ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • g21 ସଂ ୧ ପୃଷ୍ଠା ୬-୭
  • ସମସ୍ତଙ୍କ ସହ ଭଲ ସମ୍ପର୍କ କିପରି ଗଢ଼ିବା ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସମସ୍ତଙ୍କ ସହ ଭଲ ସମ୍ପର୍କ କିପରି ଗଢ଼ିବା ?
  • ସଜାଗ ହୁଅ !—୨୦୨୧
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ପରସ୍ପରକୁ କ୍ଷମା କରନ୍ତୁ
  • ନମ୍ର ହୁଅନ୍ତୁ ଓ ସମସ୍ତଙ୍କୁ ସମ୍ମାନ କରନ୍ତୁ
  • ଭେଦଭାବ କରନ୍ତୁ ନାହିଁ
  • ଶାନ୍ତ ଓ କୋମଳ ସ୍ୱଭାବର ହୁଅନ୍ତୁ
  • ଖୁସି ଖୁସି ଦେବାର ସ୍ୱଭାବ ବଢ଼ାନ୍ତୁ ଏବଂ କୃତଜ୍ଞତା ଦେଖାନ୍ତୁ
  • ଯିହୋବା ଆପଣଙ୍କୁ କ୍ଷମା କରନ୍ତି—କʼଣ ଆପଣ ଅନ୍ୟମାନଙ୍କୁ କ୍ଷମା କରିବେ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
ସଜାଗ ହୁଅ !—୨୦୨୧
g21 ସଂ ୧ ପୃଷ୍ଠା ୬-୭
ଗୋଟିଏ ପରିବାର ନିଜ ଘରେ ଅତିଥିଙ୍କୁ ଖାଇବା ପାଇଁ ଡାକିଛନ୍ତି ।

ସମସ୍ତଙ୍କ ସହ ଭଲ ସମ୍ପର୍କ କିପରି ଗଢ଼ିବା ?

ଈଶ୍ୱର ଆମକୁ ଭଲ ପରାମର୍ଶ ଦେଇଛନ୍ତି ଯାହାକୁ ମାନିବା ଦ୍ୱାରା ଆମେ ସମସ୍ତଙ୍କ ସହିତ ଭଲ ସମ୍ପର୍କ ଗଢ଼ିପାରିବା । ବହୁତ ଲୋକମାନଙ୍କୁ ଏହି ପରାମର୍ଶ ମାନିବା ଦ୍ୱାରା ଲାଭ ମିଳିଛି ସେମାନେ ପରିବାରରେ, କାମ ଜାଗାରେ ଓ ସାଙ୍ଗସାଥୀମାନଙ୍କ ସହିତ ଭଲ ସମ୍ପର୍କ ଗଢ଼ିପାରିଛନ୍ତି । ଆସନ୍ତୁ ଦେଖିବା ଈଶ୍ୱର ଆମକୁ କେଉଁ କେଉଁ ପରାମର୍ଶ ଦେଇଛନ୍ତି ?

ପରସ୍ପରକୁ କ୍ଷମା କରନ୍ତୁ

“ଯଦି କାହାରି କାହାରି ବିରୁଦ୍ଧରେ କୌଣସି କଥା ଥାଏ, ତେବେ ଏକକୁଆରେକ କ୍ଷମା କର ।”—କଲସୀୟ ୩:୧୩.

ଆମ ସମସ୍ତଙ୍କ ଦ୍ୱାରା ଭୁଲ ହୋଇଥାଏ । ବେଳେ ବେଳେ ଆମେ ଅନ୍ୟମାନଙ୍କୁ ଦୁଃଖ ପହଞ୍ଚାଉ ଆଉ ବେଳେ ବେଳେ ଅନ୍ୟମାନେ ଆମକୁ ଦୁଃଖ ପହଞ୍ଚାନ୍ତି । ତେଣୁ ଆମେ ପରସ୍ପରକୁ କ୍ଷମା କରିବା ଉଚିତ୍‌ । ଯେତେବେଳେ ଆମେ ଅନ୍ୟମାନଙ୍କୁ କ୍ଷମା କରୁ, ସେତେବେଳେ ଆମେ ତାଙ୍କୁ ରାଗି ନ ଥାଉ । ଆମେ “ମନ୍ଦ ବଦଳରେ କାହାରି ମନ୍ଦ” କରିବା ନାହିଁ ଏବଂ ତାଙ୍କ ଭୁଲଗୁଡ଼ିକୁ ତାଙ୍କୁ ବାରମ୍ବାର କହିବା ଉଚିତ୍‌ ନୁହେଁ । (ରୋମୀୟ ୧୨:୧୭) କିନ୍ତୁ ଅନେକଥର ଆମକୁ କାହାରି କଥା ଏତେ ଖରାପ ଲାଗେ ଯେ ତାହା ଆମେ ଭୁଲି ନ ଥାଉ ଓ ଆମକୁ ତାଙ୍କୁ କ୍ଷମା କରିବା ପାଇଁ କଷ୍ଟ ଲାଗିପାରେ । ସେତେବେଳେ ଆମେ କʼଣ କରିବା ଉଚିତ୍‌ ? ଆମେ ସେହି ବ୍ୟକ୍ତି ସହ ଏକୁଟିଆ କଥା ହେବା ଉଚିତ୍‌ । ଏପରି କଲେ ଆମ ସମ୍ପର୍କ ଆଗ ଭଳି ହୋଇଯିବ । ସେତେବେଳେ ଆମେ ପରସ୍ପରକୁ ଠିକ୍‌ ବା ଭୁଲ ପ୍ରମାଣ କରିବା ପାଇଁ ଚେଷ୍ଟା କରିବା ଉଚିତ୍‌ ନୁହେଁ ।—ରୋମୀୟ ୧୨:୧୮.

ନମ୍ର ହୁଅନ୍ତୁ ଓ ସମସ୍ତଙ୍କୁ ସମ୍ମାନ କରନ୍ତୁ

“ନମ୍ରଚିତ୍ତ ହୋଇ ପ୍ରତ୍ୟେକେ ଅନ୍ୟକୁ ଆପଣାଠାରୁ ଶ୍ରେଷ୍ଠ ମନେ କର ।”—ଫିଲିପ୍‌ପୀୟ ୨:୩.

ଆମେ ସମସ୍ତେ ଏପରି ଲୋକମାନଙ୍କ ସହିତ ସାଙ୍ଗ ହେବା ପାଇଁ ଚାହୁଁ ଯେଉଁମାନେ ନମ୍ର ଅଟନ୍ତି, ଅନ୍ୟମାନଙ୍କର ସମ୍ମାନ କରନ୍ତି ଏବଂ ସମସ୍ତଙ୍କ ସହିତ ଭଲ ବ୍ୟବହାର କରନ୍ତି । ଏପରି ଲୋକମାନେ ଜାଣିଶୁଣି କେବେ ବି ଅନ୍ୟମାନଙ୍କୁ ଦୁଃଖ ପହଞ୍ଚାନ୍ତି ନାହିଁ । ଯେଉଁମାନେ ଅନ୍ୟମାନଙ୍କଠାରୁ ନିଜକୁ ବଡ଼ ବୋଲି ଭାବନ୍ତି ଏବଂ ସବୁକିଛି ନିଜ ଅନୁସାରେ କରିବା ପାଇଁ ଚାହାନ୍ତି, ସେମାନଙ୍କ ସହିତ କେହି ବି ସାଙ୍ଗ ହେବା ପାଇଁ ଚାହାନ୍ତି ନାହିଁ ।

ଭେଦଭାବ କରନ୍ତୁ ନାହିଁ

‘ଈଶ୍ୱର ଯେ ଭେଦଭାବ କରନ୍ତି ନାହିଁ, କିନ୍ତୁ ପ୍ରତ୍ୟେକ ଜାତିରେ ଯେକେହି ତାହାଙ୍କୁ ଭୟ କରି ଧର୍ମାଚରଣ କରେ, ସେ ଯେ ତାହାଙ୍କ ନିକଟରେ ଗ୍ରାହ୍ୟ ହୁଏ, ଏହା ମୁଁ ସତ୍ୟ ବୁଝୁଅଛି ।’ —ପ୍ରେରିତ ୧୦:୩୪, ୩୫.

ଆମେ ଯେକୌଣସି ଦେଶ, ଭାଷା, ଧନୀ କିମ୍ବା ଗରିବ କିମ୍ବା ଆମ ରୂପରଙ୍ଗ ଯାହା ବି ଥାଉ ନା କାହିଁକି ଆମେ ସମସ୍ତେ ଈଶ୍ୱରଙ୍କ ଦୃଷ୍ଟିରେ ସମାନ ଅଟୁ । “ଏକ ବ୍ୟକ୍ତିଠାରୁ ସମସ୍ତ ମାନବଜାତି ସୃଷ୍ଟି କରିଅଛନ୍ତି,” ତେଣୁ ଆମେ ସମସ୍ତେ ଭାଇଭଉଣୀ ଅଟୁ । (ପ୍ରେରିତ ୧୭:୨୬) ଯେବେ ଆମେ ସମସ୍ତଙ୍କ ସହିତ ଭଲ ବ୍ୟବହାର କରୁ, ତେବେ ସେମାନେ ଖୁସି ହୁଅନ୍ତି ଏବଂ ଆମେ ମଧ୍ୟ ଖୁସି ହେଉ । ତାʼଠାରୁ ବଡ଼ କଥା ହେଉଛି ଯିଏ ଆମକୁ ସୃଷ୍ଟି କରିଛନ୍ତି, ତାଙ୍କ ହୃଦୟ ଖୁସି କରୁ ।

ଶାନ୍ତ ଓ କୋମଳ ସ୍ୱଭାବର ହୁଅନ୍ତୁ

‘ମୃଦୁତା ପରିଧାନ କର ।’—କଲସୀୟ ୩:୧୨.

ଯଦି ଆମେ କୋମଳ ସ୍ୱଭାବର ଥିବା, ତେବେ ଲୋକମାନେ ସହଜରେ ଆମ ସହିତ କଥା ହୋଇପାରିବେ । ଯଦି ଆମେ କିଛି ଭୁଲ କରିଥାଉ, ତେବେ ସେମାନେ ଆମକୁ କହିବାରେ ପଛଘୁଞ୍ଚା ଦେବେ ନାହିଁ, କାରଣ ସେମାନେ ଜାଣନ୍ତି ଆମେ ରାଗିବା ନାହିଁ, ବରଂ ଶାନ୍ତ ରହିବା । ଯେବେ କେହି ରାଗି ଯାଇ ଆମ ସହିତ ଖରାପ ବ୍ୟବହାର କରନ୍ତି, ଆଉ ଆମେ ଶାନ୍ତ ହୋଇ ଉତ୍ତର ଦେଉ, ତେବେ ସେମାନଙ୍କ ରାଗ ଶାନ୍ତ ହୋଇପାରେ । ଜଣେ ବୁଦ୍ଧିମାନ ବ୍ୟକ୍ତି କହିଥିଲେ, “କୋମଳ ଉତ୍ତର କ୍ରୋଧକୁ ଦମନ କରେ; ମାତ୍ର କଟୁ ବାକ୍ୟ କୋପ ଜନ୍ମାଏ ।”—ହିତୋପଦେଶ ୧୫:୧.

ଖୁସି ଖୁସି ଦେବାର ସ୍ୱଭାବ ବଢ଼ାନ୍ତୁ ଏବଂ କୃତଜ୍ଞତା ଦେଖାନ୍ତୁ

“ ‘ଗ୍ରହଣ କରିବା ଅପେକ୍ଷା ଦାନ କରିବା ଅଧିକ ଶ୍ରେୟସ୍କର ।’ ”—ପ୍ରେରିତ ୨୦:୩୫.

ଆଜି ଅନେକ ଲୋକ ବହୁତ ଲୋଭୀ ଏବଂ କେବଳ ନିଜ ବିଷୟରେ ଭାବନ୍ତି । କିନ୍ତୁ ଏହା ସତ ଯେ ପ୍ରକୃତ ଖୁସି ଅନ୍ୟମାନଙ୍କୁ ଖୁସି ଖୁସି ଦେବାରୁ ମିଳେ । (ଲୂକ ୬:୩୮) ଯେଉଁମାନଙ୍କ ହୃଦୟ ବଡ଼ ସେମାନେ ଜିନିଷଗୁଡ଼ିକ ଅପେକ୍ଷା ଲୋକମାନଙ୍କୁ ଅଧିକ ପ୍ରେମ କରନ୍ତି । ଯେବେ କେହି ତାଙ୍କୁ କିଛି ଦିଅନ୍ତି, ତେବେ ସେମାନେ କୃତଜ୍ଞତା ଦେଖାନ୍ତି ଏବଂ ହୃଦୟରୁ ଧନ୍ୟବାଦ ଦିଅନ୍ତି । (କଲସୀୟ ୩:୧୫) ଟିକେ ଭାବନ୍ତୁ, ଆପଣଙ୍କୁ କିଭଳି ବ୍ୟକ୍ତି ପସନ୍ଦ, ଯିଏ ଲୋଭୀ ନା ଯିଏ ଖୁସି ଖୁସି ଦିଏ ? ଯେଉଁମାନେ ଅନ୍ୟମାନଙ୍କୁ ଧନ୍ୟବାଦ ଦିଅନ୍ତି ନା ଯେଉଁମାନେ ବିଲକୁଲ୍‌ କୃତଜ୍ଞତା ଦେଖାନ୍ତି ନାହିଁ ? ତେବେ ଆସନ୍ତୁ ଆମେ ଖୁସି ଖୁସି ଦେବାର ସ୍ୱଭାବ ବଢ଼ାଇବା ଏବଂ ଅନ୍ୟମାନଙ୍କୁ ହୃଦୟରୁ ଧନ୍ୟବାଦ ଦେବା ।—ମାଥିଉ ୭:୧୨.

ଏବେ ମୁଁ ଅନ୍ୟମାନଙ୍କୁ ନୀଚ ଦୃଷ୍ଟିରେ ଦେଖେ ନାହିଁ

ଆଶା କହନ୍ତି, “ଶାସ୍ତ୍ରରେ କୁହାଯାଇଛି ଯେ ଆମେ ଅନ୍ୟମାନଙ୍କ ବିଷୟରେ ଏପରି ଭାବିବା ଉଚିତ୍‌, ଯେପରି ଆମେ ନିଜ ବିଷୟରେ ଭାବିଥାଉ । ଆମେ ନିଜକୁ ବହୁତ ବଡ଼ ବୁଦ୍ଧିମାନ ଭାବିବା ଉଚିତ୍‌ ନୁହଁ ।” (ରୋମୀୟ ୧୨:୧୬) ସେ ଏହା ବି କହନ୍ତି, “ଏହି ପରାମର୍ଶରୁ ମୋତେ ବହୁତ ଲାଭ ହେଲା । ପୂର୍ବେ ମୁଁ ମୋ ନିଜ ଜାତି ଓ ଧର୍ମକୁ ଅନ୍ୟମାନଙ୍କ ଜାତି ଓ ଧର୍ମଠାରୁ ଶ୍ରେଷ୍ଠ ବୋଲି ମାନୁଥିଲି କିନ୍ତୁ ଏବେ ମୁଁ ଅନ୍ୟମାନଙ୍କୁ ନୀଚ ଦୃଷ୍ଟିରେ ଦେଖେ ନାହିଁ । ଏବେ ମୁଁ ସମସ୍ତଙ୍କ ସହିତ ଭଲଭାବେ କଥା ହୁଏ ।”

ଆଶା ।

ଅଧିକ ଜାଣନ୍ତୁ:

ସମସ୍ତଙ୍କ ସହ ଭଲ ସମ୍ପର୍କ କିପରି ଗଢ଼ିବା ? ଏବିଷୟରେ ଅଧିକ ଜାଣିବା ପାଇଁ jw.org ୱେବ୍‌ସାଇଟକୁ ଯାଆନ୍ତୁ ଏବଂ ଶାସ୍ତ୍ରରୁ ଜାଣନ୍ତୁ > ସୁଖ ଓ ଶାନ୍ତି > ସମ୍ପର୍କ ଭାଗରେ ଦେଖନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ