଼ନ୍ତୁ ।) ଏହାର ଅର୍ଥ କʼଣ ? ଏହାର ଅର୍ଥ ହେଉଛି, ଆପଣ ଯିହୋବାଙ୍କ ଅଧିକାରକୁ ସ୍ୱୀକାର କରନ୍ତି ଏବଂ ତାହାଙ୍କ ଉଦ୍ଦେଶ୍ୟ ପୂରଣ ହେବାରେ ଯୀଶୁଙ୍କର ଯେଉଁ ଭୂମିକା ରହିଛି, ତାକୁ ମଧ୍ୟ ସ୍ୱୀକାର କରନ୍ତି । ଆଉ, ଆପଣ ବିଶ୍ୱାସ କରନ୍ତି ଯେ ଈଶ୍ୱର ନିଜ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ତାହାଙ୍କ ପବିତ୍ର ଆତ୍ମା ଅର୍ଥାତ୍‌ ତାହାଙ୍କ ସକ୍ରିୟ ଶକ୍ତିକୁ ବ୍ୟବହାର କରନ୍ତି ।— ଗୀତସଂହିତା ୮୩:୧୮; ମାଥିଉ ୨୮:୧୮; ଗାଲାତୀୟ ୫:୨୨, ୨୩; ୨ ପିତର ୧:୨୧.

ଜଣେ ଶିଷ୍ୟ ବା ନେଇ ମାଣିତ କରୁଛନ୍ତି ଯେ ସେ ନିଜ ଜୀବନ ଈରଙ୍କୁ ସମର୍ପଣ କରୁଛନ୍ତି

ଯେତେବେଳେ ଆପଣ ବାପ୍ତିସ୍ମ ନିଅନ୍ତି, ଆପଣ ଦେଖାନ୍ତି ଯେ ଆପଣ ଈଶ୍ୱରଙ୍କ ଇଚ୍ଛା ପୂରଣ କରିବାକୁ ଚାହାନ୍ତି

୨୪, ୨୫. (କ) ବାପ୍ତିସ୍ମ ନେବା କେଉଁ କଥାକୁ ସୂଚିତ କରେ ? (ଖ) ଶେଷ ଅଧ୍ୟାୟରେ ଆମେ କʼଣ ଆଲୋଚନା କରିବା ?

୨୪ ବାପ୍ତିସ୍ମ ନେବା ଏକ ମହତ୍ତ୍ୱପୂର୍ଣ୍ଣ କଥାକୁ ସୂଚିତ କରେ । ଯେତେବେଳେ ଆପଣଙ୍କ ସମ୍ପୂର୍ଣ୍ଣ ଶରୀର ପାଣି ଭିତରକୁ ଯାଏ, ଏହା ଏପରି ଅଟେ ସତେ ଯେପରି ଆପଣଙ୍କ ଅତୀତ ଜୀବନ ଶେଷ ହୋଇଯାଇଛି କିମ୍ବା ଆପଣ ନିଜ ପୁରୁଣା ଜୀବନ ଛାଡ଼ି ଦେଇଛନ୍ତି । ଯେତେବେଳେ ଆପଣ ପାଣିରୁ ବାହାରି ଆସନ୍ତି, ଏହା ଏପରି ଅଟେ ସତେ ଯେପରି ଆପଣ ଏକ ନୂଆ ଜୀବନର ଆରମ୍ଭ କରୁଛନ୍ତି ଏବଂ ଏହା ପରେ ଆପଣ ଜୀବନ ସାରା ଈଶ୍ୱରଙ୍କ ଇଚ୍ଛା ପୂରଣ କରିବେ । ଆପଣଙ୍କ ବାପ୍ତିସ୍ମ ଦେଖାଏ ଯେ ବର୍ତ୍ତମାନଠାରୁ ଆପଣ ଯିହୋବାଙ୍କ ସେବା କରିବେ । ମନେ ରଖନ୍ତୁ, ଆପଣ କୌଣସି ମଣିଷ, ସଂଗଠନ କିମ୍ବା କୌଣସି କାମ ପାଇଁ ନିଜକୁ ସମର୍ପିତ କରି ନାହାନ୍ତି । ବରଂ ଆପଣ ଯିହୋବାଙ୍କୁ ନିଜ ଜୀବନ ସମର୍ପିତ କରିଛନ୍ତି ।

୨୫ ଆପଣଙ୍କ ସମର୍ପଣ ଯିହୋବାଙ୍କ ସହିତ ଆପଣଙ୍କ ମିତ୍ରତାକୁ ଆହୁରି ଘନିଷ୍ଠ କରିବାରେ ସାହାଯ୍ୟ କରିବ । (ଗୀତସଂହିତା ୨୫:୧୪) କିନ୍ତୁ ବାପ୍ତିସ୍ମ ନେବାର ଅର୍ଥ ଏହା ନୁହେଁ ଯେ ଆପଣଙ୍କ ଉଦ୍ଧାର ସୁନିଶ୍ଚିତ ଅଟେ । ପାଉଲ ଲେଖିଥିଲେ, “ଭୟ ଓ କମ୍ପ ସହ ନିଜ ଉଦ୍ଧାର ପାଇଁ କାମ କରି ଚାଲ ।” (ଫିଲିପ୍‌ପୀୟ ୨:୧୨, NW) ବାପ୍ତିସ୍ମ କେବଳ ଆରମ୍ଭ ମାତ୍ର । କିନ୍ତୁ ପ୍ରଶ୍ନ ଉଠେ ଯେ ଆପଣ ଯିହୋବାଙ୍କ ସହିତ ଘନିଷ୍ଠ ସମ୍ପର୍କ କିପରି ବଜାୟ ରଖିପାରିବେ ? ଏହି ପ୍ରଶ୍ନର ଉତ୍ତର ଏହି ବହିର ଶେଷ ଅଧ୍ୟାୟରେ ଦିଆଯିବ ।

ସାରାଂଶ

ସତ୍ୟ-୧: କʼଣ ମୁଁ ବାପ୍ତିସ୍ମ ନେବା ଉଚିତ୍‌ ?

“ଏଠାରେ ତ ଜଳ ଅଛି, ମୋହର ବାପ୍ତିଜିତ ହେବା ନିମନ୍ତେ କʼଣ ବାଧା ଅଛି ?”— ପ୍ରେରିତ ୮:୩୬

ଆପଣ କାହିଁକି ଏବଂ କିପରି ବାପ୍ତିସ୍ମ ନେବା ଉଚିତ୍‌ ?

ବାପ୍ତିସ୍ମ ନେବା ଦେଖାଏ ଯେ ଆପଣ ପୁରୁଣା ଜୀବନ ଛାଡ଼ି ଏକ ନୂଆ ଜୀବନ ଆରମ୍ଭ କରୁଛନ୍ତି ଏବଂ ଆପଣ ଈଶ୍ୱରଙ୍କ ଇଚ୍ଛା ପୂରଣ କରିବେ ।

  • ମାଥିଉ ୨୮:୧୯, ୨୦

    ଯିହୋବାଙ୍କ ସେବା କରିବା ପାଇଁ ବାପ୍ତିସ୍ମ ନେବା ଜରୁରୀ ଅଟେ ।

  • ଗୀତସଂହିତା ୪୦:୮

    ବାପ୍ତିସ୍ମ ନେବା ଦେଖାଏ ଯେ ଆପଣ ଈଶ୍ୱରଙ୍କ ସେବା କରିବାକୁ ଚାହାନ୍ତି ।

  • ମାଥିଉ ୩:୧୬

    ଆପଣଙ୍କୁ ପାଣିରେ ସମ୍ପୂର୍ଣ୍ଣ ଭାବେ ବୁଡ଼ି ବାପ୍ତିସ୍ମ ନେବାକୁ ହେବ, ଠିକ୍‌ ଯେପରି ଯୀଶୁ ବାପ୍ତିସ୍ମ ନେଇଥିଲେ ।

ସତ୍ୟ-୨: ଯିହୋବା ଆପଣଙ୍କଠାରୁ କେବେ ମଧ୍ୟ ଅଧିକ ଆଶା କରନ୍ତି ନାହିଁ

“ଈଶ୍ୱରଙ୍କୁ ପ୍ରେମ କରିବାର ଅର୍ଥ, ତାହାଙ୍କ ଆଜ୍ଞା ପାଳନ କରିବା, ଆଉ ତାହାଙ୍କ ଆଜ୍ଞାସବୁ ଭାରସ୍ୱରୂପ ନୁହେଁ ।”— ୧ ଯୋହନ ୫:୩

ଆପଣ ନିଜ ଜୀବନ ଯିହୋବାଙ୍କୁ ସମର୍ପଣ କରିବା ପାଇଁ କାହିଁକି ଭୟ କରିବା ଉଚିତ୍‌ ନୁହେଁ ?

  • ଗୀତସଂହିତା ୧୦୩:୧୪; ଯିଶାଇୟ ୪୧:୧୦

    ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରିବା ପୂର୍ବରୁ ଆପଣ ଯେ ସବୁକିଛି ଠିକ୍‌ ଠିକ୍‌ କରିବେ, ତାହା କେବେ ମଧ୍ୟ ସମ୍ଭବ ନୁହେଁ । ଯିହୋବା ଆପଣଙ୍କୁ ସଠିକ୍‌ କାମ କରିବା ପାଇଁ ସାହାଯ୍ୟ କରିବେ ।

  • କଲସୀୟ ୧:୧୦

    ଯଦି ଆପଣ ଭୟ କରନ୍ତି ଯେ କାଳେ ଆପଣ ଯିହୋବାଙ୍କୁ ନିରାଶ କରିବେ, ତେବେ ତାହାଙ୍କ ପ୍ରତି ଆପଣଙ୍କ ପ୍ରେମ ଏହି ଭୟକୁ ଜୟ କରିବା ପାଇଁ ଆପଣଙ୍କୁ ସାହାଯ୍ୟ କରିବ ।

ସତ୍ୟ-୩: ବାପ୍ତିସ୍ମ ନେବା ପୂର୍ବରୁ ଜରୁରୀ ପଦକ୍ଷେପ

‘ହେ ମୋହର ପରମେଶ୍ୱର, ତୁମ୍ଭର ଇଚ୍ଛା ସାଧନ କରିବାରେ ମୁଁ ସନ୍ତୋଷ ପାଏ; ତୁମ୍ଭ ବ୍ୟବସ୍ଥା ମୋʼ ହୃଦୟରେ ଅଛି ।’— ଗୀତସଂହିତା ୪୦:୮

ଆପଣଙ୍କୁ ନିଜ ଜୀବନ ଯିହୋବାଙ୍କୁ ସମର୍ପଣ କରିବା ପାଇଁ କʼଣ କରିବାକୁ ହେବ ?

  • ଯୋହନ ୧୭:୩

    ଈଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରନ୍ତୁ

    ଯିହୋବା ଏବଂ ଯୀଶୁଙ୍କୁ ଜାଣନ୍ତୁ । ଆପଣ ସେମାନଙ୍କ ବିଷୟରେ ଯେତେ ଅଧିକ ଶିଖିବେ, ସେମାନଙ୍କ ପ୍ରତି ଆପଣଙ୍କ ପ୍ରେମ ସେତେ ଅଧିକ ବଢ଼ିବ ।

  • ଏବ୍ରୀ ୧୧:୬

    ଆପଣଙ୍କ ବିଶ୍ୱାସ ବଢ଼ାନ୍ତୁ

    ସମ୍ପୂର୍ଣ୍ଣ ଭରସା ରଖନ୍ତୁ ଯେ ଈଶ୍ୱରଙ୍କ ସମସ୍ତ ପ୍ରତିଜ୍ଞା ନିଶ୍ଚୟ ପୂରଣ ହେବ ଏବଂ ଯୀଶୁଙ୍କ ବଳିଦାନରୁ ଆମକୁ ପାପ ଓ ମୃତ୍ୟୁରୁ ଉଦ୍ଧାର ମିଳିପାରିବ ।

  • ପ୍ରେରିତ ୩:୧୯

    ମନ ପରିବର୍ତ୍ତନ କରନ୍ତୁ

    ଏହାର ଅର୍ଥ ହେଉଛି, ଆପଣ ଯାହା ମଧ୍ୟ ଭୁଲ୍‌ କରନ୍ତି, ତାʼ ପାଇଁ ଅନୁତାପ କରିବା ।

    ଫେରିଆସନ୍ତୁ

    ଏହାର ଅର୍ଥ ହେଉଛି, ଭୁଲ୍‌ କାମଗୁଡ଼ିକୁ ଛାଡ଼ିବା ସଙ୍ଗେ ସଙ୍ଗେ ସଠିକ୍‌ କାମଗୁଡ଼ିକୁ କରିବା ।

  • ୧ ପିତର ୪:୨

    ନିଜ ଜୀବନ ସମର୍ପଣ କରନ୍ତୁ

    ପ୍ରାର୍ଥନାରେ ଯିହୋବାଙ୍କୁ ପ୍ରତିଜ୍ଞା କରନ୍ତୁ ଯେ ଆପଣ କେବଳ ତାହାଙ୍କ ଉପାସନା କରିବେ ଏବଂ ତାହାଙ୍କ ଇଚ୍ଛାକୁ ନିଜ ଜୀବନରେ ସବୁଠାରୁ ଅଧିକ ମହତ୍ତ୍ୱ ଦେବେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ