-
ପ୍ରଶ୍ନ ୧୮: ପରମେଶ୍ୱରଙ୍କ ପାଖକୁ ଆମେ କେମିତି ଆସିପାରିବା ?ପରମେଶ୍ୱରଙ୍କ ବଚନର ପରିଚୟ
-
-
ପ୍ରଶ୍ନ ୧୮
ପରମେଶ୍ୱରଙ୍କ ପାଖକୁ ଆମେ କେମିତି ଆସିପାରିବା ?
“ଆହେ, ପ୍ରାର୍ଥନାଶ୍ରବଣକାରୀ ଯେ ତୁମ୍ଭେ, ତୁମ୍ଭ ନିକଟକୁ ସକଳ ପ୍ରାଣୀ ଆସିବେ ।”
ଗୀତସଂହିତା ୬୫:୨
“ତୁମ୍ଭେ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ । ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର; ତହିଁରେ ସେ ତୁମ୍ଭର ପଥସବୁ ସରଳ କରିବେ ।”
ହିତୋପଦେଶ ୩:୫, ୬
“ଏକମାତ୍ର ସତ୍ୟ ଈଶ୍ୱର ଯେ ତୁମ୍ଭେ, ତୁମ୍ଭକୁ ଓ ତୁମ୍ଭର ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ ।”
ଯୋହନ ୧୭:୩
“ସେ [ପରମେଶ୍ୱର] ଆମ୍ଭମାନଙ୍କର କାହାଠାରୁ ଦୂରରେ ନାହାନ୍ତି ।”
ପ୍ରେରିତ ୧୭:୨୭
“ମୋହର ପ୍ରାର୍ଥନା ଏହି, ତୁମ୍ଭମାନଙ୍କର ପ୍ରେମ ଜ୍ଞାନ ଓ ସମସ୍ତ ସୂକ୍ଷ୍ମ ବିଚାରରେ ଅଧିକରୁ ଅଧିକ ବୃଦ୍ଧି ପାଉ ।”
ଫିଲିପ୍ପୀୟ ୧:୯
“ତୁମ୍ଭମାନଙ୍କ ମଧ୍ୟରୁ ଯେବେ କାହାରି ଜ୍ଞାନର ଅଭାବ ଥାଏ, ତେବେ ଯେଉଁ ଈଶ୍ୱର ଦୋଷ ନ ଧରି ମୁକ୍ତ ହସ୍ତରେ ସମସ୍ତଙ୍କୁ ଦାନ କରନ୍ତି, ତାହାଙ୍କ ଛାମୁରେ ସେ ପ୍ରାର୍ଥନା କରୁ, ସେଥିରେ ତାହାକୁ ଦିଆଯିବ ।”
ଯାକୁବ ୧:୫
“ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ । ହେ ପାପୀମାନେ, ତୁମ୍ଭମାନଙ୍କ ହସ୍ତ ଶୁଚି କର, ପୁଣି ହେ ଦ୍ୱିମନାମାନେ, ତୁମ୍ଭମାନଙ୍କ ହୃଦୟ ଶୁଦ୍ଧ କର ।”
ଯାକୁବ ୪:୮
“ଈଶ୍ୱରଙ୍କୁ ପ୍ରେମ କରିବାର ଅର୍ଥ ତାହାଙ୍କ ଆଜ୍ଞା ପାଳନ କରିବା, ଆଉ ତାହାଙ୍କ ଆଜ୍ଞାସବୁ ଭାରସ୍ୱରୂପ ନୁହେଁ ।”
୧ ଯୋହନ ୫:୩
-
-
ପ୍ରଶ୍ନ ୧୯: ବାଇବଲରେ ଥିବା ବହିଗୁଡ଼ିକରେ କʼଣ ଜାଣିବାକୁ ମିଳେ ?ପରମେଶ୍ୱରଙ୍କ ବଚନର ପରିଚୟ
-
-
ପ୍ରଶ୍ନ ୧୯
ବାଇବଲରେ ଥିବା ବହିଗୁଡ଼ିକରେ କʼଣ ଜାଣିବାକୁ ମିଳେ ?
ଏବ୍ରୀ ଶାସ୍ତ୍ର (“ପୁରାତନ ନିୟମ”)
ପ୍ରଥମ ପାଞ୍ଚଟି ବହି:
ଆଦି ପୁସ୍ତକ, ଯାତ୍ରା ପୁସ୍ତକ, ଲେବୀୟ ପୁସ୍ତକ, ଗଣନା ପୁସ୍ତକ, ଦ୍ୱିତୀୟ ବିବରଣ
ଜଗତର ସୃଷ୍ଟିଠାରୁ ପ୍ରାଚୀନ ଇସ୍ରାଏଲ ଜାତିର ଆରମ୍ଭ ପର୍ଯ୍ୟନ୍ତ
ଇତିହାସର ବହି (୧୨ଟି ବହି):
ଯିହୋଶୂୟ, ବିଚାରକର୍ତ୍ତା, ରୂତ
ଇସ୍ରାଏଲୀୟମାନଙ୍କ ପ୍ରତିଜ୍ଞା କରାଯାଇଥିବା ଦେଶରେ ପ୍ରବେଶ ଏବଂ ତାʼପର ଘଟଣା
ପ୍ରଥମ ଏବଂ ଦ୍ୱିତୀୟ ଶାମୁୟେଲ, ପ୍ରଥମ ଏବଂ ଦ୍ୱିତୀୟ ରାଜାବଳୀ ପ୍ରଥମ ଏବଂ ଦ୍ୱିତୀୟ ବଂଶାବଳୀ
ଯିରୁଶାଲମର ବିନାଶ ପର୍ଯ୍ୟନ୍ତ ଇସ୍ରାଏଲ ଜାତିର ଇତିହାସ
ଏଜ୍ରା, ନିହିମିୟା, ଏଷ୍ଟର
ବାବିଲର ବନ୍ଦୀରୁ ଫେରିବା ପରେ ଯିହୁଦୀମାନଙ୍କର ଇତିହାସ
ଗୀତ ବହି (୫ଟି ବହି):
ଆୟୁବ, ଗୀତସଂହିତା, ହିତୋପଦେଶ, ଉପଦେଶକ, ପରମ ଗୀତ
ବୁଦ୍ଧିଭରା କଥା ଓ ଗୀତର ସଂଗ୍ରହ
ଭବିଷ୍ୟତବାଣୀର ବହି (୧୭ଟି ବହି):
ଯିଶାଇୟ, ଯିରିମିୟ, ବିଳାପ, ଯିହିଜିକଲ, ଦାନିୟେଲ, ହୋଶେୟ, ଯୋୟେଲ, ଆମୋଷ, ଓବଦିୟ, ଯୂନସ, ମୀଖା, ନାହୂମ, ହବକ୍କୂକ୍, ସିଫନିୟ, ହାଗୟ, ଯିଖରିୟ, ମଲାଖି
ଈଶ୍ୱରଙ୍କ ଲୋକଙ୍କ ବିଷୟରେ ଭବିଷ୍ୟତବାଣୀ
ଖ୍ରୀଷ୍ଟିୟାନ ଗ୍ରୀକ୍ ଶାସ୍ତ୍ର (“ନୂତନ ନିୟମ”)
ସୁସମାଚାରର ବହି (୪ଟି ବହି):
ମାଥିଉ, ମାର୍କ, ଲୂକ, ଯୋହନ
ଯୀଶୁଙ୍କ ଜୀବନୀ ଓ ସେବାର ଇତିହାସ
ପ୍ରେରିତମାନଙ୍କ କାମ (ଗୋଟିଏ ବହି):
ଖ୍ରୀଷ୍ଟିୟାନ ମଣ୍ଡଳୀ ଓ ମିସନାରୀ କାମ ଆରମ୍ଭର ଇତିହାସ
ଚିଠି (୨୧ଟି ବହି):
ରୋମୀୟ, ୧ ଏବଂ ୨ କରିନ୍ଥୀୟ, ଗାଲାତୀୟ, ଏଫିସୀୟ, ଫିଲିପ୍ପୀୟ, କଲସୀୟ, ୧ ଏବଂ ୨ ଥେସଲନୀକୀୟ
ଖ୍ରୀଷ୍ଟିୟାନ ମଣ୍ଡଳୀଗୁଡ଼ିକୁ ଲେଖାଯାଇଥିବା ଚିଠି
୧ ଏବଂ ୨ ତୀମଥି, ତୀତସ, ଫିଲୀମୋନ
କେତେକ ଖ୍ରୀଷ୍ଟିୟାନମାନଙ୍କ ନାମରେ ଲେଖାଯାଇଥିବା ଚିଠି
ଏବ୍ରୀ, ଯାକୁବ, ୧ ଏବଂ ୨ ପିତର, ୧, ୨ ଏବଂ ୩ ଯୋହନ, ଯିହୂଦା
ସବୁ ଖ୍ରୀଷ୍ଟିୟାନମାନଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଚିଠି
ପ୍ରକାଶିତ ବାକ୍ୟ (ଗୋଟିଏ ବହି):
ଶିଷ୍ୟ ଯୋହନଙ୍କୁ ଦିଆଯାଇଥିବା ଭବିଷ୍ୟତବାଣୀଗୁଡ଼ିକର ଦର୍ଶନ
-
-
ପ୍ରଶ୍ନ ୨୦: ବାଇବଲ କିପରି ପଢ଼ିଲେ ଆମେ ବେଶି ଲାଭ ପାଇପାରିବା ?ପରମେଶ୍ୱରଙ୍କ ବଚନର ପରିଚୟ
-
-
ପ୍ରଶ୍ନ ୨୦
ବାଇବଲ କିପରି ପଢ଼ିଲେ ଆମେ ବେଶି ଲାଭ ପାଇପାରିବା ?
ବାଇବଲ ପଢ଼ିବା ବେଳେ ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବାକୁ ଚେଷ୍ଟା କରନ୍ତୁ:
ଏହି ପଦ ମୋତେ ପରମେଶ୍ୱର ଯିହୋବାଙ୍କ ବିଷୟରେ କʼଣ କହୁଛି ?
ବାଇବଲର ଏହି ଅଂଶ ଓ ବାଇବଲର ମୁଖ୍ୟ ବିଷୟ ମଧ୍ୟରେ କି ସମ୍ପର୍କ ରହିଛି ?
ମୁଁ କିପରି ମୋ ଜୀବନରେ ଏହାକୁ ଲାଗୁ କରିପାରିବି ?
ମୁଁ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଏହି ପଦଗୁଡ଼ିକୁ କିପରି ବ୍ୟବହାର କରିପାରିବି ?
“ତୁମ୍ଭ ବାକ୍ୟ ମୋʼ ଚରଣ ପାଇଁ ପ୍ରଦୀପ ଓ ମୋʼ ପଥ ପାଇଁ ଆଲୁଅ ଅଟେ ।”
ଗୀତସଂହିତା ୧୧୯:୧୦୫
-