ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • th ଅଧ୍ୟୟନ ୫ ପୃଷ୍ଠା ୮
  • ଠିକ୍‌ ଠିକ୍‌ ପଢ଼ିବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଠିକ୍‌ ଠିକ୍‌ ପଢ଼ିବା
  • ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ପ୍ରାୟ ସମାନ ଲେଖା
  • ଆପଣ ବାଇବଲକୁ କିପରି ଭଲ ଭାବେ ବୁଝିପାରିବେ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • କʼଣ ଆପଣ ବାଇବଲର ଅଡିଓ ରେକଡିଙ୍ଗ୍‌ ଶୁଣନ୍ତି ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
th ଅଧ୍ୟୟନ ୫ ପୃଷ୍ଠା ୮

ଅଧ୍ୟୟନ ୫

ଠିକ୍‌ ଠିକ୍‌ ପଢ଼ିବା

ବାଇବଲ ପଦ

୧ ତୀମଥି ୪:୧୩

ସାରାଂଶ: ପୃଷ୍ଠାରେ ଯାହା ଲେଖା ଅଛି, ତାହା ହିଁ ପଢ଼ନ୍ତୁ ଏବଂ ଉଚ୍ଚ ସ୍ୱରରେ ପଢ଼ନ୍ତୁ ।

ଏହା କିପରି କରିପାରିବେ:

  • ଭଲ ଭାବେ ପ୍ରସ୍ତୁତି କରନ୍ତୁ । ନିଶ୍ଚିତ ହୁଅନ୍ତୁ ଯେ ଆପଣ ଯାହା ପଢ଼ୁଛନ୍ତି, ତାହା କାହିଁକି ଲେଖାଯାଇଛି । ଶବ୍ଦଗୁଡ଼ିକୁ ଗୋଟେ ଗୋଟେ କରି ପଢ଼ିବା ପରିବର୍ତ୍ତେ, କିଛି ଶବ୍ଦକୁ ଏକାସାଙ୍ଗେ ପଢ଼ିବାର ଅଭ୍ୟାସ କରନ୍ତୁ, କାରଣ ଏହାଦ୍ୱାରା ସଠିକ୍‌ ଅର୍ଥ ବୁଝାପଡ଼େ । ସତର୍କ ରହନ୍ତୁ ଯେପରି ଆପଣ କିଛି ଶବ୍ଦ ଯୋଡ଼ିବେ ନାହିଁ, କିଛି ଶବ୍ଦ ଛାଡ଼ିବେ ନାହିଁ, କିମ୍ବା କୌଣସି ଶବ୍ଦକୁ ଅନ୍ୟ ଶବ୍ଦ ଭାବି ପଢ଼ିବେ ନାହିଁ । ସମସ୍ତ ବିରାମ ଚିହ୍ନଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ ।

    ବ୍ୟବହାରିକ ପରାମର୍ଶ

    ଅନ୍ୟ କାହାରିକୁ କୁହନ୍ତୁ ଯେ ଆପଣ କିପରି ପଢ଼ୁଛନ୍ତି, ତାହା ସେ ଧ୍ୟାନ ଦେବେ ଏବଂ ଯଦି ଆପଣ କୌଣସି ଶବ୍ଦକୁ ଭୁଲ୍‌ ପଢ଼ନ୍ତି, ତେବେ ସେ ଆପଣଙ୍କୁ ଜଣାଇବେ ।

  • ପ୍ରତ୍ୟେକ ଶବ୍ଦକୁ ସଠିକ୍‌ ଭାବେ ଉଚ୍ଚାରଣ କରନ୍ତୁ । ଯଦି ଆପଣ କୌଣସି ଶବ୍ଦର ଉଚ୍ଚାରଣ ଜାଣନ୍ତି ନାହିଁ, ତେବେ ସେହି ପ୍ରକାଶନର ଅଡିଓ ରେକଡିଙ୍ଗ୍‌ ଶୁଣନ୍ତୁ । କିମ୍ବା ଯିଏ ଭଲ ଭାବେ ପଢ଼ି ଜାଣନ୍ତି, ତାଙ୍କୁ ସାହାଯ୍ୟ ମାଗନ୍ତୁ ।

  • ସ୍ପଷ୍ଟ ଭାବେ କୁହନ୍ତୁ । ମୁଣ୍ଡ ଉପରକୁ ଉଠାଇ ଏବଂ ମୁହଁକୁ ଠିକ୍‌ ଭାବେ ଖୋଲି କୁହନ୍ତୁ । ପ୍ରତ୍ୟେକ ଶବ୍ଦକୁ ଧ୍ୟାନର ସହିତ ସ୍ପଷ୍ଟ ଭାବେ ଉଚ୍ଚାରଣ କରନ୍ତୁ । ତାʼ ଛଡ଼ା, ଶବ୍ଦର ପ୍ରତ୍ୟେକ ଅକ୍ଷରକୁ ସ୍ପଷ୍ଟ ଭାବେ ଉଚ୍ଚାରଣ କରିବାରେ ପ୍ରୟାସ କରନ୍ତୁ ।

    ବ୍ୟବହାରିକ ପରାମର୍ଶ

    ଉଚ୍ଚାରଣକୁ ଅତ୍ୟଧିକ ମହତ୍ତ୍ୱ ଦିଅନ୍ତୁ ନାହିଁ, କାରଣ ଏହାଦ୍ୱାରା ଆପଣଙ୍କ ପଢ଼ା ଅସ୍ୱାଭାବିକ ଲାଗିବ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ